tauktae cyclone - The Sakala

ବାତ୍ୟା ତୌକତେ ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି !
ଗୁଜରାଟର ସୌରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁ ଦୁଇ ଦିନ ତାଣ୍ଡବ ରଚିଥିବା ସାମୁଦ୍ରିକ ଝଡ଼ ତୌକତେ ଏବେ ଦୁର୍ବଳ ହୋଇଗଲାଣି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ ଧ୍ୱଂସଲୀଳା ରଚିଥିଲା। ବାତ୍ୟା ଯୋଗୁ ଗୁଜରାଟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ୮ରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପଶ୍ଚିମ ଉପକୂଳରେ ବାରେଜ ବୁଡ଼ି ଯିବାରୁ ଏଯାଏ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ ଜଣଙ୍କ ପତ୍ତା ମିଳୁନି।

ସାମୁଦ୍ରିକ ଝଡ଼ ତୌକତେ କେବଳ ଜୀବନ ନେଇନାହିଁ, ବରଂ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ ନଷ୍ଟ କରିଛି। ବାତ୍ୟା ଯୋଗୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। କୃଷି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁଜରାଟ ଓ ଡିଉରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

ଉଭୟ ବିଦ୍ୟୁତ ଓ ଟେଲିକମ ସେକ୍ଟର ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁଜରାଟ ଓ ଡିଉ ବ୍ୟତୀତ କେରଳ, କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ତଉକତେର ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଛି ଛୀନଛତ୍ର ହୋଇଯାଇଛି ।

ତୌକତେ ଗୋଟିଏ ଭିନ୍ନ ଧରଣର ବାତ୍ୟା ଥିଲା ବୋଲି କହିଛନ୍ତି ଆରଏମଏସ୍‌ଆଇ ବରିଷ୍ଠ ଅଧିକାରୀ ପୁଷ୍ପେନ୍ଦ୍ର ଜୋହରି। କାରଣ ୱେଷ୍ଟର୍ଣ୍ଣ ଉପକୂଳର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଆରବ ସାଗରରେ ତାପମାତ୍ରା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଅଧିକ ରହୁଛି। ବାତ୍ୟା ଯୋଗୁ ମୋଟ ୧୫ ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ବେଳେ କେବଳ ଗୁଜରାଟ ଓ ଡିଉରେ ଏହା ୮ ହଜାର କୋଟି ରହିଛି।

ଅତି ଭୟଙ୍କର ରୂପ ନେଇ ଆଜି ଗୁଜରାଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ତୌକତେ
ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତୌକତେ ଯାଉଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ରାତି ୮ଟାରୁ ୧୧ଟା ଭିତରେ ଗୁଜରାଟ ଭାବନଗର ଜିଲ୍ଲା ଅନ୍ତର୍ଗତ ପୋରବନ୍ଦର-ମହୁଭା ନିକଟରେ ତୌକତେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିର ଓ କେତେକାଂଶରେ ବଢ଼ି ୧୮୫ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ଛୁଇଁବା ପରେ ଅତି ଭୟଙ୍କର ତାଣ୍ଡବ ରଚିବ ତୌକତେ । ଆସନ୍ତା ୬ ଘଣ୍ଟା ପାଇଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୮୦-୧୯୦ କିଲୋମିଟ ବେଗରେ ପବନ ବହିବ । ପବନର ବେଗ ବଢ଼ି ୨୧୦ବି ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ଟଉକଟାଏ’
୨୦୨୧ ର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଭାରତବାସୀ । ଚଳିତ ବର୍ଷ ର ପ୍ରଥମ ବାତ୍ୟା ର ନାମ ହେଉଛି ‘ଟଉକଟାଏ’ । ଉତ୍ତର ଭାରତରେ ହେବାକୁ ଥିବା ଏହି ବାତ୍ୟାର ନାମ ଦେଇଛି ମିଆଁମାର । ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯଦି ଅବପାତ ପରେ ବାତ୍ୟାର ରୂପ ନିଏ ତ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏହାବାଦ କେରଳ, ତାମିଲନାଡୁ ଓ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।