Truck Driver - The Sakala

ଫିଲ୍ମ ଷ୍ଟାଇଲ୍‌ରେ ରାଜପଥରେ ପୁଲିସ ଓ ଅପରାଧୀ ଗୋଡ଼ାଗୋଡ଼ି , ଟ୍ରକ୍‌ ଚଢ଼ାଇ ମାରିଦେବାକୁ ଉଦ୍ୟମ
ଧର୍ମଶାଳା : ଟ୍ରକ ଡ୍ରାଇଭିଂ କରିଆସୁଥିବା ଜଣେ ଅପରାଧୀକୁ ଧରିବା ପାଇଁ ଧର୍ମଶାଳା ପୁଲିସ ଆଜି ରାତି ୯ଟା ସମୟରେ ଜାରକାଠାରେ ରାଜପଥକୁ ନାକାବନ୍ଦି କରିଥିଲା। ରାଜପଥ ଉପରେ ପୁଲିସକୁ ହଠାତ ଦେଖିବା ପରେ ଅପରାଧୀ ଟ୍ରକଟିକୁ ଦ୍ରୁତଗତିରେ ନେବା ସମୟରେ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଟ୍ରକ ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ଗାଡ଼ି ଚଢାଇ ମାରିଦେବାକୁ ଉଦ୍ୟମ କରିଥିଲା ଅପରାଧୀ। ଏପରିକି ଏହି ଟ୍ରକ ଧକ୍କାରୁ ପୁଲିସ ଭ୍ୟାନ୍ ସମେତ ଅନେକ କାର ଓ ଟ୍ରକ ବର୍ତ୍ତିଯାଇଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।

ଖବରରୁ ଜଣାଯାଏ ଯେ, ନେଉଳପୁର ଗ୍ରାମର ମହେଶ୍ୱର ନାୟକ ଓରଫ ଜୁଳୁକା (୩୦) ନାମରେ ଧର୍ମଶାଳା ଥାନାରେ ଏକାଧିକ ମାମଲା ରହିଛି। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ଆଡ଼େ ଜାଲ ବିଛାଇବା ସହ ଗତ ୪ ଦିନ ହେଲା ସେ ଡ୍ରାଇଭିଂ କରୁଥିବା ଟ୍ରକ (ଓଡି-୦୪କ୍ୟୁ/୩୬୦୪))କୁ ଟ୍ରାକିଂ କରିଆସୁଥିଲା। ତେବେ ଆଜି ଉକ୍ତ ଟ୍ରକଟି କେନ୍ଦୁଝରରୁ ଲୁହାଗୁଣ୍ଡ ନେଇ ଫେରୁଥିବାବେଳେ ପୁଲିସ ପାଣିକୋଇଲିଠାରୁ ତାକୁ ପିଛା କରୁଥିଲା। ଟ୍ରକ ଆସୁଥିବା ସୂଚନା ପାଇଁ ଥାନା ଅଧିକାରୀ ସରୋଜ କୁମାର ସାହୁ ଓ କର୍ମଚାରୀମାନେ ଜାରକା ଛକଠାରେ ରାଜପଥ ନାକାବନ୍ଦି କରିଥିଲେ। ରାଜପଥରେ ପୁଲିସ ଉକ୍ତ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖି ଜୁଳୁକା ଦ୍ରୁତଗତିରେ ଟ୍ରକକୁ କିଛିବାଟ ନେଇଯାଇଥିଲା।

ପୁଲିସ ତା’ ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଜୁଳୁକା ଟ୍ରକ ଚଢ଼ାଇ ଦେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଏକ ତେଲ ଟ୍ୟାଙ୍କର ଗାଡ଼ି ସାଇଡ ମାରିଦେବାରୁ ଟ୍ରକଟି ଆଗକୁ ଯାଇପାରି ନ ଥିଲା। ପୁଲିସ ଅଳ୍ପକେ ବର୍ତ୍ତି ଯାଇଥିଲେ। ମାତ୍ର ଏହି ସମୟରେ ଟ୍ରକରୁ ଓହ୍ଲାଇ ଚମ୍ପଟ ମାରିଥିଲା ଜୁଳୁକା। ଡ୍ରାଇଭର ସାଇଟରେ ରାସ୍ତା କାମ ଯୋଗୁ ୱାଲ ବୁଲିଥିବା ଯୋଗୁ ପୁଲିସ ତା’ ପଛରେ ଗୋଡାଇଥିଲେ ମଧ୍ୟ ତା’ର ଟେର ପାଇ ନ ଥିଲା। ହେଲପର ସେହି ଗ୍ରାମର ସୂର୍ଯ୍ୟମଣି ସିଂ ପୁଲିସ ହାତରେ ଧରାପଡ଼ିଥିଲା। ଅପରାଧୀ ରକ୍ତମୁଖା ଥିଲା। ତା’ ଆଗରେ ଯିଏ ବି ପଡ଼ିଥାନ୍ତା, ତାକୁ ଗାଡ଼ି ଚଢ଼ାଇ ମାରି ଦେବା ପାଇଁ ତା’ର ଉଦ୍ୟମ ଥିଲା। କିନ୍ତୁ ଲେଟ ଟ୍ୟାଙ୍କର ଗାଡ଼ିଟି ଟ୍ରକଟିକୁ ଅଟକାଇବାରେ ସାହାଯ୍ୟ କରିଥିଲା। ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଥିବାରୁ ଅପରାଧୀ ଖସିଯିବାକୁ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ଚେଷ୍ଟା ଚାଲିଛି। ଲୁହାପଥର ବୋଝେଇ ଟ୍ରକକୁ ଜବତ କରାଯାଇଛି ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।