Cabinet expansion - The Sakala
ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ବଦଳିବ କେନ୍ଦ୍ରରେ ମୋଦୀ ସରକାରଙ୍କ କ୍ୟାବିନେଟ୍‌ ଚେହେରା। ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡ଼ଜନରୁୁ ଉର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ଅପସାରଣ କରାଯିବ ଓ  ୧୫ରୁ ଉର୍ଦ୍ଧ୍ୱ ବିଭାଗର ମନ୍ତ୍ରୀମାନଙ୍କର  ବିଭାଗ ପରିବର୍ତ୍ତନ ହେବ। ଏନ୍‌ଡ଼ିଏର ପ୍ରମୁଖ ସହଯୋଗୀ ଜେଡ଼ିୟୁ, ଟିଡ଼ିପି, ଶିବସେନା (ସିନ୍ଦେ)କୁ ଗୋଟିଏ ଲେଖାଏଁ କ୍ୟାବିନେଟ ପାହ୍ୟା ସହ ମୋଟ ୫ରୁ ୬ଟି ମନ୍ତ୍ରୀପଦ ମିଳିବ। ଏହା ସହ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଗୁରୁତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁୁରୁଷୋତ୍ତମ ମାସ ଅର୍ଥାତ୍‌ ମଳମାସ ୧୫ ତାରିଖରେ ଶେଷ ହେବ ଓ ୧୬ ତାରିଖରେ ପ୍ରତିପଦ । ତେଣୁ ୧୭ ଓ ୧୮ ତାରିଖରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ସମ୍ଭାବନା ରହିଛି । ବିଜେପିର ରାଶି ନକ୍ଷତ୍ର ଅନୁସାରେ ୧୭ ତାରିଖ ଅଧିକ ଶୁଝୁଥିବାରୁ ଏହିଦିନ ପ୍ରଧାନମନ୍ତ୍ରୀ ସରକାରର ପୁନର୍ବିନ୍ୟାସ କରିପାରନ୍ତି। ଏହି ଅଦଳବଦଳରେ ବିଜେପିର ଅନ୍ୟୂନ ୩  କ୍ୟାବିନେଟ ଓ ୩  ରାଷ୍ଟ୍ରମନ୍ତ୍ରୀଙ୍କ ସହ ମୋଟ ଡ଼ଜନେରୁ  ଊର୍ଦ୍ଧ୍ବ ମନ୍ତ୍ରୀ ବାଦ ପଡ଼ିପାରନ୍ତି। ଅନୁରୂପ ଭାବରେ କୃଷି, ଆଇନ, ପରିବେଶ, ଜଳଶକ୍ତି,  ରେଳ, ଅର୍ଥ, କର୍ପୋରେଟ୍‌ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଗ୍ରାମୀଣ ବିକାଶ, ସାର ଓ ରସାୟନ, ସହକାରୀତା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀମାନଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ। ଏହାସହ ଅତିରିକ୍ତ ଦାୟିତ୍ୱରେ ପରିଚାଳିତ ହେଉଥିବା ଦୁଇ ତିନୋଟି ବିଭାଗ ପାଇଁ ପୃଥକ କ୍ୟାବିନେଟ୍‌ ମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିର କିଛି  ବରିଷ୍ଠ ନେତାଙ୍କୁ ସରକାରରୁ ପ୍ରତ୍ୟାହାର କରି ସଂଗଠନ ଦାୟିତ୍ୱ ଅର୍ପଣ କରାଯାଇପାରେ। ଜଣେ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ସଂଗଠନିକ ଦାୟିତ୍ୱ ଦିଆଯାଇପାରେ ଓ ଜଣେ ନେତାଙ୍କୁ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ନିଯୁକ୍ତ କରାଯାଇପାରେ। ୨୦୨୯ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେବାକୁଥିବା ୭ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ପଞ୍ଜାବ ଭଳି ରାଜ୍ୟକୁ ଦୃଷ୍ଟିରେ ରଖି ସରକାର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବେ। ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବାରୁ ଆମଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଘବ ଚଡ୍ଡା ଓ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇପାରେ।  ଅନ୍ୟପକ୍ଷରେ ଆଗାମୀ ସମ୍ପ୍ରସାରଣ ସମୟରେ ବିଜେପି ଯୁବ ମୁହଁ, ଆଞ୍ଚଳିକ ସନ୍ତୁଳନ, ସାମାଜିକ ପ୍ରତିନିଧିତ୍ୱକୁ ଗୁରୁ୍‌ତ୍ବ ଦେବ ବୋଲି କୁହାଯାଉଛି ।  କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ଇତିମଧ୍ୟରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗ୍ରାମୀଣ ବିକାଶ, ରସାୟନ ଓ ପେଟ୍ରୋକେମିକାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ସଚିବ ନିଯୁକ୍ତି ହୋଇସାରିଛି। ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନେ କରାଯାଉଛି।
ରାଜ୍ୟରେ ଚୂଡ଼ାନ୍ତ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !
ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ମନମୋହନଙ୍କ ଦିଲ୍ଲୀ ଗସ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଛି।
ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ସମ୍ଭାବନା ରହିଥିବା ନେଇ ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ଏପରିସ୍ଥଳରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ଏକା ସମୟରେ ଦିଲ୍ଲୀ ଗସ୍ତ ପରେ ଖୁବଶୀଘ୍ର ରାଜ୍ୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ଓ ମନ୍ତ୍ରୀ ପରିଷଦରେ ଆଉ ୬ ମନ୍ତ୍ରୀଙ୍କୁ ସ୍ଥାନ ମିଳିବା ଚର୍ଚ୍ଚା ଦାନା ବାନ୍ଧିଛି। ଗତ ଅଗଷ୍ଟରେ ମଧ୍ୟ ମୋହନ-ମନମୋହନ ଯୋଡ଼ି ଏକାସାଙ୍ଗରେ ଦିଲ୍ଲୀ ଗସ୍ତ କରିଥିଲେ। ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ବୋର୍ଡ ଓ ନିଗମରେ ନିଯୁକ୍ତି ନେଇ ସେତେବେଳେ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଏହାପରେ ଏକାଧିକ ବାର ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ସଂଗଠନ ବିସ୍ତାର ନେଇ ରାଜ୍ୟ ଓ ଶୀର୍ଷ ନେତୃତ୍ୱ ଆଲୋଚନା କରି ସାରିଛନ୍ତି। ମାତ୍ର ପ୍ରତିଥର ବିଭିନ୍ନ କାରଣ ଯୋଗୁଁ ଏନେଇ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ।
ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବୋର୍ଡ, ନିଗମ ନିଯୁକ୍ତିକୁ ନେଇ ଦଳରେ ଅସନ୍ତୋଷ ବୃଦ୍ଧିକୁ ନେଇ ଶାସକ ଦଳରେ ଏକ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାର ଗଠନର ୧୪ ମାସ ବିତିଥିଲେ ମଧ୍ୟ ବିଭିନ୍ନ ନିଗମ ଓ ବୋର୍ଡରେ ଦଳୀୟ ନେତାଙ୍କୁ ଥଇଥାନ ନ ହେବା ଯୋଗୁଁ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାବ୍ୟତୀତ ଦଳରେ ଗୋଷ୍ଠୀ ବିବାଦ ଓ ବିଭିନ୍ନ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ସମ୍ଭାବ୍ୟ ମନ୍ତ୍ରୀପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା। ଏହି ଖବର ଦିଲ୍ଲୀରେ ପହଞ୍ଚିଥିଲା। ଶୀର୍ଷ ନେତୃତ୍ୱ ଏହାକୁ ଗୁରୁତର ସହ ନେଇ ପରସ୍ପର ମିଳିମିଶି କାମ କରିବାକୁ ରାଜ୍ୟର ଛାମୁଆ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ହେଁ ତାହା ଚୂଡ଼ାନ୍ତ ହୋଇ ନ ଥିଲା।
ଶେଷରେ କେନ୍ଦ୍ରୀୟ ନେତୃତ୍ୱଙ୍କ ପରାମର୍ଶ ଆଧାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ସହମତି ଆସିଥିବା ମଧ୍ୟ କୁହାଯାଉଛି।
ବିଶେଷକରି ଦୁଇଗୋଷ୍ଠୀ ମଧ୍ୟରେ ମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଡ଼ିଥିବା ବେଳେ ଶେଷ ନିଷ୍ପତ୍ତି ଦିଲ୍ଲୀରେ ହେବ ବୋଲି ସୂଚନା ମିଳିଛି। ସେଥିପାଇଁ ହଠାତ୍‌ ମନମୋହନଙ୍କୁ ଶୀର୍ଷ ନେତୃତ୍ୱ ଡକାଇଥିବା ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି। ଯଦି ସବୁ ଠିକ୍‌ଠାକ ରୁହେ ତାହେଲେ ମୌସୁମୀ ଅଧିବେଶନ ପୂର୍ବରୁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହେବ। ନହେଲେ ଅଧିବେଶନ ସରିବା କ୍ଷଣି ସମ୍ପ୍ରସାରଣ ସମ୍ପନ୍ନ ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି। ଅପରପକ୍ଷେ ନିଗମ, ବୋର୍ଡକୁ ନେଇ ଏଯାବତ୍‌ କୌଣସି ନିଷ୍ପତ୍ତି ହୋଇପାରିନଥିବା ବେଳେ ଏଥିପାଇଁ ଆହୁରି କିଛି ସମୟ ଲାଗିପାରେ ବୋଲି ଉକ୍ତ ନେତାଜଣକ ସୂଚନା ପ୍ରଦାନ କରିଛନ୍ତି।
ଭୁବନେଶ୍ୱର: ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ପଦକ ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ଅସ୍ଥିର ଅନୁଭବ କରୁଛନ୍ତି। ଚଳିତ ମାସ ମୋହନ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ ଓ ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ, ତେଣୁ ୨୪ ତାରିଖରେ ଅମାବାସ୍ୟା ପରେ ନୂଆ ମନ୍ତ୍ରୀ ପରିଷଦ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି।
ରାଜ୍ୟରେ ବର୍ତ୍ତମାନ ୬ଟି ମନ୍ତ୍ରୀପଦ ଖାଲି ପଡ଼ିଛି। ସେହିପରି ଅଧିକାଂଶ ମନ୍ତ୍ରୀମାନଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସ୍ୱାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି। ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି। ତେଣୁ ଏକ ସମତୁଲ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଭୟ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଆଲୋଚନା କରିଛନ୍ତି। ପ୍ରତି ଲୋକସଭା କ୍ଷେତ୍ରରୁ ଅନ୍ୟୂନ ଜଣକୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ବିଚାରବିମର୍ଶ କରାଯାଇଛି। ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ଦଳୀୟ ନେତୃତ୍ୱ ଆପାତତଃ ସ୍ଥିର କରିସାରିଛନ୍ତି। ମନ୍ତ୍ରୀ ପରିଷଦରେ ୬ଟି ପଦ ଖାଲି ପଡ଼ିଥିବା ବେଳେ ବୋର୍ଡ, ନିଗମ, ଅକାଦେମୀ ଓ କମିସନରେ ସରକାର ଏଯାବତ୍‌ ନିଯୁକ୍ତି ଦେଇପାରି ନାହାନ୍ତି। ଦଳର ଛାମୁଆ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଗୋଷ୍ଠୀକନ୍ଦଳ ଏବଂ ଲବି ରାଜନୀତି କାରଣରୁ ସମ୍ପ୍ରସାରଣ ଓ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ତେବେ ମନମୋହନ ଦଳରେ ପୁନର୍ବାର ଦାୟିତ୍ୱ ନେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତି ଶୀଘ୍ର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ଏକ ସୂଚନା ଅନୁଯାୟୀ ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ସ୍ୱରୂପ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି। ଦଳରେ ଲୋକସଭା ଆସନୱାରୀ ପ୍ରତିନିଧିତ୍ୱକୁ ଗୁରୁତ୍ୱ ମିଳିବାକୁ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ସ୍ୱରୂପ ନେଇ ଏକ କବାଟକିଳା ବୈଠକ କରିପାରନ୍ତି। ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଆସନ୍ତା ସପ୍ତାହରେ ସମ୍ପ୍ରସାରଣ କରାଯିବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ନିଗମ, ବୋର୍ଡ, ଅକାଦେମୀ ଏବଂ ଅନ୍ୟାନ୍ୟ ନିଯୁକ୍ତି ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଜଣାପଡ଼ିଛି।
ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ବିଦା ହେବେ ୩, ବଦଳିବ ଅନେକ ମନ୍ତ୍ରୀଙ୍କ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ପ୍ରଥମ ବର୍ଷ ପୂରଣ କରିଛି। ବିନା ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳରେ ସରକାର ଯେନେତେନ ପ୍ରକାରେ ପ୍ରଥମ ବର୍ଷର ଶାସନ ପୂରଣ କରି ନିଜ ପିଠି ନିଜେ ଥାପୁଡ଼ଉଛନ୍ତି। ବର୍ତ୍ତମାନ ରାଜ୍ୟବ୍ୟାପୀ ସରକାର ନିଜର ପ୍ରଥମ ବର୍ଷ ଶାସନ ଉତ୍ସବ ପାଳନ କରୁଥିବା ବେଳେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ବର୍ଷ ଶାସନର ରିପୋର୍ଟ କାର୍ଡ ବିଧିବଦ୍ଧ ଭାବେ ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡ଼ା ଯାତ୍ରା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ତାହା ଚୂଡ଼ାନ୍ତ ହୋଇ ପାରିନାହିଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିସାରିଛନ୍ତି । ସେହି ଆଧାରରେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିବେ ଓ କେଉଁମାନେ ବାଦ ପଡ଼ିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ। ତେବେ ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋହନ ସରକାରଙ୍କ ନୂଆ ମନ୍ତ୍ରିପରିଷଦର ନକ୍ସା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । କେଉଁ ମନ୍ତ୍ରୀ ସରକାରରୁ ବାଦ ପଡ଼ିବେ, କାହାର ବିଭାଗ ପରିବର୍ତ୍ତନ ହେବ ସେ ସମ୍ପର୍କରେ ଆପାତତଃ ନିଷ୍ପତ୍ତି ହୋଇସାରିଛି। ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଉଛି । ଅନ୍ୟପକ୍ଷରେ ମନ୍ତ୍ରିପରିଷଦରେ ଖାଲି ପଡ଼ିଥିବା ୬ ପଦ ପାଇଁ ବିଭିନ୍ନ ଗୋଷ୍ଠୀର ୬୦ ନେତା ଆଶାୟୀ ଥିବାରୁ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅନେକ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଅଭିଜ୍ଞତାର ଅଭାବ, ଜଣେ ଜଣେ ମନ୍ତ୍ରୀଙ୍କ ଉପରେ ଏକାଧିକ ବିଭାଗର ଦାୟିତ୍ୱ ସେମାନଙ୍କ ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପକାଇଛି। ଏହି ଆଧାରରେ ଆଗାମୀ ସମ୍ପ୍ରସାରଣ ସମୟରେ ୨ରୁ ୩ ଜଣ ମନ୍ତ୍ରୀ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି ଓ ଅନେକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ସେହିପରି ବଳକା ୬ଟି ମନ୍ତ୍ରୀ ପଦ ପାଇଁ ଆଶାୟୀ ନିଜ ନିଜସ୍ତରରେ ଲବି ଜାରି ରଖିଥିବା ବେଳେ ସବୁ ବିଧାୟକ ମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ପ୍ରଥମଥର ନିର୍ବାଚିତ ହୋଇଥିବା ଅନେକ ବିଧାୟକଙ୍କୁ ସରକାରରେ ମନ୍ତ୍ରୀ ପଦ ମିଳିଥିବାରୁ ସେମାନେ ମଧ୍ୟ ନିଜକୁ ଏଥିପାଇଁ ଯୋଗ୍ୟ ମନେ କରୁଛନ୍ତି। ତେବେ ଦଳର ବିିଭିନ୍ନ ଗୋଷ୍ଠୀ ଓ ବଡ଼ ନେତାଙ୍କ ଅନୁଗତ କୁହାଯାଉଥିବା ପାଖାପାଖି ୨୦ରୁ ଊର୍ଦ୍ଧ୍ବ ବିଧାୟକ ମନ୍ତ୍ରୀ ପଦ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ସେହିପରି ନିଜ ନିଜ ଅନୁଗତଙ୍କ ପାଇଁ ରାଜ୍ୟ ବିଜେପିର କିଛି ଛାମୁଆ ନେତା ଉଭୟ ଓଡ଼ିଶା ଏବଂ ଦିଲ୍ଲୀସ୍ତରରେ ଲବି ଜାରି ରଖିଛନ୍ତି। ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସର୍ବାଧିକ ଭୂମିକା ମୁଖ୍ୟମନ୍ତ୍ରୀଙ୍କର ହେବା ନେଇ ଦିଲ୍ଲୀ ନେତୃତ୍ୱ ସଙ୍କେତ ଦେଇଥିବା ବେଳେ ଏଥିଯୋଗୁଁ ଆଶାୟୀଙ୍କ ହୃଦସ୍ପନ୍ଦନ ବଢ଼ିଯାଇଛି। ସମ୍ପ୍ରସାରଣ ବେଳେ ଜିଲ୍ଲାୱାରୀ ସମୀକରଣ, ଦଳୀୟ ଆନୁଗତ୍ୟକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଥିବା ବେଳେ ଏଥିଯୋଗୁଁ ଅନେକ ଟାଣୁଆ ନେତାଙ୍କୁ ଆଗାମୀ ସମ୍ପ୍ରସାରଣରେ ନିରାଶ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି। ସେହିପରି ମନ୍ତ୍ରିମଣ୍ଡଳରେ ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଏକପ୍ରକାର ନିଷ୍ପତ୍ତି ନେଇଥିବା ବେଳେ ଯୁବ ଚେହେରାଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରିବାକୁ ଯାଉଛନ୍ତି। ସେହିପରି ଯେଉଁ ଜିଲ୍ଲାଗୁଡ଼ିକରୁ ସରକାରରେ ପ୍ରତିନିଧିତ୍ୱ ମିଳିନାହିଁ, ସେହି ଜିଲ୍ଲାଗୁଡ଼ିକୁ ଆଗାମୀ ସମ୍ପ୍ରସାରଣ ବେଳେ ସୁଯୋଗ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହାପରେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବରିଷ୍ଠ ନେତାଙ୍କୁ ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନରେ ଥଇଥାନ କରି ସନ୍ତୁଷ୍ଟ କରାଯିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।
ବିଜେପି ରାଜ୍ୟ ସଭାପତି ନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ବଦଳିପାରେ ୪ ଜଣ ମନ୍ତ୍ରୀଙ୍କ ବିଭାଗ
ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ଆବଶ୍ୟକତାଠାରୁ ଅନେକ ବିଳମ୍ବିତ ହେଲାଣି। ରାଜ୍ୟ ବିଜେପି ନେତୃତ୍ୱ ଏ ନେଇ ଏଯାବତ୍‌ ଠୋସ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀଯାଏଁ ଦଳୀୟ ନେତାଏ ଅଙ୍କ କଷା ଜାରି ରଖିଥିବା ବେଳେ ଏଯାଏଁ ସମାଧାନର ସୂତ୍ର ବାହାରି ପାରି ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ସଭାପତି ଚୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କିଛି ଠୋସ୍‌ ନିଷ୍ପତ୍ତି ନିଆଯିବ। ବିଜେପିର ଦଳୀୟ ରାଜନୀତି ଦୃଷ୍ଟିକୋଣରୁ ଚଳିତ ସପ୍ତାହ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ବିଜେପି କର୍ମୀ ଏନେଇ ବେଶ୍‌ ଆଶା ଓ ଆଶଙ୍କାରେ ରହିଛନ୍ତି।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଭାପତିଙ୍କ ନାମ ଘୋଷଣାର ୧୫ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ରାଜ୍ୟ ମନ୍ତ୍ରିମଣ୍ଡଳରୁ ୪ଜଣ ମନ୍ତ୍ରୀଙ୍କୁ ବାଦ ଦିଆଯାଇପାରେ ଓ ୯ ଜଣ ନୂଆ ମୁହଁକୁ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜରୁ ଜଣେଜଣେ ମନ୍ତ୍ରୀ ହୋଇ ପାରନ୍ତି ଓ ଏମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି । ସେହିପରି ୪ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ ଓ ୨ ଜଣ ମନ୍ତ୍ରୀଙ୍କ ହାତରୁ ୪ଟି ବିଭାଗ କାଢ଼ି ନିଆଯାଇ ନୂଆ ମନ୍ତ୍ରୀଙ୍କ କାନ୍ଧରେ ନ୍ୟସ୍ତ କରାଯାଇପାରେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବୋର୍ଡ, ନିଗମ ଏବଂ ଅକାଦେମୀ ପଦରେ ଥଇଥାନ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।
ଗତ ଜାନୁଆରୀ ମାସରୁ ସଭାପତି ଚୟନ ନେଇ ତାରିଖ ପରେ ତାରିଖ ବଦଳି ଚାଲିଛି। ମାତ୍ର ଏଯାଏଁ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇ ପାରୁନାହିଁ। ସେହିପରି ମୋହନ ସରକାରକୁ ୧୦ ମାସ ପୂରିଥିଲେ ହେଁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ସାହସ ଜୁଟାଇ ପାରୁନାହାନ୍ତି। ଦଳ ମଧ୍ୟରେ ଅନ୍ତଃକନ୍ଦଳ ଏବଂ ଛକାପଞ୍ଝା ଉଭୟ ସରକାର ଏବଂ ସଂଗଠନର ରାସ୍ତା ରୋକୁଥିବା ବେଳେ ଦିଲ୍ଲୀଠାରୁ ଭୁବନେଶ୍ୱର ଯାଏଁ ଘନଘନ ବୈଠକ ବସୁଛି। ପୂର୍ବ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଇ ଶୀର୍ଷ ନେତୃ୍‌ତ୍ୱଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବାବଦରେ ଆଲୋଚନା କରିଥିଲେ। ସେହିପରି ଗତ ୧୨ ତାରିଖରେ ବିଜେପିର ପ୍ରଶିକ୍ଷଣ ଶିବିରରେ ଗୋଷ୍ଠୀକନ୍ଦଳକୁ ନେଇ ଜାତୀୟ ସଭାପତି ଦଳୀୟ ନେତାଙ୍କୁ ବେଶ୍‌ କିଛି ଶୁଣାଇଥିବା ବେଳେ ସରକାର ଏବଂ ସାଂଗଠନିକ ବିସ୍ତାର ନେଇ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସଭାପତି ନିର୍ବାଚନ ସରିବା ପରେ ସମ୍ବଲପୁର ଜିଲ୍ଲା ସଭାପତି ନିଯୁକ୍ତ କରାଯିବ। ଯେଉଁ ଗୋଷ୍ଠୀର ନେତା ରାଜ୍ୟ ସଭାପତି ଆସନରେ ବସିବେ, ସେ ହିଁ ନିଜ ଗୋଷ୍ଠୀର ନେତାଙ୍କୁ ସମ୍ବଲପୁର ଜିଲ୍ଲା ସଭାପତି ଆସନରେ ଥଇଥାନ କରିବେ ବୋଲି ଜଣାପଡ଼ିଛି।