Black Fungus - The Sakala

ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧ ଟିକସ ମୁକ୍ତ ଓ କୋଭିଡ ସାମଗ୍ରୀ ଉପରୁ ହ୍ରାସ ପାଇଲା ଟ୍ୟାକ୍ସ
ନୂଆଦିଲ୍ଲୀ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସବୁ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବ୍ଲାକ୍ ଫଙ୍ଗସ୍ ମାମଲା ଦେଶରେ ବଢ଼ୁଛି । ଏହି ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଟୋସିଲିଜୁମାବ ଓ ଆମ୍ଫୋଟେରିସିନ-ବି ଭଳି ଔଷଧ ଉପରେ କୌଣସି ଟିକସ ଲାଗିବ ନାହିଁ । କୋଭିଡ୍‌-୧୯ ଔଷଧ ଉପରୁ ମଧ୍ୟ ଜିଏସ୍‌ଟି ହ୍ରାସ କରାଯିବ । ମେଡିକାଲ ଗ୍ରେଡ୍ ଅକ୍ସିଜେନ, ବାଇପାପ୍ ମେସିନ୍‌, ଅକ୍ସିଜେନ କନ୍ସେଣ୍ଟ୍ରେଟର ଏବଂ ପଲ୍ସ ଅକ୍ସିମିଟରରେ ଜିଏସ୍‌ଟି ୧୨ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ କରାଯାଇଛି । ସପ୍ଟେମ୍ବର ୩୦ ଯାଏଁ ଏହି ରିହାତି ଜାରି ରହିବ । ତେବେ ଟିକା ଉପରେ ପୂର୍ବଭଳି ୫ ପ୍ରତିଶତ ଜିଏସ୍‌ଟି ହାର ଅପରିବର୍ତ୍ତିତ ରଖାଯାଇଛି ।

କଟକ ଏସସିବିରେ ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ
କଟକ: କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ ।  ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ଏ ନେଇ କଟକ ବଡ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ତାଙ୍କୁ ଏସସିବି ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସଂପୃକ୍ତ ମହିଳା ରୋଗୀଙ୍କୁ ଏସସିବିର ଆଖି, ଇଏନଟି ଓ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଚିକିତ୍ସା କରୁଛନ୍ତି। ଆଜି ଏହି ରୋଗୀଙ୍କ ଚିକିତ୍ସା ନେଇ ଉଚ୍ଚସ୍ତରୀୟ ଆଲୋଚନା କରାଯିବ । ଏହାସହ ଏସସିବି ବ୍ଲାକ ଫଙ୍ଗସ ଟିମ୍ ତିଆରି ନେଇ ଚୂଡାନ୍ତ ହୋଇଛି।

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ ଘୋଷଣା କରିବା । ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବା ।

ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରୋଟୋକଲ କାଯିବା । ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା । ଲୋକଙ୍କୁ ପୋଷ୍ଟର, ବ୍ୟାନର ମାଧ୍ୟମରେ ସଚେତନ କରାଇବାକୁ ସୁପାରିସ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ରାଜ୍ୟରେ ଏଯାଏଁ ୧୧ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ବ୍ଲାକ୍ ଫଙ୍ଗସ୍‌ ପଛରେ ଷ୍ଟେରଏଡ୍‌ର ଭୂମିକା!
କରୋନାର ଦ୍ବିତୀୟ ଲହର ମଧ୍ୟରେ ଅନେକ ନୂଆ ନୂଆ ରୋଗମାନ ଦେଖିବାକୁ ମିଳୁଛି। ଅର୍ଥାତ୍ ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା ଦୃଷ୍ଟିଶକ୍ତି ବି ଚାଲିଯାଏ। ଅବଶ୍ୟ ଏହା କେବଳ ଆଖିକୁ ପ୍ରଭାବିତ କରୁ ନାହିଁ, ବରଂ ନାକ ତଥା ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି। ତେବେ ଏହି ରୋଗ ପଛରେ ଷ୍ଟେରଏଡ୍‌ର ଭୂମିକା ଥିବା କୁହାଯାଉଛି।

ମୁଖ୍ୟତଃ ଏହା ମଧୁମେହ ରୋଗୀଙ୍କଠାରେ ବେଶି ଦେଖିବାକୁ ମିଳେ।

ବିଶେଷଜ୍ଞଙ୍କ ଅନୁସାରେ ଯେଉଁମାନେ ପୂର୍ବରୁ ଔଷଧ ଆଦି ଖାଉଛନ୍ତି ସେମାନେ ଏଥିରେ ଅଧିକ ସଂକ୍ରମିତ ହୋଇଥାନ୍ତି। କେବଳ ମଧୁମେହ ରୋଗୀଙ୍କୁ ନୁହେଁ, କୋଭିଡ ରୋଗୀ ଓ କମ୍ ରୋଗପ୍ରତିରୋଧକ କ୍ଷମତା ଥିବା ଲୋକ ସର୍ବପ୍ରଥମେ ଓ ଅଧିକ ସଂକ୍ରମିତ ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ କୋଭିଡ୍ ଚିକିତ୍ସା ସମୟରେ ଯେଉଁମାନଙ୍କୁ ଷ୍ଟେରଏଡ୍ ଦିଆଯାଇଥିଲା ସେମାନେ ଏଥିରେ ଅଧିକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଷ୍ଟେରଏଡ୍‌କୁ ଠିକ୍ ଭାବେ ଉପଯୋଗ କରା ନ ଯାଉଥିବାରୁ ବ୍ଲାକ୍ ଫଙ୍ଗସ୍ ଅଧିକ ବ୍ୟାପୁଛି। ଅଧିକାଂଶ ଲୋକଙ୍କୁ ଷ୍ଟେରଏଡ୍ ଦିଆଯାଉଛି ଯାହା ଆଦୌ ଠିକ୍‌ ନୁହେଁ। ତେବେ ଷ୍ଟେରଏଡ୍‌ର ଅଧିକ ଡୋଜ୍ ନେବା ଦ୍ବାରା ବ୍ଲାକ୍ ଫଙ୍ଗସ୍ ହୋଇଥାଏ ବୋଲି କୁହାଯାଉଛି।

ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ଶରୀରର ପ୍ରତିରୋଧକ କ୍ଷମତାକୁ କମ୍ କରେ ଓ ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରାଏ। ଏହା ସହ ମଧୁମେହ ହୋଇ ନ ଥିବା ଲୋକଙ୍କ ଶର୍କରା ସ୍ତରକୁ ମଧ୍ୟ ବଢ଼ାଇ ଦିଏ। ଏପରିକି କୋଭିଡ୍‌ ରୋଗୀଙ୍କ ସ୍ଥିତିକୁ ମଧ୍ୟ ଅଧିକ ବିଗାଡ଼ି ଦିଏ।

ଓଡ଼ିଶାରେ ‘ବ୍ଲାକ୍‍ ଫଙ୍ଗସ୍‌’ ରୋଗୀ
ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ହୋଇଛି ମାରାତ୍ମକ ବ୍ଲାକ୍‍ ଫଙ୍ଗସ୍‍। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆନନ୍ଦ କୁମାର ଦାଶ (୭୧) ନାମକ ଜଣେ ବ୍ୟକ୍ତିଙ୍କ ଠାରେ ଏହି ମାରାତ୍ମକ ରୋଗ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ରକ୍ତ ଶର୍କରା ଅନିୟନ୍ତ୍ରିତ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାଜ୍ୟ ଡିଏମ୍‍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛିି ଯେ ଯାଜପୁର ଜିଲ୍ଲାବାସିନ୍ଦା ଆନନ୍ଦଙ୍କ ପରିବାର ସଦସ୍ୟ କୋଭିଡ୍‍ ପଜିଟିଭ୍‍ ଜଣାପଡ଼ିବା ପରେ ଏପ୍ରିଲ୍‍ ୮ ତାରିଖରେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଥିଲା। ୨୦ ତାରିଖରେ ପରୀକ୍ଷା ରିପୋର୍ଟ ପଜିଟିଭ୍‍ ଆସିବା ପରେ ଆନନ୍ଦ ହୋମ୍‍ ଆଇସୋଲେସନ୍‍ରେ ଥିଲେ।

ତେବେ ଗତ ୮ ତାରିଖରେ ଶ୍ରୀ ଦାଶ ଆଖି ପୋଡ଼ାଜଳା ହେବା ସହ ଫୁଲିବା, ନାକରୁ ପାଣି ବୋହିବା ଅଭିଯୋଗ କରିଥିଲେ। ଏହାପରେ ଭୁବନେଶ୍ୱରରେ ଥିବା ସମ୍‍ ହସ୍ପିଟାଲରେ ତାଙ୍କ ନାକର ଏଣ୍ଡୋସ୍କୋପି କରାଯିବା ପରେ ସେ ବ୍ଲାକ୍‍ ଫଙ୍ଗସ୍‍ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ବହୁ ଦିନ ହେଲା ପାଣି ବଦଳା ଯାଇ ନ ଥିବା ଏୟାର କୁଲର୍‍ ବ୍ୟବହାର କରିବା ପରେ ଶ୍ରୀ ଦାଶଙ୍କ ଠାରେ ବ୍ଲାକ୍‍ ଫଙ୍ଗସ୍‍ ଲକ୍ଷଣ ଦେଖାଦେଇଥିଲା। ଆଜି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇ ଥିବା ବେଳେ ତାଙ୍କୁ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଔଷଧ ଦିଆଯାଉଛି। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଡିଏମ୍‍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କରୋନା ସଂକ୍ରମଣ ପରେ ରୋଗୀଙ୍କ ଶରୀରରେ ଭିନ୍ନଭିନ୍ନ ଜଟିଳତା ଦେଖା ଯାଉଥିବା ଗବେଷକମାନେ କହୁଛନ୍ତି। ଏହି ସ୍ଥିତିରେ ‘ବ୍ଲାକ୍‍ ଫଙ୍ଗସ୍‍’ ସୁସ୍ଥ କୋଭିଡ୍‍ ରୋଗୀଙ୍କ କ୍ଷେତ୍ରରେ ପ୍ରାଣଘାତୀ ହେବାର ଆଶଙ୍କା ସୃଷ୍ଟି କରିଛି। କରୋନା ପ୍ରଥମ ଲହର କାଳରେ ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି ସହରରେ ବ୍ଲାକ୍‍ ଫଙ୍ଗସ୍‍ ପୀଡ଼ିତ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆସିଥିଲେ।

ଦିଲ୍ଲୀର ଗଙ୍ଗରାମ ହସପିଟାଲରେ ଗତ ଅଗଷ୍ଟ-ସେପ୍ଟେମ୍ବର ମାସରେ ଏହି ଧରଣରୁ ବହୁ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ମାତ୍ର ଏବେ ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍‍ ଫଙ୍ଗସ ମାମଲା ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବାଇରୁ ଏହି ଧରଣର ୩୦୦ ରୋଗୀ ଗତ କିଛିଦିନ ମଧ୍ୟରେ ଠାବ ହୋଇଛନ୍ତି।

କରୋନାରୁ ସୁସ୍ଥ ହେଲା ପରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବାରୁ ଆସିଏମ୍‍ଆର ପକ୍ଷରୁ ଗାଇଡ୍‍ଲାଇନ୍‍ ଜାରି କରାଯାଇଛି। ତେବେ ବ୍ଲାକ୍‍ ଫଙ୍ଗସ ରୋଗୀ ଆଗୁଆ ଚିକିତ୍ସା ପଦ୍ଧତି ଗ୍ରହଣ କଲେ ସୁସ୍ଥ ହୋଇପାରିବେ ବୋଲି ଆଶ୍ୱାସନା ବାଣୀ ଶୁଣାଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ।

ବ୍ଲାକ୍‍ ଫଙ୍ଗସ୍‍ରେ ସଂକ୍ରମିତଙ୍କ କ୍ଷେତ୍ରରେ ଜୀବନ ଯିବାର ଭୟ ସହ ଦୃଷ୍ଟି ଶକ୍ତି ହରାଇବା, ମସ୍ତିଷ୍କ ଆଘାତ ଆଶଙ୍କା ରହିଛି। ଆଖି ଓ ନାକରୁ ପାଣି ଗଡିବା, ଜ୍ୱର, ମୁଣ୍ଡ ବିନ୍ଧା, କାଶ, ନିଶ୍ୱାସ ନେବାରେ କଷ୍ଟ ହେବା, ରକ୍ତବାନ୍ତି, ମାନସିକ ସନ୍ତୁଳନ ବିଗିଡିବା ଆଦି ଏହାର ଲକ୍ଷଣ। ଷ୍ଟିରୋଏଡ୍‍ ଓଭରଡୋଜ୍‍, ଆଣ୍ଟିବଡ଼ି ବୃଦ୍ଧି ପାଇଁ ଅଯଥା ଔଷଧ ସେବନ , ସଫା ହୋଇନଥିବା ଅକ୍ସିଜେନ୍‍ ମାସ୍କ ବ୍ୟବହାର ଦ୍ୱାରା ବ୍ଲାକ୍‍ ଫଙ୍ଗସ ସୃଷ୍ଟି ହେବା ଆଶଙ୍କା ଅଧିକ। ସର୍ବୋପରି ଅନିୟନ୍ତ୍ରିତ ରକ୍ତ ସର୍କରା ଥିବା ଏବଂ କୋଭିଡ୍‍ ଆକ୍ରାନ୍ତ ହୋଇ ଅଧିକ ସମୟ ଆଇସିୟୁରେ ଚିକିତ୍ସିତ ହୋଇଥିବା ଲୋକଙ୍କ ପ୍ରତି ଅଧିକ ବିପଦ ରହିଛି। ସେହିପରି ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ବିପଦ ରହିଛି। ଠିକ୍‍ ସମୟରେ ଚିକିତ୍ସା ନ କଲେ ଜୀବନ ଯିବାର ଆଶଙ୍କା ଅଛି। ରକ୍ତ ସର୍କରା ହେତୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମ୍‍ ରହୁଥିବାରୁ ବ୍ଲାକ୍‍ ଫଙ୍ଗସ୍‍ ଆକ୍ରମଣ କରିବା ସମ୍ଭାବନା ବଢି ଯାଇଥାଏ।

ସମ୍‍ ଅଲ୍ଟିମେଟ୍‍ ମେଡିକେୟାର ଇଏନ୍‍ଟି ତଥା ସ୍କଲ୍‍ବେସ୍‍ ସର୍ଜନ ଡାକ୍ତର ରାଧାମାଧବ ସାହୁ କହିଛନ୍ତି, ମଧୁମେହ ରୋଗୀଙ୍କ ପ୍ରତି ବ୍ଲାକ୍‍ ଫଙ୍ଗସ୍‍ ଭୟ ଅଧିକ ରହୁଛି। ଚିକିତ୍ସା ପଦ୍ଧତି ଭୁଲ ହେଲେ ଏହି ରୋଗ ହେବାର ସମ୍ଭାବନା ବଢିଥାଏ। ରୋଗୀଙ୍କୁ ଅମ୍ଳଜାନ ଦେବା ସମୟରେ ଅସାବଧାନ ହେଲେ ସଂକ୍ରମଣ ସମ୍ଭାବନା ଅଛି। ଅକ୍ସିଜେନ୍‍ ମାସ୍କ ସବୁବେଳେ ସାନିଟାଇଜ୍‍ ହେବା କଥା। ଏହି ବାଟ ଦେଇ ଶରୀରକୁ ସଂକ୍ରମଣ ବ୍ୟାପୁଥିବା ପ୍ରମାଣ ହେଲାଣି। ତେଣୁ ମଧୁମେହ ରୋଗୀ ଥିରେ କୋଭିଡ୍‍ ସଂକ୍ରମିତ ହେଲେ କଡ଼ାକଡି ଭାବେ ତାଙ୍କ ଶରୀରରେ ରକ୍ତ ସର୍କରା ଅନୁଧ୍ୟାନ କରିବା ଜରୁରୀ। ରକ୍ତ ସର୍କରା ନିୟନ୍ତ୍ରଣରେ ରହିଲେ ବ୍ଲାକ୍‍ ଫଙ୍ଗସ୍‍ ହେବାର ଭୟ ଦୂରେଇ ଦେଇ ହେବ। ଏହା ବ୍ୟତୀତ ଅନେକ କରୋନା ରୋଗୀଙ୍କୁ ଚିକିତ୍ସା ସମୟରେ ଷ୍ଟିରୋଏଡ୍‍ ଦେଉଛୁ। ଏହାର ପ୍ରତିକୂଳ ପ୍ରଭାବ ରହିଛି। ତେଣୁ ଏପରି ଚିକିତ୍ସା ଭାବି ଚିନ୍ତି କରିବା ଆବଶ୍ୟକ। ଯଦି ବ୍ଲାକ୍‍ ଫଙ୍ଗସ୍‍ ଲକ୍ଷଣ ପ୍ରକାଶ ପାଏ ତା ହେଲେ ଆମେ ରୋଗୀଙ୍କ ନାକର ଏଣ୍ଡୋସ୍କୋପି କରିଥାଉ। ଏହାଦ୍ୱାରା ବ୍ଲାକ୍‍ ଫଙ୍ଗସ୍‍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା. ସାହୁ ମତବ୍ୟକ୍ତ କରିଛନ୍ତି।

ବରିଷ୍ଠ ଭେଷଜ ଡା. ନିରୋଜ ମିଶ୍ର କହିଛନ୍ତି, ମାଟିରୁ ବ୍ଲାକ୍‍ ଫଙ୍ଗସ୍‍ ବ୍ୟାପୁଛି। ମଧୁମେହ ଆକ୍ରାନ୍ତଙ୍କ ରୋଗୀଙ୍କ ପ୍ରତି ଅଧିକ ବିପଦ ରହିଛି। ସେହିପରି କରୋନା ସଂକ୍ରମିତ ହୋଇ ଅଧିକ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିବା କିମ୍ବା ଷ୍ଟେରଏଡ୍‍ ଇଞ୍ଜେକ୍ସନ୍‍ ନେଇଥିବା ରୋଗୀଙ୍କ ଠାରେ ଏହି ଭୂତାଣୁ ଦେଖାଯାଉଛି। କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାଟିରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ନାକରୁ ସିଙ୍ଘାଣି ବାହାରିବା ବ୍ଲାକ୍‍ ଫଙ୍ଗସ୍‍ର ପ୍ରମୁଖ ଲକ୍ଷଣ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍‍ ପରାମର୍ଶଦାତା ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀରେ କୋଭିଡ୍‍ ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ବ୍ଲାକ୍‍ ଫଙ୍ଗସ୍‍ ଚିହ୍ନଟ ହୋଇଛି।

ଓଡ଼ିଶାରେ ‘ବ୍ଲାକ୍‍ ଫଙ୍ଗ୍‍ସ’…

ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ
ନୂଆଦିଲ୍ଲୀ: କରୋନାର ଚିକିତ୍ସା ପାଇଁ ଯେପରି ରେମଡିସିଭର ଇଞ୍ଜେକ୍ସନ ଅଭାବ ଦେଖାଯାଇଥିଲା ସେହିପରି ଏବେ ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ମଧ୍ୟ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ ଦେଖାଯାଇଛି । ସାରା ଦେଶରେ ଏବେ ମହାମାରୀ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ରାଜଧାନୀ ଦିଲ୍ଲୀର ଡାକ୍ତରଖାନାରେ ଏଭଳି ମାମଲା ବାହାରିବ ପରେ ଏବେ ଗୁଜୁରାଟର ଏକ ହସ୍ପିଟାଲରେ କରୋନା ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି ଠିକ୍‌ ସେତିକି ବେଳେ ଏହି ବ୍ଲାକ ଫଙ୍ଗସ୍‌ ରୋଗ ନୂଆ ଏବଂ ବିରଳ ବୋଲି କୁହାଯାଉଛି। ଆଉ ଏବେ ରେମଡିସିଭର ପରେ ମ୍ୟୁକୋରମାଇକୋସିସ୍ ଇଞ୍ଜେକ୍ସନର ମଧ୍ୟ ଭୟଙ୍କର ଅଭାବ ଦେଖିବାକୁ ମିଳିଛି।

ମ୍ୟୁକୋରମାଇକୋସିସ୍ର ଚିକିତ୍ସା କିପରି କରାଯାଏ ?

ମ୍ୟୁକୋରମାଇକୋସିସ୍ର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ। ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଆମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଆଯାଏ। ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣିର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ। କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା। ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

କେଉଁଠି ବୃଦ୍ଧି ପାଉଛି ଏହି ବ୍ଲାକ୍‌ ଫଙ୍ଗସ ମାମଲା

ବର୍ତମାନ ସମୟରେ ରାଜକୋଟରେ ବୃଦ୍ଧି ପାଉଛି ଏହି ବ୍ଲାକ୍‌ ଫଙ୍ଗସ ମାମଲା ଏବଂ ସୌରାଷ୍ଟ୍ରର ସମସ୍ତ ରୋଗୀ ରାଜକୋଟକୁ ଚିକିତ୍ସା ପାଇଁ ଆସୁଛନ୍ତି। ରାଜକୋଟରେ ସର୍ବ ବୃହତ ୨୫୦ ଶଯ୍ୟା ବିଶିଷ୍ଟ ମ୍ୟୁକୋରମାଇକୋସିସ୍ର ୱାର୍ଡ ପ୍ରତିଷ୍ଠା କରାଯାଇଛି। ଚିକିତ୍ସା ଅଧୀକ୍ଷକ ଡା. ଏସ୍‌ ତ୍ରିବେଦୀଙ୍କ ଅନୁଯାୟୀ ରୋଗୀମାନେ ସୌରାଷ୍ଟ୍ରରୁ ରାଜକୋଟକୁ ଆସୁଛନ୍ତି। ଫଳସ୍ୱରୂପ, ରୋଗୀଙ୍କ ସଂଖ୍ୟା ବଡ଼ିବାରେ ଲାଗିଛନ୍ତି।