Goa - The Sakala
ଗୋଆ: ଗୋଆର ସିରଗାଓଁରେ ଅଭାବନୀୟ ଘଟଣା । ଧାର୍ମିକ ଯାତ୍ରାରେ ଦଳାଚକଟାରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ତେବେ ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।
ସେପଟେ ଘଟଣା ଜଣାପଡିବା ପରେ, ମୁଖ୍ୟମନ୍ତ୍ରୀ ଡାକ୍ତର ପ୍ରମୋଦ ସାୱନ୍ତ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ଓ ବିଚୋଲିମ୍ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାସହ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ଗଭୀର ସୁମଦ୍ରରେ ଏକ ଜାହଜ ବୁଡ଼ି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଗୋଆରେ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଓଭରଲୋଡ୍ ପାଇଁ ହଠାତ ଜାହଜଟି ବୁଡ଼ି ଯାଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୨୩ ଜଣଙ୍କ ମୃତଦହ ଉଦ୍ଧାର ହୋଇଛି ଏବଂ ୬୪ ଜଣ ନିଖୋଜଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଘଟଣାଟି ଗୋଆରେ ଘଟି ନାହିଁ ବୋଲି ଗୋଆ ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ଜଣାଇଛି। ଏହି ଘଟଣାଟି ଆଫ୍ରିକାର କଙ୍ଗୋ ଅଞ୍ଚଳର ବୋଲି ଜଣାପଡ଼ିଛି।
Official Clarification:
A video circulating on social media claims a boat capsized near Goa’s shores. This is false. The incident occurred in Goma, Congo, Africa. Please refrain from sharing unverified news.
— Goa Police pic.twitter.com/tldVrc3bUm
— Goa Police (@Goa_Police) October 5, 2024
ସୂଚନା ଅନୁଯାୟୀ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର କିଭୁ ହ୍ରଦରେ ଏକ ଜାହଜ ବୁଡ଼ିଯାଇଥିଲା। ଏକ ସପ୍ତାହ ମଧ୍ୟରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ରାଜ୍ୟପାଳ କହିଛନ୍ତି। ଏହି ଜାହଜଟି ଦକ୍ଷିଣ କିଭୁ ପ୍ରଦେଶରେ ଅବସ୍ଥିତ ମିନୋଭା ଠାରୁ ଉତ୍ତର କିଭୁ ପ୍ରଦେଶର ଗୋମା ଅଭିମୁଖେ ଯାତ୍ରା କରୁଥିଲା।
ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ, ମୁମ୍ବାଇରେ ପହଞ୍ଚିଲେ ସିନ୍ଦେ ଗୋଷ୍ଠୀ ବିଧାୟକ
ମୁମ୍ବାଇ : ଆସନ୍ତା ୪ ତାରିଖରେ ମହାରାଷ୍ଟ୍ରର ସିନ୍ଦେ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ରବିବାର ବାଚସ୍ପତି ନିର୍ବାଚନ ହେବ। ଏଥିପାଇଁ ଜୁଲାଇ ୩ ଏବଂ ୪ ତାରିଖ ଦୁଇ ଦିନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଶନିବାର ଗୋଆରୁ ଆସି ସି ସିେନ୍ଦ ଗୋଷ୍ଠୀର ବିଧାୟକମାନେ ମୁମ୍ବାଇରେ ପହଞ୍ଚିଛନ୍ତି। ଉଭୟ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଥମେ ବିଜେପି ପକ୍ଷରୁ ରାହୁଲ ନର୍ଭେକରଙ୍କ ନାମ ଘୋଷଣା କରାଯିବା ପରେ ମହାଅଘାଡି ମେଣ୍ଟ ପକ୍ଷରୁ ଶିବସେନା ରତ୍ନଗିରି ଜିଲ୍ଲାର ରାଜାପୁର ବିଧାୟକ  ରାଜନ ସାଲଭିଙ୍କ ନାମ ଘୋଷଣା କରାଯାଇଛି। ଉଭୟ ଶନିବାର ପ୍ରାର୍ଥୀପତ୍ର ଦାକଲ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲ ପରେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ନିଜ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ବିପ୍‌ ଜାରି କରିଛନ୍ତି। ଏଥିସହିତ ମହାଅଘାଡି ମେଣ୍ଟରେ ରହିଥିବା କଂଗ୍ରେସ ଏବଂ ଏନସିପି ବିଧାୟକମାନେ ମଧ୍ୟ ରାଜନଙ୍କ ସପକ୍ଷରେ ଭୋଟ ଦେବେ। କିନ୍ତୁ ସନ୍ଦେ ଗୋଷ୍ଠୀରେ ସାମିଲ ରହିଥିବା ଶିବସେନା ବିଧାୟକଙ୍କ ସ୍ଥିତି କ’ଣ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେମାନେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ନ ଦେଲେ ଦଳ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ତା ’ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଲା ଦଳବଦଳ ଭୟ : ଜନ୍ମଦିନ ନାମରେ ୩୭ ପ୍ରାର୍ଥୀ ହୋଟେଲରେ ବନ୍ଦ
ପାନାଜୀ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଗୋଆ କଂଗ୍ରେସକୁ ଦଳବଦଳ ଭୟ ଘାରିଛି। ପୂର୍ବ ନିର୍ବାଚନରେ ୧୭ ଆସନ ପାଇବା ସତ୍ତ୍ବେ ସରକାର ଗଠନ କରିପାରି ନଥିବା କଂଗ୍ରେସ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ଏକଜିଟ୍‌ ପୋଲ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜଣେ ପ୍ରାର୍ଥୀଙ୍କ ଜନ୍ମଦିନ ଆଳରେ କଂଗ୍ରେସ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ହୋଟେଲରେ ବନ୍ଦ କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଏହି ଖବରକୁ ଖଣ୍ଡନ କରିଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଜଣେ ନେତାଙ୍କ ଜନ୍ମଦିନ। ସେ ହୋଟେଲରେ ଜନ୍ମଦିନ ପାଳନ କରୁଥିବାରୁ ସମସ୍ତ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବିଧାୟକଙ୍କୁ ହୋଟେଲରେ ବନ୍ଦ କରିବାର କୌଣସି କାରଣ ନାହିଁ। ପୂର୍ବଥର ଭଳି ଚଳିତ ଥର କିଛି ଘଟିବ ନାହିଁ।
ସମସ୍ତ ପ୍ରାର୍ଥୀ ଜିତିବେ। ଚଳିତ ଥର କେହି ବିଧାୟକଙ୍କୁ ଲୋଭ ଦେଖାଇ ନେଇପାରିବେ ନାହିଁ। ଗୁରୁବାର ବିଜୟୀ ହେବାପରେ ସମସ୍ତ ବିଧାୟକ ନିଜ ନେତା ନିର୍ଦ୍ଧାରଣ କରିବେ ଏବଂ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ସୋମବାର ଆସିଥିବା ଏକଜିଟ ପୋଲରେ ଗୋଆରେ ଝୁଲା ସରକାର ଗଠନର ଆଶଙ୍କା କରାଯାଇଛି। କୌଣସି ଦଳକୁ ବହୁମତ ମିଳୁଥିବା ଦେଖାଯାଉ ନାହିଁ। ଏହାକୁ ନେଇ ଗୋଆରେ ରାଜନୀତି ଜୋର ଧରିଛି। ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କୁ ସଂଗଠିତ କରୁଛନ୍ତି। ସୂଚନା ଅନୁଯାୟୀ  ଉତ୍ତର ଏବଂ ଦକ୍ଷିଣ ଗୋଆ ପ୍ରାର୍ଥୀଙ୍କୁ ସେହି ଅଞ୍ଚଳର ହୋଟେଲକୁ ନିଆଯାଇଛି। ପି.ଚିଦାମ୍ବରମ, ଏଆଇସିସି ଗୋଆ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ, ବିରୋଧୀ ଦେଳନେତା ଦିଗମ୍ବର କାମତ ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋଡନକ ଏହି ମୋର୍ଚ୍ଚା ସମ୍ଭାଳିଛନ୍ତି।
ସେମାନେ ବିଧାୟକଙ୍କ ସହ ଅଛନ୍ତି। ଗୁରୁବାର ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ପ୍ରାର୍ଥୀ ହୋଟେଲରେ ରହିବେ। ଏ ନେଇ ଗୋଆ ପ୍ରଭାରୀ କହିଛନ୍ତି ଯେ ବିଧାୟକ ପ୍ରାର୍ଥୀମାନେ ସମସ୍ତେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କୁଆଡ଼େ ଯିବେ ନାହିଁ। ଗୋଆରେ ମେଣ୍ଟ ସରକାର ଗଠନ ସମ୍ଭାବନା ଥିବାରୁ କଂଗ୍ରେସ ହାଇକମାଣ୍ଡ ଚିଦାମ୍ବରମ ଏବଂ ଡିକେ ଶିବକୁମାରଙ୍କୁ ଛୋଟ ଛୋଟ ଦଳ ଗୁଡ଼ିକ ସହ ବୁଝାମଣା କରିବାର ଦାୟିତ୍ବ ଦେଇଛନ୍ତି। ଚଳିତ ଥର କଂଗ୍ରେସ ସରକାର ଗଠନର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ମାର୍ଚ୍ଚ ୫ରେ ଏହି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ପରବର୍ତ୍ତୀ ରଣନୀତି ବିଷୟରେ ସୂଚନା ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସୋମବାର ହାଇକମାଣ୍ଡ ଦିଲ୍ଲୀ ତଲବ କରିଛନ୍ତି।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା ପ୍ରକାଶ କରିଛନ୍ତି। ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅମିତ ପାଲେକର କହିଛନ୍ତି ଯେ ଦୁଇ-ତିନି ଦିନ ହେଲା ବିଜେପି ଜୋରସୋରରେ ଚର୍ଚ୍ଚା ଜାରି ରଖିଛି। ଏହି ଦଳ ଏମଜିପି ସହ ମେଣ୍ଟ କରିବ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ସେମାନେ ୨୨ ଆସନ ଆଣିବାକୁ ଦାବି କରୁଥିଲେ ଏବଂ ଏବେ ମେଣ୍ଟ ପାଇଁ ଲାଗିଛନ୍ତି। ସୂଚନା ଅନୁଯାୟୀ ଏବେ ବିଜେପି ସ୍ବାଧୀନ ପ୍ରାର୍ଥଙ୍କ ସହ ସମ୍ପର୍କ କରୁଛି। ଆବଶ୍ୟକ ପଡିଲେ ସେମାନଙ୍କ ସହ ଚୁକ୍ତି କରାଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର, ଉତ୍ପଳ ପାରିକରଙ୍କ ସମେତ ୩ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ରହିଛି।
ବିଜେପି ଏମାନଙ୍କୁ ଦଳରେ ସାମିଲ କରି ସରକାର ଗଠନ କରିପାରେ ଏବଂ ମନ୍ତ୍ରୀପଦ ଦେଇପାରେ। ଗୋଆ ମୁଖ୍ୟମନ୍ତ୍ରୀ ସୋମବାରଠାରୁ ଦିଲ୍ଲୀରେ ଅଛନ୍ତି। ସେ ସରକାର ଗଠନ ନେଇ ଶୀର୍ଷ ନେତୃତ୍ବଙ୍କ ସହ ଚର୍ଚ୍ଚା କରୁଛନ୍ତି। ବୁଧବାର ସେ ଏବଂ ଦେବେନ୍ଦ୍ର ଫଡନାଭିସ ଗୋଆ ପହଞ୍ଚିପାରନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ବିେଜପି କେବଳ ୧୩ଟି ଆସନ ଜିତିଥିଲା। କିନ୍ତୁ ଅମିତ ଶାହା ଏବଂ ନୀତୀନ ଗଡକରୀ ଗୋଆ ପହଞ୍ଚି ରାତାରାତି ବିଜେପି ସରକାର ଗଠନ କରିଦେଇଥିଲେ।
ଗୋଆ ପାଇଁ ଆପର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା
ଗୋଆ: ଗୋଆ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ତା’ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଗୋଆରେ ଅମିତ ପାଲେକର ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ଅମିତ ପାଲେକର ଭଣ୍ଡାରୀ ସମ୍ପ୍ରଦାୟରୁ ଆସିଛନ୍ତି। ତାଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ,  ଏପରି ବ୍ୟକ୍ତିଙ୍କୁ ଆମେ ମୁଖ୍ଯମନ୍ତ୍ରୀ ପ୍ରର୍ଥୀ ଚୟନ କରିଛୁ ଯାହାଙ୍କ ହୃଦୟରେ ଗୋଆ ରହିଛି। ସେ ଗୋଆର ସମସ୍ତ ଲୋକଙ୍କୁ ସାଙ୍ଗରେ ନେଇକିଯିବେ।  ସେ କୌଣସି ଧର୍ମ କିମ୍ବା ଜାତି ହୁଅନ୍ତୁ। ଯାହାକୁ ଆମେ ଗୋଆର ମୁଖ୍ୟମନ୍ତ୍ରୀଙ୍କ ଚେହେରା କରିବୁ, ସେ ସଚ୍ଚୋଟ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଆର ଭଣ୍ଡାରୀ ସମାଜର ମନରେ ଅନ୍ୟାୟ ଅନୁଭବ ହେଉଛି। ଗତ ଷାଠିଏ ବର୍ଷ ମଧ୍ୟରେ ଏହି ସମାଜରୁ କେବଳ ଥରେ ଅଢେଇ ବର୍ଷ ପାଇଁ ଜଣେ ମୁଖ୍ଯମନ୍ତ୍ରୀ ହୋଇଥିଲେ।
ଗୋଆ ପାଇଁ ଆପ ପକ୍ଷରୁ ଅନେକ ପ୍ରତିଶୃତି ଦିଆଯାଇଛି।  ମାଗଣା ବିଦ୍ୟୁତ୍ ଓ ଜଳ ଯୋଗାଇବା ସହିତ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ  ୧୩ ପଏଣ୍ଟ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବାଣିଜ୍ୟ, ନିଯୁକ୍ତି, ଖଣି ଏବଂ ଭିତ୍ତିଭୂମି ବିକାଶ ଅନ୍ତର୍ଭୁକ୍ତ। ଏହାର ନିର୍ବାଚନ ଏଜେଣ୍ଡାରେ ଆପ ରାଜ୍ୟବାସୀଙ୍କୁ ମାସକୁ ୩୦୦୦ ଟଙ୍କା ବେକାରୀ ଭତ୍ତା ପ୍ରତିଶୃତି ଦେଇଛି।
ଆମ୍ ଆଦମୀ ପାର୍ଟି ହେଉଛି ସ୍ୱାଧୀନ ଭାରତର ସବୁଠାରୁ ସଚ୍ଚୋଟ ଦଳ- କେଜ୍ରିୱାଲ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଗୋଆ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛି।  ଗୋଆ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛି। ନିର୍ବାଚନ ପ୍ରଚାର ପାଇଁ ଆଜି ଗୋଆରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ଗୋଆରେ ତାଙ୍କ ସରକାର ଗଠନ ହୁଏ, ତେବେ ସେ ପ୍ରତ୍ୟେକ ଯୁବକଙ୍କୁ ରୋଜଗାର ଦେବେ। ଯଦି ସେମାନେ କାହାକୁ ରୋଜଗାର ଯୋଗାଇବାରେ ଅସମର୍ଥ ହେବେ ତେବେ ସେମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା ବେରୋଜଗାର ଭତ୍ତା ଦିଆଯିବ। ଏହା ବ୍ୟତୀତ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଦିଆଯିବ। ଆମ୍ ଆଦମୀ ପାର୍ଟି ହେଉଛି ସ୍ୱାଧୀନ ଭାରତର ସବୁଠାରୁ ସଚ୍ଚୋଟ ଦଳ। ପିଏମ ମୋଦୀ ନିଜେ ଆମକୁ ଏହି ସଚ୍ଚୋଟତାର ପ୍ରମାଣପତ୍ର ଦେଇଛନ୍ତି। ପିଏମ ମୋଦୀ ଆମ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଆମର ୨୧ ଜଣ ବିଧାୟକଙ୍କୁ ଗିରଫ କରାଯାଇଥିଲା ଏବଂ ୪୦୦ଟି ଫାଇଲ ଯାଞ୍ଚ କରାଯାଇଥିଲା କିନ୍ତୁ ଆମ ବିରୁଦ୍ଧରେ କିଛି ଦୁର୍ନୀତିର ପ୍ରମାଣ ମିଳି ନ ଥିଲା। ଆମେ ଦୁର୍ନୀତି କରୁନାହୁଁ। ଯଦି ଗୋଆରେ ସରକାର ଗଠନ ହୁଏ, ତେବେ ଆମେ ଅନେକ ସଚ୍ଚୋଟତାର ସହିତ ସରକାର ଚଳାଇବୁ ବୋଲି କେଜ୍ରିୱାଲ କହିଛନ୍ତି।।
To fulfill the dream of every Goan, AAP is ready with the vision plan for the progress of Goa | Press Conference | LIVE https://t.co/sO1Y7wbngd
— Arvind Kejriwal (@ArvindKejriwal) January 16, 2022
-ସମସ୍ତଙ୍କୁ ୨୪ଘଣ୍ଟା ପାଇଁ ମାଗଣା ବିଦ୍ୟୁତ୍ ଏବଂ ଜଳ ଯୋଗାଇ ଦିଆଯିବ ।
-ଯୁବକମାନଙ୍କୁ ୩ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କରାଯିବ।
-ମହିଳାମାନଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଭତ୍ତା ଦିଆଯିବ ।
-ପ୍ରତ୍ୟେକ ଗ୍ରାମ ଓ  କଲୋନୀରେ ଡାକ୍ତରଖାନା ଏବଂ ମୋହାଲା କ୍ଲିନିକ୍ ଖୋଲାଯିବ।
-ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।
-ଚାଷୀଙ୍କ ସହ କଥା ହେବା ପରେ ସେମାନଙ୍କର ସମସ୍ୟାର ସମାଧାନ ହେବ।
-ବାଣିଜ୍ୟ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବ।
କେଜ୍ରିୱାଲ ଆହୁରି ମଧ୍ଯ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଗୋଟିିଏ ପାର୍ଟିରେ ପରିଣତ ହୋଇଯାଇଛନ୍ତି। କଂଗ୍ରେସର ସମସ୍ତ ଲୋକ ଦଳ ଛାଡି ବିଜେପିରେ ଯାଗ ଦେଇଛନ୍ତି। ଲୋକେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେମାନ ପାଖରେ ବକଳ୍ପ ନ ଥିଲା । ଆପ ପାର୍ଟି ବିକଳ୍ପ ଭାବେ ଉଭା ହୋଇଛି। ଲୋକେ ନିଶ୍ଚିତ ସମର୍ଥନ ଦେବେ ବୋଲି ସେ କହିଛନ୍ତି।
ମୋବାଇଲ ଆପ୍ ର ଭୁଲ୍ ଶିକାର ହୋଇ ମୁମ୍ବାଇରୁ ଗୋଆ ପହଁଚିଲା ୧୩ ବର୍ଷର ନାବାଳକ
ମହାରାଷ୍ଟ୍ର : ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଜଣେ ୧୩ ବର୍ଷର ବାଳକ ନିଜ ଘର ମୁମ୍ବାଇରୁ ଲୁଚି ପଳାଇ ଗୋଆରେ ପହଁଞ୍ଚିଥିଲା । ଠାଣେ ଜିଲ୍ଲାର ବଦଲାପୁରରେ ରହୁଥିବା ୧୩ ବର୍ଷର ଏହି ବାଳକ ମୋବାଇଲ ଆପର ଭୁଲ୍ ଶିକାର ହୋଇ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି । ସେ ଅନ୍ୟ କୈାଣସି କାରଣରୁ ଘରୁ ବାହାରିଥିବା ବେଳେ ଏହି ମୋବାଇଲ ଆପ ଯୋଗୁଁ ଗୋଆ ପହଁଞ୍ଚିଥିବା ଜଣାପଡ଼ିଛି ।
ବଦଲାପୁର ଥାନାରେ ମାମଲା ରୁଜ୍ଜୁ ହେବା ପରେ ସାଇବର ସେଲର ସହଯୋଗରେ ପୋଲିସର ବିଶେଷ ଟିମ୍ ବାଳକଟିକୁ ସୁରକ୍ଷିତ ଭାବେ ତା’ ପରିବାର ନିକଟରେ ପହଁଞ୍ଚାଇଥିଲା । ଏହି ସବୁ ଘଟଣାରୁ ଏହା ଜଣାପଡ଼ୁଛି ଯେ ପ୍ରତ୍ୟେକ ମୋବାଇଲ ଆପ୍ ଉପକାରରେ ଆସୁ ନ ଥିବା ବେଳେ ଅନେକ ଆପ୍ ନାବାଳକମାନଙ୍କୁ କ୍ଷତି ପହଁଞ୍ଚାଇବା ସହ ଜୀବନ ପ୍ରତି ବିପଦ ସୃଷ୍ଚି କରେ । ବଦଲାପୁରର ଏହି ୧୩ ବର୍ଷର ବାଳକ ୩୧ ଅକ୍ଟୋବର ଦିନ ‘ଡିସ୍କାର୍ଡ’ ଆପର ଏକ ଗ୍ରୁପ୍ ଚର୍ଚ୍ଚାର ଶିକାର ହେବାରୁ ଏହି ଆପ୍ ତାକୁ ଗୋଆ ଯିବାକୁ ପ୍ରେରିତ କରିଥିଲା ।
ଗୋଆ ଯିବା ପୂର୍ବରୁ ସେ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲା । ମାତ୍ର ଏତେ କମ୍ ବୟସ ପିଲା ସମସ୍ତଙ୍କ ସାଙ୍ଗେ ଥଟ୍ଟାମଜା କରୁଛି ବୋଲି ପରିବାର ସଦସ୍ୟ ଭାବିଥିଲେ । ତେଣୁ ସେମାନେ ପିଲାଟିର କଥାକୁ ଏତେ ଗୁରୁତ୍ୱ ଦେଇନଥିଲେ । ପରେ ଯେତେବେଳେ ବିଳମ୍ବ ରାତି ଯାଏ ସେ ଆସିନଥିଲା ସେତେବେଳେ ପରିବାର ଲୋକେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ପୋଲିସ ତଦନ୍ତ ବେଳେ ଅନଲାଇନ ଆପ୍ ‘ଡିସ୍କାର୍ଡ’ କଥା ଜାଣିବାକୁ ପାଇଥିଲା । ପୋଲିସ ଟିମ୍ ଖୋଜାଖୋଜି କରି ପିଲାକୁ ଗୋଆର କଲଂଗୁଟଠାରେ ପାଇଥିଲେ ।
ଗୋଆ ପୋଲିସ କାରଣରୁ ପିଲାଟିକୁ ଖୋଜି ପାଇବା ସହଜ ହୋଇଥିଲା । କାରଣ ଗୋଆ ପୋଲିସ ପିଲାଟିର ଠିକଣା ପାଇପାରିଥିଲା । ଗୋଆ ପୋଲିସ ପିଲାଟିକୁ ପାଇବା ପରେ ସୁରକ୍ଷିତ ଭାବେ ମୁମ୍ବାଇ ଠାଣେକୁ ପଠାଇଥିଲା । ମୋବାଇଲରେ ଏହିଭଳି ଆପର ଶିକାର ନ ହେବା ପାଇଁ ୧୩ ବର୍ଷର ବାଳକ ସମସ୍ତଙ୍କୁ ନିବେଦନ କରିବା ସହ ଯଦି କେହି ଏଭଳି ଆପର ଶିକାର ହୁଅନ୍ତି ତେବେ ପୋଲିସର ନିଶ୍ଚୟ ସହାୟତା ନିଅନ୍ତୁ ବୋଲି କହିଛି ।
ଗୋଆର ଏକ ସରକାରୀ ହସ୍ପିଟାଲରେ ଆଖିବୁଜିଲେ ୨୬ କରୋନା ରୋଗୀ
ଗୋଆର ଏକ ସରକାରୀ ହସ୍ପିଟାଲରେ ମଙ୍ଗଳବାର ସକାଳେ ୨୬ କରୋନା ରୋଗୀଙ୍କ ମୃତ୍ୟୁ ମାମଲା ସାମନାକୁ ଆସିଛି । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀ ହଠାତ୍‌ ପ୍ରାଣ ହରାଇଛନ୍ତି। ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୬ ଜଣଙ୍କ ମୃତ୍ୟୁ ରାତି ୨ରୁ ସକାଳ ୬ଟା ମଧ୍ୟରେ ହୋଇଛି । ତେବେ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ହେଲା ଜଣାପଡ଼ିନାହିଁ ? ଭୋର୍ ସମୟରେ ହୋଇଥିବା ଏହି ମୃତ୍ୟୁକୁ ନେଇ ହାଇକୋର୍ଟ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।
ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ମେଡିକାଲ ଅକ୍ସିଜେନର ଉପଲବ୍ଧି ଓ ହସ୍ପିଟାଲକୁ ସପ୍ଲାଏ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ, ରାଜ୍ୟରେ ଅକ୍ସିଜେନର ଅଭାବ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ର ପ୍ରମୋଦ ସାୱନ୍ତ ପିପିଇ କିଟ୍ ପିନ୍ଧି ମେଡିକାଲରେ କୋଭିଡ୍ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭେଟିଥିଲେ ।