Odisha Cabinet - The Sakala
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି । ଏହି ନୀତିରେ ପ୍ରକଳ୍ପ ସରିବା ପରେ ତା'ର ରକ୍ଷଣବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି । ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ'ଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି ।
ଏହାବ୍ୟତୀତ  ୩୪୦୦ କୋଟିର ଅଟଳ ଵସଷ୍ଟାଣ୍ଡ ଯୋଜନାଜୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ଵସଷ୍ଟାଣ୍ଡ OSRTC ସମନ୍ୱୟରେ କରାଯିବ । ଏହା ସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆ ୫ ଗାଁରେ ପାଣି ମାଡ଼ିବ ।
ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ଗାଁ ପାଣି ପାଇବ । କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଂଚଳରେ ଜମି ଜଳସେଚିତ ହେବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ 2*500 ଏମ୍‌ଭିଏ ସବ ଷ୍ଟେସନକୁ ଅନୁମୋଦନ ମିଳିଛି । ଯାହାର କାମ ୩ ବର୍ଷରେ ସରିବ । ଏହାସହ ଚାକିରୀ ସର୍ତ୍ତବଳିରେ ସଂଶୋଧନ, କ୍ୟାଡର ରୁଲ ପରିବର୍ତ୍ତନ ଶ୍ରମ ବିଭାଗର ୩ଟି ପ୍ରସ୍ତାବ ପାରିତ ହୋଇଛି ।
ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗର ୧୦ ପ୍ରସ୍ତାବକୁ ମୋହର; ସରକାର ଲଗାଇବେ ସ୍ମାର୍ଟ ମିଟର
ଭୁବନେଶ୍ୱର:  ୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଏମ୍‌ଏମ୍‌ଏସ୍‌ବିୱାଇ -ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।  ଏହି  ପଦକ୍ଷେପ ଦ୍ୱାରା ରାଜ୍ୟରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ସଂଯୋଗ ପାଇଁ  କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ। ସେହିପରି ରାଜ୍ୟରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଲାଗୁ କରିବା ନିଷ୍ପତ୍ତି ଉପରେ କ୍ୟାବିଟେ୍‌ ମୋହର ବାଜିଛି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ଜଣ ବରପୁତ୍ରଙ୍କ ନାମ ସ୍ଥିରୀକୃତ ହୋଇଛି୤ ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ହିସାବରେ  ରାଜ୍ୟ ସରକାର ୩୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ମାର୍ଚ୍ଚ ୨୪ ତାରିଖରେ ରିଟେଲ୍‌ ସପ୍ଲାଏ ଟାରିଫ୍‌ ଅର୍ଡର ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ (ସିଡି) ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ଗତ ଏପ୍ରିଲ ୧ ତାରିଖରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ଯୋଜନା ମୁତାବକ ୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍‌ ପର୍ଯ୍ୟନ୍ତ ସିଡି ଥିବା ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିମଧ୍ୟରୁ ୮,୭୫,୦୦୦ ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ। ସେହିପରି ଐତିହ୍ୟ ଗ୍ରାମ ଯୋଜନାରେ ରାଜ୍ୟର ବରପୁତ୍ରମାନଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ସେମାନଙ୍କର ପ୍ରତିମୂର୍ତ୍ତି, ସ୍ମାରକୀ ନିର୍ମାଣ ସହ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁଉଦ୍ୟାନ ସ୍ଥାପନ ସହ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ଏବଂ ସଭା କରାଯିବ । ସେହିପରି ଅନ୍ୟଏକ ପ୍ରସ୍ତାବରେ ପୁରୀ ସରକାରୀ ଆଇଟିଆଇ, ବଲାଙ୍ଗୀର ସରକାରୀ ଆଇଟିଆଇ, କୋରାପୁଟର ଅମ୍ବାଗୁଡ଼ା ସରକାରୀ ଆଇଟିଆଇ, କେନ୍ଦ୍ରାପଡାର ରାଜକନିକା ସରକାରୀ ଆଇଟିଆଇ ଓ ସୁନ୍ଦରଗଡ଼ର ରାଉରକେଲା ସରକାରୀ ଆଇଟିଆଇକୁ ଉକ୍ରର୍ଷ ଆଇଟିଆଇ ଭାବେ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ ୩ ବର୍ଷରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ୫ଟି ଆଇଟିଆଇରେ  ସମୁଦାୟ ୨୮୦୦ ସିଟ୍‌ ଥିବାବେଳେ ଏହାକୁ ୬୦୦୦କୁ ବୃଦ୍ଧି କରାଯିବ।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ଏକ ସଂରକ୍ଷଣ ନୀତି ପ୍ରଣୟନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱ ବିଦ୍ୟାଳୟଟିକୁ ଏକକ ଭାବରେ ବିଚାର କରିବାକୁ ଏହି ଅଧ୍ୟାଦେଶରେ ପ୍ରସ୍ତାବ ରହିଛି। ଏହା ବର୍ତ୍ତମାନ ଚାଲୁଥିବା ବିଭାଗ ସଂରକ୍ଷଣ ପ୍ରଣାଳୀକୁ ପରିବର୍ତ୍ତନ କରାଯିବ। ଏହି ସଂସ୍କାର ଏସସି, ଏସଟି, ଏସଇବିସି ଏବଂ ଅନ୍ୟ ଯୋଗ୍ୟ ଗୋଷ୍ଠୀଙ୍କର ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ସହ ଶିକ୍ଷକ ନିଯୁକ୍ତିରେ ଓଡ଼ିଶାର ବିଶ୍ୱ ବିଦ୍ୟାଳୟଗୁଡ଼ିକ ଜାତୀୟସ୍ତରରେ ପ୍ରଚଳିତ ନିୟମ ସହ ସମାନ କରିବ ବୋଲି ଆଶା କରାଯାଉଛି। ସେହିପରି ଜଳସମ୍ପଦ ବିଭାଗର ଦୁଇଟି ପ୍ରସ୍ତାବ ଅନୁଯାୟୀ ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ୩୩ ଏବଂ ୩୨ ମାଧ୍ୟମରେ ୮ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ।  ଏହି ୮ ପ୍ରକଳ୍ପ ପାଇଁ ମୋଟ ୩୪୪ କୋଟି ୨୧ ଲକ୍ଷ ୫୧ ହଜାର ୭୧୬ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୫ ବର୍ଷର ରକ୍ଷଣାବେକ୍ଷଣ  ପାଇଁ ୨୭ କୋଟି ୫୩ ଲକ୍ଷ ୭୨ ହଜାର ୧୩୭ ଟଙ୍କା ଖର୍ଚ୍ଚ ହେବ। ସେହିପରି ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସାନ୍ଦୁଳ ବ୍ୟାରେଜ ପ୍ରକଳ୍ପ ଅଧୀନସ୍ଥ ୫୦୦୦ ହେକ୍ଟର ଚାଷ ଉପଯୋଗୀ ଜମି ପାଇଁ ୟୁଜିପିଏଲ ପ୍ରଣାଳୀର ନିର୍ମାଣ କାର୍ଯ୍ୟକୁ ଇପିସି ଓ ଟର୍ଣ୍ଣ କି ପଦ୍ଧତିରେ ସମ୍ପାଦନକୁ ଅନୁମୋଦନ ମିଳିଛି। ଏଥିପାଇଁ ୧୫୪ କୋଟି ୭୨ ଲକ୍ଷ ୯୧୬୨୦ ଟଙ୍କା ଖର୍ଚ୍ଚ ହେବକୁ ଥିବାବେଳେ ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।
୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଭୁବନେଶ୍ବର: ତିନୋଟି ବିଭାଗର ଚାରୋଟି ପ୍ରସ୍ତାବକୁ କ୍ୟାବିନେଟ ମୋହର। ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ୧୯୫୬ ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ମଞ୍ଜୁରୀ। ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି। ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। ୩ ମାସ ଓଭର ଟାଇମ ୧୪୪ ଘଣ୍ଟା ଯାଏ ବୃଦ୍ଧି। ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ।
ରାତିରେ ମହିଳା କର୍ମଚାରୀଙ୍କ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ। ବ୍ୟାପକ ଶିଳ୍ପାୟନ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦି ଯେଉଁ ଶିଳ୍ପାୟନ କଥା କହୁଛନ୍ତି ଓ ଇଜ ଅଫ ଡୁଇଙ୍ଗ ବିଜନେସ ରେ ସେମାନଙ୍କ ସହଜ କରିବା ପାଇଁ ସମୟ ଅନୁଯାୟୀ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି। ପିଏମଙ୍କ ପ୍ରସ୍ତାବ ଅନୁଯାୟୀ ହେଉଛି। ଆଜି ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହେଲା। ପୂର୍ବରୁ ୧୫ ଟି ସଂଶୋଧନ ହୋଇଛି। ନୂତନ ଶିଳ୍ପସଂସ୍ଥା ମାନେ ଯେଉଁ ଆସିବେ ସେମାନଙ୍କ ପାଇଁ ସହଜ ଓ ସୁବିଧା କରିବାର ପ୍ରୟାସ। ୧୩ ଲକ୍ଷ କୋଟି ପୁଞ୍ଜିନିବେଶ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨ ଲକ୍ଷ କୋଟି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ଏକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଦ୍ରୁତ ବ୍ୟବସାୟିକାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମୋହର। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହୋଇଛି। ଆରଟିଇ ୨୦୦୯ ର ଉଦେଶ୍ୟକୁ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତି ପଂଚାୟତ ସ୍ତରରେ ପ୍ରଥମ ଫେଜରେ ଆଦର୍ଶ ବିଦ୍ୟାଳୟ ହେବ। ମୌଳିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ। ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ୧୨ ହଜାର କୋଟି ଖର୍ଚ୍ଚ ହେବ। ୫ କୋଟିରୁ ଅଧିକ ଖର୍ଚ୍ଚ ହେବ ପ୍ରତି ବିଦ୍ୟାଳୟ ପାଇଁ। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ଫେଜରେ ସବୁ ପଂଚାୟତ କଭର ହେବ। ସରକାରୀ ବିଦ୍ୟାଳୟରେ ପାଠ ପଢା ହେଉ ନାହିଁ ବୋଲି ଯେଉଁ ପ୍ରଶ୍ନ ହେଉଛି ଏହି ପଦକ୍ଷେପ ତାର ପରିବର୍ତ୍ତନ କରିବ।
କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପରିସର ମନ୍ଦିର ଓ ପାରିପାର୍ଶ୍ଵକ ବିକାଶ ଉପରେ ଗୁରୁତ୍ୱ। ଭକ୍ତ ସଂଖ୍ୟା ବଢୁଛି, ଲୋକେ ହଇରାଣ ହେଉଛନ୍ତି। ସେଥିପାଇଁ ପାର୍କୀଙ୍ଗ, ଓ ଅନ୍ୟ ବ୍ୟବସ୍ଥା ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ୫୯ ଏକରରୁ ଅଧିକ ଜାଗା ରଖାଯାଇଛି ବିକାଶ ପାଇଁ। ଏଥିରେ ୨୨୬ କୋଟି ଖର୍ଚ୍ଚ ହେବ। ୮୦ କୋଟି ଲାଣ୍ଡ ଆକୁଜିସନ ପାଇଁ ଦିଆଯିବ। ଟେଣ୍ଡର ସରିଛି। ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେସ୍କ, ନଡ଼ିଆ ଭଣ୍ଡାର ହେବ।
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ୫ଦିନ ପୂର୍ବରୁ କ୍ୟାବିନେଟ ବୈଠକ ତାରିଖ ଚୂଡାନ୍ତ ହେବ। ୩ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ମନ୍ତ୍ରୀଙ୍କ ପାଖକୁ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ।
ଚିଠିରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେ ନାହିଁ। କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବ ମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ। ପ୍ରସ୍ତାବ ଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହା ଯାଇଛି।
ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଆବେଦନ ତାରିଖ ନୁହେଁ; ମୃତ୍ୟୁ ତାରିଖ ବିଚାରଯୋଗ୍ୟ
ଭୁବନେଶ୍ୱର: ସରକାରୀ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତିରେ ଆବେଦନ ତାରିଖ ବଦଳରେ ମୃତ୍ୟୁ ତାରିଖ ବିଚାରକୁ ନିଆଯିବ। ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୧୬ ଲାଗୁ ହେବା ପରେ ଏବଂ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୨୦ ଲାଗୁ ହେବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆବଶ୍ୟକ। ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ୧,୯୧,୦୦୦ ଟଙ୍କା (ପରିବାର ପେନସନ୍‌କୁ ଛାଡ଼ି)ରୁ ଅଧିକ ହୋଇନଥିବା ଆବଶ୍ୟକ। ଆଜି ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ଲାଗୁ ହେବା ଫଳରେ ଅନୁକମ୍ପା ନିଯୁକ୍ତିକୁ ନେଇ ନ୍ୟାୟାଳୟରେ ବିଚାରାଧୀନ ଥିବା ଶତାଧିକ ମାମଲାର ପରିସମାପ୍ତି ଘଟିବ ବୋଲି କୁହାଯାଇଛି। ଏହି ନୂଆ ନିୟମ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ-୨୦୨୫ ଭାବେ ଜଣାଯିବ। ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଲାଗି ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୨୦ରେ ଏହି ନିୟମ ଲାଗୁ ହେବା ତାରିଖ ପୂର୍ବରୁ ଥଇଥାନ ସହାୟତା ସମ୍ୱନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ। ୨୦୨୦ ମସିହା ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ। ୨୦୧୬ ପୂର୍ବରୁ ଯେଉଁ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଅସହାୟ ପ୍ରମାଣ ପତ୍ର ଦେଇଥିବେ ସେମାନଙ୍କୁ ଆଉ ତାହା ଦାଖଲ କରିବା ଆବଶ୍ୟକ ନାହିଁ। କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ମୃତ୍ୟୁ ପାଇଁ ନିଯୁକ୍ତି ଆବେଦନ କରିଥିଲେ ଜିଲ୍ଲାପାଳଙ୍କ ଠାରୁ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ହେବ। ଗେଜେଟ ପ୍ରକାଶ ଦିନ ଠାରୁ ଏହି ଅନୁକମ୍ପା ନିଯୁକ୍ତି ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ଶେଷ ହେଲା କ୍ୟାବିନେଟ୍‌ ବୈଠକ : ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
୧-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ
ଆଜିର କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ରାଜ୍ୟର ସବୁ ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ବିଦ୍ୟାଳୟ ନାମିତ କରାଯିବ। ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରାଜ୍ୟର ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଆଦର୍ଶ ବିଦ୍ୟାଳୟ କାମ ଆରମ୍ଭ କରାଯିବ ଏବଂ ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତମାନଙ୍କରେ ବିଦ୍ୟାଳୟ କାମ ହେବ। ପ୍ରତି ବିଦ୍ୟାଳୟ ପିଛା ୪-୫କୋଟି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ ସରକାର। ରାଜ୍ୟର ମୋଟ ୬୭୯୪ଟି ପଞ୍ଚାୟତରେ ଏପରି ଫିଡର ସ୍କୁଲ୍‌ ଚିହ୍ନଟ କରାଯିବ।
୨- ଅର୍ଥ ବିଭାଗର ଦ୍ୱିତୀୟ ପ୍ରସ୍ତାବ
ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ ୫, ୬, ୭ ତାରିଖରେ ଓଡ଼ିଶା ଆସିବେ । ଆମ ପାଞ୍ଚ ବର୍ଷ ର ଯୋଜନା ନେଇ ଆମେ ଦାବି ରଖିବୁ । ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବୁ ତାଙ୍କ ନିକଟରେ ।
୩-ସେମି କଣ୍ଡକଟର ନିର୍ମାଣ ପାଇଁ ଆର ଆଇ ଆର ପାୱାର କମିଶନ ଲିମିଟେଡ଼ କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉ ଥିବା ବର୍ତ୍ତମାନ ଆଉ ୨୦ ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ବ୍ୟୟ କରିବେ ।
୪ – ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ସହ ୬ କୋଟି ୫୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଉପରେ ସବସିଡି ଦେବେ ସରକାର । ୪ ଟି ସ୍ଲାବ ରେ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ବିଦ୍ୟୁତ ସବସିଡି ବି ଯୋଗାଇ ଦେବେ ସରକାର । ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କା ର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ ।
୫ – ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ
ପୂର୍ବରୁ ସବୁ ଯୋଜନା ଗୁଡ଼ିକ ଲକ୍ଷ୍ୟ ଅନୁଯାୟୀ ଫଳପ୍ରଦ ହୋଇ ନାହିଁ  । ଗତ ସରକାର କେବଳ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରି ପରେ ବନ୍ଦ କରି ଦିଅନ୍ତି। ନିର୍ବାଚନ ବେଳେ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ ହୋଇଥିଲା ତାହାର ସଂଜ୍ଞା କଣ ବୁଝା ପଡ଼ୁନି । ସଫଳତା ଜମା ହୋଇନି କହିଲେ ନାହିଁ ଚଳେ। କେବଳ ଠିକାଦାରୀ ରେ ସୀମିତ ଥିଲା । ଗ୍ରାମାଞ୍ଚଳର ତ୍ୱରିତ ବିକାଶ ପାଇଁ ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କରିଛନ୍ତି । ଏହି ଯୋଜନା କୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଚଳିତ ଆର୍ଥିକ ବର୍ଷ ୧୦୦୦ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି। ପ୍ରତି ବର୍ଷ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହେବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସବୁ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ନିର୍ଣ୍ଣୟ ହେବ । ପରେ ତାହା ଜିଲ୍ଲାପାଳ ଙ୍କ ଅନୁମୋଦନ ହେବ। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
୬ – ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀ କୁ ରାଜ୍ୟ କ୍ୟାବିନେଟ ରେ ସଂଶୋଧନ କରାଯାଇଛି । ଡାକ୍ତର ନିଯୁକ୍ତି ଅଭାବ କୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକ କୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୭ – ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବ କୁ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିପରି ଆଇନ ବିଭାଗର ଗୋଟିଏ ସଂଶୋଧନ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହିପରି ଭାବେ ୧୦ ଟି ପ୍ରସ୍ତାବ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।
ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବକୁ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁର ମିଳିଥିବା ଜଣାପଡ଼ିଛି। ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଂଜୁରୀ ମିଳିଛି। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ହେବ ସେତୁ । ଏଥିପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ।  ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ। ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟତ। ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିିଳିଛି।
ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି।
ସେହିପରି ଶକ୍ତି ବିଭାଗର ୧୮୪୫.୭୬ କୋଟିର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସ୍ଥାପନ ହେବ ୬ଟି ହାଇଭୋଲଟେଜ୍‌ ଗ୍ରୀଡ୍‌। ଖୁଂଟୁଣୀ ଗ୍ରୀଡର ଅବଗ୍ରେଡେସନ୍‌ କରାଯିବ। ଶିଳ୍ପାୟନକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଉଛନ୍ତି ରାଜ୍ୟ ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କ୍ୟାଡର ପୁନଃର୍ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି।
ଅମିନ ଓ ଏଆରଆଇଙ୍କ ପଦୋନ୍ନତିକୁ ଅନୁମତି ଦେବାସହ ବିଭାଗରେ ୨୫ ନୂଆ ପଦବୀ ସୃଷ୍ଟି କରିବା ପାଇଁ କ୍ୟାବିନେଟର ମୋହର ବାଜିଛି। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଜଳସେଚିତ ଅଂଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମର ଅବଧି ୫ବର୍ଷ ବୃଦ୍ଧି କରାଯିବା ସହ ଏଥିପାଇଁ ଖର୍ଚ୍ଚ ହେବ ୫୭୪.୭୪ କୋଟି ଟଙ୍କା। ଲାଇସେନ୍ସ ପ୍ରାପ୍ତ ଷ୍ଟାମ୍ପ ଭେଣ୍ଡରଙ୍କ କମିଶନ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଆଦାୟ ଷ୍ଟାମ୍ପ ଉପରେ ୦.୮୫ ପ୍ରତିଶତ ପ୍ରଦାନ କରାଯିବ।
୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ ଅନୁମୋଦନ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି।
ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟର ନିଷ୍ପତ୍ତି ନେଇଛି। ଏଥି ସହିତ ହୋ,ମୁଣ୍ଡାରୀ,ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ  ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।
ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବାପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।
ଏଥି ସହିତ ଆଜି ରାଜ୍ୟ କ୍ୟାବିନେଟ ନୂଆ ଯୋଜନା ‘LAVA’ ନେଇ ଘୋଷଣା କରିଛନ୍ତି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ। LAVA ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଏହି ଯୋଜନା କାର୍ଯ୍ୟ କରିବ।
LAVA-ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ।
ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୩ ପ୍ରସ୍ତାବ ଉପରେ ଲାଗିଲା ମୋହର : ସିଭିଲ୍‌ ସର୍ଭିସ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ଦେଇପାରିବେ। ଏଥି ସହିତ ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ । ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ଏଥି ସହିତ ସହରାଞ୍ଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ।
ସେହିପରି କ୍ୟାବିନେଟ୍‌ ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ। ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ। ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ।
ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ। ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ।  ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କାଖର୍ଚ୍ଚ ହେବ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।
୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ସହରାଞ୍ଚଳରେ ବିଦ୍ୟୁତ ସେବା ପାଇଁ ନୂଆ ଯୋଜନା, ଆମ ହସ୍ପିଟାଲ ଯୋଜନାକୁ ମଞ୍ଜୁରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫ଟି ଉପକ୍ରମରେ ନୂଆ ଯୋଜନା ଆମ ହସ୍ପିଟାଲକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି। ସେହିପରି ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାର ନୂଆ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ ନୂଆ ଯୋଜନା SCRIPS। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି।
ସେହିପରି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଛି। କାରଣ ଆଜି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରିପୋର୍ଟକୁ କ୍ୟାବିନେଟ୍ ମୋହର ମାରିଛି। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଫେଜ୍-୧ ଡିପିଆର୍‌ରେ ୫ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି। ଫେଜ୍-୧ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡିବ। ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ  ରଖାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ ଷ୍ଟେସନ ରହିବ। ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପୂରା ଓଭରବ୍ରିଜ୍‌ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ। ଏଥି ସହିତ ଅତ୍ୟାଧୁନିକ କୋଚ୍, ଟିକେଟ ଓ ସିଗ୍ନାଲ ବ୍ୟବହାର କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ବାରା ନିର୍ମାଣ କାମ ପାଇଁ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଆଜିର କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ ହେବ। ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂ ରୋଡକୁ କ୍ୟାବିନେଟ୍ ଗ୍ରୀନ୍ ସିଗନାଲ ଦେଇଛି।
ମନ୍ତ୍ରିପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକ ଆଜି
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାଇଁ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ଲାଭ କରିପାରେ ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିପାରନ୍ତି। ରାଜ୍ୟରେ ବର୍ତ୍ତମାନ ଭିତ୍ତିଭୂମି ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ବିଭିନ୍ନ ଧାର୍ମିକ ପୀଠ ରୂପାନ୍ତରଣ ସହ ୫-ଟି ଉପକ୍ରମ ଅଧିନରେ ରୂପାନ୍ତରଣ କାମ ଜାରି ରହିଛି। ତେଣୁ ଏହି କାର୍ଯ୍ୟଗୁଡ଼ିକର ସମ୍ପାଦନ ନିମନ୍ତେ ଆବଶ୍ୟକୀୟ ଅର୍ଥ ରାଶିର ଭରଣା ନିମନ୍ତେ ମନ୍ତ୍ରୀ ପରିଷଦ ବୈଠକରେ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଆଗତ ହୋଇପାରେ ବୋଲି ସୂଚନା ମିଳିଛି।
ଗତ ଆର୍ଥିକ ବର୍ଷ ଅର୍ଥାତ୍‌‌ ୨୦୨୨-୨୩ରେ ରାଜ୍ୟ ସରକାର ମୋଟ ୧୬୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ମୂଳ ବଜେଟର ଆକାର ୩୦ ହଜାର କୋଟି ଅଧିକ ହୋଇଥିବା ବେଳେ ସେହି ଦୃଷ୍ଟିରୁ ଅତିରିକ୍ତ ବଜେଟର ଆକାର ବଢ଼଼ିବା ସୁନିଶ୍ଚିତ। ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ଅଧିନରେ ଭିତ୍ତିଭୂମି ନିର୍ମାଣ, ରୂପାନ୍ତରଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅତିରିକ୍ତ ବଜେଟର ଆକାର ୨୦ ହଜାର କୋଟି ଅତିକ୍ରମ କରିପାରେ ବୋଲି ସ୍ୱାଭାବିକ ଆଶା କରାଯାଉଛି। ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗ୍ରାମୀଣ ଯୋଗାଯୋଗ, କୃଷି, ପାନୀୟ ଜଳ, ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ େଦେଇପାରନ୍ତି ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ସରକାରଙ୍କ ପକ୍ଷରୁ କେତେକ ନୂତନ ଯୋଜନାରେ ମୋହର ଲାଗିବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଚୌଦ୍ୱାରଠାରେ ଶ୍ରମିକମାନଙ୍କ ଲାଗି ମାଗଣାରେ ଜମି ବଣ୍ଟନ ପ୍ରସ୍ତାବ ସହିତ ଅର୍ଥ ବିଭାଗ ପକ୍ଷରୁ ପେନସନ ସମ୍ୱନ୍ଧୀୟ ପ୍ରସ୍ତାବ ରହିଛି। ଏହାବ୍ୟତୀତଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଐତିହାସିକ ଓ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକୁ ମୁଖ୍ୟ ରାସ୍ତାରେ ଯୋଡ଼ିବାପାଇଁ ସ୍ୱତନ୍ତ୍ର କରିଡର ପ୍ରସ୍ତାବ ମଧ୍ୟ ଅଣାଯାଇପାରେ। ଏହାସହିତ କୃଷି, ଆଇନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି ଏବଂ ସ୍ୱାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।
ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଆଜିର ରାଜ୍ୟ କ୍ୟାବିନଟ ବୈଠକ ଶେଷ ହୋଇଛି। ଏହି କ୍ୟାବିନେଟରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। । ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ଯୋଜନାରେ ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏହି ଦକ୍ଷତା ବିକାଶ ତାଲିମ । ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାରୀ ଦକ୍ଷତା ଓ ଶିକ୍ଷାନୁଷ୍ଠାନ ଜାରିଆରେ ତାଲିମ ଦିଆଯିବ।
ଆହୁରି ଆଗେଇବ ମିଲେଟ ମିଶନ । ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁର ମିଳିଛି।
ଅସ୍ତରଙ୍ଗ, ଗୋପ, କାକଟପୁରରେ ପାନୀୟ ଜଳ ପ୍ରକଳ୍ପ ହେବ । ଏଥିସହ ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ମଧ୍ୟ ପାନୀୟ ଜଳ ପ୍ରକଳ୍ପ ହେବ। ଏ ନେଇ ଆଜି କ୍ୟାବିନେଟରେ ମୋହର ବାଜିଛି। ନାଇଜର ପରିସରରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ। ଟାଟା ମେମୋରିଆଲ ପକ୍ଷରୁ ଏହି କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ। ଏଥି ପାଇଁ ରାଜ୍ୟସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ । ଏ ନେଇ କ୍ୟାବିନେଟରେ ମଞ୍ଜୁର ମିଳିଛି।
୪୩୭୩ ପଞ୍ଚାୟତରେ ଖୋଲିବ CSP ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ । ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଜରିଆରେ ଖୋଲିବ ବ୍ୟାଙ୍କିଂ ଆଉଟଲେଟ୍ । ଏଥିପାଇଁ ୫୦୦ କୋଟିର ବ୍ୟୟବରାଦକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
[wp-embedder-pack width=”100%” height=”400px” download=”all” download-text=”” attachment_id=”94093″ /]