Ayushman Card - The Sakala
ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରି ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ‘ଆୟୁଷ୍ମାନ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି ସରକାର। ନୂତନ ପ୍ରବର୍ତ୍ତିତ ଯୋଜନାରେ ରହିଥିବା ଯାବତୀୟ ଜଞ୍ଜାଳ ଏବେ ରୋଗୀଙ୍କ ପାଇଁ କାଳ ହେବାକୁ ବସିଛି। ସେହିପରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇରେ ତତ୍‌କାଳୀନ ସରକାର ଯେପରି ସହଜ ଓ ସରଳ ବ୍ୟବସ୍ଥା ରଖିଥିଲେ; ଆୟୁଷ୍ମାନରେ ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ପୁନଶ୍ଚ ବିଭିନ୍ନ ରୋଗ ପାଇଁ ସରକାର ମଧ୍ୟ କମ୍‌ ଅର୍ଥ ବରାଦ କରିଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଚିକିତ୍ସା କରିବାକୁ ଅରାଜି ହେଉଛନ୍ତି।
ମୁନିଗୁଡ଼ା: ଆରମ୍ଭରୁ ଝୁଣ୍ଟିଲାଣି ଆୟୁଷ୍ମାନ। ଏପଟେ ରାଜ୍ୟ ସାରା କାର୍ଡ ବଣ୍ଟା ନ ସରୁଣୁ, ପୁଳାପୁଳା ଅଭିଯୋଗ ଗଦା ହେଲାଣି। ପୂର୍ବ ସରକାରର ଲୋକପ୍ରିୟ ‘ବିଏସ୍‌କେୱାଇ’ ଯୋଜନା ବନ୍ଦ କରି ରାଜ୍ୟ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ବିଏସ୍‌କେୱାଇ ଅପେକ୍ଷା ଏଥିରେ ଗରିବ ଲୋକଙ୍କୁ ଅଧିକ ସୁବିଧା ମିଳିବ ବୋଲି କହି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ପୂରା ଭିନ୍ନ। ବିଶେଷକରି ରାଜ୍ୟ ବାହାରେ ଏହି କାର୍ଡ କାମ କରୁନାହିଁ ବୋଲି ସାଂଘାତିକ ଅଭିଯୋଗ ଆସିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସେଠାରେ ଆୟୁଷ୍ମାନ କାର୍ଡ କାମ ଦେଉ ନ ଥିବା ଏବଂ ଚିକିତ୍ସା ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯେଗା କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ଜିଲ୍ଲାରୁ ଏମିତି ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅମ୍ୱାଦଳା ପଞ୍ଚାୟତର ଜଳେନ୍ଦ୍ରି ଟାକ୍ରି କୀଡ୍‌ନି ଜନିତ ରୋଗରେ ଆକ୍ରାନ୍ତ। ତାଙ୍କ ପେଟ ଓ ଛାତିରେ ପାଣି ଜମି ଶରୀର ଫୁଲି ଯାଇଛି। ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସେଭେନ୍‌ ହିଲ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଏଠାରେ ଆୟୁଷ୍ମାନ କାର୍ଡ ଚଳିବନି କହି ହସ୍ପିଟାଲ କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେବା ସହ ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ପରେ ସେମାନେ ସେଠାକାର ଅନ୍ୟ ଏକ ହସ୍ପିଟାଲ ମେଡି କଭର ପ୍ରାଇଭେଟ୍‌ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠି ବି ସେମାନଙ୍କୁ ସମାନ ସମସ୍ୟା ଭୋଗିବାକୁ ପଡ଼ିଛି। ଏମିତି ଗୋଟିଏ ପରେ ଗୋଟିଏ ମେଡିକାଲ ଚକ୍କର୍‌ କାଟିବା ପରେ ପରିବାରଲୋକ ଜାଣିବାକୁ ପାଇଥିଲେ ଯେ ଆନ୍ଧ୍ରପ୍ରଦେଶର କୌଣସି ବି ପ୍ରାଇଭେଟ୍‌ ହସ୍ପିଟାଲରେ ଆୟୁଷ୍ମାନ କାମ କରୁନାହିଁ। ତେଣୁ ସେମାନେ ଜଳେନ୍ଦ୍ରିଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଛନ୍ତି।
ଖାଲି ଜଳେନ୍ଦ୍ରି ନୁହେଁ, ତାଙ୍କ ପରି ଏକାଧିକ ରୋଗୀ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଡିମିରିଗୁଡ଼ା ପଞ୍ଚାୟତ ଦୋରାଗାଁର ଡମ୍ବରୁଧର ପୂଜାରୀ(୫୫)। ସେ କର୍କଟ ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶ ସିକାକୁଲମସ୍ଥିତ ଜେମ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଉକ୍ତ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ କାମ ନ ଦେବାରୁ ଆଜକୁ ୬ ଦିନ ହେଲା ୩୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ତାଙ୍କ ପରିବାର ହତାଶ ହୋଇପଡ଼ିଛନ୍ତି। ଅଧିକ ଖର୍ଚ୍ଚ କରିବାକୁ ପାଖରେ ସମ୍ବଳ ନଥିବାରୁ, ସେମାନେ ଡମ୍ବରୁଧରଙ୍କୁ ଘରକୁ ଫେରାଇ ଆଣିଛନ୍ତି।
ସେହିପରି ପାରଳାଖେମୁଣ୍ଡିର ପାଚ ମାଳି ନାମକ ଜଣେ ଯୁବକ ବରଡ଼ା ଶାଗ ତୋଳିବା ବେଳେ ଗଛରୁ ପଡ଼ିଯାଇଥିଲେ। ଏଥିରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଛି। ପରିବାରଲୋକ ତାଙ୍କୁ ସିକାକୁଲମ୍‌ ଜେମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଆୟୁଷ୍ମାନ କାର୍ଡ କାମ ନଦେବାରୁ ମେଡିକାଲ କର୍ତ୍ତୃପକ୍ଷ ଦିନକରେ ତାଙ୍କଠାରୁ ୪୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହାଙ୍କି ନେଇଛନ୍ତି। ଫଳରେ ବାଧ୍ୟ ହୋଇ ପରିବାର‌ଲୋକ ତାଙ୍କୁ ବ୍ରହ୍ମପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖାଲି ସେତିକି ନୁହେଁ, କାର୍ଡ କାମ ନଦେବାରୁ ଶ୍ରୀକାକୁଲମ ଜେମ୍ସ ହସ୍ପିଟାଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ରୁ ୨୦ ଜଣ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ନଥାଇ ତରବରିଆ ଭାବେ କାର୍ଡଗୁଡ଼ିକ ଗ୍ରାମାଞ୍ଚଳରେ ବଣ୍ଟା ଯାଇଛି। ହିତାଧିକାରୀ ଏଥିପ୍ରତି ସଚେତନ ନ ଥିବାରୁ ଏହାର ବ୍ୟବହାର ସମ୍ପର୍କରେ କୌଣସି ସୂଚନା ନ ପାଇ ରୋଗୀ ଓ ଅଭିଭାବକ ନାନାପ୍ରକାର ହଇରାଣ ହେଉଛନ୍ତି। ଗରିବ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉକ୍ତ କାର୍ଡ ଉପରେ ନିର୍ଭରଶୀଳ। କିନ୍ତୁ କାର୍ଡ କାମ ନକରିବାରୁ ସରକାରଙ୍କ ଆୟୁଷ୍ମାନ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ଯନ୍ତ୍ରଣାରେ ଛଟପଟ ହୋଇ ଧାରକରଜ କରି ରୋଗୀ ଚିକିତ୍ସାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଆୟୁଷ୍ମାନ ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଦୁଃଖ ବଖାଣିଲେ କର୍କଟ ରୋଗୀ
‘ମୋତେ କର୍କଟ ହେଇଛେ, ଗଲା ୮ ମାସ ହେଲା ଚିକିତ୍ସା ଚାଲିଛେ। ଗତ କିଛି ଦିନ ତଳେ ରାଏପୁରର ଡାକ୍ତରଖାନା ଯାଇଥିଲୁ। ସେନ୍‌ ଆମର ହେଲଥ କାର୍ଡ ଦେଖାଲୁ । ଆଗରୁ ଇ କାର୍ଡରେ ଏକା ଚିକିତ୍ସା ଚାଲିଥିଲା। ବାକି ଇଥର କାଏଁ ହେଲା ଯେ ମନା କଲେ ଆମେ ତ ଜାନି ନାଇ ପାରଲୁ ଆଜ୍ଞା…। ଇହାଦେ ଇଟା ବନ୍ଦ ହେଇଗଲାନ ଆଉ ନାଇ ଚଲେ କେହେଲେ। ଫେର୍‌ ଚିନହାର ଜନାର ଲୋକ କେ ପଏସା ଉଦ୍ଧାର ମାଗଲୁ ଆଉ କେମୋ ନେଇ କରି ଆସଲୁ।’ ଏ ହେଉଛି ବଲାଙ୍ଗିର ଜିଲ୍ଲା ସଦର ମହକୁମା କଦମପଡ଼ା ରେ ରହୁଥିବା ଜଣେ କର୍କଟ ରୋଗୀଙ୍କ ପ୍ରତିକ୍ରିୟା। ବଲାଙ୍ଗିର ସହର କଦମପଡ଼ାରେ ରହନ୍ତି ଜୟଚନ୍ଦ୍ର ସୁନା। କେଇମାସ ତଳେ ତାଙ୍କ ସ୍ତ୍ରୀ କୁନୀ ସୁନାଙ୍କ ପେଟ କାଟିବାରୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର କର୍କଟ ରୋଗ ପାଇଁ ଆବଶ୍ୟକ ପରୀକ୍ଷା କରାଇଥିଲେ। କିଛିଦିନ ପରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିବାବେଳେ ଏହା ଶୁଣିବା ପରେ ପୁରା ପରିବାର ଚିନ୍ତାରେ ପଡ଼ିଯାଇଥିଲେ।
ସେହି ସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁନିଙ୍କ ପାଇଁ ସଞ୍ଜିବନୀ ସାଜିଥିଲା। ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ତାଙ୍କୁ ଛତିଶଗଡ଼ ରାଏପୁରରେ ଥିବା ମିତ୍ତଲ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ସେଠାରେ ତାଙ୍କର ମାଗଣାରେ ସମସ୍ତ ପରୀକ୍ଷା କରାଯିବା ସହ କର୍କଟ ରୋଗର ଚିକିତ୍ସା ଆରମ୍ଭ କରାଯାଇଥିଲା। ପର୍ଯ୍ୟାୟ କ୍ରମେ କୁନିଙ୍କୁ ପରିବାରଲୋକେ ପ୍ରାୟ ଚାରି ଥର ଉକ୍ତ ଘରୋଇ ଡାକ୍ତରଖାନାଙ୍କୁ ନେଇ ଚିକିତ୍ସା କରାଇଥିଲେ। ଉକ୍ତ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ମାଗଣାରେ କେମୋ ମଧ୍ୟ ଦେଇଥିଲେ। ତେବେ କିଛିଦିନ ତଳେ ନିଜ ପରିବାର ସହ କୁନି ପୁଣି ରାଏପୁରର ଉକ୍ତ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କର କେମୋ ନେବା ପାଇଁ ତାରିଖ ରହିଥିବା ବେଳେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଫା ସଫା ମନା କରିଦେଇଥିଲେ। ଉକ୍ତ କାର୍ଡ ବନ୍ଦ ହୋଇଯାଇଥିବାବେଳେ ମାଗଣାରେ ଆଉ ଚିକିତ୍ସା ହୋଇପାରିବାନି କହି ସେମାନଙ୍କୁ ଟଙ୍କା ଦେବା ପାଇଁ କହିଥିଲେ।
ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଜୟଚନ୍ଦ୍ର ଓ ପରିବାର ଲୋକେ ଧାର୍‌ ଉଦ୍ଧାର କରିଥିଲେ। ସେଠାରେ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ହାତପତାଇ କୁନିଙ୍କ କେମୋ ଦିଆଯାଇଥିଲା। ବହୁ କଷ୍ଟରେ କେମୋ ସାରି ଫେରିବା ପରେ କୁନି ହୋଇଥିବା ହଇରାଣ ବିଷୟରେ କହିଛନ୍ତି। ବିଜେଡି ସରକାର ଥିବା ସମୟରେ ବିଏସ୍‌କେୱାଇ ଯୋଜନା ଲାଗୁ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଛନ୍ତି। କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁହେବା ପରେ ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଆୟୁଷ୍ମାନ ଯୋଜନା ଲାଗୁହୋଇଛି ସତ କିନ୍ତୁ ଘରେ ପଶିବା ବେଳେ ଚାଳ ବାଜିବା ଭଳି ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।
ପ୍ରତ୍ୟେକ ଓଡିଆଙ୍କୁ ମିଳୁ ଆୟୁଷ୍ମାନ ଭାରତ ଯୋଜନା: ବିଜେଡି
ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ସାଢେ ୪ କୋଟି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ପାଇଁ ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର।
ଡ଼ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ମାସ ଧରି ଚେଷ୍ଟା କରି ମଧ୍ୟ ବିଏସ୍‌କେୱାଇ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ରାଜ୍ୟ ବିଜେପି ସରକାର। ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଥିଲା ବୋଲି ଆଜି ପୁଣି ଥରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। କେବଳ କାର୍ଡ ର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛନ୍ତି କିନ୍ତୁ ବିଏସ୍‌କେୱାଇ ଯୋଜନାରେ କିଛି ବି ଯୋଡି ପାରିନାହାନ୍ତି। ବିଏସ୍‌କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକ୍ରୁତ ହୋଇଥିଲା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ। କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ଆୟୁଷ୍ମାନ ଭାରତ ଯୋଜନା ବାବଦରେ ବିଜେପି ଡିଣ୍ଡିମ ପିଟୁଥିଲା ବେଳେ ସିଏଜି ତାଙ୍କ ରିପୋର୍ଟରେ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଥିବା ଉଲ୍ଲେଖ କରିଛନ୍ତି।
୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ‘ନାଁ’ରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍‌ରେ ଓଡିଶାରେ ଲାଗୁ କରିଥିଲେ। କେବଳ ନାଁ ପରିବର୍ତ୍ତନ କରି ଆଜି ରାଜ୍ୟରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା, ବିଏସ୍‌କେୱାଇର ଅବିକଳ ନକଲ। ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଲାଗି ଲୋକଙ୍କ ପକେଟରୁ ଖର୍ଚ୍ଚ କମାଇବାରେ ବିଏସ୍‌କେୱାଇ ଯୋଜନା ପ୍ରଣୟନ କରି ଓଡିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। ଉତ୍ତରପ୍ରଦେଶ ୧୩ ପ୍ରତିଶତ, ମହାରାଷ୍ଟ୍ର ୨୦ ପ୍ରତିଶତ ଖର୍ଚ୍ଚ କମାଇପାରିଥିଲା ବେଳେ ଓଡିଶା ୩୭ ପ୍ରତିଶତ ଖର୍ଚ୍ଚ କମାଇବାରେ ସକ୍ଷମ ହୋଇଥିଲା।
ସମସ୍ତଙ୍କୁ ବିଏସ୍‌କେୱାଇରେ ସାମିଲ କରିବା ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଜନା କରିଥିଲେ। ରାଜ୍ୟର ବିଜେପି ସରକାର ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ଓଡିଆଙ୍କୁ ଏହି ଯୋଜନାରେ ସାମିଲ କରିବା ସହ ପୁରୁଷଙ୍କୁ ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଲେ ଡବଲ ଇଂଜିନ ସରକାର ପ୍ରକୃତରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଜଣାପଡିବ ବୋଲି ଡ଼ ସାମନ୍ତସିଂହାର କହିଛନ୍ତି।
ଆୟୁଷ୍ମାନ କାର୍ଡ ଛପାରେ ରାଜକୋଷରୁ ଯିବ ୪୦୦ କୋଟି, କେବଳ ପ୍ଲାଷ୍ଟିକ ଖୋଳ ତିଆରିରେ ଖର୍ଚ୍ଚହେବ ୧୨ କୋଟି
ଭୁବନେଶ୍ୱର : ସରକାର ବଦଳିବା ପରେ ରାଜ୍ୟରେ ପରିବର୍ତ୍ତନ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ। ବିଜୁବାବୁଙ୍କ ନାମ ପ୍ରତି ନୂଆ ସରକାରଙ୍କ ବିକାର ଯୋଗୁ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ସଞ୍ଜୀବନୀ ପାଲଟିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବା ବିଏସ୍‌କେୱାଇକୁ ଅଚଳ କରି କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକୁ ପ୍ରଚଳନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ରାଜ୍ୟରେ ପ୍ରଣୟନ କରାଯିବ। ମାତ୍ର ବିଡ଼ମ୍ବନା ହେଉଛି ସରକାରଙ୍କ ‘ବିଜୁ ବିକାର’ ଓ ‘ଆୟୁଷ୍ମାନ’ ଯୋଜନାକୁ ପ୍ରଣୟନ ନିଷ୍ପତ୍ତି ନିମନ୍ତେ ରାଜ୍ୟବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। କେବଳ ଆୟୁଷ୍ମାନ କାର୍ଡ ଛପା ବାବଦରେ ରାଜ୍ୟ ରାଜକୋଷରୁ ୪୦୦ କୋଟି ଟଙ୍କା ଓ ଏହାର ପ୍ଲାଷ୍ଟିକ ଖୋଳ ପ୍ରସ୍ତୁତି ନିମନ୍ତେ ପ୍ରାୟ ୧୨ କୋଟିରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଏହି ଯୋଜନାକୁ ପ୍ରଚାର କରିବା ପାଇଁ ବିଜ୍ଞାପନ ଓ ବିଭିନ୍ନ ସମାବେଶ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆହୁରି ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି। ଏହାସତ୍ତ୍ବେ ରାଜ୍ୟବାସୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରୁ କେତେ ଲାଭବାନ ହେବେ ତାହା କେବଳ ଭବିଷ୍ୟତ ହିଁ କହିବ ।
ଗତ ନିର୍ବାଚନ ସମୟରେ ରାଜ୍ୟରେ ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିଦେବ ବୋଲି ବିଜେଡି କହିଥିଲା। ସେହିପରି ରାଜ୍ୟରେ ସରକାର ଗଠନ କଲେ ଆୟୁଷ୍ମାନ ଭାରତ ପ୍ରଚଳନ କରାଯିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଉଭୟ କଥା ସତ୍ୟ ସାବ୍ୟସ୍ତ ହୋଇଛି। ବିଏସ୍‌କେୱାଇକୁ ବନ୍ଦ କରାଯାଇଛି ଓ ଆୟୁଷ୍ମାନ ଭାରତ ପ୍ରଚଳନ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଘୋଷଣା ରାଜ୍ୟବାସୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାରେ ଅସମର୍ଥ ହୋଇଛି। ନୂଆ ହିତାଧିକାରୀ ଚୟନ ପାଖରୁ ଆରମ୍ଭ କରି ଚିକିତ୍ସା ପ୍ୟାକେଜ, ବାହାର ରାଜ୍ୟରେ ଚିକିତ୍ସା, ରେଫରାଲ ସମସ୍ୟା ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଅନୁରୂପ ଭାବରେ ୭୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୟୋବନ୍ଦନ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯାଉଥିବାରୁ କେମିତି ପଞ୍ଜୀକରଣ ହେବ, କେବେଠାରୁ ଆବେଦନ ହେବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ନିରବ ରହିଛି।
ଶୁକ୍ରବାର କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ସହିତ ବିଧିବଦ୍ଧ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମାଧି ନେବ। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏକତ୍ର କାର୍ଯ୍ୟକାରୀ ହେବ। ତେବେ ପୂର୍ବର ବିଏସ୍‌କେୱାଇ ଭଳି ସୁବିଧା ସୁଯୋଗ ଏଥିରେ ମିଳିବ କି ନାହିଁ ତାହା ଏବେ ବି ଅନେକଙ୍କୁ ଆନ୍ଦୋଳିତ କରୁଛି। ବିଏସ୍‌କେୱାଇରେ ସରକାରୀ ଡାକ୍ତରଖାନାରୁ ରେଫର ନ ହୋଇ ହିତାଧିକାରୀ ସିଧାସଳଖ ଘରୋଇ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ପାଉଥିଲେ। ରେସନ କାର୍ଡ ଦେଖାଇ ବଡ଼ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆୟୁଷ୍ମାନ ଭାରତରେ ପ୍ରଥମେ ସରକାରୀ ଡାକ୍ତରଖାନାରୁ ରେଫର ହେବାକୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ଡାକ୍ତରଖାନାଗୁଡ଼ିକରେ ଆଉଟ୍‌ଡୋର୍‌ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ହୋଇଛି। କିନ୍ତୁ ହିତାଧିକାରୀ ଅନ୍ୟ ରାଜ୍ୟରେ ଚିକିତ୍ସିତ ହେଲେ ସେହି ଖର୍ଚ୍ଚ ରାଜ୍ୟ ସରକାର କିପରି ଭରଣା କରିବେ ତାହା ଏଯାଏ ମଧ୍ୟ ସନ୍ଦେହରେ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏସ୍‌କେୱାଇ ଅବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ତୁଳନାରେ ଆୟୁଷ୍ମାନ ଭାରତ ଚିକିତ୍ସା ପ୍ୟାକେଜରେ ବହୁତ ତଫାତ ରହିଛି। ଅନେକ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇ ତୁଳନାରେ ଆୟୁଷ୍ମାନ ଭାରତରେ ଅଧା ଖର୍ଚ୍ଚ ଦିଆଯାଉଛି। ତେଣୁ ରୋଗୀ ହାତରୁ ଖର୍ଚ୍ଚାନ୍ତ ହେବା ଏକ ପ୍ରକାର ନିଶ୍ଚିତ। ପ୍ୟାକେଜ କମ୍‌ ଥିବାରୁ ବିଏସ୍‌କେୱାଇରେ ସାମିଲ ଥିବା ଅନେକ ଘରୋଇ ଡାକ୍ତରଖାନା ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁନଶ୍ଚ ବିଏସକେୱାଇରୁ ବାହାରେ ଥିବା ନିମ୍ନ ଆୟକାରୀ ବର୍ଗର ପରିବାର ଏହି ଆୟୁଷ୍ମାନରେ ସାମିଲ ହେବେ କି ନାହିଁ କିଛି ସ୍ପଷ୍ଟ ହୋଇପାରିନି।
ଅପରପକ୍ଷେ ୭୦ ବର୍ଷରୁ ଅଧିକ ବୟସର ନାଗରିକ ବୟୋବନ୍ଦନ କାର୍ଡ ପାଇଁ କେବେ ଆବେଦନ କରିବେ ସେ ସମ୍ପର୍କରେ ସରକାର କିଛି ବି କହି ନାହାନ୍ତି। ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବା ପରେ ଇ-କେୱାଇସି ଝାମେଲା ଆସିପାରେ। ଦୁଇଟି ଯୋଜନା ପାଇଁ ବିଭାଗ ଗୋଟିଏ କାର୍ଡ ବଣ୍ଟନ କରିବ, କିନ୍ତୁ ଉଭୟ ଯୋଜନା ପାଇଁ ଯୋଗ୍ୟତା ଓ ଚିକିତ୍ସା ଖର୍ଚ୍ଚ ସୀମା ଭିନ୍ନ ଭିନ୍ନ ରହିଛି। ତେଣୁ ଅନଲାଇନ୍‌ ପ୍ଲାଟଫର୍ମରେ ଯୋଗ୍ୟତା ଅନୁସାରେ ଚିକିତ୍ସା ପ୍ୟାକେଜ ମଞ୍ଜୁର କରିବା କେତେଦୂର ସଫଳ ହେଉଛି ତାହା ସମୟ କହିବ। ବିଏସ୍‌କେୱାଇରେ ପ୍ରତି ପରିବାର ପିଛା ଦୁଇଟି ସ୍ୱାସ୍ଥ୍ୟ କାର୍ଡ (ଗୋଟିଏ ମହିଳା, ଅନ୍ୟଟି ପୁରୁଷଙ୍କ ପାଇଁ) ଦିଆଯାଉ ଥିବା ବେଳେ ଏବେ ସରକାର ପ୍ରତି ହିତାଧିକାରୀଙ୍କୁ ଖଣ୍ଡେ ଲେଖାଏଁ କାର୍ଡ ଦେବେ। ସେହିପରି ବୟୋବନ୍ଦନ ଯୋଜନାରେ ମଧ୍ୟ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବ। ରାଜ୍ୟର ପ୍ରାୟ ୩ କୋଟି ୫୮ ଲକ୍ଷ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡ ଛାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି ଏବଂ ଏହାର ପ୍ଲାଷ୍ଟିକ ଖୋଳ ପାଇଁ ୧୦ କୋଟିରୁ ୧୫ କୋଟି ବ୍ୟୟ ଅଟକଳ କରାଯାଇଛି।
ଯେଉଁ ସବୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଛି ସେଠାରୁ ବହୁ ସଂଖ୍ୟକ ଅନିୟମିତତା ଏବଂ ଚିକିତ୍ସାରେ ଅବହେଳା ଅଭିଯୋଗ ଆସୁଛି। ଚିକିତ୍ସା ନ କରି ଘରୋଇ ଡାକ୍ତରଖାନା କୋଟି କୋଟି ଟଙ୍କା ଠକିନେବା ଭଳି ମାଳ ମାଳ ଅଭିଯୋଗ ରହିଛି। ସେହିପରି ପଞ୍ଜିକୃତ ଡାକ୍ତରଖାନାକୁ ସରକାର ଠିକ୍‌ ସମୟରେ ଚିକିତ୍ସା ବାବଦ ଖର୍ଚ୍ଚ ଭରଣା କରୁନଥିବା ଅଭିଯୋଗ ମଧ୍ୟ ଆସୁଛି। ତେଣୁ ଆୟୁଷ୍ମାନ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିବ ନା ଅଭିଶାପ, ତାହା କେବଳ ଭବିଷ୍ୟତ ହିଁ କହିବ ।