art - The Sakala

ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ବର୍ତ୍ତମାନ ଏକ ନିଆରା କଳାକୌଶଳର ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି। ତାରାବୁଲ୍ (TaraBull) ନାମକ ଜଣେ ୟୁଜର ଏକ୍ସ (X) ପ୍ଲାଟଫର୍ମରେ ଏକ ୬୨ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ଧଳା ପାଉଡର ବ୍ୟବହାର କରି ଏକ ଚମତ୍କାର କଳା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି।

କ’ଣ ଅଛି ଭିଡିଓରେ?

ଏହି ଭିଡିଓରେ ଏକ ନୀଳ ରଙ୍ଗର ସରଫେସ୍ ଉପରେ କିଛି ଧଳା ପାଉଡର ରଖାଯାଇଥିବାର ଦେଖାଯାଉଛି। ଜଣେ ବ୍ୟକ୍ତି ଖୁବ୍ ସତର୍କତାର ସହ ଏକ ରେଜର ବ୍ଲେଡ୍ ସାହାଯ୍ୟରେ ସେହି ପାଉଡରକୁ କାଟି ଏକ ହୃଦୟର ଚିତ୍ର ଆଙ୍କୁଛନ୍ତି ଏବଂ ସେଥିରେ ଇଂରାଜୀରେ 'Sorry' ଲେଖୁଛନ୍ତି। ଏହି ଲେଖା ଏତେ ସୁନ୍ଦର ଓ ସ୍ପଷ୍ଟ ହୋଇଛି ଯେ ଦେଖଣାହାରୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ବ୍ଲେଡର ସୂକ୍ଷ୍ମ ବ୍ୟବହାର ଦ୍ୱାରା ଅକ୍ଷରଗୁଡ଼ିକ ଖୁବ୍ ଆକର୍ଷଣୀୟ ଦେଖାଯାଉଛି।

How exactly does one discover this talent? 🤔 pic.twitter.com/3rYvzZcFrL

— TaraBull (@TaraBull) March 5, 2026

ୟୁଜରଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା

ଏହି ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହାକୁ କେବଳ ଲୁଣ କିମ୍ବା ଚିନିରେ ହୋଇଥିବା ଟେବୁଲ୍ ଆର୍ଟ ବୋଲି କହୁଥିବା ବେଳେ, ଅନ୍ୟ କିଛି ୟୁଜର ଏହାକୁ ମଜାଳିଆ ଢଙ୍ଗରେ ନିଶାଦ୍ରବ୍ୟ ବା କୋକେନ୍ ସହ ତୁଳନା କରୁଛନ୍ତି। କେହି କେହି ଏହାକୁ 'ପ୍ରେମିକାକୁ ମନାଇବାର ନୂଆ ତରିକା' ବୋଲି ମଧ୍ୟ କମେଣ୍ଟ କରିଛନ୍ତି। ତେବେ ପାଉଡର ଯାହା ବି ହେଉନା କାହିଁକି, ବ୍ୟକ୍ତିଜଣଙ୍କର ହାତର ସଫେଇ ଏବଂ କଳାକୌଶଳକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Viral Video: କାଠ ଗଣ୍ଡିରୁ ତିଆରି ହେଲା ସୁନ୍ଦର ପାଣି ଜଗ୍: ଭିଡିଓ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ
ଦୁନିଆରେ ପ୍ରତିଭାବାନ ବ୍ୟକ୍ତିଙ୍କର କୌଣସି ଅଭାବ ନାହିଁ। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କାଠର ଏକ ସାଧାରଣ ଗଣ୍ଡିକୁ କାଟି ଏକ ସୁନ୍ଦର ପାଣି ଜଗ୍ ତିଆରି କରାଯାଇଛି। ଏହି କାରିଗରୀ ଦେଖି ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଝିଅ କାଠ ଗଣ୍ଡିଗୁଡିକ ପାଖରେ ବସିଛି। ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ କାଚର ଏକ ଜଗ୍ ବଢ଼ାଉଛନ୍ତି, କିନ୍ତୁ ଝିଅଟି ତାକୁ ଭାଙ୍ଗି ଦେଉଛି। ଏହା ପରେ ସେ କାଠର ଏକ ଗଣ୍ଡି ଉଠାଇ ତାକୁ କାଟିବା ଆରମ୍ଭ କରୁଛି। ପ୍ରଥମେ ଦେଖିଲେ ଲାଗୁଛି ସେ କିଛି ସାଧାରଣ କାମ କରୁଛି, କିନ୍ତୁ ପରେ ଜଣେ ବ୍ୟକ୍ତି ସେହି କାଠକୁ ନିଖୁଣ ଭାବରେ ତରାସି ଏକ ଚମତ୍କାର ଜଗ୍‌ର ରୂପ ଦେଉଛନ୍ତି। ଏହି କାଠ ଜଗ୍‌ଟି ଦେଖିବାକୁ ଅବିକଳ କାଚ ଜଗ୍ ଭଳି ସୁନ୍ଦର ଲାଗୁଛି।

यह लड़की (लकड़ी को पानी का जग) के आकार में बदल देती है। उसकी कला और मेहनत देखकर आप हैरान रह जाएंगे।

वीडियो ज़रूर देखें, लास्ट तक। pic.twitter.com/CP2J2SvMb1

— veeres (@VeeresR) January 30, 2026

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ X (Twitter) ରେ @VeeresR ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି ଯେ, "ଏହି ଝିଅ କାଠକୁ ପାଣି ଜଗ୍ ଆକାରରେ ବଦଳାଇ ଦେଇଛି, ତାଙ୍କ କଳା ଏବଂ ପରିଶ୍ରମ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।" ଭିଡିଓଟିକୁ ଦେଖି ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି କହିଛନ୍ତି ଯେ ମେହନତ ଏବଂ ଲଗନ ଥିଲେ ସାଧାରଣ ଜିନିଷ ମଧ୍ୟ ଅଦ୍ଭୁତ ହୋଇପାରେ।

‘ଘିବଲି’ ଆର୍ଟ ମାୟାରେ ବାୟା ଓଡ଼ିଶା : ରାଜନେତାଙ୍କଠାରୁ ରାଜମିସ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଟ୍ରେଣ୍ଡରେ ସାମିଲ
ନୂଆଦିଲ୍ଲୀ : ଏବେ ଲୋକଙ୍କୁ କାର୍ଟୁନ ନିଶା ଘାରିଛି। ନିଜର ତଥା ସାଙ୍ଗସାଥି ଓ ସମ୍ପର୍କୀୟଙ୍କ କାର୍ଟୁନ ଫଟୋ ବନାଇ ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହା ଏକ ଟ୍ରେଣ୍ଡ (ଧାରା)ରେ ପରିଣତ ହୋଇଯାଇଛି। ରାଜନେତାଙ୍କଠାରୁ ଆରମ୍ଭ କରି ରାଜମିସ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଘିବଲି ମୋହର ପଡିଛନ୍ତି। ସମସ୍ତେ ଏହାକୁ ସର୍ଚ୍ଚ କରିବାରୁ ଘିବଲି ପ୍ରସ୍ତୁତ କରୁଥିବା ଏଆଇ ଚାଟ ଜିପିଟି ଉପରେ ଚାପ ବଢ଼ିବାରେ ଲାଗିଛି। କମ୍ପାନୀର ଅଧିକାରୀ ଲୋକଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

ଏପରିସ୍ଥଳେ ଜିବିଲି ସର୍ଚ୍ଚକୁ ନେଇ ଗୁଗୁଲ ଟ୍ରେଣ୍ଡ ସ୍କେଲ ରିପୋର୍ଟ ସାମନାକୁ ଆସିଛି। ଏହି ଜିବିଲି ଟ୍ରେଣ୍ଡରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ରାଜ୍ୟର ଏହାର ଲୋକପ୍ରିୟତା ୫୯ ପ୍ରତିଶତ ରହିଛି। ସେହିପରି ଲୋକପ୍ରିୟତାରେ ଗୁଜରାଟ ଶୀର୍ଷ (ଶତ ପ୍ରତିଶତ)ରେ ରହିଛି। ଓଡ଼ିଶା ପଛକୁ ମହାରାଷ୍ଟ୍ର (୫୬), ଉତ୍ତରାଖଣ୍ଡ (୫୩), ରାଜସ୍ଥାନରେ ଲୋକପ୍ରିୟତା ୪୮ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଜିବିଲି ଲାଗି ଲୋକଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି।

କ’ଣ ଏହି ‘ଘିବଲି’ ଆର୍ଟ

ଘିବଲି ଏବେ ଲୋକଙ୍କ ପାଇଁ ନୂଆ ହେଲେ ବି ଏହାର ପ୍ରାରମ୍ଭ ୧୯୮୫ ମସିହାରେ ହୋଇଥିଲା। ଘିବଲିର ସମ୍ବନ୍ଧ ଜାପାନ ସହିତ ଅଛି। ଏହାର ଶ୍ରେୟ ହାୟାଓ ମିୟାଜାକି ଏବଂ ତାଙ୍କ ଷ୍ଟୁଡିଓ ଘିବଲିକୁ ଯାଏ। ମିୟାଜାକି ହେଲେ ଘିବଲି ଷ୍ଟୁଡିଓର ପ୍ରତିଷ୍ଠାତା। ତେବେ ତାଙ୍କୁ ଜାପାନୀ ଆନିମେସନ ଦୁନିଆର ବାଦଶାହ ବୋଲି କୁହାଯାଏ। ସେ ୨୫ରୁ ଅଧିକ ଆନିମେଟେଡ୍‌ ଫିଲ୍ମ ଏବଂ ଟିଭି ସିରିଜ୍ ପ୍ରସ୍ତୁତ କରିଛନ୍ତି। ତେବେ ତାଙ୍କର ସବୁଠୁ ଅଧିକ ଅର୍ଥ ଉପାର୍ଜନ କରିଥିବା ଫିଲ୍ମ ହେଉଛି ‘ସ୍ପିରିଟେଡ୍‌ ଆୱେ।’ ଏହା ୨୩ କୋଟି ଟଙ୍କା ଆୟ କରିଥିଲା।

ଷ୍ଟୁଡିଓ ଘିବଲି ସୁନ୍ଦର ଆନିମେସନ ଫିଲ୍ମ ଦ୍ବାରା ବହୁ ଅର୍ଥ କମାଇଛି। ଏହି କାରଣ ଯୋଗୁଁ ଏହା ହେଉଛି ବିଶ୍ବର ସବୁଠୁ ବଡ଼ ଆନିମେଶନ ଷ୍ଟୁଡିଓ। ତେବେ ଷ୍ଟୁଡିଓ ଘିବଲି କେବଳ ଆନିମେସନ ଦ୍ବାରା ନୁହେଁ, ବରଂ ସେ ତା’ର ଉତ୍ପାଦ (ଖେଳଣା, କପଡ଼ା), ଡିଭିଡିର ବିକ୍ରି ଏବଂ ଅନ୍‌ଲାଇନ୍‌ ଷ୍ଟ୍ରିମିଂ ରାଇଟ୍‌ ଦ୍ବାରା ମଧ୍ୟ ଖୁବ୍ ଆୟ କରେ। ସେହିପରି ମିୟାଜାକିଙ୍କ ମୋଟ ସମ୍ପତ୍ତି ସଠିକ୍‌ ଅନୁମାନ କରାଯିବା ସମ୍ଭବ ନୁହେଁ। କୁହାଯାଏ, ତାଙ୍କର ସମୁଦାୟ ସମ୍ପତ୍ତି ୪୨୮ କୋଟି ଟଙ୍କା।

ତେବେ ଏବେ ଚାଟ୍‌ଜିପିଟି ପ୍ଲାଟ୍‌ଫର୍ମ ବ୍ୟବହାରକାରୀଙ୍କ ପାଇଁ ଘିବଲି ଆନିମେସନ ତିଆରି କରୁଛି। ସାମାଜିକ ଗଣମାଧ୍ୟମରେ ଏଭଳି ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହା ମାଧ୍ୟମରେ ଲୋକେ ନିଜ ସ୍ମୃତିକୁ ଘିବଲି ଷ୍ଟାଇଲରେ ଦେଖୁଛନ୍ତି। ଆଗାମୀ ଦିନରେ ଏଆଇର ଅନ୍ୟ ଟୁଲ୍ ମଧ୍ୟ ଏ ପ୍ରକାର ଇମେଜ୍‌ ଓ ଭିଡିଓ ତିଆରି କରିବେ। ତେଣୁ କୁହାଯାଉଛି, ଏହା ଦ୍ବାରା ମିୟାଜାକି ଏବଂ ଘିବଲି ଷ୍ଟୁଡିଓ ଉପରେ ପ୍ରଭାବ ପଡ଼ିପାରେ। ଏଆଇ ପ୍ଲାଟଫର୍ମ ଦ୍ବାରା ତିଆରି ଘିବ୍‌ଲି ଷ୍ଟାଇଲକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ହେଲେ ଏହାକୁ ନେଇ ମିୟାଜାକି ଆଦୌ ଖୁସି ନାହାନ୍ତି। ମିୟାଜାକି ଏହାକୁ ଜୀବନ ପ୍ରତି ଅପମାନ ବୋଲି କହିଛନ୍ତି। ତାଙ୍କ କହିବା କଥା, ଏଆଇ ମଣିଷର ଭାବନାକୁ ବୁଝିପାରି ନ ଥାଏ। ଏଥିରେ ମଣିଷଙ୍କ ଭଳି ସୃଜନଶୀଳତାର ଅଭାବ ଦେଖିବାକୁ ମିଳେ।