CAG Report - The Sakala

ସିଏଜି ରିପୋର୍ଟ ୨୦୨୪-୨୫: ରାଜ୍ୟ ଜିଏସ୍‌ଡିପିରେ ୬୫% ବୃଦ୍ଧି, ନବୀନ ସରକାରରେ ଅଭିବୃଦ୍ଧିର ଶିଖରରେ ଓଡ଼ିଶା
ଭୁବନେଶ୍ବର: ବିକାଶ ହେଉ କି ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି, ସବୁ କ୍ଷେତ୍ରରେ ଓଡ଼ିଶା କେନ୍ଦ୍ରଠାରୁ ଆଗରେ। ନବୀନ ସରକାରଙ୍କ ଅମଳରେ ଓଡ଼ିଶା  ଅଭିବୃଦ୍ଧି କ୍ଷେତ୍ରରେ ନୂତନ ଶିଖର ଛୁଇଁଛି। କାରଣ ପ୍ରତିବର୍ଷ ଓଡ଼ିଶାର ଜିଡିପି ଅଭିବୃଦ୍ଧି କେନ୍ଦ୍ରଠାରୁ ଅଧିକ ରହିଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ପ୍ରାୟ ୬୫% ଅଭିବୃଦ୍ଧି ହାସଲ କରିଛି, ଯାହା ଏହି ଅବଧିରେ ଭାରତର ଜିଡିପି ଅଭିବୃଦ୍ଧି ୬୬.୫୬% ସହ ତୁଳନୀୟ ବୋଲି ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ରାଜ୍ୟର ଆର୍ଥିକ ସ୍ଥିତିର ପ୍ରତିବେଦନ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି। ସେହିପରି ନବୀନଙ୍କ ଶାସନରେ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି। ବିଗତ ୧୦ ବର୍ଷର ରେକର୍ଡ ଦେଖିଲେ ରାଜ୍ୟର ରାଜସ୍ବ ସଂଗ୍ରହରେ ୪୬.୬୩% ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ଅଡିଟ୍‌-୨ ଅତୁଲ ପ୍ରକାଶ ଏହି ସୂଚନା ଦେଇଛନ୍ତି।

ବିଗତ ୧୦ ବର୍ଷରେ ଓଡ଼ିଶାର ରାଜସ୍ବ ପ୍ରାପ୍ତି ୧୧.୫୨ ପ୍ରତିଶତ ସିଏଜିଆର୍‌ ସହିତ ଉପରମୁହାଁ ହୋଇଛି। ତେବେ ୨୦୨୦-୨୧ ଏବଂ ୨୦୨୧-୨୨ରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟ ଏକ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ଜଣାପଡିଛି। ଗତ ୧୦ ବର୍ଷ ମଧ୍ୟରେ ରାଜସ୍ବ ସଂଗ୍ରହରେ ୪୬.୬୩ ପ୍ରତିଶତ ଅଭିବୃଦ୍ଧି ସହ ୧,୦୪,୩୮୭ କୋଟିରୁ   ୧,୫୩,୦୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ବିଗତ ୧୦ ବର୍ଷ ମଧ୍ୟରେ ରାଜସ୍ବ ପ୍ରାପ୍ତିରେ ଏଭଳି ସ୍ଥ଄ର ଅଭିବୃଦ୍ଧି ଓଡ଼ିଶାକୁ ଏକ ରାଜସ୍ବ ବଳକା ରାଜ୍ୟରେ ପରିଣତ କରିବାରେ ସହାୟକ ହୋଇଛି। ଏହାବ୍ୟତୀତ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ମଧ୍ୟ ୧୦.୭୬% ସିଏଜିଆର୍‌ରେ ବୃଦ୍ଧି ପାଇଛି। ଏସ୍‌ଜିଏଟି ସଂଗ୍ରହରେ ଉନ୍ନତି, ରାଜ୍ୟ ଉତ୍ପାଦ ଶୁଳ୍କରୁ ଅଧିକ ସଂଗ୍ରହ ଏବଂ ଯାନବାହାନ ଉପରେ ଟିକସ ଯୋଗୁ ଏହି ଅଭିବୃଦ୍ଧି ହାସଲ ସମ୍ଭବପର ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୨୨-୨୨ଠାରୁ ରାଜ୍ୟ ରାଜସ୍ବ ପ୍ରାପ୍ତିର ଅଭିବୃଦ୍ଧି ମୁଖ୍ୟତଃ ଅଣ ଟିକସ ରାଜସ୍ବ ଦ୍ବାରା ପରିଚାଳିତ। ଏହାର ମୁଖ୍ୟ କାରଣ ହେଉଛି, ରାଜ୍ୟ ସରକାର ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟନ୍ତ୍ରଣ ଆଇନ) ୨୦୧୫ ପରେ ଖଣି( ଲୁହାପଥର, ମାଙ୍ଗାନିଜ୍‌, ବକ୍ସାଇଟ୍‌ ଓ ଡୋଲାମାଇଟ୍‌ ଖଣି) ନିଲାମ କରିଥିଲେ, ଯାହା ନୂତନ ଓ ଅବଧି ସରିଥିବା ଖଣିର ନିଲାମ ଦ୍ବାରା ଖଣି ରାଜସ୍ବ ବଢ଼ିଥିଲା।

ଅପରପକ୍ଷେ ୨୦୧୫-୨୫ରେ ଓଡ଼ିଶାର ରାଜସ୍ବ ବ୍ୟୟ  ୧୧.୮୬% ସିଏଜିଆର୍‌ ହାରରେ ବୃଦ୍ଧି ପାଇଛି। ୨୦୧୮-୧୯ ପରେ ରାଜ୍ୟରେ ଅଭିବୃଦ୍ଧି ଆଖିଦୃଶିଆ ବୃଦ୍ଧି ପାଇଛି। ତେବେ ଏହି ୧୦ ବର୍ଷ ମଧ୍ୟରେ ଓଡ଼ିଶା ଏହାର ରାଜସ୍ବ ବଳକା ବଜାୟ ରଖିବାରେ ସକ୍ଷମ ହୋଇଥିଲା। ତେବେ ବିଡ଼ମ୍ବନାର ବିଷୟ ହେଉଛି ୨୦୨୪-୨୫ରେ ରାଜ୍ୟର ସବ୍‌ସିଡି ୧୫%ରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୨୪-୨୫ରେ ୯୧୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାଫଳରେ ମୋହନ ସରକାରଙ୍କ ରାଜସ୍ବ ବ୍ୟୟ ଉପରେ ଚାପ ବଢ଼ିବ। ନବୀନ ସରକାରଙ୍କ ଅମଳରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ, ରାଜ୍ୟରେ ବିକାଶମୂଳକ କାମ ଦ୍ରୁତତର ହେବା। ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ସାମାଜିକ ପ୍ରକଳ୍ପରେ ଅଧିକ ଅର୍ଥ ବ୍ୟୟ ବରାଦ କରିଥିଲେ। ସେଥିପାଇଁ ୨୦୧୫-୨୫ରେ ରାଜ୍ୟର ପୁଞ୍ଜି ବ୍ୟୟରେ ପ୍ରାୟ ୧୨.୪୭ ପ୍ରତିଶତ ସିଏଜିଆର୍‌ ହାରରେ ବୃଦ୍ଧି ପାଇଛି। ଯାହା ଫଳରେ ପୁଞ୍ଜି ବ୍ୟୟ ଏହି ୧୦ ବର୍ଷ ମଧ୍ୟରେ ୧୭,୦୯୦ କୋଟିରୁ ୪୫,୪୮୧ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ୨୦୨୦-୨୧ ପରଠାରୁ ପୁଞ୍ଜି ବ୍ୟୟରେ ଅଭିବୃଦ୍ଧ଄ ମୁଖ୍ୟତଃ ଭାବେ ଅର୍ଥନୈତକି କାର୍ଯ୍ୟକଳାପ ଏବଂ ଦୀର୍ଘକାଳୀନ ବିକାଶ ଉପରେ ରାଜ୍ୟ ସରକାରଙ୍କ ଯଥେଷ୍ଟ ଧ୍ୟାନ କେନ୍ଦ୍ରୀତ କରିଥିବାକୁ ସୂଚାଉଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପ ମହାଲେଖାକାର ଭରତ ଚନ୍ଦ୍ର ବେହେରା, ଉପ ମହାଲେଖାକାର କେ. ମଧୁବାଲା, ସଞ୍ଜୟ କୁମାର,ପ୍ରଥମା ପ୍ରତୀକ୍ଷା ପ୍ରଧାନ,ଏ. ବାଳକ୍ରୀଷ୍ଣା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା, ବିଚିତ୍ରାନନ୍ଦ ସାହୁ, ଭାସ୍କର ଚନ୍ଦ୍ର ରାଉଳ, ରଙ୍କ ନାଥ ମଲ୍ଲିକ, କ୍ଷୀରୋଧ କୁମାର ସୁବୁଦ୍ଧି ଏବଂ ଜଗତାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସିଏଜି ରିପୋର୍ଟ: ଜାତୀୟ ହାର ତୁଳନାରେ ଓଡ଼ିଶାର ଡ୍ରପ୍‌ ଆଉଟ୍‌ ହାର ନଗଣ୍ୟ
ଭୁବନେଶ୍ବର: ବିଭିନ୍ନ କାରଣରୁ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବର୍ଷ ଅନୁଯାୟୀ ବଢ଼ିବାରେ ଲାଗିଛି। ତେବେ ଏ କ୍ଷେତ୍ରରେ ଦେଶ ତୁଳନାରେ ରାଜ୍ୟର ସ୍ଥିତି ବେଶ ଭଲ ରହିଛି। ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ବା ଡ୍ରପ୍‌ ଆଉଟ୍‌ ପିଲାଙ୍କ ସ୍ଥିତି ଦେଖିଲେ ଓଡ଼ିଶାରେ ଏହି ହାର ଜାତୀୟ ହାରଠାରୁ ବହୁତ କମ୍‌ ରହିଛି। ଏହାର ଶ୍ରେୟ ପୂର୍ବରୁ ନବୀନ୍‌ ସରକାରଙ୍କୁ ଯାଉଛି।  ଯଦି ଆମେ ଗତ ୫ବର୍ଷର ତଥ୍ୟକୁ ଦେଖିବା ତେବେ ଏହି ସମୟ ମଧ୍ୟରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ପାଖାପାଖି ୮ ପ୍ରତିଶତ ରହିଛି। ୨୦୧୮-୧୯ ଆର୍ଥିକବର୍ଷରେ ଓଡ଼ିଶାରେ ପ୍ରଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ମାତ୍ର ୩.୪ ପ୍ରତିଶତ ରହିଥିବାବେଳେ ୨୦୧୮-୧୯ ଆର୍ଥିକବର୍ଷରେ ଏହି ହାର ଶୂନ୍‌ ରହିଥିବା ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷା ଉପରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ଭୁବନେଶ୍ବର ସ୍ଥିତ ଏଜିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ଅତୂଲ ପ୍ରକାଶ ଏହି ରିପୋର୍ଟ ଉନ୍ମୋଚନ କରି କହିଛନ୍ତି ଯେ, ୟୁଡି ଆଇଏସ୍‌ର+ ଅନୁଯାୟୀ, ଅଧାରୁ ପାଠପଢ଼ା ଛାଡ଼ୁଥିବା ହାର ହେଉଛି ଏକ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ବର୍ଷରେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ନାମ ଲେଖାଇଥିବା ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ଅନୁପାତ, ଯେଉଁମାନେ ପରବର୍ତ୍ତୀ ବିଦ୍ୟାଳୟ ବର୍ଷରେ ଆଉ କୌଣସି ଗ୍ରେଡ୍‌ରେ ନାମ ଲେଖାଇନାହାଁନ୍ତି। ଶିକ୍ଷାର ବିଭିନ୍ନ ସ୍ତର ପାଇଁ ସର୍ବ ଭାରତୀୟ ସ୍ତର ତୁଳନାରେ ରାଜ୍ୟ ସ୍ତରରେ ଅଧାରୁ ପାଠ ଛାଡ଼ି ଥିବା ହାର।  ପ୍ରାଥମିକ ସ୍ତରରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ୨୦୧୮-୧୯ରେ ୪.୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ମାତ୍ର ୩.୪ ପ୍ରତିଶତ ରହିଛି। ସେହିପରି ୨୦୧୮-୧୯ ଆର୍ଥିକବର୍ଷରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ସର୍ବଭାରତୀୟ ସ୍ତରରେ ଏହା ୭.୮ ପ୍ରତିଶତ ରହିଥିବାବେଳେ ରାଜ୍ୟରେ ଏହା ଦେଶରେ ସବୁଠାରୁ ଭଲ ଶୂନ୍‌ ପ୍ରତିଶତ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାମାନଙ୍କ ମଧ୍ୟରେ ଉପ ମହାଲେଖାକାର ପ୍ରଥମା ପ୍ରତୀକ୍ଷା ପ୍ରଧାନ, ଉପ ମହାଲେଖାକାର ଭୀମଲେଶ କୁମାର ,ଉପ ମହାଲେଖାକାର ସଞ୍ଜୟ କୁମାର, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା ଏବଂ ବିଚିତ୍ରା ନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରଶଂସା
ଭୁବନେଶ୍ୱର: ଉତ୍କଟ ଦାରିଦ୍ୟରୁ ଏକ ଆର୍ଥିକ ବଳକା ରାଜ୍ୟରେ ଓଡ଼ିଶାର ରୂପାନ୍ତରଣ ଆମ ସରକାର ଅମଳରେ ସବୁଠାରୁ ବଡ଼ ଉପଲବ୍ଧି ରହିଥିଲା। ୫-ଟି ଶାସନ ବ୍ୟବସ୍ଥା ଜରିଆରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରରେ ଆମ ରାଜ୍ୟ ଏତେ ବଡ଼ ସଫଳତା ଦେଖିଲା। ଆଉ ଏହି ସଫଳତା ଓଡ଼ିଶାର ବିକାଶ ଯାତ୍ରାକୁ ଇନ୍ଧନ ଯୋଗାଇବ। ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଗତକାଲି ପ୍ରକାଶିତ ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ବିକାଶକୁ ନେଇ କରାଯାଇଥିବା ପ୍ରଶଂସା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୫ ବର୍ଷ ଭିତରେ ଓଡ଼ିଶାର ସକଳ ରାଜ୍ୟ ଘରୋଇ ଉତ୍ପାଦ ୧୨.୨୬% ହାରରେ ଅଭିବୃଦ୍ଧି ହାସଲ କରିଥିଲା। ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟ ପର୍ଯ୍ୟନ୍ତ ଓଡ଼ିଶାର ଏହି ରୂପାନ୍ତରଣ ଯାତ୍ରାରେ ସାମିଲ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ବିଏସ୍‌କେୱାଇ, କାଳିଆ, ମିଶନ୍‌ ଶକ୍ତି, ଦକ୍ଷତା ବିକାଶ, ଓଡ଼ିଶା ବିଦ୍ୟାଳୟ ରୂପାନ୍ତରଣ, ଆଦିବାସୀ ବିକାଶ, ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ନିର୍ମାଣ, ଜଳସେଚନ ପ୍ରକଳ୍ପ, ଦାରିଦ୍ର ଦୂରୀକରଣ ଭଳି ଅଭିନବ ଯୋଜନାର ସଫଳ ରୂପାୟନ ତଥା ନିଜର ଖାଦ୍ୟ ସୁରକ୍ଷା ଯୋଜନାକୁ ପାଣ୍ଠି ପ୍ରଦାନ ରାଜ୍ୟର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିଥିଲା। ଆମର ଏହି ରୂପାନ୍ତରଣ ଯାତ୍ରା ଓଡ଼ିଶାକୁ ଏକ ସମୃଦ୍ଧ ଭବିଷ୍ୟତ ପ୍ରଦାନ କରିବା ପାଇଁ ପଥ ପ୍ରସ୍ତୁତ କରିଛି। ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ମୁଁ ସାଧୁବାଦ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।