Anganwadi - The Sakala

ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରୀ ବର୍ଷା ଏବଂ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଅନେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭଦ୍ରକ ଜିଲ୍ଲାର ୬ଟି ବନ୍ୟା ପ୍ରଭାବିତ ବ୍ଲକରେ ଥିବା ୨୬୮ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ତେବେ ଏହି ନିର୍ଦ୍ଦେଶନାମାରୁ କେବଳ ବନ୍ତ ବ୍ଲକକୁ ବାଦ୍ ଦିଆଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଥିବା ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ରାସ୍ତାଘାଟରେ ପାଣି ଜମି ରହିବା ଏବଂ ପ୍ରତିକୂଳ ପାଗ ଯୋଗୁଁ ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ପୂର୍ବାନୁମାନ ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ବିଚାରକୁ ନେଇ ଆଜି ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାଜପୁର ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଗୁଡ଼ିକୁ ଆଜି ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରଶାସନର ପ୍ରାଥମିକତା ହୋଇଥିବାରୁ, ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ଏବଂ ଜଳମଗ୍ନ ଅଞ୍ଚଳକୁ ନଯିବା ପାଇଁ ପିତାମାତାଙ୍କୁ ନିବେଦନ କରାଯାଇଛି।

ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ
ଭୁବନେଶ୍ୱର: ଦେଶର ୨ ଲକ୍ଷ ଅଙ୍ଗନବାଡ଼ିକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୧୨୧୪୦ଟି ଅଙ୍ଗନବାଡି ସାମିଲ ଅଛି ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଅନ୍ତର୍ଗତ୧୫ତମ ଅର୍ଥ କମିଶନ ଅବଧି ମଧ୍ୟରେ ସରକାରୀ ଘରେ ଚାଲୁଥିବା ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ରୂପାନ୍ତରିତ କରାଯିବ। ବାର୍ଷିକ ୪୦ ହଜାର ଅଙ୍ଗନବାଡ଼ି କେନ୍ଦ୍ର ରୂପାନ୍ତରିତ ହେବାକୁ ଥିବାବେଳେ ଏଠାରେ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯିବ। ସେହିପରି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷକରି ଶୌଚାଳୟ ନିର୍ମାଣ ପାଇଁ ସରକାର ୩୬ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ପାନୀୟ ଜଳ ପାଇଁ ୧୭ ହଜାର ଟଙ୍କା ପ୍ରଦାନ କରୁଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍‌-ଜନମନ ଯୋଜନା ଅଧୀନରେ ୨୫୦୦ ପିଭିଟିଜି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାକୁ  ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ଓଡ଼ିଶାର ୮୯ଟି କେନ୍ଦ୍ର ରହିଛି।

ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ୬ ଅଙ୍ଗନବାଡ଼ି ଶିଶୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମୂଷା ମାରିବା ପାଇଁ ବଜାରରୁ ଔଷଧ କିଣି ନେଇ ଥୋଇଥିବା ବେଳେ ୬ ଶିଶୁ ଚକୋଲେଟ୍ ଭାବି ଖାଇ ଦେଇଥିଲେ। ମୂଷା ମରା ଖାଇଥିବା ୬ ଜଣ ଶିଶୁଙ୍କୁ ପ୍ରଥମେ ବେଲଟିଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।