Ram Navami 2025 - The Sakala
ଭୁବନେଶ୍ୱର/ନୟାଗଡ: ଆଜି ପବିତ୍ର ଶ୍ରୀରାମ ନବମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ। ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି ।
ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ ପାଇଁ ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ହାତରେ ପୂଜାଥାଳ ଧରି ମନ୍ଦିର ଆସିଛନ୍ତି ଭକ୍ତ । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର । ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି । ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ସବକୁ ଧୁମଧାମରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।