Mahanadi Tribunal - The Sakala
ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି
ମହାନଦୀ ଜଳ ବିବାଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାର ମନ୍ଥର ଗତିକୁ ନେଇ ଟ୍ରିବ୍ୟୁନାଲ ଗୁରୁତର ଅସନ୍ତୋଷ ବ୍ୟକ୍ତ କରିବା ପରେ ସାଂସଦ ଏହି ପଦକ୍ଷେପ ନେଇଛନ୍ତି।
ଟ୍ରିବ୍ୟୁନାଲଙ୍କ କଡ଼ା ଟିପ୍ପଣୀ ଓ 'ଶେଷ ସୁଯୋଗ'
ଗତ ଏପ୍ରିଲ ୨୦, ୨୦୨୬ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିଜ ଆଦେଶରେ ଉଭୟ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ମାମଲାରେ ବିଳମ୍ବକୁ ନେଇ ତୀବ୍ର ନିରାଶା ପ୍ରକାଶ କରିଥିଲେ। ବାରମ୍ବାର ସମୟ ମାଗିବା ଏବଂ କୌଣସି ଠୋସ୍ ସମାଧାନ ନ ବାହାରିବା ଯୋଗୁଁ ଟ୍ରିବ୍ୟୁନାଲ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବାର୍ଷିକ ଜଳ ଉପଲବ୍ଧତା (ମିଲିୟନ୍ ଏକର ଫୁଟ୍ ବା MAF) ପ୍ରସଙ୍ଗରେ ଏପ୍ରିଲ ୮ ତାରିଖ ବୈଠକର ନିଷ୍ପତ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ 'ଶେଷ ସୁଯୋଗ' ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଅନୁରୋଧ
ନିଜର ଏକ ୪ ପୃଷ୍ଠା ସମ୍ବଳିତ ବିସ୍ତୃତ ଚିଠିରେ ଡକ୍ଟର ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଏହା କେବଳ ଏକ ଆଇନଗତ ମାମଲା ନୁହେଁ, ବରଂ ଏହା ରାଜ୍ୟର ଜଳସେଚନ, ପାନୀୟ ଜଳ ଯୋଗାଣ, ପରିବେଶ ସନ୍ତୁଳନ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ସହ ସିଧାସଳଖ ଜଡ଼ିତ। ଟ୍ରିବ୍ୟୁନାଲଙ୍କ ଏଭଳି ମନ୍ତବ୍ୟ ରାଜ୍ୟର ସ୍ବାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
ତେଣୁ ଜଳ ସମ୍ପଦ ବିଭାଗ, ଆଇନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ଓଡ଼ିଶାର ପକ୍ଷକୁ ମଜବୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ଏବଂ ଜଳ ପ୍ରସଙ୍ଗରେ ଓଡ଼ିଶାର ବୈଷୟିକ ତଥା ଆଇନଗତ ଦିଗକୁ ଅଧିକ ଦୃଢ଼ କରିବା ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ସମାଧାନ ନା ପିକନିକ୍! ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ର ଓଡ଼ିଶା ଗସ୍ତକୁ ନେଇ ତେଜିଲା ବିରୋଧ
ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ (MWDT)ର ଏକ ଟିମ୍ ଗୁରୁବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଟ୍ରିବ୍ୟୁନାଲର ଏହି ଗସ୍ତକୁ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ (MBA) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସଙ୍ଗଠନ ଅଭିଯୋଗ କରିଛି ଯେ, ଏହି ଗସ୍ତ ଦ୍ୱାରା ଓଡ଼ିଶାବାସୀଙ୍କର କୌଣସି ଲାଭ ହେବ ନାହିଁ ଏବଂ ଏହା କେବଳ ରାଜ୍ୟ ରାଜକୋଷର ଅର୍ଥ ଅପଚୟ।
‘ପିକନିକ୍’ ବୋଲି କହିଲା ସଙ୍ଗଠନ
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ଟ୍ରିବ୍ୟୁନାଲର ସଦସ୍ୟମାନେ ନିଜ ପରିବାର ସହ ଓଡ଼ିଶାକୁ ବୁଲିବା ପାଇଁ ଆସିଛନ୍ତି। ଏହି ୫ ଦିନିଆ ଗସ୍ତରେ ଟିମ୍ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରିବା ସହ ପୁରୀ ଶ୍ରୀମନ୍ଦିର, କୋଣାର୍କ, ଏବଂ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି। ସୁଦର୍ଶନ ଦାସ ଏହାକୁ ସମାଧାନର ପ୍ରୟାସ ଅପେକ୍ଷା ଏକ "ପର୍ଯ୍ୟଟନ ଯାତ୍ରା" ବା ପିକନିକ୍ ବୋଲି ଅଭିହିତ କରିଛନ୍ତି।
ପୂର୍ବ ଗସ୍ତରୁ ମିଳିନି ସୁଫଳ
ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ୨୦୨୩ ମେ ମାସରେ ମଧ୍ୟ ଟ୍ରିବ୍ୟୁନାଲର ଏକ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ରାଜ୍ୟ ସରକାର ଏଥିପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା। ଛତିଶଗଡ଼ ପକ୍ଷରୁ ଅଣ-ମୌସୁମୀ ସମୟରେ ମହାନଦୀକୁ ପାଣି ଛଡ଼ାଯାଉ ନାହିଁ, ଯାହା ଫଳରେ ଓଡ଼ିଶାର ଜୀବନଜୀବିକା ଓ ପରିବେଶ ପ୍ରଭାବିତ ହେଉଛି। ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାରେ ବିଫଳ ହୋଇଛନ୍ତି।
ରାଜ୍ୟବ୍ୟାପୀ ବିକ୍ଷୋଭ
ଟ୍ରିବ୍ୟୁନାଲର ଏହି ଗସ୍ତକୁ ବିରୋଧ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ଝାରସୁଗୁଡ଼ା, କୋଣାର୍କ ଏବଂ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ତୁରନ୍ତ ଛତିଶଗଡ଼ ସରକାରଙ୍କୁ ଓଡ଼ିଶା ପାଇଁ ଆବଶ୍ୟକୀୟ ପାଣି ଛାଡିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦିଅନ୍ତୁ।
ଆଜିଠୁ ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ ଓଡ଼ିଶା ଗସ୍ତ, କଡ଼ା ସମାଲୋଚନା କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ
ଭୁବନେଶ୍ୱର: ମହାନଦୀ ଜଳବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆଜିଠୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍‌ ତ୍ରିବେଦୀଙ୍କ ସମେତ ଟ୍ରିବ୍ୟୁନାଲର ସଦସ୍ୟ ଜଷ୍ଟିସ୍‌ ଡକ୍ଟର ରବି ରଞ୍ଜନ ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ, ଜଷ୍ଟିସ୍‌  ଇନ୍ଦରମୀତ କୌର କୋଚର ତାଙ୍କ ସ୍ୱାମୀ ଜଷ୍ଟିସ୍‌ ଏକେ ପାଠକ, ଜଷ୍ଟିସ ରବି ରଞ୍ଜନଙ୍କ ଝିଅ ଭବ ପ୍ରିୟଦର୍ଶିନୀ, ନାତି ଗୁରୁ ବିକ୍ରମାଦିତ୍ୟ, ହିସାବ କାରକ ଏକେ ସିଂହ, ଆସେସାର କୃଷ୍ଣନୁନ୍ନି ଏନଏମ, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ସୁରକ୍ଷା ଅଧିକାରୀ ଅନିଲ ଦତ୍ତ ଶର୍ମା, ସୁଜିତ କୁମାର ଗିରି, ବିଭାଗ ଅଧିକାରୀ ମନୋଜ କୁମାର ପ୍ରମୁଖ ଏହି ଟିମରେ ଆସୁଛନ୍ତି। ଏହି ଗସ୍ତକୁ ପିକ୍‌ନିକ ବୋଲି କହି କଡ଼ା ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ସଂଗଠନ ପକ୍ଷରୁ କୁହାଯାଇଛି, ଓଡ଼ିଶାକୁ ଟ୍ରିବ୍ୟୁନାଲରୁ କୌଣସି ସୁଫଳ ମିଳିନାହିଁ। ତେଣୁ ମଧ୍ୟବର୍ତ୍ତୀ କାଳୀନ ରାୟ ଦ୍ୱାରା ଅଣମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ପାଣି ଛାଡିବାକୁ ସଂଗଠନ ଦାବି କରିଛି।
ସଂଗଠନ ପକ୍ଷରୁ ଆବାହକ ସୁଦର୍ଶନ ଦାସ କହିଛନ୍ତି, ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲା ଓ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା। ଏଥିପାଇଁ ରାଜ୍ୟ ତହବିଲରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଫଳ କ’ଣ ହେଲା ତାହା ସମସ୍ତଙ୍କୁ ଜଣା। ଏବେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ପୁଣି ଥରେ ଏହି ଗସ୍ତ କ’ଣ ପାଇଁ ବୋଲି ସଂଗଠନ ପ୍ରଶ୍ନ କରିଛି। ଆସନ୍ତା ମାର୍ଚ୍ଚରେ ଟ୍ରିବ୍ୟୁନାଲ ଅବଧି ସରିବ। ଯେହେତୁ ୯ ମାସ ଅଧ୍ୟକ୍ଷ ପଦବୀ ଖାଲିଥିଲା, ତେଣୁ ପୁଣି ୯ ମାସ ଟ୍ରିବ୍ୟୁନାଲ ଅବଧି ବଢ଼ିପାରେ। ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସି ନାହିଁ। ଅନ୍ୟପଟେ ଟ୍ରିବ୍ୟୁନାଲରୁ ଓଡିଶାକୁ ଏବଂ ମହାନଦୀକୁ କୌଣସି ନ୍ୟାୟ ମିଳୁ ନ ଥିବାରୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ ବୋଲି ସଂଗଠନ ପ୍ରଶ୍ନ ଉଠାଇଛି। ତେଣୁ ଏହି ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିଭିନ୍ନ ପ୍ରଶ୍ନ ସହ ବିରୋଧ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇଛି। ସଂଗଠନ କହିଛି, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଓ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତି ହୋଇଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବ। ସେହିପରି ୨୭ ରୁ ୨ତାରିଖ ପର୍ଯ୍ୟନ୍ତ କନକତୋରା, ସମ୍ୱଲପୁର,ବିନିକା, ସୋନପୁର, ଆଠମଲ୍କିକ, ବାଙ୍କୀ, ବୈଦେଶ୍ୱର, କଟକ, ପାରାଦୀପ ଆଦି ସ୍ଥାନରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ ସହ ବାଲି ସତ୍ୟାଗ୍ରହ କରିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଦୟାନଦୀରେ ଏକ ବ୍ୟାରେଜ ହେବା ଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବ ବୋଲି ସଂଗଠନ କହିଛି। ନଦୀରୁ ଉଠୁଥିବା ବାଲି ଓ ମାଟିକୁ ମାଫିଆ ମାନେ ବୋହି ନେଉଛନ୍ତି। ଏହା ନଦୀ ଏବଂ ଅଞ୍ଚଳ ବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଆସନ୍ତା ୨୭ ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ହୋଇଛି ବୋଲି ସଂଗଠନର ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି। ଆଜିର ବୈଠକରେ ପରିବେଶବିତ ଡଃ ଜୟ କୃଷ୍ଣ ପାଣିଗ୍ରାହୀଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ।
ମହାନଦୀ ସଙ୍କଟର ସମାଧାନ କେବେ? ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ଏବଂ ଜଳ ସଂକଟର ସମାଧାନ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ମହାନଦୀ ସଂକଟର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।
ଛତିଶଗଡ଼ର ମନମାନି ଓ କେନ୍ଦ୍ରର ନୀରବତା
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ ଗତ କିଛି ଦଶନ୍ଧି ହେଲା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ଓଡ଼ିଶାର ବିନା ସହମତିରେ ଏବଂ ଆନ୍ତଃରାଜ୍ୟ ନଦୀଜଳ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼ ସରକାର ମହାନଦୀର ଜଳସ୍ରୋତକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛନ୍ତି। ଜଳସେଚନ ନାଁରେ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦିଆଯାଉଛି, ଯାହାଫଳରେ ଓଡ଼ିଶାରେ ମହାନଦୀ ଶୁଷ୍କ ହେବାକୁ ବସିଲାଣି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ଜଳ ଆୟୋଗ (CWC) କେବଳ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ଏଭଳି ସ୍ଥିତି ଲାଗିରହେ, ତେବେ ଭବିଷ୍ୟତରେ ହୀରାକୁଦ ଜଳଭଣ୍ଡାର ଜଳଶୂନ୍ୟ ହେବାର ଆଶଙ୍କା ରହିଛି।
ସମାଧାନ ନେଇ ସରକାରଙ୍କୁ ୫ ପ୍ରଶ୍ନ
କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଲୋକେ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ଆଶା କରିଥିଲେ। କିନ୍ତୁ ରାଜ୍ୟ ସରକାର କେବଳ କମିଟି ଗଠନ କରି ଚୁପ୍ ବସିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଟ୍ରିବ୍ୟୁନାଲରେ ମାମଲା ୭ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ବେଳେ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି:
୧. ଆପୋଷ ସମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କଣ ରହିବ?
୨. ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରିଯିବେ କି?
୩. ଆପୋଷ ସମାଧାନ ପୂର୍ବରୁ ରାଜ୍ୟ ସରକାର ବିରୋଧୀ ଦଳ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଗଠନଗୁଡ଼ିକୁ ବିଶ୍ୱାସକୁ ନେବେ କି?
୪. ଆଲୋଚନା ଚାଲିଥିବା ସମୟରେ ଛତିଶଗଡ଼ ସରକାର ଚାଲୁ ରଖିଥିବା ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବେ କି?
୫. ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଆବେଦନ କରିବେ କି?
ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ବର: ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି। ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି। କମିଟିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ବାଇଁ , ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ ସଦସ୍ୟ ରହିଛନ୍ତି।
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମସ୍ୟାକୁ ନେଇ ଆଜି ରାଜ୍ୟ ସରକାରଙ୍କ ସାମ୍ନାରେ ଏକାଧିକ ଗମ୍ଭୀର ପ୍ରଶ୍ନ ଉପସ୍ଥାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଜରିଆରେ ମହାନଦୀ ଜଳ ସମସ୍ୟାର ସମାଧାନ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ସରକାରୀ ଭାବେ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ(ଏଜି) ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ତେବେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିବା ଏହି ପାରସ୍ପରିକ ବୁଝାମଣା (ଆପୋସ) କ’ଣ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶା କ’ଣ ଆଇନଗତ ଲଢେ଼ଇରୁ ଓହରିଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି କି ବୋଲି ନବୀନ ପ୍ରଶ୍ନ ଉଠାଇବା ସହ ଏହାଦ୍ୱାରା ଓଡ଼ିଶାର ହକ୍‌ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ମହାନଦୀ ପାଣିକୁ ନେଇ ଓଡ଼ିଶାର ଯଥାର୍ଥ ଓ ନ୍ୟାଯ୍ୟ ଦାବିକୁ କଣ ବନ୍ଦଦ୍ୱାର ପଛପଟେ ଦୁର୍ବଳ କରିଦିଆଯାଉଛି ବୋଲି ନବୀନ ଶାଣିତ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ।
ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ସୂଚନା ଦେଇ ନବୀନ କହିଛନ୍ତି ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ଛତିଶଗଡ଼ର ବିଜେପି ସରକାରଙ୍କ ସହିତ କେଉଁ ପ୍ରକାରର ଆପୋସ ବୁଝାମଣା ପାଇଁ ବିଚାର କରାଯାଉଛି କିମ୍ୱା ଏନେଇ ନିଷ୍ପତ୍ତି ନିଆସରିଛି, ତାହା ସରକାର ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିବା ଉଚିତ। ଓଡ଼ିଶା କ’ଣ ଆଇନଗତ ପଥରୁ ଓହରି ଯାଉଛି ନା ଟ୍ରିବ୍ୟୁନାଲରେ ନିଜ ଲଢେ଼ଇ ଜାରି ରଖିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଆସନ୍ତା ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି। ଶୁଣାଣିକୁ ଆଉ ମାତ୍ର ୮ ଦିନ ବାକି ରହିଛି। ହାତରେ ଏତେ କମ୍‌ ସମୟ ଥିଲେ ମଧ୍ୟ ସରକାର ଏନେଇ ଚୁପ୍‌ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସରକାର କାହିିଁକି ବିଭିନ୍ନ ରାଜନୈତିକ ଦଳ, ଅଂଶୀଦାର ଏବଂ ସାଧାରଣ ଲୋକଙ୍କୁ ବିଶ୍ୱାସକୁ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ବୀନ ପୁଣି କହିଛନ୍ତି ଯେ, ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ଓଡ଼ିଶାର ଆତ୍ମା। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ରହିଛି। ୨୦୧୮ ମସିହା ଜାନୁଆରୀ ୨୩ ତାରିଖରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡିର ନିରନ୍ତର ପ୍ରୟାସ ଏବଂ ପ୍ରବଳ ଜନସାଧାରଣଙ୍କ ଚାପ କାରଣରୁ ସେତେବେଳେ କେନ୍ଦ୍ର କ୍ୟାବିନେଟ ଟ୍ରିବ୍ୟୁନାଲ ଗଠନ କରିବାକୁ ଅନୁମୋଦନ ଦେଇଥିଲେ। ଏହାପରେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବାକୁ ଯାଇ ସରକାରୀ ଭାବେ ଟ୍ରିବ୍ୟୁନାଲର ଗଠନ କରିଥିଲେ। ଏତେ ପରିଶ୍ରମରେ ଓଡ଼ିଶା ଜାରି ରଖିଥିବା ଏହି ଆଇନଗତ ଲଢେ଼ଇ ଏବେ ଯେ ଦୁର୍ବଳ ହେବାରେ ଲାଗିଛି, ସେନେଇ ଏବେ ସାଧାରଣରେ ଚିନ୍ତା ବୃଦ୍ଧି ପାଇଲାଣି। ଛତିଶଗଡ଼ ସହ କେଉଁ ପ୍ରକାର ପାରସ୍ପରିକ ବୁଝାମଣା ହେବାକୁ ଯାଉଛି ସେନେଇ ରାଜ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି କିମ୍ବା ଲୋକଙ୍କୁ ବିଶ୍ୱାସକୁ ନେଉନାହାନ୍ତି। ରାଜ୍ୟ ସରକାର କଣ ଆଇନଗତ ଦିଗକୁ ପରିତ୍ୟାଗ କରିଛନ୍ତି? ମହାନଦୀ ପାଣିକୁ ନେଇ ଓଡ଼ିଶାର ଯଥାର୍ଥ ଓ ନ୍ୟାୟ ଦାବିକୁ କଣ ବନ୍ଦ ଦ୍ୱାର ପଛପଟେ ଦୁର୍ବଳ କରିଦିଆଯାଉଛି ବୋଲି ନବୀନ ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କଠାରୁ ଏହାର ତକ୍କାଳ ଏବଂ ପାରଦର୍ଶୀ ଉତ୍ତର ଆଶା କରିଛନ୍ତି।
ଭୁବନେଶ୍ୱର: ମହାନଦୀ ଜଳଧାରକୁ ରୋକି ଛତିଶଗଡ଼ ବ୍ୟାରେଜ, ଆନିକଟ ଓ ଜଳଭଣ୍ଡାର ନିର୍ମାଣ କରୁଛି। କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ସରକାର, ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲ ସବୁ ଦେଖି ବି ଚୁପ୍‌ ରହୁଛନ୍ତି। ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଚାହିଁ ଚାହିଁ ଓଡ଼ିଶା ଜଳକା ହେଲାଣି, ମହାନଦୀ ଜଳଧାର କ୍ଷୀଣ ହେଲାଣି; ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଟ୍ରିବ୍ୟୁନାଲର ପୂର୍ବ ଅଧ୍ୟକ୍ଷଙ୍କ ସମୟରେ ଓଡ଼ିଶାକୁ ନ୍ୟାୟ ମିଳିଲା ନାହିଁ। ନୂଆ ଅଧ୍ୟକ୍ଷ ରୂପେ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ ନିଯୁକ୍ତି ପାଇବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇ ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଥିଲା, ମାତ୍ର ତାହା ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ। ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ୪ ମାସ ପୂରିବାକୁ ବସିଥିଲେ ମଧ୍ୟ ଗୋଟିଏ ବି ଶୁଣାଣି ହୋଇ ପାରିଲା ନାହିଁ। ୪ ମାସ ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ବିବାଦର ସ୍ଥିତି ସେଇଆ ରହିଛି। କୌଣସି ମଧ୍ୟବର୍ତ୍ତୀକାଳୀନ ରାୟ ନ ଆସିବା ଫଳରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ କ୍ରମଶଃ ଅନ୍ଧକାର ଆଡ଼କୁ ଟାଣି ହୋଇଯାଉଛି।
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ବିବାଦର ତ୍ୱରିତ୍‌ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଥିଲା। ମାତ୍ର ଗତ ୧୦ ମାସ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ସେପରି କିଛି ଉଲ୍ଲେଖନୀୟ ଅଗ୍ରଗତି ଘଟିନାହିଁ। ଗତ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମହାନଦୀ ଜଳ ବିବାଦ ମାମଲା ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଥିଲା। ବୈଠକରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତା ବାହାର କରିବାକୁ ଏକମତ ମଧ୍ୟ ହୋଇଥିଲେ। ମାତ୍ର ଏ ସମ୍ପର୍କରେ ଏଯାଏ ମଧ୍ୟ କୌଣସି ଅଗ୍ରଗତି ହୋଇ ପାରିଲା ନାହିଁ।
ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ସମାଧାନ ସମ୍ଭବ କି ନୁହେଁ ତାହା ଭିନ୍ନ କଥା। ମାତ୍ର କୌଣସି ଟ୍ରିବ୍ୟୁନାଲ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ କରିଥିବାର ନଜିର ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ କେବଳ ସମୟ ଗଡ଼ାଇବା ପାଇଁ ଏକ ମାଧ୍ୟମ ବୋଲି ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଗତ ଡିସେମ୍ବର ୧୩ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ନିଯୁକ୍ତି ପୂର୍ବରୁ ୯ ମାସ ଧରି ଏହି ପଦବୀ ଖାଲି ପଡ଼ିଥିଲା। ବିଭିନ୍ନ ମହଲରେ ଏେନେଇ କ୍ଷୋଭ ପ୍ରକାଶ ପାଇବା ପରେ ଶେଷରେ ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ମାତ୍ର ଏହା ପରେ ମଧ୍ୟ ଟ୍ରିବ୍ୟୁନାଲ ମହାନଦୀ ବିବାଦ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିବା ରାଜ୍ୟବାସୀଙ୍କୁ ବିବ୍ରତ କରିଛି। ୨୦୧୮ ମସିହାରେ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ମାମଲା ଯେପରି ଲମ୍ବିତ ହେବାରେ ଲାଗିଛି, ତାହାକୁ ନେଇ ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଇତିମଧ୍ୟରେ ମୋଟ ୩୬ଟି ଶୁଣାଣି ସରିଥିବା ବେଳେ ଟ୍ରିବ୍ୟୁନାଲ କୌଣସି ଅନ୍ତରୀଣ ଆଦେଶ ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଏପରିସ୍ଥଳେ ରାଜ୍ୟରେ ନୂଆ ସରକାର ଏବଂ ନୂଆ ଅଧ୍ୟକ୍ଷଙ୍କଠାରୁ ଢେର ଆଶା ରଖାଯାଇଥିଲା। ମାତ୍ର ଉଭୟେ ଏନେଇ ତତ୍ପରତା ପ୍ରକାଶ ନକରିବା ଏବଂ ବିବାଦର ସମାଧାନ କେବଳ ଆଲୋଚନାରେ ସୀମିତ ରହିବା ମହାନଦୀର ଭାଗ୍ୟକୁ ଆହୁରି ଅନ୍ଧାରକୁ କ୍ରମଶଃ ଠେଲି ଦେଉଛି।
ମହାନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ ଅଭିଯାନର ଆବାହାକ ସୁଦର୍ଶନ ଛୋଟରାୟ କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାରେ କେନ୍ଦ୍ର ସରକାର ଆରମ୍ଭରୁ ନିଜ ଦାୟିତ୍ୱ ନିର୍ବାହ କରିନାହାନ୍ତି। ଯାହାଫଳରେ ବିଗତ କିଛି ବର୍ଷ ଧରି ଓଡ଼ିଶା ପ୍ରବଳ କ୍ଷତି ସହି ଆସୁଛି। ଟ୍ରିବ୍ୟୁନାଲରେ ତାରିଖ ପରେ ତାରିଖ ଗଡ଼ି ଚାଲିଥିବା ବେଳେ ଗତ ମାସରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଗଲା। ଉଭୟ ରାଜ୍ୟରେ ପୂର୍ବରୁ ଟ୍ରୁିବ୍ୟୁନାଲ ସରଜମିନ୍‌ ତଦନ୍ତ କରିସାରିଛନ୍ତି। ତେଣୁ ନୂଆ ଅଧ୍ୟକ୍ଷ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ତୁରନ୍ତ ରାୟ ପ୍ରଦାନର ଆବଶ୍ୟକତା ରହିଛି। ମାତ୍ର ଏନେଇ ଟ୍ରିବ୍ୟୁନାଲ ନିରବ ରହିବା ଦୁର୍ଭାଗ୍ୟଜନକ । ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ, ଜୀବୀକା ବଞ୍ଚାଅ ଅଭିଯାନ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ସମେତ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ଖୁବଶୀଘ୍ର ସ୍ମାରକପତ୍ର ପ୍ରଦାନ କରିିବ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡକୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯିବ। ମହାନଦୀର ସ୍ୱାର୍ଥ ସହ ଆଦୌ ସାଲିସ୍‌ କରାଯିବ ନାହିଁ ବୋଲି ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି।