Balugaon - The Sakala

କାଳବୈଶାଖୀ ହେଲା କାଳ; ବଜ୍ରାଘାତରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ବାଲୁଗାଁ: କାଳବୈଶାଖୀ ଆଣି ଦେଲା କାଳ । ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାଣପୁର ଥାନା ଅନ୍ତର୍ଗତ ନଈରୀ ଗ୍ରାମର ନାରାୟଣ ବେହେରା (୫୮)। ସୂଚନା ଅନୁସାରେ, ନାରାୟଣ ଗ୍ରାମରେ ବସିଥିଵା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଂଗେ ସଂଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଫେସବୁକର ଅଜଣା ଯୁବତୀଙ୍କ ପ୍ରେମରେ ଅନ୍ଧ ହୋଇ ନିଜ ସ୍ତ୍ରୀ ଓ ଝିଅକୁ ଛାଡି ଫେରାର ହେଲେ ସ୍ୱାମୀ
ବାଲୁଗାଁ: ମୋବାଇଲ ବିନା ଚଳିବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇପଡ଼ିଛି। ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଖାସ କରି ଯୁବପିଢି ଏହି ମୋବାଇଲର ସାମାଜିକ ଗଣମାଧ୍ୟମରେ ବାୟା। ଏଭଳି ପରିସ୍ଥିତି ଉପୁଜିଛି ଯେ ସାମାଜିକ ଗଣମାଧ୍ୟମ ବିନା ଲୋକେ ବଞ୍ଚିବା କଷ୍ଟକର ହୋଇପଡିଛି। ଏହି ସାମାଜିକ ଗଣମାଧ୍ୟମ ଦ୍ଵାରା କିଏ ରାତାରାତି ନା କମେଇ ଫେମସ ହୋଇ କୋଟିପତି ହେଉଥିବା ବେଳେ ଆଉ କାହାର ଘର ସଂସାର ଉଜୁଡ଼ି ଜୀବନ ହାରୁଥିବାର ନଜିର ସାମ୍ନାକୁ ଆସୁଛି । କିଛି ଯୁବକ ଯୁବତୀ ମୋବାଇଲର ଫେସବୁକ ଦ୍ୱାରା ବିବାହ ବନ୍ଧନରେ ବାନ୍ଧିହୋଇ ସୁଖରେ ଘର ସଂସାର କରୁଥିବା ବେଳେ କେତେକଙ୍କ ଦାମ୍ପତ୍ୟ ଜୀବନ ଛାରଖାର ହୋଇଯାଉଛି। ଏହି ପରିପ୍ରେକ୍ଷୀରେ ଫେସବୁକର ଜଣେ ଅଜଣା ଯୁବତୀଙ୍କ ପ୍ରେମରେ ପଡି ଜଣେ ବିବାହିତ ପୁରୁଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରିମୁଣ୍ଡା ଅଞ୍ଚଳର ନିଜ ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଇଥିବା ନେଇ ସ୍ତ୍ରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁଅ ରବି ନାରାୟଣ ଗୋଡ଼ିଙ୍କ ସହିତ ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳ ଦୀର୍ଘ ପାଞ୍ଚବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ନଗଦ ୨ ଲକ୍ଷ ଟଙ୍କା ସହ, ଅଳଙ୍କାର ଏବଂ ବିଭିନ୍ନ ଜନିଷପତ୍ର ଦେଇଥିଲେ। ବିବାହର ବର୍ଷକ ପରେ ତାଙ୍କର ଏକ ଝିଅଟିଏ ଜନ୍ମ ହୋଇଥିଲା। ବର୍ତ୍ତମାନ ଝିଅକୁ ଚାରି ବର୍ଷ ଚାଲିଛି। ବର୍ଷେ ହେଲା ରବି ଗୋଆରେ ଚାକିରୀ ପାଇବାରୁ ପରିବାରକୁ ନେଇ ଗୋଆରେ ରହୁଥିଲେ। ଗୋଆରେ ରହିବାର କିଛି ମାସ ପରେ ଫେସବୁକ ଜରିଆରେ ଏକ ଅଜଣା ଯୁବତୀଙ୍କ ସହ ରବି ପ୍ରେମରେ ପଡି ସମ୍ପର୍କ ଆଗକୁ ବଢାଇଥିଲେ। ଦୀପାଞ୍ଜଳି ଏ ସମ୍ପର୍କରେ ଜାଣିବା ପରେ ଏ ନେଇ ବାରମ୍ବାର ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ଅନେକ ଥର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ସହ ଏକଥା କାହାରିକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ। ତେବେ ଗତ ଜୁଲାଇ ମାସ ୧୨ ତାରିଖ ଦିନ ଗୋଆରେ ରହୁଥିବା ବେଳେ ସ୍ବାମୀ ରବି ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଏକାକୀ ଛାଡିଦେଇ କେଉଁଆଡେ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ସ୍ୱାମୀଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ରବି ଫୋନ ଉଠାଇନଥିଲେ। ଶେଷରେ ଦୀପାଞ୍ଜଳି ଏ ସମ୍ପର୍କରେ ବାପ ଘର ଲୋକଙ୍କୁ ଜଣାଇବାରେ ସେମାନଙ୍କ ସହାୟତାରେ ତାଙ୍କର ଚାରି ବର୍ଷର ଝିଅକୁ ନେଇ ଗୋଆରୁ ନିଜ ବାପଘର ଗମ୍ଭାରୀମୁଣ୍ଡା ଫେରିଥିଲେ। ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କ ସହାୟତାରେ ବାଣପୁର ଥାନାରେ ସେ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀ ରବି ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

ମଇଁଷି ବୋଝେଇ ୨ ଗାଡି ଜବତ, ୩ ଗିରଫ
ବାଲୁଗାଁ: ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସତ୍ତ୍ବେ ପୋଲିସ ଗୋରୁ ଚାଲାଣ ଉପରେ ରୋକ୍ ଲଗାଇ ପାରୁନି। ଗୋମାଫିଆମାନେ ବେଫିକର ଭାବେ ଗୋରୁ ଚାଲାଣ କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିଛି। ଦୁଇଟି ଗାଡି ଜବତ କରିବା ସହ ୩ ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳକୁ ବେଆଇନ ଭାବେ ଦୁଇଟି ମଇଁଷି ବୋଝେଇ ଭ୍ଯାନ୍ ଯାଉଥିବା ନେଇ କୌଣସି ବିଶେଷ ସୂତ୍ରରୁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଖବର ପାଇ, ଏ ସମ୍ପର୍କରେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କୁ ସୁଚନା ଦେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାସାରା ପୋଲିସ ପେଟ୍ରୋଲିଂ କରି କଡାକଡି ଯାଞ୍ଚ ଜାରି ରଖିଥିଲା। ଏହି ପେଟ୍ରୋଲିଂ ବେଳେ କଉଡ଼ିଖଣି ଛକ ନିକଟରୁ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ବେଆଇନ ଭାବେ ୧୧ ଗୋଟି ଜୀବନ୍ତ ମଇଁଷି ବୋଝେଇ କରି ନେଉଥିବା ଦୁଇଟି ମଇଁଷି ବୋଝେଇ ଗାଡି ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ମଇଁଷିମାନଙ୍କ ଅବସ୍ଥା ସାମାନ୍ୟ ଖରାପ ଥିବାରୁ ଶ୍ରୀ ସାହୁ ତୁରନ୍ତ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସାହାଯ୍ୟରେ ମଇଁଷିମାନଙ୍କ ଚିକିତ୍ସା କରାଇ ଜଟଣୀ ମାଧବ ଗୋଶାଳାକୁ ହସ୍ତାନ୍ତର କରିଦେଇଛନ୍ତି। ତତ୍ ସହିତ ବାଣପୁର ଥାନା କେସ ନମ୍ବର ୨୫୨/୨୧ରେ ଏକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ନେଇ ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା
ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସିପଡିଛି ।

ସୁଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନୀଲ କୁମାର ମାଝୀ (୨୮) ମୁମ୍ବାଇରେ ଅବସ୍ଥିତ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତ ଜୁନ ମାସ ୧୫ ତାରିଖରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’ ନାମକ ଦୁବାଇ ସ୍ଥିତ ଏକ କମ୍ପାନୀରେ ଚାକିରି ନିମନ୍ତେ ଅଫର ଲେଟର ଅନୀଲଙ୍କ ପାଖକୁ ତାଙ୍କ ଇ-ମେଲରେ ଆସିଥିଲା। ଉକ୍ତ ଇ-ମେଲରେ ଦୁବାଇରେ ଚାକିରିର ଅଫର ଲେଟର ପାଇ ଅନୀଲ ଖୁସି ହୋଇ ସେଥିରେ ଦିଆଯାଇଥିବା କମ୍ପାନୀର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଟେଲିଫୋନ ମାଧ୍ୟମରେ ଅନୀଲ ସେ କମ୍ପାନୀରେ ଚାକିରି ପାଇଁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ଜୁନ ୧୮ ତାରିଖରେ ଅନୀଲ ପ୍ରୋସେସିଙ୍ଗ ଫିସ ବାବଦକୁ ୧୦ ହଜାର ଟଙ୍କା ଡିପୋଜିଟ କରିବା ନିମନ୍ତେ ଏକ ମେଲ ପାଇ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ। ପୁଣିଥରେ ଜୁନ ୨୨ ତାରିଖରେ ଏକ ନକଲି ଭିସା ଅନିଲଙ୍କ ପାଖକୁ ମେଲରେ ପଠାଇ ୨୫ହଜାର ଟଙ୍କା ଡିପୋଜିଟ କରିବାକୁ ମେଲରେ ଲେଖିଥିଲା ସାଇବର ଲୁଟେରା। ଭିସା ପାଇ ଅନୀଲ ଖୁସି ହୋଇ ୨୫ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏହିଭଳି ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାରରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଅନୀଲ ପଠାଇ ସାରିଛନ୍ତି। ପୁଣି ବାରମ୍ବାର ଉକ୍ତ କମ୍ପାନୀ ଅଧିକାରୀ ବିଭିନ୍ନ ବାହାନାରେ ଟଙ୍କା ମାଗିବାରୁ ଅନୀଲ ସନ୍ଦେହ କରି ଉକ୍ତ କମ୍ପାନୀର ୱେବସାଇଟ ଓ ବିଭିନ୍ନ ମାଧ୍ୟମରେ ଯାଞ୍ଚ କରି ସେହିଭଳି କୌଣସି କମ୍ପାନୀ ନ ଥିବାର ଜାଣିବାକୁ ପାଇଲେ । ସେ ଜାଣିଗଲେ ଯେ ସେ ଏକ ସାଇବର ଲୁଟେରାର ଶିକାର ହୋଇଛନ୍ତି ।

ବିଦେଶରେ ଚାକିରୀ ଲୋଭରେ ନିଜ ଟଙ୍କା ହରାଇବା ସହ ନିଜେ ଚାକିରି କରିଥିବା ମୁମ୍ବାଇର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ପଳାଇ ଆସି ବର୍ତ୍ତମାନ ଅନୀଲ ଘରେ ବସି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶେଷରେ ଅନୀଲ ଏ ନେଇ କଟକ ସାଇବର ସେଲ ଓ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

୧୭୩ ଲିଟର ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ
ବାଲୁଗାଁ : ଲକଡାଉନ ଏବଂ ସଟଡାଉନ ସମୟରେ ମଦ କେବଳ ହୋମ ଡେଲିଭରୀ ଥିବା ବେଳେ ଏହାର ସୁଯୋଗ ନେଇ କଛି ଚୋରା ମଦ ବେପାରୀ ବେଧଡକ୍ ମଦ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ କଡାନଜର ରଖି ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି କରି ସେଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗର ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି ସାମିଲ ହୋଇ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛନ୍ତି। ଏହି ସଂପୃକ୍ତ ଦୁଇ ଅଭିଯୁକ୍ତ ଦୁଲ୍ଲଣୀ ଗ୍ରାମର ଅଲଗା ଅଲଗା ସ୍ଥାନରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରାଯାଇଛି।ବାଣପୁର ପୋଲିସ କେସ ନଂ ୨୪୨/୨୧ ଏବଂ ଅବକାରୀ ବିଭାଗ କେସ ନଂ ୨୯/୨୧ ରେ ଦୁଇଟି ପୃଥକ ପୃଥକ ମାମଲା ୠଜୁକରି ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛ।

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ଅନ୍ତର୍ଗତ ବିଧାରପୁର ଗ୍ରାମରେ ଶୁକ୍ରବାର ସକାଳେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ନେଇ ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁଅ ଆଲୋକ କୁମାର ଜେନା କୌଣସି କାରଣ ବଶତଃ ଶୁକ୍ରବାର ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ କିଛି ସମୟ ପରେ ପରିବାର ଲୋକ ଏହା ଜାଣିଲା ପରେ ଆଲୋକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ଆଲୋକଙ୍କୁ ମୃତ ଘୋଷଣା କରିବା ସହ ଏ ବିଷୟରେ ବାଲୁଗାଁ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଆଲୋକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇବା ସହ ବାଲୁଗାଁ ଥାନା କେସ ନମ୍ବର ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବିଧାରପୁର ଗ୍ରାମର ଆଲୋକଙ୍କ ଘରକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ସ୍ଥଳେ, ଏଯାବତ୍ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

୧୪ଶହ ପ୍ଯାକେଟ ଚୋରା ଦେଶୀ ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ
ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ୧୪ ଶହ ପ୍ଯାକେଟ ଚୋରା ଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ବାଲୁଗାଁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଖବର ଅନୁଯାୟୀ ରବିବାର ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋ ଭିତରେ ବସ୍ତାରେ ଦେଶୀ ମଦ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ। ସଂଗେ ସଂଗେ ଅଟୋ ସହିତ ସେଥିରେ ବୋଝେଇ ହୋଇଥିବା ବସ୍ତା ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ କିଛି ଦୂରରୁ ପୋଲିସକୁ ଦେଖି ଅଟୋ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଲୁଗାଁ ଥାନା କେସ ନଂ ୧୦୮/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ଯଥାଶୀଘ୍ର ଉକ୍ତ ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟ
ବାଲୁଗାଁ : ସ୍ପଷ୍ଟ ଦିବା ଲୋକରେ ବିଦ୍ୟୁତ କର୍ମଚାରୀ ଙ୍କ ଠାରୁ ବନ୍ଧୁକ ମୁନରେ ଝାମ୍ପି ନେଲେ 6 ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ । ଲୁଟ୍‌ର ଶିକାର ହୋଇଛନ୍ତି ବାଣପୁର-୧ ବିଦ୍ୟୁତ୍‌ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ । ଖୋର୍ଦ୍ଧା ବାଣପୁରରେ ବିଦ୍ୟୁତ ବିଭାଗ ସୁପରଭାଇଜର ସଂଜିତ ପ୍ରଧାନଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୬ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା । ବ୍ୟାଙ୍କ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଗୋଟିଏ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।