Titilagarh - The Sakala
ତେଲ ନଦୀ ବ୍ରିଜ୍‌ ତଳୁ ବ୍ୟବସାୟୀଙ୍କ ମୃତଦେହ ଠାବ, କାରଣ ଅସ୍ପଷ୍ଟ
ଟିଟିଲାଗଡ: ବ୍ରିଜ୍‌ ତଳୁ ବ୍ୟବସାୟୀଙ୍କ ମୃତଦେହ ଠାବ। ତୁଷୁରା ଥାନା ଅନ୍ତର୍ଗତ ତେଲ ନଦୀ ବ୍ରିଜ୍‌ ତଳେ ପଡ଼ିଛି ଯୁବ ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ଦେଉଳଗୁଡି ଅଞ୍ଚଳର ନଟରାଜ ଥାନପତି ବୋଲି ଜଣାପଡିଛି । ତେବେ ନଟରାଜଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ଵିତ ରାତିରେ ତୁଷୁରା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲ ଉପରେ ଏକ ବାଇକ୍ ସନ୍ଦେହଜନକ ଅବସ୍ଥାରେ ଥୁଅ ହେଇଥିବା ଦେଖିଥିଲା। ପୋଲ ତଳକୁ ଯାଇ ଦେଖିବା ବେଳକୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା। ଉକ୍ତ ଯୁବକ ଜଣଙ୍କ ଦେଓଲଗୁଡିର ବ୍ୟବସାୟୀ ନଟରାଜ ଥନାପତି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରି ଫିଙ୍ଗିଦେଇଛନ୍ତି କାରଣ ଅସ୍ପଷ୍ଟ ରହିଛି ।
ବାଡ଼ ଡେଇଁ ଜେଲରୁ ଚମ୍ପଟ ମାରିଲେ ଦୁଇ ବିଚାରାଧୀନ କଏଦୀ
ଟିଟିଲାଗଡ଼: ଜେଲରୁ କଏଦୀ ଚମ୍ପଟ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ୍ ଜେଲ୍‌ରୁ ୨ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ଜେଲ ବାଡ଼ ଡେଇଁ କଏଦୀ ଦ୍ବୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ହତ୍ୟା ଅଭିଯୋଗରେ ଦୀର୍ଘ ବର୍ଷ ହେଲା ବିଚାରାଧୀନ କଏଦୀ ଭାବରେ ରହିଥିଲେ । ଦୁଇ କଏଦୀଙ୍କ ମଧ୍ୟରୁ ଜଣେ ୨୮ ବର୍ଷ ବୟସ୍କ ଶୋଭାବନ ରଣା ଓ ଅନ୍ୟ ଜଣେ ୨୩ ବର୍ଷ ବୟସ୍କ ସୁମିତ ବିହାରୀ ବୋଲି ଜଣାପଡିଛି । ଚମ୍ପଟ କଏଦୀଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି ।
ପୁଣି ମାତିଲେ ଲୁଟେରା, ଆଖି ପିଛୁଳାକେ ନବେ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ
ଟିଟିଲାଗଡ: ଦିନ ଦ୍ଵିପ୍ରହରେ ରାସ୍ତା ଉପରେ ହାତରୁ ଝାମ୍ପି ନେଲେ ନବେ ହଜାର ଟଙ୍କାର ବ୍ୟାଗ । ଏଭଳି ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଅଂଚଳରେ । ଟିଟିଲାଗଡ ସହରରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଏହି ଲୁଟେରା ଗ୍ୟାଙ୍ଗ ସହର ମଧ୍ୟରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିବା ଘଟଣା ସହର ମଧ୍ୟରେ କ୍ରମାଗତ ଦେଖିବାକୁ ମିଳୁଛି। ନିୟମିତ ଅନ୍ତରାଳରେ ସହର ମଧ୍ୟରେ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ପୋଲିସ ପ୍ରଶାସନ ଏମାନଙ୍କୁ ଠାବ କରିବାରେ ବିଫଳ ହେଉଛି । ଅପର ପକ୍ଷରେ ଟିଟିଲାଗଡ ପୋଲିସ ପ୍ରଶାସନ ଓ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାଙ୍କ କାରବାର ତଥା ଟଙ୍କା ଜମା ଓ ଉଠାଣ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ବ୍ୟାପକ ଜନସଚେତନା କରାଯାଉଥିଲେ ମଧ୍ୟ ଲୋକଙ୍କ ସାମାନ୍ୟ ଅସାବଧାନତାର ସୁଯୋଗ ନେଇ ଲୁଟେରା ଗ୍ୟାଙ୍ଗ ଟଙ୍କା ଲୁଟି ଫେରାର ମାରୁଛନ୍ତି।
ଏହିପରି ଘଟଣା ସହର ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି।ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ନେତ୍ରାନନ୍ଦ ବେହେରା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ରୁ ୯୦,୦୦୦ ଟଙ୍କା ଉଠାଇ ଷ୍ଟେସନ ରାସ୍ତାରେ ଥିବା ଏକ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ।ତେବେ ହୋଟେଲ ସମ୍ମୁଖରେ ପହଞ୍ଚି ବାଇକରୁ ଓହ୍ଲାଇ ଗୋଟିଏ ହାତରେ ହେଲମେଟ ଓ ଅନ୍ୟ ହାତରେ ଟଙ୍କା ଥିବା ବ୍ୟାଗ ଧରି ହୋଟେଲକୁ ଯାଉଥିବା ସମୟରେ ଏକ କଳା ପଲ୍ସର୍ ବାଇକ ଯୋଗେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଛଡାଇ ଫେରାର ମାରିଥିଲେ।ଘଟଣା ସ୍ଥଳେ ସେ ଚିତ୍କାର କରିଥିଲେ ମଧ୍ୟ ଏବଂ ସ୍ଥାନୀୟ କିଛି ଯୁବକ ଉକ୍ତ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ତେବେ ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ବାରମ୍ବାର ସହର ମଧ୍ୟରେ ଦିନ ଦ୍ବିପହରରେ ଏଭଳି ଘଟଣାର ପୁନରାବୃତ୍ତି ହେବା ଅପରାଧୀଙ୍କ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।
ପ୍ରକାଶ ଯୋଗ୍ୟ ଯେ ମାତ୍ର କିଛିଦିନ ପୂର୍ବରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଗୋପାଲ କୃଷ୍ଣ ଚାନ୍ଦ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ନିଜ ନିଜ ଜ୍ବାଇଁ ତଥା ସାମ୍ବାଦିକ ଦୀପକ ସମଜଦାରଙ୍କ ସହ ଏକ ଏକ୍ଟିଭା ସ୍କୁଟର ଯୋଗେ ଫେରୁଥିବା ବେଳେ ଠିକାଦାର ପଡ଼ା ସ୍ଥିତ ତାଙ୍କ ଘର ସମ୍ମୁଖରୁ ଦୁଇଜଣ ଅଜଣା ଲୁଟେରା ଏକ ନୀଳ ରଙ୍ଗର ପଲ୍ସର ବାଇକ ଯୋଗେ ଆସି ତାଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଲୁଟି ଫେରାର ମାରିଥିଲେ।ତେବେ ସେହି ରାସ୍ତାରେ ଏକ ବ୍ୟବସାୟୀଙ୍କ ଦୋକାନ ରେ ଲାଗିଥିବା ସି ସି ଟିଭି ଫୁଟେଜରେ ଲୁଟେରା ମାନେ ଅନୁସରଣ କରୁଥିବା ଫଟୋ କୈଦ ହୋଇଥିଲା ଏବଂ ଉକ୍ତ ଘଟଣା କୁ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଲୁଟେରାଙ୍କୁ ଠାବ କରାଯାଇ ପାରି ନାହିଁ । ତେବେ ମାତ୍ର କିଛିଦିନର ଅନ୍ତରାଳେ ଏଭଳି ଘଟଣାର ପୁନରାବୃତ୍ତି ହେବା ସହରବାସୀଙ୍କ ଚିନ୍ତା ବଢ଼ାଇଛି।
ଟିଟିଲାଗଡ଼ରେ ତାପମାତ୍ରା ୧୫ ଡିଗ୍ରୀ ଖସିଲା : ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର : ବୁଧବାର ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର ଏଠାରେ ସର୍ବାଧିକ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହୋଇଛି। ଟିଟଲାଗଡ଼ରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ତଳକୁ ଖସି ୩୧.୭ ଡିଗ୍ରୀ ପହଞ୍ଚିଥିବା ବେଳେ ବଲାଙ୍ଗୀରରେ ପାଖାପାଖି ୧୦ ଡିଗ୍ରୀ ତଳକୁ ଖସି ୩୬.୫ ଡିଗ୍ରୀରେ ପହଞ୍ଚିଛି। ଗୁରୁବାର ଏହି ଦୁଇ ସହରରେ ଅଗ୍ନିବର୍ଷା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଦିନରେ କୌଣସି ଦୁଇଟି ସହରରେ ଏକାଥରେ ତାପମାତ୍ରା ୪୫ ଡିଗ୍ରୀ ପାର୍‍ କରିଥିଲା। ମାତ୍ରା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ କାଳବୈଶାଖୀ ଯୋଗୁଁ ଶୁକ୍ରବାର ଏଠାରେ ସ୍ଥିତି ପରିବର୍ତ୍ତନ ହୋଇଛି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗରେ ପରିବର୍ତ୍ତନ ଆସିଛି। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାପୀଥିବା ବିସ୍ଥାପିତ ମେଘଖଣ୍ଡମାନ ଓଡ଼ିଶାର ଏହି ଅଞ୍ଚଳରେ ରହିବା ସହିତ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଦିନ ତମାମ ମେଘୁଆ ପାଗ ଯୋଗୁଁ ସୂର୍ଯ୍ୟଙ୍କ କରିଣ ପଡ଼ି ପାରି ନ ଥିବା ବେଳେ ଗୁଳୁଗୁଳିରୁ ମଧ୍ୟ ମୁକ୍ତି ମିଳିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ତାତି ସାମାନ୍ୟ କମିଥିଲେ ବି ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ସହରଗୁଡ଼ିକ ମଧ୍ୟରେ ବୌଦ୍ଧରେ ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୬ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି।
ଶନିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଶନିବାର ମାଲକାନଗିରି. କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା. ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଟିଟିଲାଗଡ଼ର ଡା.ଗୁପ୍ତେଶ୍ଵର ମିଶ୍ର
ଟିଟିଲାଗଡ: ଟିଟିଲାଗଡ଼ ଉପଖଣ୍ଡ ସର୍ଗିଗୁଡା ଅଞ୍ଚଳର ଡାକ୍ତର ଗୁପ୍ତେଶ୍ଵର ମିଶ୍ର ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଛନ୍ତି। ପୂର୍ବରୁ ଡାକ୍ତରୀ ଅଧିକାରୀ ଭାବରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତରରେ ୧୨ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ପୁଣିଥରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ କରି ଟିଟିଲାଗଡ ମାଟି ପାଇଁ ସୁନାମ ଆଣିଛନ୍ତି । ତାଙ୍କ ପିତା ଶିକ୍ଷକ  ପତିତବାନ ମିଶ୍ର ଏବଂ ମା ଶିକ୍ଷୟତ୍ରୀ ଶ୍ରୀମତୀ ସଫଳ ମିଶ୍ର ଅଟନ୍ତି। ଛୋଟ ପୁଅ  ରାମ କୃଷ୍ଣ ମିଶ୍ର ଭୀମସାର ବୁର୍ଲାରୁ ଏମବିବିଏସ ପଢି ସାରିଥିବା ବେଳେ ବଡ ପୁଅ ଗୁପ୍ତେଶ୍ଵର ମିଶ୍ର ଦିଲ୍ଲୀରେ ସର୍ବ ଭାରତୀୟ ଆୟୁର୍ବେଦ ସଂସ୍ଥାରେ ସ୍ନାତକୋତ୍ତର କରୁଛନ୍ତି। ଡାକ୍ତର ମିଶ୍ର ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବେଲପଡ଼ା ଜବହାର ନବୋଦୟ ବିଦ୍ୟାଳୟରେ ପଢ଼ି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ସ୍ନାତକ ସାରିଛନ୍ତି। ଏହି ସଫଳତା ତାଙ୍କର ଅସାଧାରଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରି ଅଞ୍ଚଳର ସୁନାମ ଅର୍ଜନ କରିପାରିଛି ତଥା ଅଞ୍ଚଳର ଆଗାମୀ ଯୁବପିଢ଼ି ଓ ପରୀକ୍ଷାର୍ଥୀଙ୍କ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଏହି ଅବସରରେ ଜବହାର ନବୋଦୟ ପୁରାତନଛାତ୍ର ସଂଘ ବେଳପଡା ଓ ନବୋଦୟ ପରିବାର ଟିଟିଲାଗଡ଼ର ଆବାହକ, ଯୁବ ସମାଜସେବୀ ତଥା ପୂର୍ବତନ ଡାକ ସଙ୍ଘ ସଭାପତି ରମେଶ ଚନ୍ଦ୍ର ସାହୁ ଡାକ୍ତର ମିଶ୍ରଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇଛନ୍ତ । ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଟିଟିଲାଗଡ: ବୁଝୁନି ମାଆର ମନ। ୪ ବର୍ଷ ତଳୁ ନିଖୋଜ ହୋଇଯାଇଛି ପୁଅ । ହେଲେ ଲୋକଙ୍କଠୁ ଖବର ପାଇବା ମାତ୍ରେ ଡେରି ନ କରି ମଆ ପୁଅକୁ ଖୋଜିବାକୁ ବାହାରି ଯାଉଛି ଏ ଜିଲ୍ଲାରୁ ସେ ଜିଲ୍ଲା, ଏ  ରାଜ୍ଯରୁ ସେ ରାଜ୍ଯକୁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଟିଟିଲାଗଡ଼ରେ। ନିଖୋଜ ପୁଅର ସନ୍ଧାନ ଖବର ପାଇ ଛତିଶଗଡ଼ରୁ ଆସି ଟିଟିଲାଗଡରେ ପହଞ୍ଚିଛି ବୃଦ୍ଧା ମାଆ। ସାଙ୍ଗରେ ଅଛି ଝିଅ ।
ସୂଚନା ଅନୁଯାୟୀ,  ବିଗତ ୪ ବର୍ଷରୁ ନିଖୋଜ ଥିବା ଛତିଶଗଡ ମହାସମୁନ୍ଦ୍ ନିବାସୀ ରୋନକ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଦୀର୍ଘଦିନ ଧରି ବହୁ ସହର ମଧ୍ୟରେ ଖୋଜାଖୋଜି କରିବା ପରେ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ ଯୋଗେ ଖବର ପାଇବା ପରେ ମାହସମୁନ୍ଦରୁ ଟିଟିଲାଗଡ଼କୁ ଆସିଥିବା ବେଳେ ଶେଷରେତାଙ୍କୁ ନିରାଶ ହେବାକୁ ପଡ଼ିଛି। ମାହସମୁନ୍ଦ ଛତିଶଗଡ଼ ଠାରୁ ବିଗତ ୧୫ ଏପ୍ରିଲ ୨୦୧୭ ରୁ ରାଜେଶ୍ୱରୀ ରାଜପୁତ (ମାଆ) ଙ୍କ ଏକ ମାତ୍ର ପୁଅ ରୋନକ୍ ନିଖୋଜ ରହିଥିବା ବେଳେ ବିଗତ ୪ ବର୍ଷ ଧରି ମାଆ ରାଜେଶ୍ୱରୀ ତାଙ୍କ ଝିଅ ମେଘା ସହ ତାଙ୍କ ପୁଅକୁ ଏ ରାଜ୍ୟରୁ ସେ ରାଜ୍ୟ, ଏ ଗାଁରୁ ସେ ଗାଁ ଖୋଜି ଚାଲିଛନ୍ତି। ହେଲେ କୌଣସି ସୁରାଗ ମିଳୁ ନ ଥିବା ବେଳେ ଗତ ୨୦ ତାରିଖ ଦିନ ଫୋନେ ମାଧ୍ୟମରେ ତାଙ୍କୁ ଜଣେ ଖବର ଦେଲେ ଯେ ତାଙ୍କ ପୁଅ ଟିଟିଲାଗଡ଼ ରେଳବାଇ ଷ୍ଟେସନ ନିକଟରେ ଦେଖା ଯାଇଛି। ତା’ ପରେ ଖୁସି ସମ୍ଭାଳି ନ ପାରି ପରିବାର ଲୋକେ ଟିଟିଲାଗଡ ସହରକୁ ଧାଇଁ ଆସିଥିଲେ। ସହରର ବିଭିନ ଦୋକାନରୁ ଦୋକାନ ବୁଲି, ଲୋକଙ୍କ ସାଥିରେ କଥା ହେଇ ନିଜ ପୁଅଙ୍କ ବିଷୟରେ କହି ମାଆ ଓ ଝିଅ କଥା ହେଉ ହେଉ କାନ୍ଦି ପକାଉ ଥିବା ବେଳେ ପୁଅଙ୍କ ପୋଷ୍ଟର ଓ ଫୋଟୋ ଦେଖାଇବା ସହ ଅନେକ ପ୍ରମୁଖ ଛକ ଗୁଡିକରେ ପୋଷ୍ଟର ଲଗାଇଥିଲେ। ଶେଷରେ ଟିଟିଲାଗଡ଼ ପୁଲିସ ଥାନାକୁ ଯାଇ ମଧ୍ୟ ଉଭୟ ମାଆ ଓ ଝିଅ ଥାନା ଅଧିକାରୀ ରଞ୍ଜନ ବରୀହାଙ୍କୁ ଦେଖା କରିବା ସହ ପୁଲିସର ଆଶ୍ୱାସନା ପରେ ନିଖୋଜ ଯୁବକର ଅନୁସନ୍ଧାନରେ ନିରାଶ ହୋଇ ସମ୍ବଲପୁରକୁ ଯାଇଥିବା ନେଇ ସୂଚନା ମିଳିଛି।
ଦେହବେପାର ଅଭିଯୋଗରେ ୨ ଯୁବକ ଗିରଫ, ୩ ଯୁବତୀ ଉଦ୍ଧାର
ଟିଟିଲାଗଡ: ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ତଥା ଦେଶର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ଟିଟିଲାଗଡ ସହର ବେଶ ପରିଚିତ। ରେଳ ଜଙ୍କସନ ହୋଇଥିବା ଯୋଗୁଁ ଦେଶର କୋଣ ଅନୁକୋଣକୁ ଏଠାରୁ ଉତ୍ତମ ରେଳ ସଂଯୋଗ ରହିଛି। ତେବେ ଏହାର ସୁଯୋଗ ନେଇ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ସହର ମଧ୍ୟକୁ ଆସି ବିଭିନ୍ନ ଦଲାଲ ଙ୍କ ମାଧ୍ୟମରେ ସହର ମଧ୍ୟରେ ଦେହ ବ୍ୟବସାୟ କାରବାର ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠିଛି । ଦଲାଲ ମାନେ ବିଭିନ୍ନ ହାଇଟେକ୍ ଉପାୟ ଆପଣେଇ ଯୁବତୀ ଚାଲାଣ ତଥା ଗ୍ରାହକ ବନ୍ଦୋବସ୍ତ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୋଲିସ ଦେହ ବ୍ୟବସାୟ ଅଭିଯୋଗ ରେ ସହରର ପ୍ରଦୀପ ଜାଲ ଓ ରବି ହରପାଲ ନାମକ ଦୁଇଜଣ ଯୁବକକୁ ଗିରଫ କରିଥିବା ବେଳେ ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ଼ ଘାଟ ଗାଁ ରେ ଚଢାଉ କରି ଜଣେ ଯୁବତୀଙ୍କୁ ଏବଂ ସହର ମଧ୍ୟରୁ ଆଉ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଗିରଫ ଯୁବକ ଦ୍ବୟ ଏବଂ ଉଦ୍ଧାର ତିନି ଜଣ ଯୁବତୀଙ୍କୁ ଟିଟିଲାଗଡ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଉଦ୍ଧାର ହୋଇଥିବା ଯୁବତୀ ତିନିଜଣ ବୌଦ୍ଧ,ଭୁବନେଶ୍ୱର ଓ ନୟାଗଡ ର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଟଙ୍କା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ
ଟିଟିଲାଗଡ: ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ାର ଦିଜିଲି ବେହେରାଙ୍କ ପୁଅ ସଞ୍ଜୟ ବେହେରା ବୟସ (୩୩ ) ଦୀର୍ଘ ୨୦ ଦିନରୁ ଉର୍ଦ୍ଧ୍ବ ଦିନ ଧରି ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।  ପୁଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଟିଟିଲାଗଡ଼ ଥାନାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲରେ ଉକ୍ତ ନିଖୋଜ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ , ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇ -ଭାଇଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏଇ ଟଙ୍କା ଭାଗ ବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା (୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି। ଟିଟିଲାଗଡ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ପୁଲିସ ତରଫରୁ ଅନୁସନ୍ଧାନ ଜାରି ରହିଛି। ତେବେ ସହର ଠାରୁ ଏତେ ଦୂରରେ ଶବ ପୋତା ଯାଇଥିବାକୁ ନେଇ ହତ୍ୟାକାରୀ ନିଜେ ଏକା ଏକା ଏତେ ସବୁ କାମ କରିବା ସମ୍ଭପର ନୁହେଁ ଏବଂ ହତ୍ୟାକାରି ସହ ନିଶ୍ଚୟ ଅନ୍ୟ ସହୋଜୋଗି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।
ପ୍ରକାଶ ଥାଉ ଯେ, ମୃତ ସଞ୍ଜୟ ଯେଉଁ ଦିନ ନିଖୋଜ ହୋଇଥିଲେ ସେହିଦିନ ସେ ମୁନିଗୁଡ଼ାରେ ଥିବା ତାଙ୍କ ସ୍ତ୍ରୀଙ୍କ ସହ ସାନ ଭାଇ ଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା କଥା ଜଣାଇଥିଲେ। ମୃତ ସଞ୍ଜୟର ଗୋଟିଏ ଛୋଟ ଝିଅ ଥିବାବେଳେ ଟଙ୍କା ପାଇଁ ନିଜ ସାନ ଭାଇ ଅମାନୁଷିକ ଭାବରେ ହତ୍ୟା କରି ଶବକୁ ଜଙ୍ଗଲକୁ ନେଇ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଗଳିତ ଶବକୁ ପୁଲିସ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି।
ବଚସାରୁ ୪ ଯୁବକଙ୍କୁ ଲଙ୍କାଗୁଣ୍ଡ ଦେଇ ମରଣାତ୍ମକ ଆକ୍ରମଣ କଲେ ସ୍ଥାନୀୟଲୋକେ, ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ
ଟିଟିଲାଗଡ: ଟିଟିଲାଗଡ ଥାନା ଅନ୍ତର୍ଗତ ଘୋଡାର ଗ୍ରାମ ଠାରେ ଟିଟିଲାଗଡ ସହରର ହାଟପଦା ପଡ଼ାର ଚାରି ଜଣ ଯୁବକଙ୍କୁ ଗ୍ରାମର କିଛି ମହିଳା ଓ ପୁରୁଷମାନେ ମିଳିତ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ସୂଚନା ମିଳିଛି। ଏପରିକି ଗ୍ରାମର କିଛି ବ୍ୟକ୍ତି ଆକ୍ରମଣରେ ଆହତ ହୋଇ ରକ୍ତାକ୍ତ ହୋଇଥିବା ଏହି ଯୁବକ ମାନଙ୍କୁ ଲଙ୍କା ଗୁଣ୍ଡ ଲଗାଇ ଆକ୍ରମଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ ହାଟପଦା ପଡ଼ାର ମୁବାରକ ଅଲି, ଗୁଣ୍ଡୁ ବାଗ, ବଲ ବେହେରା ଏବଂ ଆଲୋକ ବେହେରା ନାମକ ଚାରିଜଣ ଯୁବକ ମିଶି ଘୋଡାର ଗ୍ରାମକୁ ଯାଇ ଥିବା ବେଳେ କୌଣସି କାରଣ ବଶତଃ ମାରଲାଡ ବ୍ରିଜ ପାଖରେ କୁଚିଆ ଦୋକାନ କରିଥିବା କିଛି ମହିଳା ଓ ପୁରୁଷଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏପରିକି ଉକ୍ତ ଯୁବକ ମାନେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଉଭୟ ପକ୍ଷର ଏହି ବଚସା ବୃଦ୍ଧି ପାଇ ଗ୍ରାମର ଉଭୟ ମହିଳା ଓ କିଛି ବ୍ୟକ୍ତି ମିଶି ଉକ୍ତ ଯୁବକ ମାନଙ୍କୁ ମାରଣାନ୍ତାକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଯୁବକ ମାନଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଯୁବକ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଉଭୟ ପକ୍ଷରୁ ଟିଟିଲାଗଡ ଥାନା ଠାରେ ଏତଲା ଦାୟର କରାଯାଇଛି।
ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ, ଅପରିଚିତ ନାବାଳିକାର ଜୀବନ ବଞ୍ଚାଇବା ପାଇଁ ରମଜାନ ମାସର ରୋଜା ଭାଙ୍ଗି କଲେ ରକ୍ତଦାନ
ଟିଟିଲାଗଡ : ଦେଶ ବ୍ୟାପି କୋରୋନା ମହାମାରୀ ର ଲହରୀ ପ୍ରବାହିତ ହେଉଥିବାବେଳେ ସଂକ୍ରମଣ କୁ ଭୟକରି ଲୋକେ ଘରୁ ବାହାରକୁ ବାହାରୁ ନ ଥିବା ସମୟରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି କରୋନା ର କରୁଣଚିତ୍ର । ସତେ ଯେମିତି ସଂକ୍ରମଣ ଭୟ ଆଗରେ ହାର ମାନିଯାଇଛି ମଣିଷ ପଣିଆ, ଭାଇଚାରା ଓ ଆତ୍ମିୟତା। ସମାଜରେ ଘଟୁଥିବାଏହିପରି ଘଟଣା ନିତିଦିନ ଆମ ଆଖି ଆଗରେ ଆସୁଥିଲେ ମଧ୍ୟ ଏହା ଉପରେ ଭାରି ପଡୁଛି ସଂକ୍ରମଣ ର ଭୟ। ସଂକ୍ରମିତ ହେବା ଭୟରେ ନିଜ ଆତ୍ମୀୟ ସ୍ୱଜନ ନିଜ ଚିକିତ୍ସିତ ବ୍ୟକ୍ତି ଙ୍କ ପାଖକୁ ଯାଉ ନ ଥିବାବେଳେ ଟିଟିଲାଗଡ ସହରରେ ଜଣେ ମୁସଲମାନ ଯୁବକ ପ୍ରଚଳିତ ରମଜାନ ମାସର ରୋଜା ଭାଙ୍ଗି ରକ୍ତଦାନ କରି ଜଣେ ଅପରିଚିତ ନାବାଳିକା ର ଜୀବନ ବଞ୍ଚାଇ ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି । ଟିଟିଲାଗଡ ଅନ୍ତର୍ଗତ ଶିହିନି ପଞ୍ଚାୟତ ର ଉଦେପୁର ଗ୍ରାମର ଶ୍ରୀ ରବି ବାଗ ଙ୍କ ୧୫ବର୍ଷୀୟା ଅସୁସ୍ଥ ଝିଅ ଭାରତୀ ବାଗ ଙ୍କୁ ଦୁଇଦିନ ତଳେ ଟିଟିଲାଗଡ ସରକାରୀ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ତେବେ ତାଙ୍କ ଚିକିତ୍ସା ପାଇଁ ଦୁର୍ଲ୍ଲଭ A ନେଗେଟିଭ ରକ୍ତ ର ଆବଶ୍ୟକତା ପଡ଼ିବାରୁ ବହୁ ଖୋଜାଖୋଜି ପରେ ମଧ୍ୟ ଏହି ଦୁର୍ଲଭ ଗ୍ରୁପ ର ରକ୍ତ ମିଳିନଥିଲା ।ପରେ ଖବର ପାଇ ଟିଟିଲାଗଡ ବିକାଶ ସେନା ର ସଦସ୍ୟ ମେହେରାଜ୍ ଖାନ୍ ରମଜାନ ମାସ ପାଇଁ ରଖିଥିବା ରୋଜା ଭାଙ୍ଗି ତୁରନ୍ତ ରକ୍ତଦାନ କରିଥିଲେ। ଟିଟିଲାଗଡ ସହର ନିବାସୀ କୟୁମ୍ ଖାନ୍ ଙ୍କ ୨୧ବର୍ଷୀୟ ପୁତ୍ର ମେହେରାଜ ଖାନ୍ ଙ୍କ ଏହି କାମ ପାଇଁ ତାଙ୍କୁ ସମାଜର ବିଭିନ୍ନ ମହଲରୁ ବହୁ ପ୍ରଶଂସା କରାଯାଇଛି।ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳ।ନ ଷଡ଼ଙ୍ଗୀ ତାଙ୍କ ଅନୁଷ୍ଠାନ ର ସଦସ୍ୟଙ୍କ ଉକ୍ତ କାର୍ଯ୍ୟରେ ସେ ଗର୍ବିତ ଓ ସମାଜ ପାଇଁ ଏହା ଏକ ଉଦାହରଣ ବୋଲି ମତ ଦେଇଛନ୍ତି।