Govt - The Sakala

ହରଡ଼ଘଣାରେ ସରକାରୀ ବାବୁ; ସମ୍ପତ୍ତି ତାଲିକା ଦେଲେ ନାହିଁ; ମିଳିବନି ପଦୋନ୍ନତି...
ଭୁବନେଶ୍ୱର: ଏବେ ହରଡ଼ଘଣାରେ ପଡ଼ିଛନ୍ତି ସରକାରୀ ବାବୁ। ଯେଉଁ ଅଧିକାରୀ ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି, ଚଳିତ ବର୍ଷ ସେମାନେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେହିପରି ୨୦୨୫ ମସିହାର ସମ୍ପତ୍ତି ତାଲିକା ଆସନ୍ତା ଜାନୁଆରୀ ୧ରୁ ୩୧ ତାରିଖ ମଧ୍ୟରେ ଦାଖଲ କରିବାକୁ ହେବ। ଯେଉଁମାନେ ଏହି ତାଲିକା ଦାଖଲ କରିବାରେ ବ୍ୟର୍ଥ ହେବେ, ସେମାନଙ୍କୁ ଆଗାମୀ ବର୍ଷ ବି ପଦୋନ୍ନତି ମିଳିବ ନାହିଁ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବହୁ ସରକାରୀ  କର୍ମଚାରୀ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦାଖଲ କରିନାହାନ୍ତି। ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମା ବୃଦ୍ଧି ପାଇଁ ଇତିମଧ୍ୟରେ ବହୁ ଅନୁରୋଧ ବିଭାଗ ପାଖରେ ହସ୍ତଗତ ହୋଇଥିଲା। ବିଭାଗୀୟସ୍ତରରେ ଏହି ଅନୁରୋଧକୁ ବିଚାର କରାଯିବା ପରେ ପ୍ରଶାସନିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ। ଏପରିକି ଏଥିନିମିତ୍ତ ଆଉ  ପୋର୍ଟାଲ ଖୋଲିବ ନାହିଁ ବୋଲି ସାଧାରଣ ବିଭାଗ ସ୍ପଷ୍ଟ କରିଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭାଗୀୟ ପଦୋନ୍ନତି ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ଏହି ନିୟମ ଆଧାରରେ ଯେଉଁ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟରେ ଦାଖଲ କରିନାହାନ୍ତି ସେମାନେ ପଦୋନ୍ନତି ପାଇଁ କୌଣସି ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ନିକଟରେ ଯୋଗ୍ୟ ବିବେଚିତ ହେବେ ନାହିଁ  । ଏପରିକି ସମସ୍ତ ବିଭାଗ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହ ସମ୍ପତ୍ତି ତାଲିକା ଦାଖଲ ନକରିଥିବା କୌଣସି କର୍ମଚାରୀଙ୍କ ପଦୋନ୍ନତି ଆବେଦନ ଯେପରି ଡିପିସି ନିକଟରେ ଉପସ୍ଥାପିତ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପତ୍ତି ତାଲିକା ଦାଖଲ କରି ନ ଥିବାରୁ ଅନେକ ପୁଲିସ ସବ୍‌ଇନ୍ସପେକ୍ଟର ପଦୋନ୍ନତି ପାଇବାକୁ ବଞ୍ଚିତ ହୋଇଛନ୍ତି ।

ମାଲକାନଗିରି; ସେପ୍ଟେମ୍ବର ୨୮ ଯାଏ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ
ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସେପ୍ଟେମ୍ୱର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବଙ୍ଗୋପ ସାଗର ରେ ଗଭୀର ଲଘୁଚାପ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା କିଛି ଦିନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ଏବଂ ପ୍ରତିକୂଳ ପାଗ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଯେ କୌଣସି ପ୍ରକାର ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି । ନିର୍ଦ୍ଦେଶନାମାକୁ ଅବମାନନା କଲେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।

ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।