Telengana - The Sakala

ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି
ତେଲେଙ୍ଗାନା: ତେଲେଙ୍ଗାନାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଶୁକ୍ରବାର ଦିନ ରାଜ୍ୟରେ ମୋଟ ୪୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (PLGA) ବାଟାଲିୟନ୍ ନମ୍ବର ୧ ର ଶେଷ କମାଣ୍ଡର ସୋଡି କେଶାଲୁ ଓରଫ୍ ସୋଡି କେଶା ସାମିଲ ଅଛନ୍ତି। ଏହା ଫଳରେ ତେଲେଙ୍ଗାନା ରାଜ୍ୟ କମିଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ବୋଲି ପୋଲିସ ପ୍ରକାଶ କରିଛି।

୪୭ ବର୍ଷୀୟ ସୋଡି କେଶାଲୁ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଏଣ୍ଟାପାଡ ଗାଁର ବାସିନ୍ଦା। ବରିଷ୍ଠ ନେତା ବାଡିସେ ଦେବାଙ୍କ ପରେ ସେ ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସକ୍ରିୟ ଥିବା ଦ୍ୱିତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଓବାଦୀ କମାଣ୍ଡର ଥିଲେ। ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ମୁଣ୍ଡ ଉପରେ ପ୍ରାୟ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ୧୯୯୫ ମସିହାରେ ବାଲାଲା ସଂଘମ ମାଧ୍ୟମରେ ମାଓବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପରେ ୨୦୨୧ ରେ PLGA ବାଟାଲିୟନରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଆରମ୍ଭରେ ବାଡିସେ ଦେବାଙ୍କ ଆତ୍ମସମର୍ପଣ ପରେ ସେ ଏହି ବାଟାଲିୟନର ମୁଖ୍ୟ ଦାୟିତ୍ୱ ନେଇଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିପୁଳ ପରିମାଣର ମାରଣାସ୍ତ୍ର ପୋଲିସକୁ ପ୍ରଦାନ କରିଛନ୍ତି। ସେମାନେ ମୋଟ ୩୬ଟି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ୫ଟି ଏକେ ସିରିଜ୍ ରାଇଫଲ, ୪ଟି ଏସଏଲଆର (SLR), ୩ଟି ଇନ୍ସାସ୍ (INSAS) ରାଇଫଲ, ଏବଂ ୬ଟି ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର ରହିଛି। ଏହା ବ୍ୟତୀତ ସେମାନେ ୮୦୦ ଗ୍ରାମ୍ ସୁନା (୧୦୦ ଗ୍ରାମର ୮ଟି ବିସ୍କୁଟ୍) ମଧ୍ୟ ହସ୍ତାନ୍ତର କରିଛନ୍ତି। ଏହା ମାଓବାଦୀଙ୍କ ଜରୁରୀକାଳୀନ ପାଣ୍ଠି ଏବଂ ଅପରେସନାଲ ରିଜର୍ଭ ବୋଲି ଅନୁମାନ କରାଯାଉଛି।

ଏହି ଆତ୍ମସମର୍ପଣ ପ୍ରକ୍ରିୟାରେ ବରିଷ୍ଠ ଡିଭିଜନାଲ୍ କମିଟି ସଦସ୍ୟ, ଏରିଆ କମିଟି ନେତା, ପ୍ଲାଟୁନ୍ କମାଣ୍ଡର ଏବଂ କ୍ୟାଡରମାନେ ମଧ୍ୟ ସାମିଲ ଅଛନ୍ତି। ଏଥିରେ ମାଡାଭି ମାଡା ଓରଫ ରବୀନ୍ଦ୍ର, ପୁନେମ୍ ସୁକ୍କୁ, ହେମଲା ଲାଚି ଓରଫ ଶୀଲା ଏବଂ ସୋଡି ଭୀମା ଓରଫ ରଞ୍ଜିତ ଭଳି ପ୍ରମୁଖ ନେତା ଅନ୍ତର୍ଭୁକ୍ତ। ଏହା ସହିତ ଏକାଦଶ ବାଟାଲିୟନ୍ ସହିତ ଜଡିତ ଜଣେ ତାଲିମପ୍ରାପ୍ତ ମାଓବାଦୀ ଡାକ୍ତର ମଧ୍ୟ ଆତ୍ମସମର୍ପଣ କରିଛନ୍ତି, ଯାହା ମାଓବାଦୀଙ୍କ ମେଡିକାଲ୍ ଏବଂ ଲଜିଷ୍ଟିକ୍ ନେଟୱାର୍କର ପତନକୁ ସୂଚାଉଛି।

ଚଳିତ ବର୍ଷ ତେଲେଙ୍ଗାନାରେ ଏକାଧିକ ହାଇ-ପ୍ରୋଫାଇଲ୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଜାନୁଆରୀ ୨ ରେ ବାଡିସେ ଦେବା ତାଙ୍କର ୧୧ ଜଣ ସାଥୀଙ୍କ ସହ, ଫେବୃଆରୀ ୨୨ ରେ ବରିଷ୍ଠ ନେତା ଥିପ୍ପିରି ତିରୁପତି ୨୦ ଜଣ କ୍ୟାଡରଙ୍କ ସହ ଏବଂ ମାର୍ଚ୍ଚ ୭ ତାରିଖରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଉପସ୍ଥିତିରେ ୧୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାକ୍ରମେ ତେଲେଙ୍ଗାନା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସଂଗଠିତ ସାମରିକ ବାହିନୀ ଭାବରେ ସକ୍ରିୟ ଥିବା ମାଓବାଦୀ ସଙ୍ଗଠନକୁ ଏକ ଶକ୍ତ ଧକ୍କା ଲାଗିଛି।

ସୀମାନ୍ତରେ ଦୁଇ କୁଖ୍ୟାତ ମାଓନେତାଙ୍କ ଆତ୍ମସମର୍ପଣ, ଉଭୟଙ୍କ ନାଁରେ ଥିଲା ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର
ମାଲକାନଗିରି: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନା ପୋଲିସ ନିକଟରେ ମାଓ ସଂଗଠନର ଦୁଇ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିତଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଆଜି ତେଲେଙ୍ଗନାରେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଏବଂ ଷ୍ଟେଟ କମିଟି ମେମ୍ବର ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ସିସି ମେମ୍ବର ପୁଲୁରି ପ୍ରସାଦ ଗତ ୪୫ ବର୍ଷ ଧରି ମାଓ ସଙ୍ଗଠନ ସହ ଜଡିତ ଥିବା ବେଳେ ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା। ସେହିପରି ବି.ପ୍ରକାଶ ମଧ୍ୟ ପ୍ରାୟ ୪୦ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲା। ଉଭୟ ମାଓନେତାଙ୍କ ନାମରେ ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ରାଶି ରହିଥିଲା । ତେବେ ଏହି ଦୁଇ କୁଖ୍ୟାତ ମାଓ ନେତାଙ୍କର ଆତ୍ମସମର୍ପଣ ପୋଲିସ ପାଇଁ ଏକ ବଡ ସଫଳତା କୁହାଯାଉଛି। ହିଂସାର ପଥ ଛାଡି ଏମାନେ ସାଧାରଣ ଜୀବନଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

ତେଲେଙ୍ଗାନାର ଏତୁରଙ୍ଗାରମ ଜଙ୍ଗଲରେ ପୁଲିସ ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ
ତେଲେଙ୍ଗାନା: ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ପୁଲିସ ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ଏ ନେଇ ମୁଲୁଗୁ ଏସ୍‌ପି ଡକ୍ଟର ସବାରିଶ ସୂଚନା ଦେଇଛନ୍ତି। ଏବେ ବି ଜଙ୍ଗଲରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏତୁରଙ୍ଗାରମ ଜଙ୍ଗଲରେ ମାଓବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ଖବର ପାଇବା ପରେ ତେଲେଙ୍ଗାନା ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୭ଜଣ ମାଓବାଦୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ ।

ଇସ୍ତଫା ଦେଲେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍, ଲଢ଼ିପାରନ୍ତି ନିର୍ବାଚନ
ତେଲଙ୍ଗାନା: ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ । ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବାବେଳେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ରେ ସେ ତେଲଙ୍ଗାନାର ଦ୍ବିତୀୟ ରାଜ୍ଯପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେଲଙ୍ଗାନାର ରାଜ୍ଯପାଳ ସହ ସେ ମଧ୍ଯ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। ସୌନ୍ଦରରାଜନ ବିଜେପି ଲୋକସଭା ନିର୍ବାଚନରୁ ଲଢିବା ନେଇ ଅନୁମାନ କରାଯାଉଛି। ପୁଡୁଚେରୀ ଲୋକଙ୍କ ସହ ତାଙ୍କର ଭଲ ସଂପର୍କ ଥିବାରୁ ସେଠାରେ ଲୋକସଭା ଆସନରୁ ସେ ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ତାମିଲନାଡୁ ଥୁଥୁକୁଡ଼ି ଲୋକସଭା ଆସନରୁ ମଧ୍ଯ ସେ ନିର୍ବାଚନ ଲଢିପାରନ୍ତି।

ସେ ଦିଲ୍ଲୀରେ ଇସ୍ତଫା ଦେବା ସହ ସୋମବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଇଛନ୍ତି। ଏକ ବିବୃତ୍ତିରେ ତେଲେଙ୍ଗାନା ରାଜ ଭବନ ପକ୍ଷରୁ କୁହାଯାଇଛି, “ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡକ୍ଟର ଶ୍ରୀମତୀ ତାମିଲାଇସାଇ ସୌନ୍ଦରାଜନ୍‌ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।’’

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କିଏ ଗଢ଼ିବ ସରକାର ? କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ ଗଣତି
ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା’ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ ହେବ । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ତେବେ ଏହି ୪ ରାଜ୍ୟରେ କେଉଁ ଦଳ ଗଢ଼ିବେ ସରକାର । ଆଉ ମାତ୍ର କିଛି ସମୟକୁ ଅପେକ୍ଷା । ଭୋଟ ଗଣତି ଆରମ୍ଭ ହେବା ସହ ଜଣାପଡ଼ିଯିବ କେଉଁ ଦଳକୁ ଭରସା କରିଛନ୍ତି ଜନତା । ଅଧିକାଂଶ ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି । ରାଜସ୍ଥାନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ବାଜିମାତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଆସନ, ଛତିଶଗଡରେ ୯୦, ତେଲେଙ୍ଗାନାରେ ୧୧୯ ଏବଂ ରାଜସ୍ଥାନରେ ୧୯୯ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜସ୍ଥାନର ଏକ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍‌ , କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।  ଡିସେମ୍ବର ୩ ତାରିଖ ରବିବାର ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ।

ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍‌ଜିଟ୍‌ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି। ତେବେ ଟିଭି ୯, ଜନ୍‌କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି।

ଛତିଶଗଡ଼ର ଏକଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ଲାଗି ଯୋଗ୍ୟ ହେବ। ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକି ରହିଛି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ସେହିଭଳି ‘ଏବିପି ନିଉଜ୍-ସି ଭୋଟର’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬-୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନଏକ୍ସ’ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ‘ଜନ୍ କି ବାତ୍’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ତେଲେଙ୍ଗାନାରେ ମଧ୍ୟ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ ଅନୁସାରେ ରାଜ୍ୟରେ କଂଗ୍ରେସ୍ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ତେବେ କଂଗ୍ରେସ ଟିକିଏ ଆଗୁଆ ଥିବା ସଂକେତ ମିଳୁଛି । ରାଜ୍ୟରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ ।

ଟୁଡେସ୍ ଚାଣକ୍ୟର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ । ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ। ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ। ଜନକି ବାତ୍ ରିପୋର୍ଟ ଅନୁସାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ ଓ ବିଆରଏସ ୪୦-୫୫ଟି ଆସନ ଓ ବିଜେପି ୭ରୁ ୧୩ଟି ଆସନ ଜିତିବ।

ଗାଡ଼ି ନୁହେଁ, ହେଲିକପ୍ଟରକୁ ମନ୍ଦିରରେ ପୂଜା କଲେ ବ୍ୟବସାୟୀ
ହିନ୍ଦୁ ଘରଗୁଡ଼ିକରେ ନୂଆ ଗାଡ଼ି କିଣା ହେଲେ ତାକୁ ନେଇ ମନ୍ଦିରରେ ପୂଜା କରିବା ବିଧି ରହିଛି। କିନ୍ତୁ ତେଲଙ୍ଗାନାର ଜଣେ ବ୍ୟବସାୟୀ ଏହି ପରମ୍ପରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତେଲଙ୍ଗାନାର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କମ୍ପାନି ପ୍ରତିମା ଗ୍ରୁପ୍‌ର ମାଲିକ ଶ୍ରୀନିବାସ ରାଓ ନିଜର ଏୟାର୍‌ବସ୍‌ ଏସିଏଚ୍‌-୧୩୫ ହେଲିକେପ୍ଟର୍‌କୁ ମନ୍ଦିରରେ ପୂଜା କରିଛନ୍ତି। ଏଥିପାଇଁ ତାଙ୍କୁ ଆକାଶମାର୍ଗରେ ପ୍ରାୟ ୧୦୦କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥିଲା। ହେଲିକପ୍ଟରଟିକୁ ପୂଜା କରିବା ପାଇଁ ହାଇଦ୍ରାବାଦ୍‌ଠାରୁ ୟଦାଦ୍ରିରେ ଥିବା ଶ୍ରୀଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଶ୍ରୀନିବାସ ଓ ତାଙ୍କ ପରିବାରର ସଦସ୍ୟ ମଧ୍ୟ ହେଲିକପ୍ଟରରେ ମନ୍ଦିରକୁ ଯାଇଥିଲେ। ମନ୍ଦିରର ୩ଜଣ ପୂଜାରୀ, ରୀତିନୀତି ଅନୁସାରେ ଏହି ବ୍ୟୋମଯାନର ପୂଜା କରିଥିଲେ। ଏହି ହେଲିକପ୍ଟରର ଦାମ୍‌ ୪୭ କୋଟି ଟଙ୍କା ବୋଲି ଜଣାପଡିଛି। ଏହି ହେଲିକପ୍ଟର ପୂଜାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ସେୟାର୍‌ ହୋଇଛି। ସୋସିଆଲ୍‌ ମିଡିଆ ୟୁଜର୍ସମାନେ ଏବେ ଏହାର ମଜା ନେଉଛନ୍ତି।

କାରରେ ବସିଥିବାବେଳେ କାର୍‌ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କ୍ରେନ ଦ୍ୱାରା ଉଠାଇନେଲା ପୁଲିସ
ହାଇଦ୍ରାବାଦ: କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାପରେ ଶର୍ମିଲାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।

ସୂଚନା ଅନୁସାରେ, କେ.ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଏକ ପଦଯାତ୍ରା ଆରମ୍ଭ କରିଥି‌ଲା। ଗତକାଲି ପଦଯାତ୍ରା ପରେ କରାଯାଉଥିବା ଏକ ସଭାରେ ଶାସକ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଏବଂ ୱାଇଏସଆର ତେଲେଙ୍ଗାନା ପାର୍ଟି କର୍ମୀମାନେ ୱାରଙ୍ଗଲରେ ମୁହାଁମୁହିଁ ହୋଇଥିଲେ। ଏହା ପରେ ଉଭୟ ଦଳର କର୍ମୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା ପୁଲିସ। ଏଥିରେ ଶର୍ମିଲା ମଧ୍ୟ ସାମିଲ ଥିଲେ।

ଆଜି ସକାଳେ ସେ ପୁଣିଥରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ମାତ୍ର ଶର୍ମିଲା ତାଙ୍କ କାରରେ ବସିବା ପରେ ପୋଲିସ ଏକ କ୍ରେନ୍ ନେଇ ଆସିଥିଲା ​​ଏବଂ ତାଙ୍କ କାରକୁ ଟାଣି ନେଇଥିଲା । ସେ କାର୍‌ ଭିତରେ ଥିଲେ ମଧ୍ୟ ପୁଲିସ୍‌ କ୍ରେନ ଦ୍ୱାରା ରାଜରାସ୍ତାରେ ଏହାକୁ ଘୋଷାଡ଼ି ନେଇ ଚାଲି ଯାଇଥିଲା। ଶରମିଲାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି। କ୍ରେନ ଲଗାଇ ପୁଲିସ୍‌ ତାଙ୍କ ଗାଡ଼ି ଆଗକୁ ନେଉଥିବା ବେଳେ ତାଙ୍କ ସମର୍ଥକମାନେ ପଛେପଛରେ ଦୌଡ଼ୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି।

ଦେବୀଙ୍କ ଗଳାରେ ଶୋଭାପାଉଛି ୪ କୋଟିର ଟଙ୍କା ମାଳ
ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରରେ ଦେବୀଙ୍କ ଗଳାରେ ଫୁଲ ମାଳ ପରିବର୍ତ୍ତେ ଶୋଭାପାଉଛି ଟଙ୍କା ମାଳ। ଆର୍ଯ୍ୟ ବ୍ୟାସ ସଂଘମ ନାମକ ଏକ ବ୍ୟବସାୟିକ ସଂଗଠନ ପକ୍ଷରୁ ଏହିଭଳି ଏକ ନିଆରା ମାଳ ଦେବୀଙ୍କୁ ଅର୍ପଣ କରାଯାଇଛି। ତେବେ ଦେବୀଙ୍କ ବେକରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୋଟର ହାର ନବରାତ୍ରିର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା । ଏହି ଦିନ ମନ୍ଦିରରେ ଦେବୀଙ୍କୁ ‘ମହାଲକ୍ଷ୍ମୀ’ଙ୍କ ଅବତାରରେ ପୂଜା କରାଯାଏ । କେବଳ ଦେବୀ ନୁହଁନ୍ତି, ପୂରା ମନ୍ଦିରକୁ ମଧ୍ୟ ଏହି ଅବସରରେ ଟଙ୍କାରେ ସୁନ୍ଦର ଭାବେ ସଜା ଯାଇଥିଲା। ଉକ୍ତ ଟଙ୍କା ମାଳରେ ୫୦୦, ୧୦୦ ଓ ୨୦ ଟଙ୍କିଆ ନୋଟ୍ ସାମିଲ ଥିଲା । ଅବଶ୍ୟ ଟଙ୍କା ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ସେହିଦିନ ରାତିରେ ଏ ସବୁ ଟଙ୍କା ଫେରସ୍ତ କରିଛନ୍ତି। ଉକ୍ତ ମନ୍ଦିରକୁ ପ୍ରଥମଥର ପାଇଁ ଟଙ୍କାରେ ସଜାଯାଇ ନାହିଁ, ବରଂ ଗତବର୍ଷ ୧.୧ କୋଟି ଟଙ୍କାରେ ମାଳ ତିଆରି କରାଯାଇ ଠାକୁରାଣୀ ଓ ମନ୍ଦିରକୁ ସଜାଯାଇଥିଲା। ଅବଶ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ଟଙ୍କାର ପରିମାଣ ବୃଦ୍ଧି ପାଇ ୪ କୋଟିରେ ପହଞ୍ଚିଛି ।

ଆରମ୍ଭ ହେଲା ‘ମେଡିସିନ୍ ଫ୍ରମ୍ ଦି ସ୍କାଏ’ ପ୍ରକଳ୍ପ, ଡ୍ରୋନ୍ ଦ୍ବାରା ହେବ ଔଷଧ ଓ ଟିକା ବିତରଣ
ହାଇଦ୍ରାବାଦ: ତେଲେଙ୍ଗାନାରେ ଶନିବାର ‘ମେଡିସିନ୍ ଫ୍ରମ୍ ଦି ସ୍କାଏ’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି । ସିନ୍ଧିଆ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ ଡ୍ରୋନ୍ ବ୍ୟବହାର କରି ଔଷଧ ଏବଂ ଟିକା ବିତରଣ କରାଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପାଇଲଟ ପ୍ରକଳ୍ପ ଭାବରେ ତେଲେଙ୍ଗାନାର ୧୬ଟି ଗ୍ରୀନ୍ ଜୋନ୍ ରେ ଏହା ଆରମ୍ଭ ହୋଇଛି। ପରେ ତଥ୍ୟ ଆଧାରରେ ଏହା ସମଗ୍ର ଦେଶରେ ଆରମ୍ଭ ହେବ |

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନାର ୧ ଟି ଗ୍ରୀନ୍ ଜୋନ୍ ରେ ‘ମେଡିସିନ୍ ଫ୍ରମ୍ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ ହୋଇଛି। ଏହାର ତଥ୍ୟ ତିନି ମାସ ପରେ ବିଶ୍ଳେଷଣ କରାଯିବ | ଏହା ପରେ ବିମାନ ଚଳାଚଳ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇଟି ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଦେଶ ପାଇଁ ଏକ ମଡେଲ ପ୍ରସ୍ତୁତ କରିବେ। ସେ କହିଛନ୍ତି ଯେ ଏକ ଇଣ୍ଟରାକ୍ଟିଭ୍ ଏରୋସ୍ପେସ୍ ମାନଚିତ୍ର ପ୍ରସ୍ତୁତ କରାଯାଉଛି। ଏହି ମାନଚିତ୍ର ଏବଂ ରାଜ୍ୟଗୁଡିକର ସହାୟତାରେ ବିଭିନ୍ନ ଜୋନ୍ ଚିହ୍ନଟ କରାଯାଉଛି |

ସୂଚନାଯୋଗ୍ୟ ଯେ ବିଶ୍ୱ ଅର୍ଥନୈତିକ ଫୋରମ୍, ନୀତି ଆୟୋଗ ଏବଂ ହେଲଥନେଟ୍ ଗ୍ଲୋବାଲ୍ ମାଧ୍ୟମରେ ତେଲେଙ୍ଗାନାରେ ‘ମେଡିସିନ୍ ଫ୍ରମ୍ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପରୀକ୍ଷା ମୂଳକ ଭାବରେ ଆରମ୍ଭ ହୋଇଛି | ଏହା ଅଧୀନରେ ବିକାରାବାଦ ଜିଲ୍ଲାର ଚିହ୍ନଟ ଆକାଶମାର୍ଗରେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଉଛି। ଏହି ଅବସରରେ ତେଲେଙ୍ଗାନାର ଆଇଟି ଏବଂ ଶିଳ୍ପ ମନ୍ତ୍ରୀ ରାମା ରାଓ ମଧ୍ୟ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ବିମାନ ଚଳାଚଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି କରିଛନ୍ତି।

ଆସନ୍ତା କାଲିଠାରୁ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କଲେ ତେଲେଙ୍ଗାନା ସରକାର
ତେଲେଙ୍ଗାନାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି । ତେବେ ଲକ୍‌ଡାଉନ୍‌ ସେତେ କଠୋର କରାଯାଇନଥିଲେ ବି ସକାଳ ୬ଟା ଠାରୁ ୧୦ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଚାଲୁ ରହିବ। ଆସନ୍ତାକାଲି ମାନେ ମେ ୧୨ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ ବୋଲି ତେଲେଙ୍ଗାନା ସରକାର କହିଛନ୍ତି।

ଘୋଷଣା ମୁତାବକ ଆସନ୍ତା କାଲି ସକାଳ ୬ ଟାରୁ ଏହି ଲକଡାଉନ୍ ଲାଗୁ କରାଯିବ । ଲକଡାଉନ୍ ସମୟରେ ପ୍ରତିଦିନ ସକାଳ ୧୦ ରୁ ରାତି ୧୦ ମଧ୍ୟରେ କେବଳ ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛି । ଏହାସହ ସକାଳ ୬ ରୁ ସକାଳ ୧୦ ମଧ୍ୟରେ କିଛି ସେବାକୁ ଅନୁମତି ଦିଆଯାଇଛି ।

ଏହା ପୂର୍ବରୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି , ଏଣୁ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ ବୋଲି ତେଲେଙ୍ଗାନା ମୁଖ୍ୟ ଶାସନସଚିବ କହିଥିଲେ। ହେଲେ କରୋନା ପରିଚଳନା ନେଇ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କୁ ସମାଲୋଚନା କରିବା ପରେ ରାଜ୍ୟରେ ୧୦ ଦିନ ପାଇଁ ଲକ୍‌ଡାଉନ୍ ଲଗାଇଛନ୍ତି ତେଲେଙ୍ଗାନା ସରକାର।