Surrender - The Sakala
ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ପ୍ରତ୍ୟାହାର, ଆତ୍ମସମର୍ପଣ କରିବେ ସ୍ୱାମୀ ସମର୍ଥ ସିଂହ
ଟ୍ୱିଶା ଶର୍ମା ମୃତ୍ୟୁ ମାମଲା ଏବେ ମଧ୍ୟପ୍ରଦେଶ ହାଇକୋର୍ଟରେ ପହଞ୍ଚିଛି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ତଥା ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ଓକିଲ ହାଇକୋର୍ଟରୁ ତାଙ୍କର ଅଗ୍ରୀମ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେ ତଳ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି।
ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ମଧ୍ୟପ୍ରଦେଶ ହାଇକୋର୍ଟରେ ଟ୍ୱିଶା ମୃତ୍ୟୁ ମାମଲାର ଶୁଣାଣି ବେଳେ ଅଭିଯୁକ୍ତ ସମର୍ଥ ସିଂହଙ୍କ ଓକିଲ ଜାମିନ ଆବେଦନ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କୋର୍ଟଙ୍କୁ ଜଣାଇଛନ୍ତି ଯେ ତାଙ୍କ ମହକ୍କେଲ (କ୍ଲାଏଣ୍ଟ) ଖୁବଶୀଘ୍ର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ନିଷ୍ପତ୍ତି ପରେ ଗତ କିଛି ଦିନ ହେବ ପୋଲିସକୁ ଚକମା ଦେଇ ଫେରାର ଥିବା ସମର୍ଥଙ୍କ ଲୁଚକାଳି ଖେଳ ଶେଷ ହେବାକୁ ଯାଉଛି।
ଦ୍ୱିତୀୟ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି
ଏହି ଶୁଣାଣି ସମୟରେ କୋର୍ଟଙ୍କ ଧ୍ୟାନ ଟ୍ୱିଶାଙ୍କ ମୃତଦେହର ଦ୍ୱିତୀୟ ପୋଷ୍ଟମର୍ଟମ (ଶବ ବ୍ୟବଚ୍ଛେଦ) ଆବେଦନ ଉପରେ କେନ୍ଦ୍ରିତ ହୋଇଥିଲା। ଦ୍ୱିତୀୟ ପୋଷ୍ଟମର୍ଟମକୁ ବିରୋଧୀ ପକ୍ଷର ଓକିଲ କଡ଼ା ବିରୋଧ କରିଥିଲେ ଏବଂ ଏମ୍ସ (AIIMS) ଦ୍ୱାରା କରାଯାଇଥିବା ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ ଯଥେଷ୍ଟ ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ଉଭୟ ପକ୍ଷର ତୀବ୍ର ଯୁକ୍ତିତର୍କ ପରେ ହାଇକୋର୍ଟ ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।
କ'ଣ ଥିଲା ପୂରା ଘଟଣା?
ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଭୋପାଳରେ ବିବାହର ମାତ୍ର ୫ ମାସ ପରେ ଟ୍ୱିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣା ଦିନଠାରୁ ଟ୍ୱିଶାଙ୍କ ଶାଶୁ ତଥା ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିବା ବେଳେ, ପେସାରେ ଓକିଲ ଥିବା ସ୍ୱାମୀ ସମର୍ଥ ସିଂହ ଫେରାର ଥିଲେ। ପୋଲିସ ତାଙ୍କୁ ଧରିବା ପାଇଁ ନଗଦ ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ସାମ୍ନାକୁ ଆସିଥିବା ଏକ ସିସିଟିଭି ଫୁଟେଜ୍‌ରେ ଟ୍ୱିଶା ଏକୁଟିଆ ଛାତ ଉପରକୁ ଯାଉଥିବା ବେଳେ ପରେ ତାଙ୍କ ସ୍ୱାମୀ ଓ ଅନ୍ୟମାନେ ତାଙ୍କୁ ସିପିଆର୍ (CPR) ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି।
ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ରାଉରକେଲା: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀ ମୋଙ୍ଗଡି ହୋନହାଗା ଆତ୍ମସମର୍ପଣ କରିଛନ୍ତି । କୁଖ୍ୟାତ ମାଓବାଦୀ ଅନମୋଲ ଟିମରେ ଗତ ଦୁଇବର୍ଷ ହେଲା କାର୍ଯ୍ୟ କରୁଥିଲେ ୧୯ ବର୍ଷୀୟା ମୋଙ୍ଗଡି ହୋନହାଗ। ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟନାଗରା ଥାନା ହୋଲମୁଲି ଗ୍ରାମର ମୁଳଵାସିନ୍ଦା ମାଓବାଦୀ  ମୋଙ୍ଗଡି ହୋନହାଗା ଓଡିଶା ଓ ଝାଡ଼ଖଣ୍ଡରେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ଓ ରାଉରକେଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୋଙ୍ଗଡି ।
ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ
ଫୁଲବାଣୀ: ଓଡ଼ିଶାରେ ମାଓ ଦମନ ଅଭିଯାନ କ୍ଷେତ୍ରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଝଟକା । ୧୦ ଜଣ ହାର୍ଡକୋର ମାଓବାଦୀ ହିଂସାପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
ଆଣ୍ଟି-ନକ୍ସଲ ଅପରେସନ୍ ଚିଫ୍ ଶ୍ରୀ ସଞ୍ଜୀବ ପଣ୍ଡା, ଆଇଜିପି ଅପରେସନ୍ସ ଡ. ଦୀପକ କୁମାର, ଏସଆଇଡବ୍ଲ୍ୟୁ ଡିଆଇଜି ଶ୍ରୀ ଅଖିଳେଶ୍ୱର ସିଂ ଏବଂ କନ୍ଧମାଳ ଏସପି ହରୀଶା ବି.ସି.ଙ୍କ ରଣନୀତି ଏବଂ ମିଳିତ ଉଦ୍ୟମରେ ଏହି ସଫଳତା ମିଳିପାରିଛି। ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଜଣେ ଷ୍ଟେଟ୍ କମିଟି ମେମ୍ବର, ଜଣେ ଡିଭିଜନାଲ୍ କମିଟି ମେମ୍ବର ଏବଂ ଦୁଇ ଜଣ ଏରିଆ କମିଟି ମେମ୍ବର ରହିଛନ୍ତି। ସେମାନଙ୍କ ନିକଟରୁ ଇନସାସ୍ (INSAS) ଏବଂ ଏସଏଲଆର (SLR) ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କେକେବିଏନ୍ (KKBN) ଡିଭିଜନରେ ମାଓବାଦୀଙ୍କ ନେତୃତ୍ୱ ଏବଂ କାର୍ଯ୍ୟକ୍ଷମତା ଏହାଦ୍ୱାରା ବହୁଳ ଭାବରେ ଦୁର୍ବଳ ହୋଇଯାଇଛି।
ସରକାରଙ୍କ ଥଇଥାନ ନୀତି ଏବଂ ସୁରକ୍ଷା ବାହିନୀର କ୍ରମାଗତ ଚାପ ଯୋଗୁଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶାନ୍ତିର ପଥ ବାଛୁଛନ୍ତି। ଓଡ଼ିଶା ରାଜ୍ୟ ପୋଲିସର ଡିଜିପିଙ୍କ ପକ୍ଷରୁ ସକ୍ରିୟ ଥିବା ଅନ୍ୟ ମାଓବାଦୀ କ୍ୟାଡର ଏବଂ ନେତାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦିଆଯାଇଛି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ବିସ୍ତୃତ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାଦ୍ୱାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ।
ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ନକ୍ସଲ, ପୁଣି ଛତିଶଗଡ଼ରେ ୭ ନକ୍ସଲଙ୍କ ଆତ୍ମସମର୍ପଣ...
ଉମରକୋଟ: ଛତିଶଗଡ଼ରେ ପୁଣି ୭ଜଣ ନକ୍ସଲ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ଛତିଶଗଡ ନକ୍ସଲ ମୋର୍ଚ୍ଚାର ଗରିଆବନ୍ଦ, ଧମତରି ଏବଂ ନୂଆପଡା ଡିଭିଜନରୁ ଏହି ବଡ଼ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ଉଦନ୍ତୀ କ୍ଷେତ୍ର କମିଟିରେ ସକ୍ରିୟ ଥିବା ସମସ୍ତ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିବାକୁ ଜଙ୍ଗଲରୁ ବାହାରି ଆସି ଗରିଆବନ୍ଧ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଉଦାନ୍ତୀ କ୍ଷେତ୍ର କମାଣ୍ଡର ସୁନୀଲ ଏବଂ ସଚିବ ଆରେନା, ଯାହାଙ୍କ ପ୍ରତ୍ୟେକଙ୍କ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମିଟି ସଦସ୍ୟ ଲୁଡ୍ରନ୍, ବିଦ୍ୟା, ନନ୍ଦିନୀ ଏବଂ ମଲେଶ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏହି  ଚାରିଜଣଙ୍କ ପାଇଁ ମଧ୍ୟ  ୫ ଲକ୍ଷ  ଟଙ୍କାପୁରସ୍କାର ବହନ କରିଛନ୍ତି। ୧ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲ କାନ୍ତି ମଧ୍ୟ ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି।
ସୂତ୍ର ଅନୁସାରେସ ଏହି ନକ୍ସଲମାନେ ସେମାନଙ୍କ ସହିତ ଗୋଟିଏ SLR, ତିନୋଟି INSAS ରାଇଫଲ୍ ଏବଂ ଗୋଟିଏ ସିଙ୍ଗଲ୍-ସଟ୍ ଅସ୍ତ୍ର ଆଣିଥିଲେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ବର୍ଦ୍ଧିତ ଚାପ ଏବଂ ତୀବ୍ର କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଏହି ନକ୍ସଲମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ଆନୁଷ୍ଠାନିକ ଆତ୍ମସମର୍ପଣ ଗରିଆବନ୍ଦ ଜିଲ୍ଲା ମୁଖ୍ୟାଳୟରେ ମୈନପୁରର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ କରିଛନ୍ତି। ଏହା ନକ୍ସଲ ସଂଗଠନ ପାଇଁ ଏକ ବଡ଼ ଧକ୍କା ପ୍ରମାଣିତ ହୋଇଛି, କାରଣ ଉଦାନ୍ତୀ କ୍ଷେତ୍ର କମିଟି ଦୀର୍ଘ ସମୟ ଧରି ଏହି ଡିଭିଜନରେ ନକ୍ସଲ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ହୋଇ ଆସିଛି। ଏହାକୁ ଗରିଆବନ୍ଦ ପୁଲିସ ଏବଂ ସୁରକ୍ଷା ବାହିନୀ ପାଇଁ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଯାହା ମାଧ୍ୟମରେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ନକ୍ସଲ ମୂଳୋତ୍ପାଟନ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି।
ଭୁବନେଶ୍ବର: ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ସେ କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ଓ ତାଙ୍କ ବିରୁଦ୍ଧରେ ୭ ରୁ ଅଧିକ ମାମଲା ରହିଛି।କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା।
ବିଜୟ ୨୦୦୯ ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ତାଲିମ ଗ୍ରହଣ କରିବା ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପାର୍ଟି ମେମ୍ବର ରୁ ACM କୁ ପଦୋନ୍ନତି ପାଇ BGN ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ।ପରେ ସେ ୨୦୨୪ରେ ଓଡ଼ିଶାକୁ ଆସି BGN ଡିଭିଜନର ଘୁମସର ଏରିଆ କମିଟି ପାଇଁ ନେତୃତ୍ୱ ନେଉଥିଲେ।
ଦଳର ବରିଷ୍ଠ କ୍ୟାଡର ମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦ ଭାବ, ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାରଙ୍କ ଆତ୍ମ ସମର୍ପଣ ଏବଂ ପୁନର୍ବାସ ଥଇଥାନ ନୀତି ଦେଶରେ ସର୍ବୋତ୍ତମ। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠ ପଢା, ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବି କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି।
ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩୧ ହାର୍ଡକୋର ମାଓବାଦୀ
ଦାନ୍ତେୱାଡା: ଭାଙ୍ଗୁଛି ମାଓଗଡ଼। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସ ନିକଟରେ ପୁଣି ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ। ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।