FASTag - The Sakala

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI
ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।

କେତେ ବଢ଼ିଲା ଦର?

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।

କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?

ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।

କ'ଣ ରହିଛି ନିୟମ ଓ ସୁବିଧା?

ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।

ବାର୍ଷିକ ପାସର ଲୋକପ୍ରିୟତା

ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%) ଓ ଦିଲ୍ଲୀ (୧୧.୫%) ରହିଛନ୍ତି।

ଫାଶ୍‌ଟ୍ୟାଗ୍‌ ୟୁଜର୍ସଙ୍କୁ ଆଶ୍ବସ୍ତି: ଫେବୃଆରୀରୁ ରହିବନି କେୱାଇଭି ଝିନ୍‌ଝଟ୍‌
ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ ପ୍ରସଙ୍ଗରେ ଭାରତୀୟ ଜାତୀୟ ରାଜପଥ ପ୍ରଧିକରଣ (ଏନଏଚ୍‌ଏଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ବନ୍ଦ ହେବ କାର, ଜିପ୍ ଏବଂ ଭ୍ୟାନ ଭଳି ଚାରି ଚକିଆ ଗାଡ଼ି ପାଇଁ ନୂଆ ଫାସ୍‌ଟ୍ୟାଗ ଜାରି ସମୟରେ ଆବଶ୍ୟକ ହେଉଥିବା ‘ନୋ ୟୋର ଭେଇକିଲ’ (କେୱାଇଭି) ପ୍ରକ୍ରିୟା। ଏହି ପରିବର୍ତ୍ତନ ୨୦୨୬ ଫେବୃଆରୀ ପହିଲାଠାରୁ ଲାଗୁ ହେବ। ଏହା ଫାସ୍‌ଟ୍ୟାଗ ୟୁଜର୍ସଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। କାରଣ ଫାସ୍‌ଟ୍ୟାଗ ଆକ୍ଟିଭ ହେବା ପରେ ଦେଖାଦେଉଥିବା ସମସ୍ୟା ଏଣିକି  ଦୂର ହୋଇଯିବ। କେଓ୍ବାଇଭିର ଉଦ୍ଦେଶ୍ୟ ହେଉଛି ଫାସ୍‌ଟ୍ୟାଗ ଠିକ୍ ଭାବେ ଗାଡ଼ିରେ ଲଗାଯିବା ଏବଂ ଏହା ପ୍ରକୃତ ମାଲିକଙ୍କ ସହ ଜଡ଼ିତ ରହିଛି କି’ ନାହିଁ ତାହା ସୁନିଶ୍ଚିତ କରିବା। ଏହାଦ୍ବାରା ଭୁଲ ବ୍ୟବହାର, ନକଲି ଟ୍ୟାଗ କିମ୍ବା ଭୁଲ ଗାଡ଼ି ଦ୍ବାରା ଲିଙ୍କ୍ ହେବା ଭଳି ଅସୁବିଧା ରହି ନ ଥାଏ। ଏହି ଯାଞ୍ଚ ବାହାନ ପୋର୍ଟାଲରେ ପଞ୍ଜିକୃତ ଥିବା ଗାଡ଼ିର ସବିଶେଷ ରେଜିଷ୍ଟ୍ରେସନର ତଥ୍ୟ ଅନୁସାରେ ହୋଇଥାଏ।

ଏସବୁ ଯାଞ୍ଚ ବାଦ୍ ଗାଡ଼ିରେ ପୂର୍ବରୁ କୌଣସି ଆକ୍ଟିଭ ଫାସ୍‌ଟ୍ୟାଗ ଅଛି କି ନାହିଁ , ଯଦି ଅଛି ତାହା କଳା ତାଲିକାଭୁକ୍ତ ହୋଇନାହିଁ ତ। ତାହା କେୱାଇଭି ପ୍ରକ୍ରିୟାରେ ଯାଞ୍ଚ କରାଯାଇଥାଏ। ପୂର୍ବରୁ ଫାସ୍‌ଟ୍ୟାଗ ଆକ୍ଟିଭ ହେବା ପରେ, ବେଳେବେଳେ କେଓ୍ବାଇଭିର ଯାଞ୍ଚ କରିବାକୁ ପଡ଼ୁଥିଲା। ଏହାଦ୍ବାରା ୟୁଜର୍ସଙ୍କୁ ପରେ ଡକ୍ୟୁମେଣ୍ଟ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ନୂଆ ପଦକ୍ଷେପରେ  କେଓ୍ବାଇଭିର ଆବଶ୍ୟକତାକୁ ଶେଷ କରିଦିଆଯାଇଛି। ଯେଉଁ ଗାଡ଼ିରେ ପୂର୍ବରୁ ଫାସ୍‌ଟ୍ୟାଗ ରହିଛି। ସେମାନଙ୍କ ପାଇଁ ମଧ୍ୟ ରୁଟିନ କେଓ୍ବାଇଭିର ଆବଶ୍ୟତା ରହିବନି। ଏହି ଯାଞ୍ଚ କେବଳ ସ୍ବତନ୍ତ୍ର ମାମଲାରେ ହେବ, ଯେମିତି କି ଫାସ୍‌ଟ୍ୟାଗ ଭୁଲ ଉପାୟରେ ଜାରି ହୋଇଥିଲେ କିମ୍ବା ଅନୁଚିତ ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିଲେ। ଯଦି କୌଣସି ଅଭିଯୋଗ ହୋଇନାହିଁ ତା’ ହେଲେ ପୁରୁଣା କାରର ଫାସ୍‌ଟ୍ୟାଗ ଉପରେ କୌଣସି କେଓ୍ବାଇଭି କରିବାକୁ ପଡ଼ିବନି। ବ୍ୟାଙ୍କଗୁଡ଼ିକ ଏବେ ବାହନ ପୋର୍ଟାଲରେ ଗାଡ଼ିର ବିବରଣୀ ଯାଞ୍ଚ କରିବା ପରେ ହିଁ ଫାସ୍‌ଟ୍ୟାଗ ଆକ୍ଟିଭ କରିପାରିବେ। ଏବେ ପ୍ରଥମେ ଆକ୍ଟିଭ ଏବଂ ତା’ ପରେ ଯାଞ୍ଚ ସିଷ୍ଟମକୁ ବନ୍ଦ କରାଯାଇଛି।

ନୂଆ ଆର୍ଥିକ ବର୍ଷରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ; ବଦଳିବ ଆଧାର-ପାନ୍‌-ଫାସ୍‌ଟ୍ୟାଗ୍‌ ନିୟମ
ନୂଆଦିଲ୍ଲୀ,: ସରିବାକୁ ଯାଉଛି ୨୦୨୩-୨୪ ଆର୍ଥିକ ବର୍ଷ। ଆସନ୍ତା ଏପ୍ରିଲ ପହିଲା ଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ତେବେ ଏହି ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ବଡ଼ ନିୟମ। ଏଥିରେ ପାନ୍ -ଆଧାର କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁୁ ଯାଉଛି। ଏଡାଛଡା ପିଏଫ୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ଏପ୍ରିଲ ପହିଲା ଆରମ୍ଭ ହେବା ମାତ୍ରେ ସରକାର ଏକ ନୂଆ ବ୍ୟବସାୟ ବର୍ଷର ଆଗମନ ଘୋଷଣା କରିଥାନ୍ତି। ଏହି ଦିନଠାରୁ ଏଥର ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି। ଟିକସ ନୀତିରେ ଫାସ୍‌ଟ୍ୟାଗ୍‌କୁ ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି ଏବଂ ବ୍ୟବସାୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ।

ଫାସ୍‌ଟ୍ୟାଗ୍‌ କେୱାଇସି ଅପ୍‌ଡେଟ୍‌

ଏପ୍ରିଲ୍ ପହିଲାଠାରୁ କାର୍ଯ୍ୟକାରୀ ହେଉଥିବା ଫାସ୍‌ଟ୍ୟାଗ୍ ଉପଭୋକ୍ତାମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ କାରବାରରେ ସମ୍ଭାବ୍ୟ ବ୍ୟାଘାତକୁ ଏଡାଇବା ପାଇଁ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସେମାନଙ୍କର କେୱାଇସି ଅପଡେଟ୍ ହୋଇଛି କି ନାହିଁ। ଏହି ଆଦେଶକୁ ଅନୁପାଳନ ନ କଲେ ଟୋଲ୍ ପେମେଣ୍ଟରେ ବାଧା ସୃଷ୍ଟି ହୋଇପାରେ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଆଇ) ନେତୃତ୍ୱରେ ଏହି ପଦକ୍ଷେପ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଏବଂ ଫାସ୍‌ଟ୍ୟାଗ୍ କାର୍ଯ୍ୟକୁ ସରଳ କରିବା ଲକ୍ଷ୍ୟ ରଖିଛି।

ପାନ୍-ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ

ପାନକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଲିଙ୍କ୍ ସଂପୂର୍ଣ୍ଣ କରିବାରେ ବିଫଳତା କାରଣରୁ ଜଣଙ୍କର ପାନ୍ ନମ୍ବର ବାତିଲ ହୋଇପାରେ। ୧ ଏପ୍ରିଲ୍ ୨୦୨୪ ପରେ ପାନ୍-ଆଧାର ଲିଙ୍କ୍‌ରେ ବିଳମ୍ବ ପାଇଁ ବ୍ୟକ୍ତିବିଶେଷଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ, ଯାହାକୁ ଅନୁପାଳନ କରିବା ଜରୁରୀ । ଏହି ପଦକ୍ଷେପ ଆର୍ଥିକ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବ ଏବଂ ଠକେଇ କାର୍ଯ୍ୟକଳାପକୁ ରୋକିବ।

ପିଏଫ୍‌ ଆକାଉଣ୍ଟ ସ୍ଥାନାନ୍ତର

୧ ଏପ୍ରିଲ୍ ୨୦୨୪ଠାରୁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏକ ସ୍ୱୟଂଚାଳିତ ପିଏଫ୍‌ ଆକାଉଣ୍ଟ ସ୍ଥାନାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ପଦକ୍ଷେପ ଚାକିରି ବଦଳାଇବା ସମୟରେ ମାନୁଆଲ ଅନୁରୋଧର ଆବଶ୍ୟକତାକୁ ଦୂର କରିଥାଏ। ଏହାଛଡା ଏହା ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରି ବ୍ୟବହାରକାରୀଙ୍କ ପାଇଁ ସମସ୍ତ ଅସୁବିଧାକୁ ମଧ୍ୟ ହ୍ରାସ କରିଥାଏ। ବିନା ବାଧାରେ ଆକାଉଣ୍ଟ ପୋର୍ଟେବିଲିଟିକୁ ସୁଗମ କରିବା, ଇପିଏଫ୍ଓ କର୍ମଚାରୀଙ୍କ ଗତିଶୀଳତା ବଢ଼ାଇବା ଏବଂ ଅବସର ସଞ୍ଚୟରେ ଅସୁବିଧାମୁକ୍ତ ପ୍ରବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି, ଯାହାଫଳରେ ସେମାନଙ୍କୁ କାର୍ଯ୍ୟରେ କୌଣସି ବ୍ୟାଘାତର ସମ୍ମୁଖୀନ ହେବାକୁ ପଡିବନାହିଁ ।

ଏସବିଆଇ କ୍ରେଡିଟ୍ କାର୍ଡ

ଉପଭୋକ୍ତାମାନଙ୍କ ପାଇଁ ସଂଶୋଧିତ ନିୟମ ୧ ଏପ୍ରିଲ ରୁ ଭଡା ଦେୟ ପ୍ରଦାନ କରୁଥିବା ଏସ୍‌ବିଆଇ କ୍ରେଡିଟ କାର୍ଡଧାରୀମାନେ ଆଉ ଆୱାର୍ଡ ପଏଣ୍ଟ ପାଇବେ ନାହିଁ। ଏହି ପଲିସି ଆଡଜଷ୍ଟମେଣ୍ଟ, ପ୍ରାରମ୍ଭରେ କ୍ରେଡିଟ୍ କାର୍ଡ ବାଛିବା ପାଇଁ ପ୍ରଯୁଜ୍ୟ ଏବଂ ୧୫ ଏପ୍ରିଲ୍ ୨୦୨୪ ସୁଦ୍ଧା ଅନ୍ୟମାନଙ୍କୁ ବିସ୍ତାର କରିଥାଏ, ଗ୍ରାହକଙ୍କ ଆଚରଣ ବିକାଶ ହେତୁ ପୁରସ୍କାର ସଂରଚନାକୁ ଯୁକ୍ତିଯୁକ୍ତ କରିବା ଏବଂ ପ୍ରୋତ୍ସାହନ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଯଦିଓ ଏହି ପରିବର୍ତ୍ତନ କିଛି ଉପଭୋକ୍ତାଙ୍କୁ ନିରାଶ କରିପାରେ। ତଥାପି ଏହା କ୍ରେଡିଟ କାର୍ଡ ନୀତିର ପର୍ଯ୍ୟାୟ ସମୀକ୍ଷା ଏବଂ ପରିଶୋଧନର ଆବଶ୍ୟକତାକୁ ଧ୍ୟାନ ରଖିଥାଏ।

ବଢ଼ିଲା ଫାସ୍‌ଟ୍ୟାଗ୍‌ କେୱାଇସି ଅପଡେଟ୍ ସମୟସୀମା
ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ୍ କେୱାଇସି ଅପଡେଟ୍ କରିବାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଭାରତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ‘ଗୋଟିଏ ବାହନ ଗୋଟିଏ ଫାସଟ୍ୟାଗ୍’ ନୀତି’କୁ ନେଇ ଏବେ ପ୍ରତି ବାହନରେ ଫାସ୍‌ଟ୍ୟାଗ୍ ଲାଗୁଛି। ଏହି ଫାସ୍‌ଟ୍ୟାଗର ବ୍ୟବହାର କୌଣସି ଅନ୍ୟ ବାହନ ପାଇଁ ବ୍ୟବହାର ହୋଇ ପାରିବନାହିଁ। ଏନଏଚଏଆଇ ପେଟିଏମ ଫାସଟ୍ୟାଗ୍ ୟୁଜରଙ୍କୁ ଯେପରି ସମସ୍ୟା ନ ହେଉ ସେଥିପାଇଁ କେୱାଇସି ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏଥିପାଇଁ ୨୯ ଫେବୃଆରୀକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ୟୁଜରଙ୍କୁ ଆଉ ଏକ ମାସ ଅଧିକ ସମୟ ମିଳିଯାଇଛି। ଏନଏଚଏଆଇ ଜାତୀୟ ରାଜମାର୍ଗରେ ସମସ୍ୟା ବିହୀନ ଟୋଲ ପୈଠ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କେୱାଇସି ଅପଡେଟ୍ କରାଇ ନେବାକୁ କହିଛି।

ଆଜିଠୁ ବନ୍ଦ ବିନା କେୱାଇସି ଫାସ୍‌ଟ୍ୟାଗ୍‌ , ବ୍ୟାଙ୍କ କରିବେ ନିଷ୍କ୍ରିୟ ଆଉ କଳା ତାଲିକାଭୁକ୍ତ
ନୂଆଦିଲ୍ଲୀ: ଯଦି ଆପଣ କାରର ଫାସ୍‌ଟ୍ୟାଗ୍‌ର କେୱାଇସିକୁ ବ୍ୟାଙ୍କରୁ ଅପଡେଟ୍ କରିନାହାଁନ୍ତି, ତେବେ ଏଥିପାଇଁ ଏବେ ସବୁ ବାଟ ବନ୍ଦ। ଫେବ୍ରୁଆରୀ ୨୯ପରେ, ବ୍ୟାଙ୍କଗୁଡିକ ବିନା କେୱାଇସି ଥିବା ଫାସ୍‌ଟ୍ୟାଗ୍‌ ନିଷ୍କ୍ରିୟ କିମ୍ବା କଳା ତାଲିକାଭୁକ୍ତ କରିବେ। ଏହାପରେ, ଫାସ୍‌ଟ୍ୟାଗ୍‌ରେ ବାଲାନ୍ସ ଥାଇ ମଧ୍ୟ ଦେୟ ପ୍ରଦାନ କରିହେବନାହିଁ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଫାସ୍‌ଟ୍ୟାଗ୍‌ ଗ୍ରାହକଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିୟମ ଅନୁଯାୟୀ ଫାସ୍‌ଟ୍ୟାଗ୍‌ ପାଇଁ କେୱାଇସି ପ୍ରକ୍ରିୟା ଶେଷ କରିବାକୁ କହିଛି, ଯାହାଫଳରେ ବିନା କୌଣସି ଅସୁବିଧାରେ ଫାସ୍‌ଟ୍ୟାଗ୍‌ ସୁବିଧା ଉପଲବ୍ଧ ରହିବ। ଗୋଟିଏ ଗାଡିରେ କେବଳ ଗୋଟିଏ ଫାଷ୍ଟାଗ୍ କାମ କରିବ ଗ୍ରାହକମାନେ ବର୍ତ୍ତମାନ ଗୋଟିଏ ଗାଡିରେ କେବଳ ଗୋଟିଏ ଫାସ୍‌ଟ୍ୟାଗ୍‌ ବ୍ୟବହାର କରିପାରିବେ। ଏନ୍‌ଏଚ୍‌ଏଆଇ ଏହାର ବିବୃତ୍ତିରେ କହିଛି ଯେ ଫାସ୍‌ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ‘ଗୋଟିଏ ଗାଡି, ଗୋଟିଏ ଫାସ୍‌ଟ୍ୟାଗ୍‌‘ ନୀତି ଅନୁସରଣ କରିବାକୁ ପଡିବ। ପୂର୍ବରୁ ଦିଆଯାଇଥିବା ସମସ୍ତ ଫାସ୍‌ଟ୍ୟାଗ୍‌କୁ ନିଜ ନିଜ ବ୍ୟାଙ୍କକୁ ଫେରାଇବାକୁ ପଡିବ। ବର୍ତ୍ତମାନ କେବଳ ନୂତନ ଫାସ୍‌ଟ୍ୟାଗ୍‌ ଆକାଉଣ୍ଟ ସକ୍ରିୟ ରହିବ। ଏନ୍‌ଏଚ୍‌ଏଆଇ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଏବଂ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ ଟୋଲ ସଂଗ୍ରହ ପାଇଁ ଟୋଲ୍‌ ପ୍ଲାଜାର ଅପେକ୍ଷା ସମୟ ହ୍ରାସ କରିବା ପାଇଁ ‘ଗୋଟିଏ ଯାନ, ଗୋଟିଏ ଫାସ୍‌ଟ୍ୟାଗ୍‌‘ ଅଭିଯାନ ଆରମ୍ଭ କରିଛି। ଗୋଟିଏ ଗାଡି ପାଇଁ ଏକାଧିକ ଫାସ୍‌ଟ୍ୟାଗ୍‌ ପ୍ରଦାନ ଏବଂ ଆରବିଆଇ ନିୟମ ଉଲ୍ଲଂଘନ କରି କେୱାଇସି ବିନା ଫାସ୍‌ଟ୍ୟାଗ୍‌ ଜାରି କରାଯାଇଥିବା ଅଭିଯୋଗର ଉତ୍ତରରେ ଏନ୍‌ଏଚ୍‌ଏଆଇ ଏହିା କହିଛି। ଫାସ୍‌ଟ୍ୟାଗ୍‌ କ’ଣ ଫାସ୍‌ଟ୍ୟାଗ୍‌ ହେଉଛି ଏକ ପ୍ରକାର ଟ୍ୟାଗ୍ କିମ୍ବା ଷ୍ଟିକର। ଏହା ଯାନର ୱିଣ୍ଡସ୍କ୍ରିନ୍ ଉପରେ ସଂସ୍ଥାପିତ ହୋଇଥାଏ। ଫାସ୍‌ଟ୍ୟାଗ୍‌ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ କିମ୍ବା ଆର୍‌ଏଫ୍‌ଆଇଡି ଟେକ୍ନୋଲୋଜିରେ କାମ କରିଥାଏ।

ଏହି ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ପ୍ଲାଜାରେ ସଂସ୍ଥାପିତ କ୍ୟାମେରା ଷ୍ଟିକରର ବାର୍ କୋଡ୍ ସ୍କାନ୍ କରେ ଏବଂ ଟୋଲ୍ ଫି ସ୍ୱୟଂଚାଳିତ ଭାବରେ ଫାସ୍‌ଟ୍ୟାଗ୍‌ୱାଲେଟ୍‌ରୁ କାଟିନେଇଥାଏ। ଫାସ୍‌ଟ୍ୟାଗ୍‌ ବ୍ୟବହାର କରୁଥିବା ଡ୍ରାଇଭରଙ୍କୁ ଟୋଲ୍‌ ଟିକସ ଦେବାକୁ ରହିବାକୁ ପଡି ନ ଥାଏ। ଟୋଲ ପ୍ଲାଜାରେ ନିଆଯାଇଥିବା ସମୟକୁ କମାଇବା ଏବଂ ଯାତ୍ରାକୁ ସହଜ କରିବା ପାଇଁ ଏହା ବ୍ୟବହୃତ ହୁଏ। ବ୍ୟାଙ୍କ ଏବଂ ଅନଲାଇନ୍ ପ୍ଲାଟଫର୍ମରୁ ଫାସ୍‌ଟ୍ୟାଗ୍‌ କିଣାଯାଇପାରିବ ଦେଶର ଯେ କୌଣସି ଟୋଲ୍ ପ୍ଲାଜାରୁ ଫାସ୍‌ଟ୍ୟାଗ୍‌ କିଣିହେବ। ଏହାବ୍ୟତୀତ ଆପଣ ଏହାକୁ ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫସି ବ୍ୟାଙ୍କ, ଏସବିଆଇ, କୋଟାକ୍ ବ୍ୟାଙ୍କ ଶାଖାରୁ ମଧ୍ୟ କିଣିପାରିବେ। ପେଟିଏମ୍, ଆମାଜନ, ଗୁଗୁଲ୍ ପେ’ ପରି ଅନଲାଇନ୍ ପ୍ଲାଟଫର୍ମରୁ ଆପଣ ଏହାକୁ କିଣିପାରିବେ। ଆପଣ ଆପଣଙ୍କର ଫାସ୍‌ଟ୍ୟାଗ୍‌ ଆକାଉଣ୍ଟକୁ ଏହି ଆପ୍ ସହିତ ଲିଙ୍କ୍ କରି ପେମେଣ୍ଟ ମଧ୍ୟ କରିପାରିବେ। ଯଦି ଆପଣ ଚାହାଁନ୍ତି, ଆପଣ ଏହି ଆପ୍ ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରିପାରିବେ। ଏହାସହିତ, ଯେତେବେଳେ ବି ଆପଣ କୌଣସି ଟୋଲ୍ ପ୍ଲାଜା ଦେଇ ଯାଆନ୍ତି, ଟୋଲ୍ ଟ୍ୟାକ୍ସ ଆପଣଙ୍କ ଆକାଉଣ୍ଟରୁ କଟାଯିବ। ଫାସ୍‌ଟ୍ୟାଗ୍‌ କିଣିବାବେଳେ ଆପଣଙ୍କର ଆଇଡି ପ୍ରମାଣ ଏବଂ ଯାନ ପଞ୍ଜିକରଣ କାଗଜପତ୍ର ଥିବା ଆବଶ୍ୟକ। ଫାସ୍‌ଟ୍ୟାଗ୍‌ ଷ୍ଟିକର୍ ୫ ବର୍ଷ ପାଇଁ ବୈଧ୍ୟ। ପରେ ଏହାର ବୈଧ୍ୟତା ବୃଦ୍ଧି କରିବାକୁ ପଡିବ। ଏହାର ଅର୍ଥ ୫ ବର୍ଷ ପରେ ଆପଣଙ୍କୁ ଷ୍ଟିକର୍ ବଦଳାଇବାକୁ କିମ୍ବା ଏହାର ବୈଧ୍ୟତା ବଢ଼ାଇବାକୁ ପଡିବ।

ଆଉ ଫାସ୍‌ଟ୍ୟାଗ୍‌ରେ ଆଦାୟ ହେବନି ଟୋଲ୍‌, ଫେବ୍ରୁଆରୀରୁ ଜିପିଏସ୍‌ ଆଧାରରେ ହେବ ଟିକସ ସଂଗ୍ରହ
ନୂଆଦିଲ୍ଲୀ: ଆଗକୁ ଆଉ ଫାସ୍‌ଟ୍ୟାଗ ଜରିଆରେ ହେବନି ଟୋଲ୍‌ ସଂଗ୍ରହ। ଆସନ୍ତା ଫେବୃଆରୀରୁ ସିଧାସଳଖ ଭାବେ ଜିପିଏସ୍‌ ଟେକ୍ନୋଲୋଜି ଜରିଆରେ ଟୋଲ ଆଦାୟ କରାଯିବ। କାରଣ ଦେଶରେ ଖୁବ ଶୀଘ୍ର ଟୋଲ ଆଦାୟ ପଦ୍ଧତି ବଦଳିବାକୁ ଯାଉଛି। ୩ ବର୍ଷ ପୂର୍ବେ ଦେଶରେ ଫାସ୍‌ଟ୍ୟାଗ ଜରିଆରେ ଆରମ୍ଭ କରାଯାଇଥିବା ଟୋଲ୍‌ ସଂଗ୍ରହ ପ୍ରକ୍ରିୟାରେ ବଦଳିବା ପରେ ଏଣିକି ସିଧାସଳଖ ଭାବେ ଜିପିଏସ୍‌ ଆଧାରରେ ଟୋଲ୍‌ ଆଦାୟ କରାଯିବ। ଜିପିଏସ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଆସନ୍ତା ମାସରୁ ଦେଶର ପ୍ରାୟ ୧୦ଟି ଜାତୀୟ ରାଜପଥରେ ଆରମ୍ଭ ହେବାକୁ ଯାଉଛି। ନୂତନ ବ୍ୟବସ୍ଥାରେ ଟୋଲ୍‌ ଆଦାୟ ରୁଟ ଆଧାରରେ କରାଯିବ। ଏଥିପାଇଁ ଜାତୀୟ ରାଜପଥର ଜିଓଫେନ୍ସିଂ କରାଯିବ ଯାହା ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) କିମ୍ବା ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆର୍‌ଏଫ୍‌ଆଇଡି) ମାଧ୍ୟମରେ କାର୍ଯ୍ୟକାରୀ ହେବ।

ସହଜରେ ଫାସ୍‌ଟାଗ୍‌ କରନ୍ତୁ ରିଚାର୍ଜ
ଫାସ୍‌ଟାଗ୍‌ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥା। ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଜ୍ଞାନକୈଶଳ ବ୍ୟବହାର କରାଯାଏ। ତେବେ ଯାତ୍ରା ସମୟରେ ଆପଣଙ୍କର ଯଦି ଫାସ୍‌ଟାଗ୍‌ ଆକାଉଣ୍ଟ ବାଲାନ୍ସ ସରିଯାଉଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ। ବାସ୍ତବରେ ଫାସ୍‌ଟାଗ୍‌ ରିଚାର୍ଜ କରିବା ସବୁଠାରୁ ସହଜ। ଏଥÒପାଇଁ ସ୍ମାର୍ଟ ଫୋନ୍‌ରେ ଅନେକଗୁଡ଼ିଏ ଆପ୍‌ଅଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୁଗଲ୍‌ ପେ ଦ୍ବାରା ସହଜରେ ଫାସ୍‌ଟାଗ୍‌ ଆକାଉଣ୍ଟକୁ ରିଚାର୍ଜ କରିପାରିବେ…

ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍‌ ଫୋନ୍‌ରେ ଗୁଗଲ୍ ପେ ଆପ୍ ଖୋଲନ୍ତୁ।

-ବର୍ତ୍ତମାନ ନିୟୁ ପେମେଣ୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଫାସ୍‌ଟାଗ୍‌ ସର୍ଚ୍ଚ କରନ୍ତୁ।

-ଏବେ ଆପଣଙ୍କର ଫାସ୍‌ଟାଗ୍‌ ଇସ୍ୟୁ ବ୍ୟାଙ୍କ ଚୟନ କରନ୍ତୁ।

-ବର୍ତ୍ତମାନ ଗେଟ୍‌ ଷ୍ଟାର୍ଟେଡ୍‌ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଗାଡ଼ି ନମ୍ବର (ସ୍ପେସ୍ ବିନା) ଏବଂ ଆକାଉଣ୍ଟର ନାମ ଦିଅନ୍ତୁ।

-ବର୍ତ୍ତମାନ ସ୍କ୍ରିନ୍ ତଳେ ଥିବା ଲିଙ୍କ୍ ଆକାଉଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହା ପରେ ଆକାଉଣ୍ଟକୁ ରିଭ୍ୟୁ କରିବାକୁ ପଡ଼ିବ, ଯେଉଁଥିରେ ଆକାଉଣ୍ଟଧାରୀଙ୍କ ନାମ ଏବଂ ଯାନ ନମ୍ବର ଇତ୍ୟାଦି ଅନ୍ତର୍ଭୂକ୍ତ ଥିବ।ରିଭ୍ୟୁ କରିବା ପରେ, ଲିଙ୍କ୍ ଆକାଉଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ଏହା ପରେ ପରେ ଆପଣ କେତେ ଟଙ୍କା ରିଚାର୍ଜ କରିବାକୁ ଚାହୁଁଛନ୍ତି ଚୟନ କରି ପେ ବଟନ୍ ଉପରେ ଟ୍ୟାପ୍ କରନ୍ତୁ।

-ବର୍ତ୍ତମାନ ଟିକ୍ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ସ୍କ୍ରିନ୍ ତଳେ ଥିବା ପେ ବଟନ୍ ଉପରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଗୁଗଲ୍ ପେ’ରେ ୟୁପିଆଇ ପିନ୍‌ ଦେଇ ରିଚାର୍ଜ କରିପାରିବେ।

-ପେମେଣ୍ଟ ହୋଇସାରିବା ପରେ, ଗୁଗଲ୍ ପେ ସହିତ ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଏକ ମେସେଜ୍‌ ଆସିବ।

୧୬ରୁ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଗଣିବେ ଦୁଇଗୁଣା ଟୋଲ୍‌ ‌ଟିକସ
ଚଳିତମାସ ୧୬ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଏଣିକି ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଆପଣଙ୍କ ଲାଗି ଗାଡିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାଫଳରେ ଦେଶର ଭାରତର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ରେ ଟୋଲ୍‌ ଟିକସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଯିବ। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଏହି ନୂଆ ନିୟମ ରବିବାର ମଧ୍ୟ ରାତ୍ରଠାରୁ ଲାଗୁ ହୋଇଯାଇଛି। ଯଦି ଆପଣଙ୍କ ଗାଡିରେ ଫେବୃଆରୀ ୧୫ ମଧ୍ୟରାତ୍ରି ପରଠୁ ଫାସଟ୍ୟାଗ୍ ନ ଥିବ ଏବଂ ଟୋଲ୍ ପ୍ଲାଜା ଅତିକ୍ରମ କରିବେ ତେବେ ଆପଣଙ୍କୁ ଦୁଇ ଗୁଣ ଜୋରିମାନା ଦେବାକୁ ହେବ। ଏ ନେଇ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ଫି ନିୟମ ୨୦୦୮ ଅନୁଯାୟୀ ଏହି ନୂଆ ବ୍ୟବସ୍‌ତା କେନ୍ଦ୍ର ସରକାର ଲାଗୁ କରିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସରକାର ଚଳିତବର୍ଷ ନୂଆ ବର୍ଷଠାରୁ ଦେଶରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରିଥିଲେ। କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଗତ ଦିନରେ କହିଥିଲେ ଯେ, ଦେଶର ସମସ୍ତ  ଟୋଲ୍ ପ୍ଲାଜାରେ ଏବେ ଫାସଟ୍ୟାଗ୍ ବାଧ୍ୟତାମୂଳକ। ତେବେ ସେ ସ୍ପଷ୍ଟ କହିଥିଲେ ଯେ, ଏବେ କେନ୍ଦ୍ର ସରକାର ଫାସଟ୍ୟାଗ କାର୍ଯ୍ୟକାରିତାର ଅନ୍ତିମ ତାରିଖ ଆଉ ବଢାଇବେ ନାହିଁ। ଏମିତିରେ ଯେଉଁମାନେ ଏ ପର୍ଯ୍ୟନ୍ତ ନିଜ ଗାଡିରେ ଫାସଟ୍ୟାଗ୍‌ ଲଗାଇ ନାହାନ୍ତି ତେବେ ସେମାନେ ଖୁବ୍ ଲଗାଇ ଦିଅନ୍ତୁ, ନଚେତ୍ ସେମାନଙ୍କ ପାଇଁ ମୁସ୍କିଲ ଆହୁରି ବଢିବ।

ବର୍ତ୍ତମାନ ଚଳିତମାସ ୧୫ ପରଠୁ ସମସ୍ତ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ ବାଧ୍ୟତାମୂଳକ ହୋଇଯିବ। ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ , କିଛି ଲୋକ ଭାବୁଛନ୍ତି ଯେ, ସରକାର ପୁଣି ଥରେ ଫାସଟ୍ୟାଗ୍‌ର ଶେଷ ତାରିଖ ବଢାଇବେ। ସେମାନେ ଜାଣି ରଖନ୍ତୁ ଯେ ଏବେ ଫାସଟ୍ୟାଗର ଅବଧି ବଢିବ ନାହିଁ। ଦେଶର ଜାତୀୟ ରାଜପଥଗୁଡିକରେ ଯାନବାହାନ ଚଳାଚଳ ବାଧାବିହୀନ କରିବା ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ବାରା ଟୋଲ୍‌ ପ୍ଲାଜାରେ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଏହା ଟୋଳଖ୍‌ ପ୍ଲାଜାରେ ଗାଡିଗୁଡିକର ୱେଟିଂ ସମୟ କମ୍‌ କରିବା ସହ ତୈଳ ସାଶ୍ରୟତା କମ୍‌ କରୁଛି। ଫାସଟ୍ୟାଗ୍‌ ଲଗାଇଥିବା ଗାଡିଗୁଡିକୁ ଏହା ଏକ ସୀମ୍‌ ବିହୀନ ଚଳାଚଳ ସୁବିଧା ଦେଉଛି। ଫାସ୍‌ଟ୍ୟାଗ୍‌ ଲାଗୁ ଫଳରେ କେବଳ ଯାନବାହନ ଚଳାଚଳ ସହଜ ହେବ ତାହା ନୁହେଁ ଜାତୀୟ ରାଜପଥରେ ଭିଡ଼ ଯୋଗୁଁ ହେଉଥିବା ଦୂର୍ଘଟଣା ହାର କମିବ।