Indian youth - The Sakala

ଭାରତରେ ବଢୁଛି କୋରିଆନ୍ ଡ୍ରାମାର କ୍ରେଜ୍: ଯୁବପିଢ଼ିଙ୍କ ମନ ଜିଣୁଛି ‘କେ-ଡ୍ରାମା’
ବର୍ତ୍ତମାନ ଭାରତୀୟ ମନୋରଞ୍ଜନ ଜଗତରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବଲିଉଡ ଏବଂ ହଲିଉଡ ଚଳଚ୍ଚିତ୍ର ବ୍ୟତୀତ, ଭାରତୀୟ ଦର୍ଶକ, ବିଶେଷକରି ଯୁବପିଢ଼ି କୋରିଆନ୍ ଡ୍ରାମା ବା ‘କେ-ଡ୍ରାମା’ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଭାଷାଗତ ପାର୍ଥକ୍ୟ ସତ୍ତ୍ୱେ, ଏହାର କାହାଣୀ ଏବଂ ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି।

କୋରିଆନ୍ ଡ୍ରାମାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଭାବପ୍ରବଣ କାହାଣୀ ଏବଂ ଚମତ୍କାର ଚିତ୍ରନାଟ୍ୟ। ଭାରତୀୟ ସଂସ୍କୃତି ପରି କୋରିଆନ୍ ସଂସ୍କୃତିରେ ମଧ୍ୟ ପରିବାର, ବନ୍ଧୁତା ଏବଂ ସମ୍ପର୍କକୁ ଗୁରୁତ୍ୱ ଦିଆଯାଏ, ଯାହା ଭାରତୀୟ ଦର୍ଶକଙ୍କୁ ଏହା ସହିତ ଭାବଗତ ଭାବେ ଯୋଡ଼ିବାରେ ସାହାଯ୍ୟ କରେ। ବିଶେଷକରି ନେଟଫ୍ଲିକ୍ସ (Netflix) ଏବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମ ଜରିଆରେ ଏବେ ଏହା ସହଜରେ ଉପଲବ୍ଧ ହେଉଛି, ଯାହା ଏହି କ୍ରେଜକୁ ଦ୍ୱିଗୁଣିତ କରିଛି।

କେବଳ ମନୋରଞ୍ଜନ ନୁହେଁ, କେ-ଡ୍ରାମାର ପ୍ରଭାବ ଭାରତୀୟ ଖାଦ୍ୟପେୟ ଏବଂ ଫ୍ୟାଶନ୍ ଉପରେ ମଧ୍ୟ ପଡ଼ିଛି। ବଜାରରେ ରାମେନ୍ (Ramen), କିମଚି ଏବଂ କୋରିଆନ୍ ନୁଡୁଲ୍ସ ଭଳି ଖାଦ୍ୟର ଚାହିଦା ବୃଦ୍ଧି ପାଇଛି। ଏହାସହ ଯୁବତୀମାନେ କୋରିଆନ୍ ଅଭିନେତ୍ରୀଙ୍କ ପରି ସାଜସଜ୍ଜା, କ୍ଲାସି ଲୁକ୍ ଏବଂ ସ୍କିନ୍ କେୟାର୍ ରୁଟିନ୍ ଆପଣାଉଥିବା ଦେଖିବାକୁ ମିଳୁଛି।

ପୂର୍ବରୁ କେବଳ ଇଂରାଜୀ ସବ୍‌ଟାଇଟଲ୍‌ରେ ଉପଲବ୍ଧ ହେଉଥିବା ଏହି ଡ୍ରାମାଗୁଡ଼ିକ ଏବେ ହିନ୍ଦୀ ଡବିଂ ସହ ଉପଲବ୍ଧ ହେଉଥିବାରୁ ଏହାର ଦର୍ଶକ ସଂଖ୍ୟା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦ୍ରୁତ ଗତିରେ ବଢୁଛି।

ଆମେରିକା ସଂସଦରେ ଆସିଲା ନୂଆ ବିଲ୍ : ଅନ୍ଧାରରେ ଲକ୍ଷେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହେବାପରେ ଆମେରିକାରେ ଭାରତୀୟଙ୍କୁ ନିସ୍ତାର ନାହିଁ। ଶପଥ ଗ୍ରହଣ କରିବା ପରେ ସେଠାରେ ରହୁଥିବା ବେଆଇନ ଶରଣାର୍ଥୀଙ୍କୁ ଆମେରିକା ସ୍ବତନ୍ତ୍ର ବିମାନରେ ହାତକଡ଼ି ପକାଇ ଭାରତକୁ ପଠାଇଦେଲା। ଏବେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଚଡ଼କ ପଡ଼ିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗୁରୁବାର ଆମେରିକା ସଂସଦରେ ଏମିତି ଏକ ନୂଆ ବିଲ୍ ଆଗତ ହୋଇଛି ଯାହା ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିଦେବ ବୋଲି କୁହାଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ଏଆଇ ଜରିଆରେ ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନଜର ରଖିଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଅଭିଯୋଗରେ ବିଦା କରି ଦିଆଯାଉଛି।

ଆମେରିକାରେ ବିଜ୍ଞାନ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅପସନାଲ ପ୍ରାଟିକାଲ ଟ୍ରେନିଂ ପ୍ରେଗ୍ରାମ୍ ବା ଓପିଟି ଶେଷ କରିବାକୁ ସ୍ଥିର କରିଛି ଟ୍ରମ୍ପ ପ୍ରଶାସନ। ଗୁରୁବାର ଆମେରିକା ସଂସଦ ବା କଂଗ୍ରେସରେ ଏସଂପର୍କରେ ଏକ ବିଲ୍ ଆଗତ କରାଯାଇଛି। ଓପିଟି ଅନୁଯାୟୀ ଆମେରିକାରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସରିବା ପରେ ଏଫ-୧ ଭିସା ମିଳେ। ଏହି ଭିସା ମିଳିଲେ ସଂପୃକ୍ତ ଶିକ୍ଷାର୍ଥୀ ଆମେରିକାରେ ଅସ୍ଥାୟୀ ରୂପେ ରହି ଅଭିଜ୍ଞତା ପାଇଁ ଚାକିରି କରିପାରିବେ। ଡିଗ୍ରୀ ପାଠ୍ୟକ୍ରମ ଶେଷ ହେବାପରେ ଆମେରିକାରେ ତିନି ବର୍ଷ ରହି ଚାକିରି କରିବାର ସୁବିଧା ରହିଛି। ଗତକାଲି ସଂସଦରେ ଆଗତ ହୋଇଥିବା ବିଲ୍ ଗୃହୀତ ହେଲେ ବିଦେଶୀ ଛାତ୍ରଛାତ୍ରୀଙ୍କ ଠାରୁ ଏହି ସୁବିଧା କାଢ଼ି ନିଆଯିବ। ଏହାଦ୍ବାରା ଲକ୍ଷ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଏଥିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି।

ଏକ ତଥ୍ୟ ଅନୁଯାୟୀ ଆମେରିକାରେ ଓପିଟି ଅନ୍ତର୍ଗତ ୩ ଲକ୍ଷରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ହେଉଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ତେବେ ଚାକିରି ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ମିଳିଲେ ସେମାନେ ଆମେରିକାରେ ରହିପାରିବେ। କିନ୍ତୁ ଏହି ଭିସା ପାଇବା ଲାଗି ଏମିତି କଠୋର ସର୍ତ୍ତ ରଖାଯାଇଛି ଯେ ଏହା ମିଳିବା ଆଉ ସହଜ ନୁହେଁ। ପୁଣି ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ ସେମାନଙ୍କୁ ବିଦା କରି ଦିଆଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତରେ ଏକପ୍ରକାର ଅନ୍ଧାର ହୋଇପଡ଼ିଛି। ଷ୍ଟାନଫୋର୍ଡ, କଲମ୍ବିୟା, ଡ୍ୟୁକ୍‌ ଏବଂ କଲାଫର୍ଣ୍ଣି ଭଳି ଆମେରିକାର ସୁପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ଏହି ପାଠ୍ୟକ୍ରମ ଜରିଆରେ ହଜାର ହଜାର ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଆନ୍ତି। ନୂଆ ଭିସା କଟକଣା ନେଇ ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।