Mo School Programme - The Sakala

ସରକାରୀ ସ୍କୁଲ ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’, ବିକାଶ ଧାରାରେ ସାମିଲ୍‌‌ ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସରକାରୀ ସ୍କୁଲର ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’। ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ବିଦ୍ୟାର୍ଥୀ ଓ ସରକାରଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଫଳସ୍ବରୂପ, ସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରତି ଅଭିଭାବକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି। ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ କେବଳ ସରକାରୀ ବିଦ୍ୟାଳୟରେ ୫୧, ୮୩, ୬୬୧ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ତେଣୁ ସରକାରୀ ବିଦ୍ୟାଳୟରେ ନାମଲେଖା ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି ଏବଂ ଏଥିରେ ‘୫-ଟି’ ରୂପାନ୍ତରୀକରଣ ଓ ମୋ’ ସ୍କୁଲ ଅଭିଯାନର ଏକ ବଡ଼ ଭୂମିକା ରହିଛି।

ସୂଚନା‌ଯୋଗ୍ୟ, ୨୦୧୭ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସ୍କୁଲ ଯୋଜନାର ଶୁଭାରମ୍ଭ କରିଥିଲେ। ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶଧାରାକୁ ବଜାୟ ରଖିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ସମ୍ମିଳିତ କରିବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାସହ ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ପାଇଁ ସରକାର ଯୋଜନା କରିଥିଲେ। ସମ୍ପ୍ରତି ମୋ ସ୍କୁଲ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସାମିଲ୍‌‌ ହୋଇଛି। ଏଥିରେ ୬୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହୋଇଥିବା ବେଳେ ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୨୪୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବାବେଳେ ସିଏସ୍‌‌ଆର୍‌‌ ଅନୁଦାନ ଭାବେ ୧୦୨୧ କୋଟି ଟଙ୍କା ମିଳିଛି। ଏହି ରାଶିକୁ ଦ୍ୱିଗୁଣିତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଉନ୍ନତୀକରଣ ପାଇଁ ସମୁଦାୟ ୩୮୦୪କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି।

ମୋ’ ସ୍କୁଲ ଅଭିଯାନର ଏକ ବଡ଼ ସଫଳତା ଗାଥା ଗାନ କରୁଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ବର୍ତ୍ତମାନ ଜିଲ୍ଲାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ୨୦୧୮ ମସିହାରୁ ଏହି ବିଦ୍ୟାଳୟ ‘ମୋ ସ୍କୁଲ୍‌‌ ଅଭିଯାନ’ରେ ସାମିଲ୍‌‌ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ୩ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ ହୋଇଛି। ଏଥିସହ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୯ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଛି। ଉକ୍ତ ଅର୍ଥରେ ପାଠାଗାର, ପାର୍କ, ଖେଳ ପଡ଼ିଆ ସହ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଶତପ୍ରତିଶତ ପାସ୍‌‌ ହାର ସହିତ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ମାନିତ ହୋଇଛି।

ଅନୁରୂପ ଭାବେ କଟକ ପୁଲିସ ଉଚ୍ଚ ବିଦ୍ୟାଳୟ ମଧ୍ୟ ଯୋଜନାରେ ଅନ୍ତଭୁକ୍ତ ହୋଇ ଅଭୂତପୂର୍ବ ସଫଳତା ହାସଲ କରିଛି। ଅଭିଯାନ ଜରିଆରେ ବିଦ୍ୟାଳୟକୁ ସର୍ବମୋଟ୍‌‌ ୪୪ଲକ୍ଷ ୪୦ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି। ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୧ କୋଟି ୩୩ଲକ୍ଷ ୨୦ହଜାର ଟଙ୍କା ସହାୟତା ମିଳିଛି। ଭିତ୍ତିଭୂମିର ଉନ୍ନତୀକରଣ ପାଇଁ କୋଠା ନିର୍ମାଣ ଚାଲିଥିବା ବେଳେ ପାଠାଗାର ଓ ଶ୍ରେଣୀଗୃହ ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ଫଳରେ ମୋ ସ୍କୁଲ ଅଭିଯାନ ଦ୍ୱାରା ବିଦ୍ୟାଳୟର ବ୍ୟାପକ ଉନ୍ନତି ସାଧିତ ହୋଇଛି।

ଶିଶୁ ଦିବସରେ ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ବିତୀୟ ଦିନ ଶିଶୁ ଦିବସରେ ବୌଦ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଆଦି ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।

କେବଳ କେନ୍ଦୁଝରରେ ଶହେ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିଲା । ଆଜି ସୁଦ୍ଧା ୩୩୦ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଏଥିରେ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲ ମଧ୍ୟ ସାମିଲ ।

ଆଜି ଲୋକାର୍ପିତ ହୋଇଥିବା ୧୩୮ଟି ସ୍କୁଲ ମଧ୍ୟରୁ ବୌଦର୧୦ଟି, ସୋନପୁର .୧୧ଟି, ଭଦ୍ରକର ୧୭.ଟି, ଓ କେନ୍ଦୁଝରର..୧୦୦ଟି ସ୍କୁଲ ରହିଛି ।

ଏହି ଅବସରରେ ଶିଶୁ ଦିବସ ପାଇଁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିକ୍ଷା ହେଉଛି ରୂପାନ୍ତର ର ପ୍ରଥମ ପାହାଚ । ଶିକ୍ଷା। ଭିତ୍ତିଭୂମି ର ରୂପାନ୍ତର ପିଲାମାନଙ୍କ ମନରେ ଅଶେଷ ପ୍ରେରଣା ଓ ଉତ୍ସାହ ଭରି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ପ୍ରଥମ ପର୍ଯ୍ୟାୟରେ ୨୪ ନଭେମ୍ବର ସୁଦ୍ଧା ରାଜ୍ୟର ୧୦୭୫ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି– ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ୟସ୍ମିନ ରଣା ,ତୁଳସୀ ସାହୁ ଉତ୍ପଳିକା ପଲାଇ ଓ ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ।ଆମ ସ୍କୁଲ ସବୁଠୁ ଭଲ ବୋଲି ସମସ୍ତେ ଉତ୍ସାହର ସହ କହିଥିଲେ ଏବଂ ସୋମାନଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲେ । ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନିରଞନ ପୂଜାରୀ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ବିଧାୟକ .ଶ୍ରୀ ପ୍ରଦୀପ ଅମାତ୍ ..ଓ ଶ୍ରୀ ବ୍ୟୋମକେଶ ରାୟ… ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମି ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜର ଏହି ହାଇସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ସୌନ୍ଦର୍ଯ୍ୟକରଣ ସମେତ ସେଠାରେ ଛାତ୍ରୀମାନଙ୍କ ପାଇଁ ଉନ୍ନତମାନର ଲାଇବ୍ରେରୀ, ସାଇନ୍ସ ଲାବ୍ରୋଟୋରୀ, କମ୍ପ୍ୟୁଟର ଲ୍ୟାବ୍ , ସ୍ମାର୍ଟ କ୍ଲାସରୁମ୍ ସୁବିଧା ଆଦି ଉପଲବ୍ଧ କରାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ଏବେ କୋଭିଡ୍‌-୧୯ କଟକଣା ଥିବାରୁ ଏହି ସ୍କୁଲର ବିଭିନ୍ନ ଷ୍ଟେକ୍ ହୋଲଡରମାନଙ୍କ ସହ ଭିତ୍ତିଭୂମି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସ୍କୁଲକୁ କିଭଳି ଉନ୍ନତମାନର କରାଯାଇପାରିବ ସେ ନେଇ ସ୍କୁଲର କିଛି ପୁରାତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀଙ୍କ ସମେତ ଶିକ୍ଷିୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ।

ରାଜ୍ୟ ସରକାର ହାଇସ୍କୁଲ ଅପଗ୍ରେଡେସନ୍ କାର୍ଯ୍ୟକ୍ରମରେ ଏହି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଥିବା ତଥା ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ୧୫ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଛାତ୍ରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଯାହା ସ୍କୁଲ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ।

ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ‘ସ୍ମାର୍ଟ କ୍ଲାସରୁମ୍‌’ ନିର୍ମାଣ କରାଯାଇଛି। ସ୍କୁଲ ଖୋଲିଲେ ଏହା ଉଦଘାଟନ ହେବ। ଏହି ସ୍ମାର୍ଟ କ୍ଲାସରୁମରେ ୫୦ଜଣ ଛାତ୍ରୀ ଏକକାଳୀନ ବସିବାର ସୁବିଧା କରାଯାଇଛି। ସେହିପରି ସ୍କୁଲରେ ଶୈକ୍ଷିକ ପରିବେଶ ଓ ପିଲାମାନଙ୍କ ମଧ୍ୟରେ ପାଠପଢ଼ାରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ସହ ଭଲ ରେଜଲ୍ଟ କରିବା ପାଇଁ ସ୍କୁଲ ପରିସରରେ ନିୟମିତ କୋଚିଂ କ୍ଲାସ୍ , ସୁପର-୩୦ କ୍ଲାସ ରୁମ୍ , ବିଭିନ୍ନ ପୁରସ୍କାର, ଫଟୋ ଡକ୍ୟୁମେଣ୍ଟେସନ୍ ସହ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ପରାମର୍ଶ ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ।