killed - The Sakala

ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମନେଇଙ୍କ ଉତ୍ତରପ୍ରଦେଶ ଲିଙ୍କ; କିନ୍ତୁର ଗାଁରୁ ଇରାନର ଶାସନ ଗାଦି
ବାରାବଙ୍କି: ଇରାନର ସର୍ବୋଚ୍ଚ ଶାସକ ଅୟତୁଲ୍ଲା ଅଲ ଖାମନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ନେଇ ଆମେରିକା ଏବଂ ଇସ୍ରାଏଲକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଇରାନ ରାଷ୍ଟ୍ରପତି ମାସୁଦ ପେଜସକିଆନ କହିଛନ୍ତି ଯେ ନେତାଙ୍କ ହତ୍ୟା କରି ମୁସଲମାନଙ୍କ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରାଯାଇଛି। ଏହି ଦୁଃଖଦ ଘଟଣା ଆଜି ଇସଲାମିକ ବିଶ୍ବ ସାମ୍ନା କରୁଥିବା ସବୁଠାରୁ ବଡ଼ ପରୀକ୍ଷା ପାଲଟିଛି।

ଆୟୋତୁଲ୍ଲା ଖାମନେଇଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଳାର କିନ୍ତୁର ଗାଁ ଏବେ ସାରା ବିଶ୍ୱର ନଜରକୁ ଆସିଛି। ଏହି ଗାଁ ସହିତ ଇରାନର ପ୍ରଥମ ସର୍ବୋଚ୍ଚ ନେତା ତଥା ଖାମନେଇଙ୍କ ଗୁରୁ ଆୟୋତୋଲ୍ଲା ରୁହୋଲ୍ଲା ଖୋମେନେଇଙ୍କ ପୂର୍ବପୁରୁଷଙ୍କର ଗଭୀର ସମ୍ପର୍କ ରହିଛି। ଖୋମେନେଇଙ୍କ ଜେଜେବାପା ସୟଦ ଅହମ୍ମଦ ମୁସାଭି ୧୯୦୦ ଶତାବ୍ଦୀର ପ୍ରାରମ୍ଭରେ ବାରାବଙ୍କିର କିନ୍ତୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୧୮୩୦ରେ ମସିହାରେ ଧାର୍ମିକ ଯାତ୍ରାରେ ଇରାକର ନଜାଫ ଯାଇଥିଲେ ଓ ସେଠାରେ ସ୍ଥାୟୀ ଭାବେ ରହିଯାଇଥିଲେ। ନିଜର ଭାରତୀୟ ପରିଚୟ ବଜାୟ ରଖିବା ପାଇଁ ସେ ନିଜ ନାମରେ ‘ହିନ୍ଦୀ’ ଶବ୍ଦ ଯୋଡ଼ିଥିଲେ ଓ ଏହା ଇରାନର ସରକାରୀ ରେକର୍ଡରେ ଆଜି ବି ଲିପିବଦ୍ଧ ହୋଇ ରହିଛି। ଗାଁର ବାସିନ୍ଦାମାନେ ଦାବି କରିଛନ୍ତି ଯେ ୧୯୭୯ ଇରାନ ବିପ୍ଳବର ମୁଖ୍ୟ ନାୟକ ଖୋମନେଇଙ୍କ ପରିବାର ଏହି ମାଟିର। ଏହି ଗାଁରେ ସେମାନଙ୍କ ପୈତୃକ ଘର ଆଜି ବି ସୁରକ୍ଷିତ ରହିଛି। ମୁସାଭି ପରିବାର ସପ୍ତମ ସିଆ ଇମାମ, ଇମାମ ମୁସା ଅଲ୍‌- କାଜିମ୍‌ଙ୍କ ବଂଶଧର ବୋଲି କୁହାଯାଏ। ଏହି କାରଣରୁ ଏହି ପରିବାର ସିଆ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅତ୍ୟନ୍ତ ସମ୍ମାନଜନକ ସ୍ଥାନ ଅଧିକାର କରିଛି।

ଖାମନେଇ ନିଜେ ଖୋମେନେଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଯଦିଓ ଖାମନେଇଙ୍କ ଭାରତ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା। କିନ୍ତୁ ତାଙ୍କ ମାର୍ଗଦର୍ଶକ ଖୋମେନେଇଙ୍କ ପରିବାରର ଚେର ଉତ୍ତର ପ୍ରଦେଶର ଏହି ଛୋଟ ଗାଁରେ ରହିଛି। ଖାମନେଇଙ୍କ ମୃତ୍ୟୁ ପରେ କିନ୍ତୁର ଗାଁରେ ଶୋକର ଛାୟା ଖେଳିଯାଇଥିଲା। ଗାଁର ଅନେକ ପରିବାର ଆଜି ବି ନିଜ ଘରେ ପୂର୍ବପୁରୁଷଙ୍କ ଫଟୋ ରଖି ସେହି ଐତିହାସିକ ସମ୍ପର୍କକୁ ଜୀବନ୍ତ ରଖିଛନ୍ତି।

ଜମ୍ମୁ କାଶ୍ମୀର ସାମ୍ବା ସେନା କ୍ୟାମ୍ପରେ ଗୁଳିମାଡ଼: ଜେସିଓ ସୁବେଦାର ସୁରଜିତ ସିଂହ ସହିଦ
ଜମ୍ମୁ: ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଏକ ସେନା କ୍ୟାମ୍ପରେ ଅଘଟଣ । ମଙ୍ଗଳବାର ଦିନ କ୍ୟାମ୍ପ ଭିତରେ ହୋଇଥିବା ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ଜୁନିୟର କମିଶନଡ୍ ଅଫିସର (JCO) ପ୍ରାଣ ହରାଇଛନ୍ତି। ସହିଦ ଯବାନ ଜଣଙ୍କ ହେଲେ ସୁବେଦାର ସୁରଜିତ ସିଂହ।

ଏନେଇ ରାଇଜିଂ ଷ୍ଟାର କର୍ପସ ପକ୍ଷରୁ ସୂଚନା ଦିଆଯାଇଛି। ସେନା ପକ୍ଷରୁ 'ଏକ୍ସ' (ଟ୍ୱିଟର)ରେ ଏକ ପୋଷ୍ଟ କରି ସହିଦ ସୁବେଦାର ସୁରଜିତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଜମ୍ମୁରେ ଅପରେସନାଲ ଡ୍ୟୁଟିରେ ଥିବାବେଳେ ସୁବେଦାର ସୁରଜିତ ସିଂହ ବଳିଦାନ ଦେଇଛନ୍ତି। ଏହି ଦୁଃଖଦ ସମୟରେ ଭାରତୀୟ ସେନା ସହିଦଙ୍କ ପରିବାର ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ସମସ୍ତ ସହାୟତା ଯୋଗାଇ ଦିଆଯିବ।

ପ୍ରତିରକ୍ଷା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ସୁବେଦାର ସିଂହଙ୍କୁ ଗୁଳି ବାଜିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ଘଟଣା ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ଘଟଣାର ତଦନ୍ତ ଚାଲିଛି ଏବଂ ସତ୍ୟାସତ୍ୟ ଜଣାପଡ଼ିବା ପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ମୁଖପାତ୍ର କହିଛନ୍ତି।

ବିବାହର ବର୍ଷେ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ !
ଚାନ୍ଦବାଲି: ଯୌତୁକ ଯୁଇରେ ନବବଧୂ , ବିବାହର ବର୍ଷେ ନ ପୁରୁଣୁ ମାରିଦେଲେ ଶାଶୂଘର ଲୋକେ । ଏମିତି ଏକ ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ । ଧୁଷୁରୀ ଥାନା ଅଧିନ ନଦୀଗାଁର କନ୍ୟା ପିତା ଧର୍ମାଶୁ ଶେଖର ନାୟକଙ୍କ ଅଭିଯୋଗ ଅନୁଯାୟୀ - ୨୦୨୪ମସିହା ଡିସେମ୍ବର ୧୦ତାରିଖ ଦିନ ତାଙ୍କ ଝିଅ ପ୍ରଲିପ୍ତ।ର ବିବାହ ବୈଦିକ ରୀତିନୀତି ଅନୁସାରେ ଚାନ୍ଦବାଲି ଥାନା ଅଧିନ କୁଲିବିନ୍ଧା ଗ୍ରାମର ନିର୍ମଳ ମହାନ୍ତିଙ୍କ ପୁଅ ନିରାକାରଙ୍କ ସହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ବେଳେ ବରପକ୍ଷରୁ ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର କନ୍ୟା ପକ୍ଷ ନଗତ ୧ଲକ୍ଷ ଦେଇ ପରେ ୧ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଆଉମାତ୍ର କିଛି ଦିନ ପରେ ବିବାହକୁ ୧ ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ଯୌତୁକ ବାବଦକୁ ବାକି ଥିବା ୧ ଲକ୍ଷ ଦେବାକୁ ଭିନ୍ନକ୍ଷମ ପିତା ଧର୍ମାଶୁ ସକ୍ଷମ ହୋଇ ପାରି ନ ଥିଲେ । ଯାହାକୁ ନେଇ ସ୍ୱାମୀ ସହିତ ଶାଶୁ, ଶଶୁର, ଦିଅର, ନଣଦ ବିଭିନ୍ନ ସମୟରେ ପ୍ରଲିପ୍ତ।କୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିଲେ ।

ଶେଷରେ ଗତକାଲି ସମସ୍ତେ ମିଶି ଜୀବନରୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି କରିଛନ୍ତି କନ୍ୟା ପିତାଘର ଲୋକ । ବୋହୂର ମୃତଦେହକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପକାଇ ଦେଇ ସମସ୍ତ ଶାଶୂଘର ଲୋକ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଖବରପାଇ ବାପଘର ଲୋକ ପହଞ୍ଚି ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର : ୨ ହାର୍ଡକୋର ମାଓବାଦୀ ନିହତ
ମାଲକାନଗିରି : ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ଦୁଇ ମାଓବାଦୀ ହେଉଛନ୍ତି ପୂର୍ବ ବସ୍ତର ଡିଭିଜନର DVCM ହଳଧର ଓ ACM ରାମେ । ହଳଧରଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ରାମେଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ନାରାୟଣପୁର ସୀମାନ୍ତ କୋଣ୍ଡାଗାଁ ଜିଲ୍ଲାର କିଲମ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ ଟିମ ଲୁଚି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣା ସ୍ଥଳରୁ ପଳାୟନ କରିଥିବା ବେଳେ ଜବାନ ମାନେ ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ୨ ହାର୍ଡକୋର ମାଓବାଦୀଙ୍କ ମୃତଦେହ ସହ ଗୋଟିଏ AK-47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।