cyclone - The Sakala
ସୃଷ୍ଟି ହେଲା ଗଭୀର ଅବପାତ, ଆଗାମୀ ୧୨ ଘଣ୍ଟାରେ ପୁଣି ଏକ ବାତ୍ୟା ସମ୍ଭାବନା !
ଭୁବନେଶ୍ବର: ସୃଷ୍ଟି ହେଲା ଗଭୀର ଅବପାତ। ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ପୁଣି ବାତ୍ୟା ସମ୍ଭାବନା। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ଶ୍ରୀଲଙ୍କା ପାର୍ଶ୍ବବର୍ତ୍ତୀ ବିଷୁବରେଖା ନିକଟସ୍ଥ ଭାରତମହାସାଗର ଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ। ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ପୁଣି ବାତ୍ୟା ଭୟ; ଆନ୍ଧ୍ର-ଓଡ଼ିଶା ପ୍ରତି ରହୁଛି ବିପଦ, ଉଜାଡ଼ି ଦେବ ଉପକୂଳର ଚାଷ
ଭୁବନେଶ୍ୱର: ଚଳିତ ମାସ ଶେଷ ବେଳକୁ ରାଜ୍ୟକୁ ଆସୁଛି ବଡ଼ ବର୍ଷା। ରାଜ୍ୟର ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଅଧିକାଂଶ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ସୃଷ୍ଟି ହୋଇଛି ବର୍ଷା ବିପଦ। ସମ୍ଭାବ୍ୟ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ପୂର୍ବାନୁମାନକୁ ଆଧାର କରି ଆଉ ଏକ ସମ୍ଭାବ୍ୟ ବାତ୍ୟାର ମଧ୍ୟ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୨ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।  ପରବର୍ତ୍ତୀ ୪୮ଘଣ୍ଟାରେ ଏହା ସମାନ ଦିଗରେ ଗତି ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେଣୁ ପ୍ରାଥମିକ ଭାବେ ଏହି ଲଘୁଚାପ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ବିପଦ ବଢ଼ାଇଛି। ବଡ଼ କଥା ହେଉଛି ଯେ ଏହା ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହେବାକୁ ଥିବାରୁ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁ ନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାକୁ ଥିବା ବେଳେ ଏହା ଆନ୍ଧ୍ର ଉପକୂଳକୁ ମୁହାଁଇବାର ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଏହା ଆନ୍ଧ୍ର ଉପକୂଳ ମୁହାଁ ହେଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ରହିବ। ୨୭ରେ କେନ୍ଦ୍ରାପଡ଼ାଠାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମେଘୁଆ ପାଗ ସହ  ବର୍ଷା ହେବ। ୨୮ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟରେ ବାକି ଅଞ୍ଚଳରେ ବର୍ଷା ହେବ। ୨୯ରେ ମୁଖ୍ୟତଃ ଗଞ୍ଜାମ ଓ ଗଜପତି ପ୍ରଭାବିତ ହେବ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।
ପ୍ରାଥମିକ ଭାବେ ଏହି ସମ୍ଭାବ୍ୟ ଅବପାତ/ବାତ୍ୟାଟି ଆସନ୍ତା ୨୯ କିମ୍ବା ୩୦ ବେଳକୁ ସ୍ଥଳଭାଗ ଛୁଇଁପାରେ। ତେଣୁ ଏହା ପ୍ରଭାବରେ ୨୭ କିମ୍ବା ୨୮ ତାରିଖରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମତେ ଅନ୍ୟ କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ଯଦି ଏହା ଆନ୍ଧ୍ର ନିକଟରେ ସ୍ଥଳଭାଗ ଛୁଏଁ, ତେବେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଭାବ ସୀମିତ ରହିବ। ମାତ୍ର ଏହା ଓଡ଼ିଶାର ନିକଟତର ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ସୃଷ୍ଟି ହେବ। ଏମିତି ହେଲେ ରାଜ୍ୟକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ। କାରଣ ଏବେ ସାରା ଓଡ଼ିଶାରେ ଧାନ ଅମଳ ସମୟ ଚାଲିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ କ୍ଷେତରେ ହସୁଥିବା ବେଳେ ପଶ୍ଚିମ ଓଡ଼ିଶା ଧାନ ଅମଳ ଆରମ୍ଭ ହୋଇଯାଇଛି। ତେଣୁ ଏ ଦୃଷ୍ଟିରୁ ପ୍ରାୟ ଆସନ୍ତା ୨ ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ବର୍ଷା ଦୃଷ୍ଟିରୁ ବହୁ ସମ୍ବେଦନଶୀଳ ଭାବେ ଗଣାଯାଉଛି। ଏହା ପୂର୍ବରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ ଦିନେ ଅଦିନିଆ ବର୍ଷା ନେଇ ଚିନ୍ତା ବଢିଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ ଉପରେ ବାତ୍ୟା ଜୱାଦର ଗୁରୁତର ପ୍ରଭାବ ପଡ଼ିଥିଲା। ରାଜ୍ୟର ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ବାତ୍ୟା ଯୋଗୁଁ ଧାନ ଫସଲ ଉଜୁଡ଼ି ଯାଇଥିଲା। ଚଳିତ ବର୍ଷ ପୁଣି ଥରେ ଏହି ଆହ୍ୱାନ ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିଛି। ତେଣୁ ସ୍ଥିତିକୁ ଦେଖି ଆଗୁଆ ଧାନ କାଟି ନିରାପଦ ସ୍ଥାନରେ ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା': ରାଜ୍ୟରେ କମ୍‌ ପବନ; ଅଧିକ ବର୍ଷା, ୨୮ତାରିଖ ରାତିରେ ଛୁଇଁବ ଭୂଭାଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' । ଗଭୀର ଅବପାତରୁ ତାହା ବାତ୍ୟାରେ ପରିଣତ ହୋଇଥିବା ପାଣିପାଗ ବିଭାଗର ବୁଲେଟିନରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ବିଗତ ୩ ଘଣ୍ଟାରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତିକରିବା ସହ ବର୍ତ୍ତମାନ କାକିନାଡ଼ାଠାରୁ ୬୨୦କିମି, ବିଶାଖାପାଟନମଠାରୁ ୬୫୦ କିମି ଓ ଗୋପାଳପୁରଠାରୁ ୭୯୦ କିମି ଦୂରରେ ମୋନ୍ଥା । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ଓ ମଧ୍ୟରାତ୍ର ସୁଦ୍ଧା ଆନ୍ଧ୍ରର କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ-ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।
ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍) ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଓ ଏହାର ଝଟକା ୧୧୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ।  ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ସନ୍ଧ୍ୟାରେ ବାତ୍ୟା ଆନ୍ଧ୍ରର କାକିନାଡ଼ା ପାଖରେ ଉପକୂଳ ଛୁଇଁବ। ସନ୍ଧ୍ୟା ୬ଟାରୁ ରାତି ୧୦ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଆନ୍ଧ୍ର ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ ରାୟପୁରର ପଶ୍ଚିମ ଭାଗ ଦେଇ ଯାଇପାରେ। ଏମିତି ହେଲେ ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ଯଦି ମାଲକାନଗିରି ହୋଇ ବାତ୍ୟା ଯାଏ, ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ଓ ନୂଆପଡ଼ା ସହିତ କଳାହାଣ୍ଡିରେ ପବନର ବେଗ ୬୦ କିମି ପର୍ଯ୍ୟନ୍ତ ହୋଇପାରେ।  ମାତ୍ର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦ କିମି ପର୍ଯ୍ୟନ୍ତ ହୋଇପାରେ। ଏହି ବାତ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବ। ୨୭ ତାରିଖ ଅପରାହ୍ନରୁୁ ଗଜପତି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ସନ୍ଧ୍ୟା ଓ ୩୦ରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମଧ୍ୟମ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ୧୫୦ ମିମି, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଉପକୂଳ ଅଞ୍ଚଳରେ ୧୦୦-୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୭ରେ ଦକ୍ଷିଣ ଓଡ଼ିଶା ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଅଧିକ ରହିପାରେ। ଏଥିପାଇଁ ବିିଭିନ୍ନ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି।  କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୋନ୍ଥାର ବାହ୍ୟ ବଳରେ ରହିଥିବା କିଛି କିଛି ମେଘ ଖଣ୍ଡ ଏବେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିଛି ଓ କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ଆରମ୍ଭ ହୋଇଛି। ୨୭ରୁ ବର୍ଷାର ପ୍ରଭାବ ବଢ଼ିବା ସହ ୨୮ ଓ ୨୯ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ରହିଥିବା ପୂର୍ବଘାଟ ପର୍ବତମାଳା ଯୋଗୁଁ ଓଡ଼ିଶାରେ ବାତ୍ୟାର ପ୍ରଭାବ କମ୍‌ ରହିବ । ମାତ୍ର ଏହାର ପାର୍ଶ୍ବ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଆଶଙ୍କା ରହିଛି ବୋଲି କୁହାଯାଉଛି। ପୂର୍ବରୁ ୨୦୧୮ରେ ‘ତିତ୍‌ଲି’ ମଧ୍ୟ ସମାନ ଢାଞ୍ଚାରେ ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରି ଓଡ଼ିଶା ମୁହାଁ ହୋଇଥିଲା ଓ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଗଜପତିରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା। ତେଣୁ ଏହାପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସୃଷ୍ଟି ହେଲା ଭୀଷଣବାତ୍ୟା ‘ଶକ୍ତି’, ଓଡ଼ିଶା ପ୍ରତି ନାହିଁ ବିପଦ.....
ମୁମ୍ବାଇ: ସୃଷ୍ଟି ହେଲା ଭୀଷଣବାତ୍ୟା ‘ଶକ୍ତି’। ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ଶକ୍ତି’। ଆରବ ସାଗରରେ ସୃଷ୍ଟି ହେଲା ଭୀଷଣବାତ୍ୟା ‘ଶକ୍ତି’ I ଚଳିତ ବାତ୍ୟା ଋତୁରେ ଏହା ହେଉଛି ପ୍ରଥମ ବାତ୍ୟା ।
ପାଣିପାଗ ବିଭାଗ ବାତ୍ୟା ‘ଶକ୍ତି’ ନେଇ ସତର୍କ ସୂଚନା ଜାରି କରିଛି।  ଅକ୍ଟୋବର ୪ ରୁ ୭ ତାରିଖ ପର୍ୟ୍ୟନ୍ତ ମହାରାଷ୍ଟ୍ରର କିଛି ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି। ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସିନ୍ଧୁଦୁର୍ଗ ଭଳି ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଆଇଏମଡି ଅନୁଯାୟୀ, ପବନର ବେଗ ଆହୁରି ବଢ଼ିପାରେ। ଏହା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ପୂର୍ବ ବିଦର୍ଭ ଏବଂ ମରଠୱାଡା ଅଞ୍ଚଳ ସମେତ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।
ଆଇଏମଡି କହିଛି ଯେ, ପ୍ରବଳ ବର୍ଷା ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ହୋଇପାରେ। ବିଶେଷକରି କୋଙ୍କଣ ଉପକୂଳରେ ଝଡ଼ ଏବଂ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ସରକାର ମଧ୍ୟ ଘୂର୍ଣ୍ଣିଝଡ଼ ଶକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ର ସରକାର ସମସ୍ତ ଜିଲ୍ଲାର ରିଲିଫ୍ ଦଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ଉପକୂଳରୁ ଦୂରେଇ ରହିବାକୁ କୁହାଯାଇଛି। ଉପକୂଳ ନିକଟରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ୍‌ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ। ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି। ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି ଓ ଅକ୍ଟୋବର ୧ରୁ ବାତ୍ୟା ଋତୁ ଓଡ଼ିଶା ପାଇଁ ବିପଦ ଆଣିପାରେ ବୋଲି କୁହାଯାଉଛି ।
ସାଧାରଣତଃ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଘଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇଥାଏ ଓ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ। ଜଳବାୟୁ ପ୍ରକ୍ରିୟା ଲା-ନିନା ପ୍ରଭାବରେ ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ହେତୁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚାଇନା ସାଗର
ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ
କରିଥାଏ। ଏହା ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ବିଶେଷ କରି ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ କରୁଥିବା ଅବଶିଷ୍ଟାଂଶ ଗୁଡ଼ିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିଥାଏ। ଯେହେତୁ ଏହା ଏକ ଦ୍ୱୀପାଞ୍ଚଳ, ତେଣୁ ଏଠାରେ ତାପମାତ୍ରା ୩୦ ଡିଗ୍ରୀ କିମ୍ୱା ଅଧିକ ରହିଥାଏ ଓ ବାତ୍ୟା ଏଠାରେ ମାଡ଼ ହେବା ପରେ ସାମୁଦ୍ରିକ ଆଭ୍ୟନ୍ତରୀଣ ତରଙ୍ଗ ସୃଷ୍ଟି କରିବା ସହ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିଥାଏ।
ବିଶେଷକରି ଅକ୍ଟୋବରରୁ ଡିସେମ୍ୱର ମାସ ମଧ୍ୟରେ ଉଚ୍ଚ ଆର୍ଦ୍ରତା, ବାୟୁପ୍ରବାହ ତାରତମ୍ୟ ଓ ଉଚ୍ଚ ସମୁଦ୍ରପୃଷ୍ଠ ତାପମାତ୍ରା ଆଦି ଯୋଗୁଁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହୋଇଥାଏ। ଏହା ସହିତ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ।
ପୂର୍ବରୁ ଲା-ନିନା ପ୍ରଭାବ ଯୋଗୁଁ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖୀନ ହୋଇଥିଲା। ସେହିପରି ୨୦୦୯ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ଲା-ନିନା ସକ୍ରିୟ ରହିଥିବା ବର୍ଷରେ ସୃଷ୍ଟି ହୋଇଛି। ସେହିପରି ପ୍ରାକ୍‌ ମୌସୁମୀ ଋତୁରେ ଆସିଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟସ ଭଳି ବାତ୍ୟା ମଧ୍ୟ ଲା-ନିନା ବର୍ଷରେ ସୃଷ୍ଟି ହୋଇଛି ଓ ଏହାଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଗତ ୬୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ି ଚାଲୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି। ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି। ଏ ଦୃଷ୍ଟିରୁ ଆଗାମୀ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ସମୟ ସୃଷ୍ଟି ପାଇଁ ଯାଉଥିବା ଆଶଙ୍କା ରହିଛି।
ଏଲଭିସ୍ ଥମ୍ପସନ୍‌ଙ୍କ ଭବିଷ୍ୟବାଣୀ : ହଜାରେ କିମି ବେଗରେ ଆସିବ ଘୂର୍ଣ୍ଣିଝଡ଼
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୬ରେ ୨୪ କିମି ଚଉଡ଼ା ଆକାରର ଏକ ଘୂର୍ଣ୍ଣିଝଡ଼ ଆସିବ। ପବନର ବେଗ ଘଣ୍ଟା ପ୍ରତି ୧୦୪୬ କିଲୋମିଟର ରହିବ, ଯାହା ଆମେରିକାର ଓକ୍‌ଲାହୋମାକୁ ଧ୍ୱଂସ କରିଦେବ। ନିଜକୁ ଟାଇମ୍‌-ଟ୍ରାଭେଲର ବା ସମୟ-ଯାତ୍ରୀ ବୋଲି କହୁଥିବା ଏଲଭିସ୍ ଥମ୍ପସନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟରେ ବର୍ଷ ୨୦୨୫ ପାଇଁ କିଛି ଏଭଳି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ଇଣ୍ଟରନେଟରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।
ଥମ୍ପସନ୍ ଓକ୍ଲାହୋମା ଘୂର୍ଣ୍ଣିଝଡ଼ ବ୍ୟତୀତ ଆମେରିକାରେ ଗୃହଯୁଦ୍ଧ, ଏକ ବିଶାଳ ସାମୁଦ୍ରିକ ପ୍ରାଣୀର ଆବିଷ୍କାର, ଚାମ୍ପିଅନ ନାମକ ଏକ ଏଲିଅନ୍‌ର ଆଗମନ ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ ମେ’ ୨୭ ସୁଦ୍ଧା ଆମେରିକାରେ ଦ୍ୱିତୀୟ ଗୃହଯୁଦ୍ଧ ଆରମ୍ଭ ହେବ। ଏହା ଟେକ୍ସାସକୁ ଅଲଗା କରିଦେବ ଏବଂ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ ଯାହା ଆମେରିକାକୁ ଧ୍ୱଂସାବଶେଷରେ ପରିଣତ କରିଦେବ।
ଥମ୍ପସନ୍‌ଙ୍କ କହିବାନୁଯାୟୀ, ସେପ୍ଟେମ୍ବର ପହିଲାରେ ଚାମ୍ପିଅନ୍ ନାମକ ଏକ ଏଲିଅନ୍ ପୃଥିବୀ ଆସିବ। ସେ ୧୨୦୦୦ ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଅନ୍ୟ ଏକ ଗ୍ରହକୁ ନେଇଯିବ। ଆହୁରିମଧ୍ୟ ଚଳିତବର୍ଷ ସେପ୍ଟେମ୍ବର ୧୯ରେ ଏକ ବିରାଟ ଘୂର୍ଣ୍ଣିବାତ୍ୟା ଆମେରିକାର ପୂର୍ବ ଉପକୂଳକୁ ଧ୍ୱଂସ କରିଦେବ ବୋଲି ସେ ଦାବି କରିଛନ୍ତି। ନଭେମ୍ବର ୩ରେ ପ୍ରଶାନ୍ତ ମହାସାଗରରେ ଏକ ବିଶାଳ ସାମୁଦ୍ରିକ ପ୍ରାଣୀ ଆବିଷ୍କୃତ ହେବ, ଯାହା ନୀଳ ତିମି ଅପେକ୍ଷା ୬ଗୁଣ ବଡ଼ ହେବ ଏବଂ ଏହାର ନାମ ସିରିନ୍ କ୍ରାଉନ୍ ରହିବ। ତେବେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଥମ୍ପସନଙ୍କ ଭବିଷ୍ୟବାଣୀ ଉପରେ ସନ୍ଦେହ ପ୍ରକଟ କରିଛନ୍ତି।
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
କଟକ: ବାତ୍ୟା ପାଇଁ ହାଇକୋର୍ଟ ୨ ଦିନ ବନ୍ଦ ରହିବ  ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ। ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ତାରିଖ ଶନିବାର କୋର୍ଟ ଖୋଲାରହିବ।
ଭିତରକନିକା ହେନ୍ତାଳ ବଣରେ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ, ପୋଖରୀ ଓ ନାଳକୁ ବ୍ୟବହାର କରନ୍ତୁ ନାହିଁ: ପିସିସିଏଫ୍‌
ଭୁବନେଶ୍ବର: ବାତ୍ୟା ସମୟରେ ଓଡ଼ିଶା ପାଇଁ ସୁରକ୍ଷା କବଚ ସାଜିଛି ହେନ୍ତାଳ ବଣ। ବାତ୍ୟାର ଗତିରୋଧ ଓ ସାମୁଦ୍ରିକ ଜୁଆର କ୍ଷୟକ୍ଷତି ରୋକିବାରେ ହେନ୍ତାଳ ବଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି।
ବାତ୍ୟାକୁ ନେଇ ପିସିସିଏଫ୍‌ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ। ହେନ୍ତାଳ ବଣରେ ଥିବା ଭିତକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ ଓ ପକ୍ଷୀଙ୍କ ସମାଗମ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ଡିଏଫ୍‌ଓ ଦୁଇଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଆଉ ୫ଟି ଟିମ୍‌ ରାସ୍ତାଘାଟ ସଫା କରିବା ପାଇଁ ଗଠନ କରାଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।
ପିସିସିଏଫ୍‌ ଆହୁରି କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କଲେ ଯଦି ଉଚ୍ଚ ଜୁଆର ଆସେ, ତାହାହେଲେ କିଛି କୁମ୍ଭୀର ଗାଁ ଗୁଡ଼ିକୁ ଯାଇପାରନ୍ତି। ଠିକ୍‌ ସେତିକି ବେଳେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ କୁମ୍ଭୀର ଉଦ୍ଧାର କରି ଭିତରକନିକାରେ ଛାଡ଼ିବେ। ତେବେ ବାତ୍ୟା ବେଳେ ହରିଣ ବା ପକ୍ଷୀଙ୍କର କିଛି କ୍ଷତି ହେବନାହିଁ। ହରିଣମାନେ ଉଚ୍ଚା ସ୍ଥାନକୁ ପଳାଇଯିବେ। ଆଉ ପକ୍ଷୀମାନେ ବାତ୍ୟା ପୂର୍ବରୁ ଉଡି ପଳାଇବେ। ଯଦି କୌଣସି ଚଢ଼େଇ ବସା ବାନ୍ଧି ଛୁଅ ଦେଇଥିବ, ସେମାନଙ୍କ ପ୍ରତି ବିପଦ ରହିଛି। କିନ୍ତୁ ସେଥିପ୍ରତି ବନ ବିଭାଗ ସଜାଗ ରହିଛି। ଯଦି କୌଣସି ପ୍ରାଣୀ ବା ପକ୍ଷ ଆହତ ହୁଅନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।
ସେ ଆହୁରି କହିଛନ୍ତି, କୁମ୍ଭୀରମାନେ ସାଧାରଣତଃ ତ୍ରିକୋଣ ଭୂମି (ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ)ରେ ରୁହନ୍ତି। ସେହି ତ୍ରିକୋଣ ଭୂମିଟି ହେନ୍ତାଳ ବଣ ଦ୍ୱାରା ଆଚ୍ଛାଦିତ ହୋଇଛି। ତେଣୁ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସଫଳ ହେବ। ତା’ପରେ ଯଦି କୁମ୍ଭୀରମାନେ ପଳାଇ ଆସନ୍ତି, ତାହାହେଲେ ସେମାନେ ଗାଁ ପୋଖରୀ ବା ନାଳରେ ରହିପାରନ୍ତି। ସେହି କୁମ୍ଭୀରମାନଙ୍କୁ ଧରିବା ପାଇଁ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ରେଡ୍ଡି ହୋଇ ରହିବ। ବାତ୍ୟା ଛାଡ଼ିବା ପରେ ଗାଁ ଲୋକେ ପୋଖରୀ ବା ନାଳକୁ ବ୍ୟବହାର କରନ୍ତୁ ନାହିଁ। କିଛି ଦିନ ଅପେକ୍ଷା କରନ୍ତୁ। କୁମ୍ଭୀର ଆସିନଥିବା ବୋଲି କନ୍‌ଫର୍ମ ହେଲା ପରେ ପୋଖରୀକୁ ଯାଆନ୍ତୁ ବୋଲି ପିସିସିଏଫ୍‌ କହିଛନ୍ତି।
ସୂଚନା ଅନୁଯାୟୀ, ପିଏନ୍‍ଏଏସରେ ପ୍ରକାଶ ପାଇଥିବା ଏହି ସର୍ବେକ୍ଷଣକୁ ପାଣିପାଗ ବିଜ୍ଞାନୀମାନେ ସମର୍ଥନ କରିଛନ୍ତି ଓ ବାତ୍ୟା ସମୟରେ ହେନ୍ତାଳବଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ବୋଲି ମତ ଦେଇଛନ୍ତି। ବାତ୍ୟା ସମୟରେ ହେନ୍ତାଳ ବଣ ଘର୍ଷଣଯୁକ୍ତ ପ୍ରଭାବ ପକାଇ ଏହାକୁ ଦୁର୍ବଳ କରିଥାଏ। ଅର୍ଥାତ ସମୁଦ୍ର ଉପରେ ପବନ ଅବାଧରେ ଚଳାଚଳ କରିଥାଏ; କିନ୍ତୁ ଯେଉଁସ୍ଥାନରେ ହେନ୍ତାଳ ବଣ ରହିଥାଏ, ସେଠାରେ ପବନ ଅଟକିବ ଓ ବିପରୀତ ପ୍ରଭାବ ସୃଷ୍ଟି ହେବ। ଏହା ସହିତ ବାତ୍ୟା ହେନ୍ତାଳବଣ ସଂସ୍ପର୍ଶରେ ଆସିବା ପରେ ଜଳୀୟବାଷ୍ପ ମଧ୍ୟ ଅଧିକ ପାଇ ନ ଥାଏ, ଯାହାଦ୍ୱାରା ଏହାର ଶକ୍ତି କମିଥାଏ। ସାଧାରଣତଃ ବାତ୍ୟାଗୁଡ଼ିକ ଏହାର କେନ୍ଦ୍ରଠାରୁ ୫୦୦-୬୦୦ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥା’ନ୍ତି। ତେଣୁ ବାତ୍ୟା ସ୍ଥଳଭାଗଠାରୁ ଦୂରରେ ଥିଲେ ମଧ୍ୟ ହେନ୍ତାଳ ବଣ ସଂସ୍ପର୍ଶରେ ଆସି ଦୁର୍ବଳ ହେବା ଆରମ୍ଭ କରେ। ଯାହା ବାତ୍ୟା ‘ୟସ୍‍’ରେ ଦେଖାଯାଇଥିଲା। ଏହା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଥିଲେ ମଧ୍ୟ ଏକ ଦୁର୍ବଳ ହୋଇ ଭଦ୍ରକ- ବାଲେଶ୍ୱର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା।
ବାତ୍ୟା ପାଇଁ OAS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ରଖିଲା ଓଡ଼ିଶା ଲୋକସେବା ଆୟୋଗ । ଆସନ୍ତା ୨୭ ତାରିଖରେ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୭ ଦିନ ପରେ ନୂଆ ତାରିଖ ଧାର୍ୟ୍ୟ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ  ପକ୍ଷରୁ କୁହାଯାଇଛି ।
ବାତ୍ୟା ‘ଦାନା’ ପାଇଁ ଦର ଦି’ଗୁଣ: କଳାବଜାରୀଙ୍କ ପୁଷମାସ, ଭାଷଣରେ ସୀମିତ ସରକାରଙ୍କ ଦର ନିୟନ୍ତ୍ରଣ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆଶଙ୍କାରେ ସାଧାରଣଜନତା। ଖାଉଟି ବଜାରରେ ଲୋକଙ୍କ ଭିଡ଼ କଳାବଜାରୀଙ୍କ ପାଇଁ ପୁଷମାସ ହୋଇଛି। ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାରୁ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ। ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅକସ୍ମାତ୍‌ ବୃଦ୍ଧି ପାଇଛି। ତେଜରାତିଠାରୁ ଆରମ୍ଭ କରି ପନିପରିବା ବଜାରରେ ଦର ଅସମ୍ଭାଳ ହୋଇଛି। ବାତ୍ୟା ଭୟରେ ଲୋକେ ଆଳୁ, ପିଆଜ, ଚୂଡା ଓ ବିସ୍କୁଟ୍ ଓ ପାଉଁରୁଟି ଭଳି ଜରୁରୀ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼ ଜମାଇଛନ୍ତି। ବାତ୍ୟା ଯେତେ ପାଖେଇ ଆସୁଛି, ଦ୍ବୈତନଗରୀ ଭୁବନେଶ୍ବର, କଟକ ସହ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ସେତେ ସ୍ପର୍ଶକାତର ହେବାରେ ଲାଗିଛି।
ସୋମବାର ସକାଳୁ କଟକ ଓ ଭୁବନେଶ୍ବରରେ କେବଳ ଆଳୁ, ପିଆଜ ନୁହେଁ ଲୋକେ ପ୍ରବଳ ମାତ୍ରାରେ ଚୂଡା,ଗୁଡ଼ ଓ ବିସ୍କୁଟ୍ କିଣିଛନ୍ତି। ଚାହିଦାକୁ ନଜରରେ ରଖି ବଜାରରେ ଆଳୁ କିଲୋ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ସକାଳ ସମୟର ପରିବା ଦର ସନ୍ଧ୍ୟାକୁ ଖୁବ୍ ଉଚ୍ଚା ଦରରେ ବିକ୍ରି ହେଉଛି। ଏମିତିକି କଟକ ମାଲ ଗୋଦାମରେ ହଠାତ୍ ଚୂଡା, ଗୁଡ଼ ଆଦିର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ପୂର୍ବରୁ ଖୁବ୍ ଉପରେ ରହିଥିବା ପନିପରିବା ଦରରେ ଖାଉଟି ହାତ ମାରିପାରୁ ନ ଥିବାବେଳେ ବାତ୍ୟା ଆଶଙ୍କା ଦରକୁ ଆହୁରି ବଢ଼ାଇ ଦେଇଛି। ଦିନକ ପୂର୍ବରୁ କିଲୋ ପିଛା ୩୫ ଟଙ୍କା ଏବଂ ତିନି କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ଆଜି ସକାଳୁ କିଲୋ ପିଛା ୪୦-୪୫ ଟଙ୍କା ଓ ସନ୍ଧ୍ୟାରେ ୫୦ ଟଙ୍କା ଛୁଇଁଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଦର ନିୟନ୍ତ୍ରଣ କେବଳ ଭାଷଣରେ ସୀମିତ ରହିଛି। କିନ୍ତୁ ବଜାରରେ ଅସଲ ଚିତ୍ର ଭିନ୍ନ ପ୍ରକାରେ ବଖାଣୁଛି। ଯଦି ଏଭଳି ସ୍ଥିତିକୁ ଏବେଠାରୁ ନିୟନ୍ତ୍ରଣକୁ ଅଣା ନ ଯାଏ, ତେବେ ବାତ୍ୟା ହେଲେ ସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଆକଳନ କରାଯାଇଛି।
ଜଣେ ଖୁଚୁରା ବ୍ୟବସାୟୀ କହିଛନ୍ତି ଯେ, ସୋମବାର ସକାଳେ ଯେଉଁ ଆଳୁ ପ୍ୟାକେଟ୍ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଥିଲା। ତାହା ସନ୍ଧ୍ୟା ବେଳକୁ କ୍ବିଣ୍ଟାଲ ପିଛା ୧୪୦୦ରୁ ୧୫୦୦ ଟଙ୍କାରେ ପହଞ୍ଚିଛି। ପାଇକାରୀ ବଜାରରେ ଦର ବଢ଼ୁଛି, ଆମେ ବି ଦି’ ପଇସା ଲାଭ କମାଇବାକୁ ଚାହିଁବୁ। କେବଳ ରାଜଧାନୀ ଭୁବନେଶ୍ବର କାହିଁକି ସୋମବାର ଦିନ ସାରା କଟକ ମାଲ୍‌ଗୋଦାମରେ ହଠାତ୍ ଖାଉଟି ଭିଡ଼ ଜମାଇଛନ୍ତି।
ଅନ୍ୟପକ୍ଷରେ ଖାଉଟିଙ୍କୁ ବ୍ୟସ୍ତ ବିବ୍ରତ ନ ହେବାକୁ ବଣିକ ସଂଘ ପରାମର୍ଶ ଦେଇଛି। ମାଲଗୋଦାମ ବଣିକ ସଂଘ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୧୦ ଦିନ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ଲୋକମାନେ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଅଧିକ ସାମଗ୍ରୀ ଦେବାକୁ ବାହାର ରାଜ୍ୟର ବ୍ୟବସାୟୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ବ୍ୟବସାୟୀ କଳାବଜାରୀ କରୁଥିଲେ ବ୍ୟବସାୟୀ ସଂଘକୁ ଜଣାନ୍ତୁ ବୋଲି ବଣିକ ସଂଘ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଏହି ସମୟରେ ଓଡ଼ିଶାକୁ କମ୍ ଆଳୁ ଆମଦାନୀ ଅନ୍ୟଏକ ସମସ୍ୟା ସୃଷ୍ଟି କରିଛି। ଭୁବନେଶ୍ବରକୁ ଦୈନିକ ୨୦-୨୨ ଟ୍ରକ ଆଳୁ ଆସୁଥିବାବେଳେ କଟକକୁ ୬-୭ ଟ୍ରକ ଆସିଥାଏ। ବର୍ତ୍ତମାନ ଦୁଇ ଦିନ ହେବ ଭୁବନେଶ୍ବରକୁ ଦୁଇ ଦିନ ହେବ ୧୦-୧୨ ଟ୍ରକ ଆଳୁ ଆସିଥିବାବେଳେ କଟକକୁ ୩-୪ ଟ୍ରକ ଆସିଛି। ଫଳରେ ବାତ୍ୟା ସମ୍ପର୍କିତ ଖବରରେ ଖାଉଟିଙ୍କ ଚାହିଦା ପୂରଣ କରିବାରେ ବଜାର ବିଫଳ ହୋଇଛି। ଫଳରେ ଆଳୁ ଦର ବୃଦ୍ଧି ପାଇଥିବା କୁହାଯାଉଛି।
ସମ୍ଭାବ୍ୟ ବାତ୍ୟାକୁ ଦେଖି କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ
କଟକ: କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଦକ୍ଷିଣ କୋଲକାତା ସ୍ଥିତ ଆଲି ପୁର ପାଣିପାଗ ବିଭାଗ ପକ୍ଷରୁ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ। ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ।
ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି। ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳ ସୁନ୍ଦର୍ ବନ ସମୁଦ୍ର , ଗଙ୍ଗା ସାଗର ସହିତ ପୂର୍ବ ପଶ୍ଚିମ ମେଦିନୀପୁର ଦୁଇ ଜିଲ୍ଲା ସ୍ଥିତ ସମୁଦ୍ରରେ ମତ୍ସ୍ୟଜୀବି ମାନଙ୍କୁ ମନା କରା ଯାଇଛି ସମୁଦ୍ରରେ ମାଛ ଧରିବା ପାଇଁ।
ନୂଆଦିଲ୍ଲୀ: ଆସୁଛି ବାତ୍ୟା । ସ୍ପଷ୍ଟ କଲା ଆଇଏମଡି । ‘୨୩ରେ ବାତ୍ୟା, ୨୪ରେ କରିବ ଲ୍ୟାଣ୍ଡଫଲ’ । ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା । ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା । ଏନେଇ IMD ପକ୍ଷରୁ ଜାରି ହେଲା ସୂଚନା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ । ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ବଙ୍ଗୋପାସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ। ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ୨୪ ଘଂଟାରେ ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ। ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ଆଣ୍ଡାମାନ ସାଗର। ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ଆକଳନ ଅନୁଯାୟୀ ୨୩ ତାରିଖରେ ହେବ ବାତ୍ୟା, ୨୪ ସକାଳେ ଏହା ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛିି। ୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେବ, ୨୩ ତାରିଖରେ ଏହା ବାତ୍ୟାର ରୂପ ନେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତି ଓ ସ୍ଥିତିକୁ ଦୃଷ୍ଟିରେ ରଖି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ବିଭିନ୍ନ ପାଣିପାଗ ମଡେଲ ପକ୍ଷରୁ ଆକଳନ କରାଯାଇଛି।
ସେପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବାତ୍ୟା ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ୧୦୦ ରୁ ୧୨୦ କି.ମି ଭିତରେ ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।