CricketWorld - The Sakala
କ୍ରିକେଟ ବେଳେ ବେଳ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ସନରାଇଜର୍ସ ହାଇଦରାବାଦ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବ ମ୍ୟାଚ୍‌ରେ ମଧ୍ୟ ଏକ ଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳିଥିଲା। ହାଇଦରାବାଦର ସିଂହଳୀ କ୍ରିକେଟର କାମିନ୍ଦୁ ମେଣ୍ଡିସ ଗୋଟିଏ ଓଭରରେ ଦୁଇ ହାତରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟରେ କେବଳ ମେଣ୍ଡିସ ନୁହେଁ ଏକାଧିକ ବୋଲର ଦୁଇହାତରେ ବୋଲିଂ କରିବାର ଉଦାହରଣ ରହିଛି। ମେଣ୍ଡିସ୍‌ଙ୍କୁ ବାଦ୍‌ ଦେଲେ ଭାରତର ଅକ୍ଷୟ କର୍ଣ୍ଣେୱାର, ପାକିସ୍ତାନର ହନିଫ ମହମ୍ମଦ, ଇଂଲଣ୍ଡ ଗ୍ରାହମ ଗୁଚ୍‌, ଅନ୍ୟତମ ସିଂହଳୀ ଖେଳାଳି ହାସନ ତିଳକରତ୍ନେ ମଧ୍ୟ ପୂର୍ବରୁ ଦୁଇ ହାତରେ ବୋଲିଂ କରିଛନ୍ତି। ମ୍ୟାଚ୍‌ରେ ବ୍ୟାଟରଙ୍କ ପୋଜିଶନ୍‌କୁ ଦେଖି ଏହି ଖେଳାଳିମାନେ ବାମ କିମ୍ବା ଡାହାଣ ହାତରେ ବୋଲିଂ କରିଥାନ୍ତି। ୫ କ୍ରିକେଟର ଏଭଳି ନିଆରା ବୋଲିଂ ନେଇ ଆଲୋଚାନା କରିବା।
କାମିନ୍ଦୁ ମେଣ୍ଡିସ୍‌
ଶ୍ରୀଲଙ୍କାର ୨୬ ବର୍ଷୀୟ ସ୍ପିନ ଅଲରାଉଣ୍ଡର କାମିନ୍ଦୁ ମେଣ୍ଡିସ ଆଇପିଏଲ୍‌ରେ ଦୁଇହାତରେ ବୋଲିଂ କରିଛନ୍ତି। ସେ ଡାହାଣହାତୀ ଅଫ୍‌ ସ୍ପିନ ବୋଲିଂ କରିବା ସହ ବାମହାତୀ ଅର୍ଥୋଡକ୍ସ ବୋଲିଂ କରିବାକୁ ସକ୍ଷମ। ଚଳିତ ଆଇପିଏଲ୍‌ରେ କୋଲକାତା ବିପକ୍ଷ ମ୍ୟାଚ୍‌ରେ ସେ ଏହାର ପ୍ରମାଣ ଦେଇଛନ୍ତି। ଏହି ମ୍ୟାଚ୍‌ରେ ସେ ଗୋଟିଏ ଓଭର ବୋଲିଂ କରିଥିଲେ ଓ ୪ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ବ୍ୟାଟିଂରେ ସେ ମଧ୍ୟ ୨୦ ବଲରୁ ୧ ଚୌକା ଓ ୨ ଛକା ସହ ୨୭ ରନ ସଂଗ୍ରହ କରିଥିଲେ। ତେବେ ଏହି ମ୍ୟାଚ୍‌ରେ ହାଇଦରାବାଦ ପରାସ୍ତ ହୋଇଥିଲା। ଗୋଟିଏ ଓଭରରେ ସେ ଦୁଇହାତରେ ବୋଲିଂ କରିଥିଲେ। ୨୦୧୬ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ମଧ୍ୟ ତାଙ୍କର ଏହି କୌଶଳ ଦେଖାଇ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩ଟି ୱିକେଟ ନେଇଥିଲେ।
ହନିଫ୍‌ ମହମ୍ମଦ
ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର ହନିଫ୍‌ ମହମ୍ମଦ ୧୯୫୦ ଓ ୬୦ ଦଶକରେ ଜଣେ ଉଚ୍ଚକୋଟୀର ବ୍ୟାଟର ଭାବେ ଜଣାଶୁଣା ଥିଲେ। ଡହାଣହାତରେ ବ୍ୟାଟିଂ କରିବା ସହ ସେ କାମଚଳା ବୋଲିଂ ମଧ୍ୟ କରୁଥିଲେ। ସେ ଦୁଇହାତରେ ବୋଲିଂ କରିବାରେ ସିଦ୍ଧହସ୍ତ ଥିଲେ। ସେ ପାକିସ୍ତାନ ପାଇଁ ୫୫ ଟେଷ୍ଟ ଓ ୨୩୮ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ଯଥାକ୍ରମେ ଗୋଟିଏ ଓ ୫୩ ୱିକେଟ ହାସଲ କରିଥିଲେ।
ଅକ୍ଷୟ କର୍ଣ୍ଣେୱାର
ଭାରତୀୟ କ୍ରିକେଟର ଅକ୍ଷୟ କର୍ଣ୍ଣେୱାର ଘରୋଇ କ୍ରିକେଟରେ ନିଜର ପ୍ରତିଭା ଓ ଦକ୍ଷତା ପ୍ରମାଣିତ କରିଛନ୍ତି। ୨୦୧୬ରେ ସେ ନିଜର ଏହି ନିଆରା ବୋଲିଂ ଶୈଳୀ ପ୍ରଦର୍ଶନ କରିଥିଲେ। ବିଦର୍ଭ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ଅକ୍ଷୟ ଡାହାଣହାତୀ ଅଫ୍‌ ସ୍ପିନ୍‌ ବୋଲିଂ କରିବା ସହ ବାମହାତୀ ଅର୍ଥୋଡକ୍ସ ସ୍ପିନ୍‌ ମଧ୍ୟ ପକାଉଥିଲେ। ବୋଲିଂରେ ଏହି କପଟତା ଆଣି ସେ ସଫଳତା ମଧ୍ୟ ହାସଲ କରିଥିଲେ। ସେ ଲିଷ୍ଟ ଏ’ରେ ୬୯ ଓ ଟି-୨୦ରେ ୬୨ଟି ୱିକେଟ ହାସଲ କରିଥିଲେ। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରି ନଥିଲେ।
ଗ୍ରାହାମ ଗୁଚ୍‌
ଇଂଲଣ୍ଡର ଜଣେ ଉଚ୍ଚକୋଟୀର ବ୍ୟାଟର ଭାବେ ଗ୍ରାହାମ ଗୁଚ୍‌ ତାଙ୍କ ସମୟରେ ବେଶ୍‌ ଆଦୃତ ହୋଇଥିଲେ। ନିଜର ଅସାଧାରଣ ବ୍ୟାଟିଂ କୌଶଳ ସହ ନିଆର ବୋଲିଂ ଶୈଳୀ ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ସେ ମଧ୍ୟ ଟେଷ୍ଟରେ ଡାହାଣହାତୀ ମିଡିୟମ ପେସ୍‌ ପକାଇଥାନ୍ତି। ସେ ମଧ୍ୟ ବେଳେବେଳେ ବାମହାତୀ ବୋଲିଂ କରୁଥିଲେ। ସେ ୧୧୮ଟି ଟେଷ୍ଟ ଖେଳି ୨୩ ୱିକେଟ ଓ ୧୨୫ଟି ଦିନିକିଆ ମ୍ୟାଚ୍‌ ଖେଳି ୩୬ ୱିକେଟ ନେଇଛନ୍ତି। ୫୮୧ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ସେ ୨୪୬ ଓ ୬୧୪ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳି ୩୧୦ଟି ୱିକେଟ ନେଇଛନ୍ତି।
ହାସନ ତିଳକରତ୍ନେ
ଶ୍ରୀଲଙ୍କା ପୂର୍ବତନ ଅଧିନାୟକ ତଥା ବ୍ୟାଟର ହାସନ ତିଳକରତ୍ନେ ୧୯୯୬ ବିଶ୍ୱକପ୍‌ରେ ଦୁଇହାତରେ ବୋଲିଂ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ ୮୩ଟି ଟେଷ୍ଟ ଓ ୨୦୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଦିନିକିଆରେ ସେ ୬ଟି ୱିକେଟ ଅକ୍ତିଆର କରିଥିଲେ। ସେ ଡାହାଣହାତୀ ଅଫ୍‌ସ୍ପିନ ବୋଲିଂ କରିଥାନ୍ତି। କିନ୍ତୁ ବିଶ୍ୱକପ୍‌ରେ ବାମହାତରେ ବୋଲିଂ କରି ସେ ସମସ୍ତଙ୍କୁ ଚକିତ କରିଥିଲେ।