Mo School - The Sakala
ସରକାରୀ ସ୍କୁଲ ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’, ବିକାଶ ଧାରାରେ ସାମିଲ୍‌‌ ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସରକାରୀ ସ୍କୁଲର ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’। ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ବିଦ୍ୟାର୍ଥୀ ଓ ସରକାରଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଫଳସ୍ବରୂପ, ସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରତି ଅଭିଭାବକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି। ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ କେବଳ ସରକାରୀ ବିଦ୍ୟାଳୟରେ ୫୧, ୮୩, ୬୬୧ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ତେଣୁ ସରକାରୀ ବିଦ୍ୟାଳୟରେ ନାମଲେଖା ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି ଏବଂ ଏଥିରେ ‘୫-ଟି’ ରୂପାନ୍ତରୀକରଣ ଓ ମୋ’ ସ୍କୁଲ ଅଭିଯାନର ଏକ ବଡ଼ ଭୂମିକା ରହିଛି।
ସୂଚନା‌ଯୋଗ୍ୟ, ୨୦୧୭ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସ୍କୁଲ ଯୋଜନାର ଶୁଭାରମ୍ଭ କରିଥିଲେ। ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶଧାରାକୁ ବଜାୟ ରଖିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ସମ୍ମିଳିତ କରିବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାସହ ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ପାଇଁ ସରକାର ଯୋଜନା କରିଥିଲେ। ସମ୍ପ୍ରତି ମୋ ସ୍କୁଲ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସାମିଲ୍‌‌ ହୋଇଛି। ଏଥିରେ ୬୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହୋଇଥିବା ବେଳେ ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୨୪୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବାବେଳେ ସିଏସ୍‌‌ଆର୍‌‌ ଅନୁଦାନ ଭାବେ ୧୦୨୧ କୋଟି ଟଙ୍କା ମିଳିଛି। ଏହି ରାଶିକୁ ଦ୍ୱିଗୁଣିତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଉନ୍ନତୀକରଣ ପାଇଁ ସମୁଦାୟ ୩୮୦୪କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି।
ମୋ’ ସ୍କୁଲ ଅଭିଯାନର ଏକ ବଡ଼ ସଫଳତା ଗାଥା ଗାନ କରୁଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ବର୍ତ୍ତମାନ ଜିଲ୍ଲାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ୨୦୧୮ ମସିହାରୁ ଏହି ବିଦ୍ୟାଳୟ ‘ମୋ ସ୍କୁଲ୍‌‌ ଅଭିଯାନ’ରେ ସାମିଲ୍‌‌ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ୩ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ ହୋଇଛି। ଏଥିସହ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୯ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଛି। ଉକ୍ତ ଅର୍ଥରେ ପାଠାଗାର, ପାର୍କ, ଖେଳ ପଡ଼ିଆ ସହ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଶତପ୍ରତିଶତ ପାସ୍‌‌ ହାର ସହିତ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ମାନିତ ହୋଇଛି।
ଅନୁରୂପ ଭାବେ କଟକ ପୁଲିସ ଉଚ୍ଚ ବିଦ୍ୟାଳୟ ମଧ୍ୟ ଯୋଜନାରେ ଅନ୍ତଭୁକ୍ତ ହୋଇ ଅଭୂତପୂର୍ବ ସଫଳତା ହାସଲ କରିଛି। ଅଭିଯାନ ଜରିଆରେ ବିଦ୍ୟାଳୟକୁ ସର୍ବମୋଟ୍‌‌ ୪୪ଲକ୍ଷ ୪୦ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି। ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୧ କୋଟି ୩୩ଲକ୍ଷ ୨୦ହଜାର ଟଙ୍କା ସହାୟତା ମିଳିଛି। ଭିତ୍ତିଭୂମିର ଉନ୍ନତୀକରଣ ପାଇଁ କୋଠା ନିର୍ମାଣ ଚାଲିଥିବା ବେଳେ ପାଠାଗାର ଓ ଶ୍ରେଣୀଗୃହ ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ଫଳରେ ମୋ ସ୍କୁଲ ଅଭିଯାନ ଦ୍ୱାରା ବିଦ୍ୟାଳୟର ବ୍ୟାପକ ଉନ୍ନତି ସାଧିତ ହୋଇଛି।
ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା ୧୦୦୦ଟି ଉଚ୍ଚ ବିଦ୍ୟାଳୟରେ ସାମାଜିକ ସମୀକ୍ଷା କରାଯିବ । ‘ମୋ ସ୍କୁଲ’ର ସାମାଜିକ ସମୀକ୍ଷକ ଭାବେ ପ୍ରକଳ୍ପର ଅଂଶୀଦାର, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଇଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ/ଏବିଇଓ/ସିଆର୍‌ସିସି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ କରାଯାଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଲୋକସେବା-ଭବନଠାରେ ‘ମୋ ସ୍କୁଲ ଅଭିଯାନ’ର ୪୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଏହାସହ ବୈଠକରେ ଅନେକ କାର୍ଯ୍ୟକ୍ରମ ଓ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚ ବିଦ୍ୟାଳୟର ଉତ୍ତମ ପରିଚାଳନା ସହ ଶୈକ୍ଷିକ ବିକାଶ ପାଇଁ ଚଳିତ ମାସରୁ ବ୍ଲକ୍‌ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ ଆରମ୍ଭ ହୋଇଛି । ପ୍ରଥମ ମାସରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉକ୍ତ ବ୍ଲକ୍‌ର ସମସ୍ତ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ- ସ୍କୁଲ କ୍ଲବ୍‌, ହାଉସ୍ ସିଷ୍ଟମ୍‌ର ପରିଚାଳନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ବିକାଶ ଦିଗରେ ଦିଗଦର୍ଶନ ଦେଇଥିଲେ । ବୈଠକର ବିବରଣୀ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷା, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ନିଜ ବିଦ୍ୟାଳୟ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫କୋଟି ୪୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ୯୨୬ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ଲକ୍ଷ, ବଲାଙ୍ଗୀରରୁ ୪୧ଲକ୍ଷ, ଭଦ୍ରକରୁ ୨୯ଲକ୍ଷ ଓ ଗଞ୍ଜାମରୁ ୬୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି କରିବାକୁ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ବୈଠକ ଅନୁମୋଦନ । ଏହି ସହଭାଗିତାରେ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ ।
ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ । ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ରତିକାନ୍ତ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗେବଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଓସେପାର ବିତ୍ତ ପରାମର୍ଶଦାତା ଶ୍ରୀମତୀ ସୁଦେଷ୍ଣା କର , ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟର ସମସ୍ତ ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍‍, ଲାଗିବ ସିସିଟିଭି
ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍‍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‍ ଅଭିଯାନ’ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ୍‍ ସାଇନ୍ସ ଏକ୍‍ଜିବିସନ୍‍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପିଲାମାନଙ୍କ ମଧ୍ୟରେ ଗଣିତର ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାଥେମେଟିକ୍ସ ଆଣ୍ଡ୍‍ ଆପ୍ଲିକେସନ୍ସ ସହ ମୋ ସ୍କୁଲ ହାତ ମିଳାଇଛି। ଉଭୟ ଅନୁଷ୍ଠାନର ସହଯୋଗରେ ଉଚ୍ଚ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମ୍ୟାଥ୍‍ମେଟିକ୍ସ ମେଳା’ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ‘ମୋ ସ୍କୁଲ୍‍ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ବୈଠକରେ ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗତ ଏକ ମାସ ମଧ୍ୟରେ ‘ମୋ ସ୍କୁଲ୍‍’ ନିକଟରେ ରେକର୍ଡ ସଂଖ୍ୟକ ୟୁସି ଦାଖଲ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ପରିଷଦ ଏନେଇ ସନ୍ତୋଷବ୍ୟକ୍ତ କରିଥିଲେ। ତେବେ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୦,୬୭୨ ପୁରାତନ ଛାତ୍ରଛାତ୍ରୀ ଅଭିଯାନ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍‍ଆର୍‍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ୍‍ ଅଭିଯାନ’କୁ ୩୮ କୋଟି ୮୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‍ଆର୍‍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଯାହାକି ୧୫୫୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୩ୟ ପର୍ଯ୍ୟାୟରେ ୨୧୫୯ଟି ହାଇସ୍କୁଲ୍‍ର ରୂପାନ୍ତରଣ କରିବାକୁ ପ୍ରସ୍ତାବ ଦିଆଯାଇଛି।
ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ୧୦୭୬ ହାଇସ୍କୁଲ୍‍ରେ କୋଡ୍‍ କ୍ଲବ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୩୦ଟି ଜିଲ୍ଲାର ୪୧୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ଏବଂ ପ୍ରୋଗ୍ରାମିଂରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଋୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପକରଣ ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସ୍କୁଲ୍‍ଗୁଡ଼ିକ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବାକୁ କୁହାଯାଇଛି। ଏହା ସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା, ବଜ୍ରପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର୍‍ ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ। ହାଇସ୍କୁଲ୍‍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲ୍‍ରେ ଇଣ୍ଟରନେଟ୍‍ ସଂଯୋଗ କରାଯିବା ନେଇ ନିଷ୍ପତ୍ତି ହୋଇଛି। ‘ମୋ ସ୍କୁଲ୍‍’ ସହଯୋଗରେ ୩୦୦ ରୂପାନ୍ତରିତ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ପ୍ରାଥମିକତା ଦେଇ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମି ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜର ଏହି ହାଇସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ସୌନ୍ଦର୍ଯ୍ୟକରଣ ସମେତ ସେଠାରେ ଛାତ୍ରୀମାନଙ୍କ ପାଇଁ ଉନ୍ନତମାନର ଲାଇବ୍ରେରୀ, ସାଇନ୍ସ ଲାବ୍ରୋଟୋରୀ, କମ୍ପ୍ୟୁଟର ଲ୍ୟାବ୍ , ସ୍ମାର୍ଟ କ୍ଲାସରୁମ୍ ସୁବିଧା ଆଦି ଉପଲବ୍ଧ କରାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।
ଏବେ କୋଭିଡ୍‌-୧୯ କଟକଣା ଥିବାରୁ ଏହି ସ୍କୁଲର ବିଭିନ୍ନ ଷ୍ଟେକ୍ ହୋଲଡରମାନଙ୍କ ସହ ଭିତ୍ତିଭୂମି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସ୍କୁଲକୁ କିଭଳି ଉନ୍ନତମାନର କରାଯାଇପାରିବ ସେ ନେଇ ସ୍କୁଲର କିଛି ପୁରାତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀଙ୍କ ସମେତ ଶିକ୍ଷିୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ।
ରାଜ୍ୟ ସରକାର ହାଇସ୍କୁଲ ଅପଗ୍ରେଡେସନ୍ କାର୍ଯ୍ୟକ୍ରମରେ ଏହି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଥିବା ତଥା ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ୧୫ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଛାତ୍ରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଯାହା ସ୍କୁଲ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ।
ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ‘ସ୍ମାର୍ଟ କ୍ଲାସରୁମ୍‌’ ନିର୍ମାଣ କରାଯାଇଛି। ସ୍କୁଲ ଖୋଲିଲେ ଏହା ଉଦଘାଟନ ହେବ। ଏହି ସ୍ମାର୍ଟ କ୍ଲାସରୁମରେ ୫୦ଜଣ ଛାତ୍ରୀ ଏକକାଳୀନ ବସିବାର ସୁବିଧା କରାଯାଇଛି। ସେହିପରି ସ୍କୁଲରେ ଶୈକ୍ଷିକ ପରିବେଶ ଓ ପିଲାମାନଙ୍କ ମଧ୍ୟରେ ପାଠପଢ଼ାରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ସହ ଭଲ ରେଜଲ୍ଟ କରିବା ପାଇଁ ସ୍କୁଲ ପରିସରରେ ନିୟମିତ କୋଚିଂ କ୍ଲାସ୍ , ସୁପର-୩୦ କ୍ଲାସ ରୁମ୍ , ବିଭିନ୍ନ ପୁରସ୍କାର, ଫଟୋ ଡକ୍ୟୁମେଣ୍ଟେସନ୍ ସହ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ପରାମର୍ଶ ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ।