tariff war - The Sakala

ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଓ ଟାରିଫ୍ ବୃଦ୍ଧିକୁ ସାମ୍ନା କରିବା ପାଇଁ ଭାରତର ମୋଦୀ ସରକାର (Modi Government) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି। ଆମେରିକାର ଚାପରେ ନଇଁବା ପରିବର୍ତ୍ତେ ଭାରତ ଗତ ୬ ବର୍ଷ ମଧ୍ୟରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି ବା ଏଫ୍‌ଟିଏ (FTA) ସ୍ୱାକ୍ଷର କରି ବିଶ୍ୱ ଅର୍ଥନୀତିରେ ନିଜର ଦବଦବା ଜାହିର କରିଛି।

ଟ୍ରମ୍ପଙ୍କ ନୀତି ଓ ଭାରତର ରଣନୀତି

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତୀୟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଟାରିଫ୍ ଲଗାଯିବା ପରେ ଏହାର ସିଧାସଳଖ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ଏହାକୁ ବିଫଳ କରିବା ପାଇଁ କେନ୍ଦ୍ର ସରକାର ନିଜର ରପ୍ତାନି ବଜାରକୁ ବିବିଧକରଣ (Diversify) କରିଛନ୍ତି। ଆମେରିକା ଉପରେ ନିର୍ଭରଶୀଳତା କମାଇ ଭାରତ ଅନ୍ୟ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି।

୬ ବର୍ଷରେ ୯ଟି ବଡ଼ ଚୁକ୍ତି

ଗତ କିଛି ବର୍ଷ ମଧ୍ୟରେ ଭାରତ ବିଭିନ୍ନ ଦେଶ ତଥା ସଙ୍ଗଠନ ସହିତ ଐତିହାସିକ ଚୁକ୍ତିମାନ କରିଛି। ଏଥିମଧ୍ୟରେ ୟୁରୋପୀୟ ସଂଘ (EU), ବ୍ରିଟେନ (UK), ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଓମାନ ଏବଂ ଇଏଫ୍‌ଟିଏ (EFTA) ଭଳି ଦେଶ ଓ ସଙ୍ଗଠନ ସାମିଲ ଅଛନ୍ତି। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିଗୁଡ଼ିକ ଜରିଆରେ ଭାରତୀୟ ବ୍ୟବସାୟୀମାନଙ୍କୁ ବିନା କୌଣସି ବଡ଼ ଶୁଳ୍କ (Zero Tariff) ରେ ବିଶ୍ୱର ୭୦% ଜିଡିପି ଅକ୍ତିଆର କରୁଥିବା ବଜାରରେ ପ୍ରବେଶ କରିବାକୁ ସୁଯୋଗ ମିଳିଛି।

ଭାରତୀୟ ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ

ମୋଦୀ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଆମେରିକାର ଟାରିଫ୍ ନୀତି ଭାରତର ରପ୍ତାନି ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇପାରି ନାହିଁ। ବରଂ ନୂତନ ବଜାର ସନ୍ଧାନ ମିଳିବା ଫଳରେ ଭାରତର ମୋଟ ରପ୍ତାନି ରେକର୍ଡ ସ୍ତରରେ ପହଞ୍ଚିଛି। ବିଶେଷ କରି ଇଲେକ୍ଟ୍ରୋନିକ୍ସ, ବସ୍ତ୍ର ଏବଂ କୃଷିଜାତ ସାମଗ୍ରୀ କ୍ଷେତ୍ରରେ ବିଦେଶୀ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବହୁଗୁଣିତ ହୋଇଛି, ଯାହା ଭାରତୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଆମେରିକା କୃଷି ଉତ୍ପାଦ ଲାଗି ବଜାର ଖୋଲିବ ଭାରତ; ଶୁଳ୍କମୁକ୍ତ ହେଲା ମକା, ଦୁଗ୍ଧ, ସୋୟାବିନ ...
ନୂଆଦିଲ୍ଲୀ: ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ଟାରିଫ୍‌କୁ ନେଇ ଶେଷରେ ଆମେରିକା ଆଗରେ ମୁଣ୍ଡ ନୁଇଁଲା ଭାରତ। ଟ୍ରମ୍ପ୍‌ ପ୍ରଶାସନ ଆଗରେ କୃଷି ଉତ୍ପାଦରେ ଶୁଳ୍କ ଲାଗୁ କ୍ଷେତ୍ରରେ ସାଲିସ୍‌ କଲା ଭାରତ। ଭାରତ ଏବେ ଆମେରିକା ପାଇଁ କୃଷି କ୍ଷେତ୍ରରେ ନିଜର ବଜାର ଖୋଲିଦେଇଛି। ଏହାଫଳରେ ଆମେରିକାରୁ ଭାରତ ଆସୁଥିବା ସୋୟାବିନ୍‌,ମକା ଏବଂ କିଛି ଦୁଗ୍‌ଧ ଉତ୍ପାଦ ଉପରେ ଆଉ ଶୁଳ୍କ ଲାଗୁ ହେବ ନାହିଁ। ଭାରତ ଏସବୁ ଉତ୍ପାଦ ଉପରୁ ଶୁଳ୍କ ହଟାଇଦେଇଛି। ଯଦିବା କୃଷି କ୍ଷେତ୍ରରେ ଟାରିଫ୍‌ ପ୍ରସଙ୍ଗରେ ଭାରତ ଆମେରିକା ଆଗରେ ମୁଣ୍ଡ ନୁଇଁବ ନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବର କହୁଥିଳେ, ଶେଷରେ ଏ କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ସହ ସାଲିସ୍‌ କରିଛନ୍ତି। ଏହାପରେ ଖୁବ୍‌ଶୀଘ୍ର ହେବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ଏହାକୁ ନେଇ ବର୍ତ୍ତମାନ ସକାରାତ୍ମକ ସଙ୍କେତ ମିଳିବାରେ ଲାଗିଛି। ଅପରପକ୍ଷେ ଟାରିଫ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାଣ ଭାଙ୍ଗିବାରେ ଲାଗିଛି। ଧୀରେ ଧୀରେ ନରମ ସ୍ବଭାବ ଦେଖାଉଛନ୍ତି ଟ୍ରମ୍ପ୍‌।

ଚଳିତମାସ ଶେଷ ଭାଗରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ହେବା ନେଇ ଆଶା କରାଯାଉଛି। ଏ ସମ୍ପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ,  ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇସାରିଛି। ଏହାକୁ ଟ୍ରମ୍ପ୍ ମଧ୍ୟ ସ୍ବୀକାର କରିସାରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପରେ ରୁଷଠାରୁ ତୈଳ ଆମଦାନୀ କ୍ଷେତ୍ରରେ ଲାଗୁ କରାଯାଇଥ଄ବା ଦଣ୍ଡାତ୍ମକ ଶୁଳ୍କ ପ୍ରତ୍ୟାହାର କରିନିଆଯିବ। ଅପରପକ୍ଷେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିତ ବାଣିଜ୍ୟ ଚୁକ୍ତି (ବିଟିଏ) ର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବାର ନିକଟତର। ଭାରତ-ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ଚଳିତବର୍ଷ ଶେଷ ସୁଦ୍ଧା ଆଲୋଚନାର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ଜଟିଳ ପ୍ରସଙ୍ଗଗୁଡିକରେ ଆଲୋଚନା ଜାରି ରହିବ।
ରିପୋର୍ଟ ଅନୁଯାୟୀ, ଭାରତ ସୋୟାବିନ୍‌, ମକ୍କା ସମେତ କିଛି ଦୁଗ୍‌ଧ ଜାତୀୟ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ମୁକତ କରିବାକୁ ନିଜର ବଜାର ଆମେରିକା ପାଇଁ ଖୋଲିଦେବେ। ଦୁଇ ଦେଶ ବର୍ତ୍ତମାନ ଶୁଳ୍ପ ଏବଂ କୃଷି ଉତ୍ପାଦ ଉପରେ ପାରସ୍ପରିକ ଶୁଳ୍କ ହାରକୁ ଅନ୍ତିମ ରୂପ ଦେବା ଉପରେ କାମ କରୁଛି। ଉଭୟ ପକ୍ଷ ଶୁଳ୍କ ମୁକ୍ତ ଏବଂ କମ୍‌ ଶୁଳ୍କ ଲାଗୁ ଥିବା ଆମଦାନୀ ପାଇଁ ଉତ୍ପାଦଗୁଡିକର ସୂଚୀ ସହ ଜଡିତ ଅଧିକାଂଶ ବାବାଦୀୟ ପ୍ରସଙ୍ଗର ସମାଧାନ କରିସାରିଛନ୍ତି। ନିକଟରେ ଭାରତ ପାଇଁ ନୂତନ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ସହ ଆମେ ଏମିତି ଏକ ବୁଝାମଣା ଚୁକ୍ତି କରୁଛୁ ଯାହା ପୂର୍ବରୁ ହୋଇଥିବା ଚୁକ୍ତି ତୁଳନାରେ ଭିନ୍ନ ରହିବ। ରପୋର୍ଟ ଅନୁଯାୟୀ, ଭାରତ- ଆମେରିକା ଉଚ୍ଚ ସ୍ତରୀୟ ଆଲୋଚନାର ଲକ୍ଷ୍ୟ ଥିଲା କିଛି ଭାରତୀୟ ଉତ୍ପାଦର ରପ୍ତାନି ଉପରେ ୫୦% ଟାରଇଫ୍ ଲାଗିବା ପରେ ମଧ୍ୟ ବାଣିଜ୍ୟ ଉତ୍ତେଜନା ଶେଷ କରିବା।

ସୂଚନାଯୋଗ୍ୟ ଯେ,  ଟ୍ରମ୍ପ୍‌ ଏ ପର୍ଯ୍ୟନ୍ତ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ କରିଛନ୍ତି। ଏଥିରେ ୨୫% ପାରସ୍ପରିକ ଶୁଳ୍କ ଏବଂ ରୁଷରୁ ତେଲ କିଣିବା ପାଇଁ ୨୫% ଜରିମାନା ଅନ୍ତର୍ଭୁକ୍ତ। ପାରସ୍ପରିକ ଶୁଳ୍କ ଅଗଷ୍ଟ ୭ ରୁ ଲାଗୁ ହୋଇଛି ଏବଂ ଅଗଷ୍ଟ ୨୭ରୁ ଜୋରିମାନା ଲାଗୁ ହୋଇଛି। ଆମେରିକା ରୁଷ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଆର୍ଥିକ କଟକଣା ଲଗାଇଛି। ଟ୍ରମ୍ପ୍‌ ଅନେକ ଥର ଦାବି କରିଛନ୍ତି ଯେ ରୁଷ ଭାରତରୁ ତେଲ କିଣିବା ଦ୍ୱାରା ପାଉଥିବା ଟଙ୍କାରେ ୟୁକ୍ରେନରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି।

ଆମେରିକା ଏବଂ ଚୀନ୍ ବାଣିଜ୍ୟ ଯୁଦ୍ଧର ନୂତନ ମୋଡ଼, ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଶୁଳ୍କ ଲଗାଇଲା ଚୀନ
ବେଜିଂ: ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏକ ନୂତନ ମୋଡ଼ ନେଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ୧୦୪ ପ୍ରତିଶତ ଶୁଳ୍କ ଲାଗୁର ଜବାବ ଦେଇ, ଚୀନ୍ ଏବେ ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିବାର ଘୋଷଣା କରିଛି। ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରି ବେଜିଂ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେଇଛି। ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ଅତିରିକ୍ତ ଶୁଳ୍କ ୧୦ ଏପ୍ରିଲରୁ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବ। ପୂର୍ବରୁ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ କଥା ହୋଇଥିଲା, କିନ୍ତୁ ଏବେ ଏହାକୁ ୮୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।