Bajrangi Bhaijaan - The Sakala

ଆସିବ ‘ବଜରଙ୍ଗୀ ଭାଇଜାନ୍‌’ର ସିକ୍ବେଲ
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ୩୭ ବର୍ଷର ବଲିଉଡ୍‌ କ୍ୟାରିୟରରେ ତାଙ୍କର ପ୍ରଶଂସକମାନଙ୍କୁ ଅନେକ ହିଟ୍‌, ସୁପର୍‌ହିଟ୍, ବ୍ଲକ୍‌ବଷ୍ଟର୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ସଲମାନ୍‌ଙ୍କ କିଛି ଫିଲ୍ମର ସିକ୍ବେଲକୁ ତାଙ୍କର ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ତନ୍ମଧ୍ୟରେ ‘ବଜରଙ୍ଗୀ ଭାଇଜାନ୍’ ରହିଛି। ୨୦୧୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ସିକ୍ବେଲ ଆସିପାରେ ବୋଲି ନିକଟରେ ସଲମାନ କହିଛନ୍ତି। ଅବଶ୍ୟ ଏହା କେବେ ଆସିବ, ସେକଥା ସେ କିଛି ସ୍ପଷ୍ଟ ଭାବେ କହି ନାହାନ୍ତି। ‘ସିକନ୍ଦର’ ସିନେମାର ପ୍ରମୋସନ୍‌ ସମୟରେ ସେ ‘ବଜରଙ୍ଗୀ ଭାଇଜାନ’ର ସିକ୍ବେଲକୁ ନେଇ ଆଲୋଚନା କରିଥିଲେ। ଏହାକୁ ଶୁଣି ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। ଏହାର ଦ୍ବିତୀୟ ଭାଗ ନିର୍ମାଣ ହୋଇପାରିବ ବୋଲି ସେ କଥା କଥାରେ କହିଛନ୍ତି। ତେବେ, ସମସ୍ୟା ହେଉଛି ସିନେମା ନିର୍ମାଣ ହେବା ବେଳକୁ, ମୁନୀ କଥା କହିବା ଆରମ୍ଭ କରି ଦେଇଥିବ ବୋଲି ସଲମାନ୍‌ ମଜାଳିଆ ଅନ୍ଦାଜରେ କହିଛନ୍ତି। ସେହିପରି ତାଙ୍କର ଏହି କଥାରୁ ଅନୁମାନ କରାଯାଉଛି ଯେ, ଏହି ସିନେମା ଉପରେ କାମ ଆରମ୍ଭ ହୋଇପାରେ। ୯୦ କୋଟି ବଜେଟ୍‌ରେ ନିର୍ମିତ ‘ବଜରଙ୍ଗୀ ଭାଇଜାନ୍’ ସାରା ବିଶ୍ବରେ ୯୨୨ କୋଟି ଆୟ କରିଥିଲା। କବୀର ଖାନ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ।