Odisha judiciary directive - The Sakala

ମିଶନ ଶକ୍ତି ପୁନର୍ଗଠନର ଦୁଇ ନିୟମ ଉପରେ ହାଇକୋର୍ଟ ଜାରିକଲେ ରହିତାଦେଶ
ଭୁବନେଶ୍ୱର : ମିଶନ ଶକ୍ତିର ରାଜନୀତିକରଣ ଓ ଶାସକ ଦଳର ସମର୍ଥକ ମହିଳାଙ୍କୁ ମିଶନ ଶକ୍ତିରେ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲାଗିଛି ଜୋର ଝଟ୍‌କା। ଓଡ଼ିଶା ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ଦୁଇଟି ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି। ଯେଉଁମାନେ ୨ ଥର ଅର୍ଥାତ୍‌ ୪ ବର୍ଷ ପାଇଁ ବିଭିନ୍ନ ପଦପଦବୀରେ କାମ କରିଛନ୍ତି, ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଉପରେ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଅଙ୍କୁଶ ଲଗାଇଛନ୍ତି।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମିଶନ ଶକ୍ତିରେ ଶାସକ ଦଳର ସଦସ୍ୟାଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ଗତ ଜାନୁଆରୀ ୨୨ ତାରିଖରେ ମିଶନ ଶକ୍ତି ପୁନର୍ଗଠନ ସକାଶେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏକ ମାର୍ଗଦର୍ଶିକା ପ୍ରେରଣ କରିଥିଲେ। ତେବେ ମାର୍ଗଦର୍ଶିକାର ଧାରା ୫.୧୦ ଏବଂ ୫.୧୧ କୁ ନେଇ ମିଶନ ଶକ୍ତି ନିର୍ବାହୀ ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଦୁଇଥର ଅର୍ଥାତ୍‌ ୪ ବର୍ଷ ପାଇଁ ମିଶନ ଶକ୍ତିରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିବା ମହିଳାଙ୍କୁ ଆଉ ସୁଯୋଗ ମିଶିବ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲା ଓ କାର୍ଯ୍ୟନିର୍ବାହୀ କମିଟି(ଇସି)ରେ ଗୋଟିଏ ପରିବାରରୁ ମାତ୍ର ଜଣେ ସଦସ୍ୟ ସଦସ୍ୟା ହୋଇପାରିବେ ବୋଲି ନିୟମ ପ୍ରସ୍ତୁତ କରାଯାଇଥିଲା ଏପରିକି ଉକ୍ତ ସଦସ୍ୟାଙ୍କର ନିକଟ କିମ୍ବା ଦୂର ସମ୍ପର୍କୀୟ ମଧ୍ୟ ନିର୍ବାହୀ କମିଟି ସଦସ୍ୟ ହୋଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

ଯାହାଫଳରେ ରାଜ୍ୟରେ ଇସି ମେମ୍ବର ଭାବେ କାର୍ଯ୍ୟ କରୁଥିବା ହଜାର ହଜାର ମହିଳା ନିଜର କର୍ମସଂସ୍ଥାନ ହରାଇଥିଲେ। ସ୍ୱଳ୍ପ ଦରମାରେ ରାଜ୍ୟରେ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚାଇବା ସହ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ଇସି ମେମ୍ବରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମାତ୍ର ସେମାନଙ୍କୁ ରାତି ଅଧିଆ ଛଟେଇ କରିବାକୁ ନେଇ ସେମାନେ ତାତିଥିଲେ। ଗତ ବଜେଟ ଅଧିବେଶନ ବେଳେ ସେମାନେ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପୁନର୍ଗଠନ ଅଳରେ କାର୍ଯ୍ୟରତ ସଭାପତି ଓ ସମ୍ପାଦକମାନଙ୍କୁ ବାହାର କରି ନିଜ ସମର୍ଥକଙ୍କୁ ବିଜେପି ଏଥିରେ ଭର୍ତ୍ତି କରିବାକୁ ଚାହୁଁଛି ବୋଲି ସିଧାସିଧା ସେମାନେ ଅଭିଯୋଗ ଆଣିଥିଲେ।

ଏପରିକି ପ୍ରମୁଖ ବିରୋଧୀ ଦଳ ବିଜେଡି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ କରିବା ସହ ତୁରନ୍ତ ଏପରି ନିୟମକୁ ବାତିଲ୍‌ କରିବାକୁ ଦାବି କରିଥିଲା। ମହିଳା ମାନଙ୍କ ଭୋଟରେ ସରକାରକୁ ଆସିଥିବା ବିଜେପି ମହିଳାମାନଙ୍କ ସହ ପ୍ରତାରଣା କରିଛନ୍ତି। ଇସି ମେମ୍ବରମାନେ ମିଶନ ଶକ୍ତିକୁ ତିଆରି କରିଛନ୍ତି। ସେମାନେ ହିଁ ମିଶନ ଶକ୍ତିର ମେରୁଦଣ୍ଡ। ସେମାନଙ୍କ ପରିଚାଳନାରେ ଆଜି ରାଜ୍ୟରେ ଜୀବିକା ମିଶନ ଚାଲୁଛି। ପୁନର୍ଗଠନ ନାମରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ବିଜେପି ଯେଉଁ ରାଜନୀତି କରିବାକୁ ଚାହୁଁଛି ତାହାକୁ ବିଜେଡି ବିରୋଧ କରିଥିଲା। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରିବାରୁ କିଛି ମହିଳା ସଦସ୍ୟା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ବିଚାର କରି ଏହା ଉପରେ ଅଙ୍କୁଶ ଜାରି କରିଛନ୍ତି।