gangrape - The Sakala
ସ୍ୱାମୀଙ୍କ ସହ ଝଗଡ଼ା ପରେ ଘର ଛାଡ଼ିଥିଲେ ମହିଳା, ବାଟରେ ହେଲେ ଗଣଦୁଷ୍କର୍ମର ଶିକାର; ଏନକାଉଣ୍ଟରରେ ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ସହ ଝଗଡ଼ା ହେବା ପରେ ରାଗିଯାଇ ଘରୁ ବାହାରି ଯାଇଥିବା ଜଣେ ମହିଳାଙ୍କ ସହ ବାଟରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ୟୁପି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ପୋଲିସ ଏନକାଉଣ୍ଟର ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।
ସ୍ୱାମୀଙ୍କ ସହ ବିବାଦ ଏବଂ ଘର ତ୍ୟାଗ
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଝଗଡ଼ା କରିଥିଲେ। ବିବାଦ ଉଗ୍ର ରୂପ ନେବା ପରେ ମହିଳା ଜଣକ କ୍ରୋଧାନ୍ୱିତ ହୋଇ ଘର ଛାଡ଼ି ପଳାଇ ଆସିଥିଲେ। ତେବେ ତାଙ୍କୁ ଜଣା ନଥିଲା ଯେ ରାସ୍ତା ମଝିରେ ତାଙ୍କ ପାଇଁ ଏକ ବଡ଼ ବିପଦ ଅପେକ୍ଷା କରି ରହିଛି।
ବାଟରେ ଘଟିଲା ବର୍ବର କାଣ୍ଡ
ମହିଳା ଜଣକ ଏକୁଟିଆ ରାସ୍ତାରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ। ସେମାନେ ମହିଳାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ତାଙ୍କ ସହ ବର୍ବରତାର ସୀମା ପାର କରିଥିଲେ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାଟି ମଥୁରାର ମାଣ୍ଟ (Mant) ଥାନା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ପୀଡ଼ିତା କୌଣସି ପ୍ରକାରେ ପୋଲିସ ନିକଟରେ ପହଞ୍ଚି ନିଜ ସହ ହୋଇଥିବା ଅମାନବୀୟ କାଣ୍ଡ ବାବଦରେ ଅଭିଯୋଗ କରିଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଏନକାଉଣ୍ଟର
ପୀଡ଼ିତାଙ୍କ ଅଭିଯୋଗ ପାଇବା ମାତ୍ରେ ମଥୁରା ପୋଲିସ ତୁରନ୍ତ ଆଲର୍ଟ ମୋଡକୁ ଆସିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଏହି ଏନକାଉଣ୍ଟରରେ ଅଭିଯୁକ୍ତମାନେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ପୁଣି ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ; ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ; ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ !
ବ୍ରହ୍ମଗିରି: ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ବି ମୁହଁ ଖୋଲୁନି। ତେବେ ବ୍ରହ୍ମଗିରି ଏବଂ ସଦର ଥାନା ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର୍‌ ଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ସେମାନେ ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍‌ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍‌ କରାଇଥିଲେ। କିନ୍ତୁ ନଦୀ ଅପରପାର୍ଶ୍ବରେ ପହଞ୍ଚିବା ପରେ ଯୁବକମାନଙ୍କ ସ୍ୱଭାବ ବଦଳି ଯାଇଥିଲା। ସେମାନେ ପ୍ରେମିକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିଲେ। ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ପ୍ରାୟ ଅଧଘଣ୍ଟା ଧରି ୪ ଯୁବକ ପାଶବିକ ଅତ୍ୟାଚାର କରିଥିଲେ। ଏହାପରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ପୀଠକୁ ଆସି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ସ୍ପେଶାଲ ସ୍କ୍ୱାଡ୍‌, ବ୍ରହ୍ମଗିରି ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର୍‌ ହୋଇଯାଇଛି। ତେବେ ଲୋକଲଜ୍ଜା ଭୟରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଶୁଣିବାକୁ ମିଳୁଛି। ପୁଲିସ ମଧ୍ୟ ଯଥାସମ୍ଭବ ଏହାକୁ ଚାପିଦେବାକୁ ଉଦ୍ୟମ କରୁଛି। ଗଣମାଧ୍ୟମକୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଉନାହିଁ।
ଅପରପକ୍ଷେ, ସୋମବାର ଗଣମାଧ୍ୟମ ପ୍ରତିନିଧିମାନେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ଏବଂ ସଦର ଏସ୍‌ଡିପିଓ ପ୍ରାୟ ୨ ଘଣ୍ଟା ଧରି ବ୍ରହ୍ମଗିରି ଥାନା ଭିତରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ବାହାରେ ଗଣମାଧ୍ୟମ ପ୍ରତିନିଧିମାନେ ଜଗି ରହିଥିଲେ। ବୈଠକ ପରେ ଉଭୟଙ୍କୁ ପ୍ରଶ୍ନ କରିବାରୁ ସେମିତି କିଛି ଅଭିଯୋଗ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ।
ପୁରୀ: ପୁରୀରେ ଲଜ୍ଜା। ଜଣେ ୧୪ ବର୍ଷର ନାବାଳିକାକୁ ୩ ଦିନ ଧରି ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଯୁବକ। ଶୁକ୍ରବାର ସମୁଦ୍ରକୂଳ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିନୋଳିଆ ଉପରସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ଼ ସାହିର ଏଲ୍‌. ରାଜା ବେହେରା ଏବଂ ବି. ଗୌରାଙ୍ଗ ବେହେରା। ଶନିବାର ଅଭିଯୁକ୍ତମାନଙ୍କ ଡାକ୍ତରୀପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ମାନସ ଚକ୍ର କହିଛନ୍ତି।
ସୂଚନାନୁଯାୟୀ, ଗତ ୭ ତାରିଖ ଅପରାହ୍ଣରେ ନାବାଳିକା ପୁରୀ ହୋଟେଲ ନିକଟରେ ବୁଲୁଥିଲେ। ଏହି ସମୟରେ ତାକୁ ଜଳଖିଆ ଖାଇବାକୁ ଡାକି ଅଭିଯୁକ୍ତ ଲେଙ୍କା ସୁନୀଲ ବଳିଆପଣ୍ଡାସ୍ଥିତ ଏକ ହୋଟେଲକୁ ନେଇ ଯାଇଥିଲା। ସେଠାରେ ସେ ତା’ ଦୁଇ ସାଙ୍ଗ ଏଲ୍‌. ରାଜା, ବି. ଗୌରାଙ୍ଗ ନାବାଳିକାକୁ ୩ ଦିନ ରଖି ଗଣଦୁଷ୍କର୍ମ କରିଥିଲେ। ୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଲେଙ୍କା ସୁନୀଲ ନାବାଳିକାକୁ ଗାନ୍ଧୀ ପାର୍କ ନିକଟରେ ଛାଡ଼ି ଦେଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ତଦନ୍ତ କରି ଶୁକ୍ରବାର ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଜେରା ସମୟରେ, ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଏଥିସହ ପୁଲିସ ନାବାଳିକାର ଡାକ୍ତରୀମାଇନା କରାଇଛି। ଏନେଇ ଥାନାରେ ନମ୍ବର ୧୪୯/୨୫‌ରେ ଏକ ମାମଲା ରୁଜୁ ହୋଇଛି।
ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣଦୁଷ୍କର୍ମ !
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲଜ୍ଜା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଦୁର୍ବୁତ୍ତ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏକୋଇଶିଆ ଭୋଜି ଖାଇ ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଛି। ବୋଲେରୋରେ ଆସି ୩ ଜଣ ଦୁର୍ବୃତ୍ତ ଏକ ବାଇକକୁ ଧକ୍କା ଦେଇଥିଲେ। ପରେ ଦୁର୍ବୃତ୍ତମାନେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲେ। ବାଇକରେ ଥିବା ଅନ୍ୟମାନେ ଦୌଡ଼ି ପଳାଇଥିଲେ। ଜଙ୍ଗଲରେ ଦୁଷ୍କର୍ମ କରି ରାତିରେ ରାସ୍ତାରେ ଛାଡି ଦୁର୍ବୃତ୍ତ ଫେରାର ମାରିଥିଲେ। ଏ ନେଇ ତଲସରା ଥାନାରେ ମାମଲା ହୋଇଛି । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିବା ସୁନ୍ଦରଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।
ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ଆଥ୍‌ଲେଟ ତଥା ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ (ମାର୍ଚ୍ଚ ୨୯ରୁ ଏପ୍ରିଲ ୪) ପର୍ଯ୍ୟନ୍ତ ରଖି ୨୩ ଯୁବକ ଏହି ନାରକୀୟ କାଣ୍ଡ କରିଛନ୍ତି। ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ପୁଲିସ ୬ ଜଣଙ୍କୁ ଗିରଫ କଲାଣି। ଏହି ଯୁବତୀ ଗତ ୨୯ ତାରିଖରୁ ନିଖୋଜ ଥିଲେ।
ପୁଲିସ ସୂଚନା ଅନୁଯାୟୀ] ପୀଡ଼ିତା (୧୮)କ୍ରୀଡ଼ା ଶିକ୍ଷାରେ ନାମ ଲେଖାଇବାକୁ ଚାହୁଁଥିଲେ। ତେଣୁ ସେ ଅଭ୍ୟାସ ପାଇଁ ପ୍ରତିଦିନ ୟୁପି କଲେଜକୁ ଯାଉଥିଲେ। ଏହା ସହିତ ଏକ ସ୍ପା ସେଣ୍ଟରରେ ମଧ୍ୟ କାମ କରୁଥିଲେ। ଗତ ୨୯ ତାରିଖରେ ଜଣେ ସାଙ୍ଗ ଯୁବତୀଙ୍କୁ ବାରାଣସୀର ପିଶାଚମୋଚନ ସ୍ଥିତ ହୁକା ବାର୍‌କୁ ନେଇ ଯାଇଥିଲା। ଏଠାରେ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଏଠାରେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସରେ ନିଶା ଦିଆଯାଇଥିଲା। ପରେ ସିଗ୍ରା ଅଞ୍ଚଳର ଭିନ୍ନ ଭିନ୍ନ ହୋଟେଲକୁ ନିଆ ଯାଇଥିଲା। ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା। କିଛି ଅଭିଯୁକ୍ତ ପୀଡ଼ିତାଙ୍କ ପୂର୍ବତନ ସହପାଠୀ ଥିଲେ। ଆଉ କିଛି ଇନଷ୍ଟାଗ୍ରାମରେ ତାଙ୍କୁ ଭେଟିଥିଲେ।
ପୀଡ଼ିତା ପରିବାରର ଅଭିଯୋଗ ପରେ ପୁଲିସ ହୁକ୍କା ବାର୍‌ କର୍ମଚାରୀଙ୍କୁ ଜେରା କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଡିସିପି ଚନ୍ଦ୍ରକାନ୍ତ ମୀନା କହିଛନ୍ତି ଯେ ଯୁବତୀ ପ୍ରଥମେ ନିଜ ଇଚ୍ଛାରେ ସାଙ୍ଗଙ୍କ ସହ ଯାଇଥିଲା। ପରେ ଗତ ଚାରି ତାରିଖରେ ପରିବାର ଲୋକ ଏତଲା ଦେଇଥିଲେ। ସେହି ଦିନ ମଧ୍ୟ ପୀଡ଼ିତାଙ୍କୁ ଠାବ କରାଯାଇଥିଲା। ସେହିଦିନ ପୀଡ଼ିତା କିମ୍ବା ତାଙ୍କ ପରିବାର ପକ୍ଷରୁ ଯୌନ ଉତ୍ପୀଡ଼ନ ନେଇ କୌଣସି ଅଭିଯୋଗ କରାଯାଇ ନ ଥିଲା। ଏହାର ଦୁଇ ଦିନ ପରେ ରବିବାର ଲାଲପୁର ଥାନାରେ ଗଣଦୁଷ୍କର୍ମ ନେଇ ଏତଲା ଦିଆଯାଇଥିଲା। ଏହା ପୂର୍ବରୁ ଛାତ୍ରୀଙ୍କ ବାପା କହିଥିଲେ ଯେ ଚଳନ୍ତା କାର୍‌ରେ ଝିଅକୁ ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ରାତିରେ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।
ପୀଡ଼ିତାଙ୍କ ମା’ କହିଛନ୍ତି ଯେ ଘରକୁ ଫେରିବା ଦିନ ଝିଅ ବହୁତ ଭୟଭତୀ ଥିଲା। ବୁଝାଇସୁଝାଇ ପଚାରିବା ପରେ ସେ ଘଟଣାକ୍ରମ ବିଷୟରେ କହିଥିଲା। ଗତ ୨୯ରେ ସାଙ୍ଗ ରାଜ୍‌ ବିଶ୍ବକର୍ମା ତାକୁ ବୁଲାଇବାକୁ ନେଇ ଯାଇଥିଲା। ପରେ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ଭିଡିଓ ବନାଇ ଥିଲା। ଏହା ପରେ ଝିଅ ୩୦ ତାରିଖରେ ଘରକୁ ଫେରିବାକୁ ଚାହୁଁଥିଲା। କିନ୍ତୁ ରାଜ୍‌ର ସାଙ୍ଗ ସମୀର, ଆୟୁଷ ସିଂହ ସହିତ ଆଉ କିଛି ଯୁବକ ସେହି ହୋଟେଲକୁ ଯାଇ ଭିଡିଓ ଭାଇରଲ କରିବା ଧମକ ଦେଇ ଦୁଷ୍କର୍ମ କରିଥିଲେ। ଝିଅ ଫୋନ ମଧ୍ୟ ଛଡ଼ାଇ ନେଇଥିଲେ। ଏବେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରିଛି।