Dr. Mukesh Mahaling - The Sakala
ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୧୨୬୫ ଜଣ ଲୋକଙ୍କ ପାଇଁ ରହିଛନ୍ତି ଜଣେ ଡାକ୍ତର । ସେହିପରି ରାଜ୍ୟରେ ୧୫ ହଜାର ୭୯୩ ଡାକ୍ତର ପଦବୀ ମଧ୍ୟରୁ ୪ ହଜାର ୬୦୭ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଏପରି କିଛି ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ। କିନ୍ତୁ ଓଡ଼ିଶାରେ ଏହି ଅନୁପାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି। ରାଜ୍ୟରେ ମୋଟ ୧୫,୭୯୩ ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ରାଜ୍ୟର ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ଅହେତୁକ ଭାବେ ବୃଦ୍ଧି ପାଉଛି।
ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ବହୁଳ ଭାବରେ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ଏବେ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି ହିଁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି।
୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ ଚିକିତ୍ସା କଲେ। ସବୁ ପଇସା ସରିଗଲା, ହେଲେ ଦେହ ଭଲ ହେଲାନି। ଏପରିକି ବର୍ତ୍ତମାନ ପେଟ ରୋଗ ସହ ପକ୍ଷାଘାତରେ ପୀଡ଼ିତ ଇଲାଚି। ସେ ଓ ତାଙ୍କ ସ୍ୱାମୀ ଦୁର୍ଗା ଦୁହେଁ ଦିବ୍ୟାଙ୍ଗ। ରୋଜଗାର କହିଲେ ଏକମାତ୍ର ରାସନ୍‌ କାର୍ଡ ହିଁ ଭରସା ଥିଲା। ଯାହା ଏବେ ପରହାତରେ ବନ୍ଧା ପଡ଼ିଛି। ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଆଉ ଫେରିନି। ତାକୁ ଯୋଗାଯୋଗ କରିବାର କୌଣସି ପ୍ରକାର ସାଧନ ନାହିଁ। ଘରୁ ଗଲା ବେଳେ ତାମିଲନାଡୁ ଯାଉଛି, କିଛି ପଇସା ରୋଜଗାର କରି ଆଣିଲେ ଛୋଟିଆ ଦୋକାନ ଦେଇ ତୁମମାନଙ୍କ ସେବା କରିବି ବୋଲି କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ବି ଖୋଜଖବର ନାହିଁ। ଏପଟେ ବୁଢ଼ା ବାପା, ମା’ ପଡ଼ିଶା ଲୋକଙ୍କ ଦୟାରେ ଚଳୁଛନ୍ତି। କିଛି ଖାଇବାକୁ ଦେଲେ ଖାଇଛନ୍ତି, ନହେଲେ ଉପାସ। କେତେଦିନ ହେଲା ତାଙ୍କ ଚୁଲି ଜଳିନି, ସେ ନିଜେ ବି କହିପାରୁନାହାନ୍ତି। ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଲୁହଭରା କଣ୍ଠରେ ଉଭୟେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ଦମ୍ପତିଙ୍କୁ ତୁରନ୍ତ ଚିକିତ୍ସା କରାଇବାସହ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।