Corona Help - The Sakala

ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି ସହାୟତା
ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କରୋନା ପରି ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ।

କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି କିଣାଯାଇ ପାରିବ । ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧୀ ଯୁଦ୍ଧ ଲଢ଼ୁଛି । କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍, ଦାନ କଲା ୧.୫ କୋଟି ଡଲାର
ବିଶ୍ୱର ଜଣାଶୁଣା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୁଦ୍ଧରେ ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଛି । ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ବର୍ଦ୍ଧିତ ସଂକ୍ରମଣ କାରଣରୁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ୧୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି। ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛି । ସେମାନଙ୍କ ମଧ୍ୟରେ କେୟର, ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ ରହିଛନ୍ତି । କେୟାର କୁ ୧ କୋଟି ଆମେରିକୀୟ ଡଲାର ଦିଆଯାଇଥିବା ବେଳେ ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ କୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି ।

ଏହି ଅନୁଦାନ ରାଶିରେ ‘ସେବା ଇଣ୍ଟରନ୍ୟାସନାଲ’ ‘ହେଲ୍ପ ଇଣ୍ଡିଆ ଡିଫିଡ କୋଭିଡ-୧୯’ ଅଭିଯାନ ମାଧ୍ୟମରେ ଅକ୍ସିଜେନ କନସେଂଟେଟର, ଭେଣ୍ଟିଲେଟର ବାୟପେପ୍ ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କିଣିବ । ଏସବୁ ଉପକରଣ ସରକାରୀ କୋଭିଡ ହସ୍ପିଟାଲ ମାନଙ୍କୁ ବିତରଣ କରାଯିବ ।