next Chief Justice of India - The Sakala

ଆଗାମୀ CJIଙ୍କ ପାଇଁ ଗଲା ପ୍ରସ୍ତାବ, ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ମୁଖ୍ୟ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକାର ନେତୃତ୍ୱ ନେବା ପାଇଁ ପରବର୍ତ୍ତୀ ସ୍ଥାନରେ ଅଛନ୍ତି। ତାଙ୍କ ନିଯୁକ୍ତି ପରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଏବଂ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୫ ମାସ ପାଇଁ ଏହି ପଦବୀରେ ରହିବେ।

୧୦ ଫେବୃଆରୀ ୧୯୬୨ରେ ହିସାର ଜିଲାର ପେଟୱାର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟକାନ୍ତ ତାଙ୍କ ଶୈଶବ ସାଧାରଣ ପରିସ୍ଥିତିରେ ବିତାଇଥିଲେ।
ସେ ଗାଁ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ୧୯୮୧ ମସିହାରେ ହିସାରର ସରକାରୀ ପିଜି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ତାଙ୍କର ଆଇନ (ଏଲଏଲ.ବି.) ସମାପ୍ତ କରିଥିଲେ। ସେହି ବର୍ଷ ସେ ହିସାରର ଜିଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ସେ ଚଣ୍ଡିଗଡ଼ର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ।

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର. ଗଭାଇ, ମେ ୧୪ରେ ନେବେ ଶପଥ
ନୂଆଦିଲ୍ଲୀ : ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବି.ଆର. ଗଭାଇଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି ।

ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ତଥା ଅଭିଜ୍ଞ ହେଉଛନ୍ତି ଜଷ୍ଟିସ୍ ବି.ଆର. ଗଭାଇ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମେ ୧୩ ତାରିଖରେ ଅବସର ନେବା ପରେ ଜଷ୍ଟିସ୍ ବି.ଆର. ଗଭାଇ ମେ ୧୪ ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ। ସେ ୨୦୨୫ ନଭେମ୍ବରରେ ଅବସର ନେବେ।

ମହାରାଷ୍ଟ୍ରର ଅମରାବତୀରୁ ଜନ୍ମଗ୍ରହଣ କରି, ଜଷ୍ଟିସ୍ ବି.ଆର. ଗଭାଇ ୧୯୮୫ ମସିହାରେ ବାର୍‌ରେ ଯୋଗ ଦେଇଥିଲେ । ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଏବଂ ମହାରାଷ୍ଟ୍ର ହାଇକୋର୍ଟର ବିଚାରପତି ବାରିଷ୍ଟର ରାଜା ଭୋଁସଲେଙ୍କ ସହିତ କାମ କରିଥିଲେ। ତା’ପରେ ସେ ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ସ୍ୱାଧୀନ ଭାବରେ ଅଭ୍ୟାସ କରିଥିଲେ। ଏହା ପରେ, ସେ ମୁଖ୍ୟତଃ ସାମ୍ବିଧାନିକ ଆଇନ ଏବଂ ପ୍ରଶାସନିକ ଆଇନ ସମ୍ବନ୍ଧୀୟ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଅଭ୍ୟାସ କରିଥିଲେ। ଅଗଷ୍ଟ ୧୯୯୨ ରେ ତାଙ୍କୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସହାୟକ ସରକାରୀ ଓକିଲ ଏବଂ ଅତିରିକ୍ତ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୦୦ ରେ ତାଙ୍କୁ ନାଗପୁର ବେଞ୍ଚ ପାଇଁ ସରକାରୀ ଓକିଲ ଏବଂ ପବ୍ଲିକ ପ୍ରସିକ୍ୟୁଟର ଭାବରେ ନିଯୁକ୍ତ ପାଇଥିଲେ।। ଜଷ୍ଟିସ୍ ଗଭାଇ ୨୦୦୩ ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ତାଙ୍କୁ ୨୦୧୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ। ସୁପ୍ରିମ କୋର୍ଟରେ ବିଚାରପତି ଭାବରେ, ଜଷ୍ଟିସ୍ ଗଭାଇ ଅନେକ ଐତିହାସିକ ନିଷ୍ପତ୍ତିର ଅଂଶ ହୋଇଛନ୍ତି। ଏଥିରେ କେନ୍ଦ୍ରର ୨୦୧୬ ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ କରିବା ଏବଂ ନିର୍ବାଚନୀ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିବା ଶୀର୍ଷ ଅଦାଲତର ରାୟ ଅନ୍ତର୍ଭୁକ୍ତ।