public health crisis - The Sakala
ଭୁବନେଶ୍ୱର: ଦୁଇ ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟି ମେଡିକାଲ ସିଟ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି। ମାତ୍ର ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିଲେ ବି ସେଥିପ୍ରତି ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉନାହାନ୍ତି। ଫଳସ୍ୱରୂପ ସାମାନ୍ୟତମ ସ୍ୱାସ୍ଥ୍ୟ ସମସ୍ୟା ହେଲେ ବି ରୋଗୀମାନେ ବାଧ୍ୟହୋଇ ଭୁବନେଶ୍ୱର, କଟକ ଆଦି ସହରକୁ ଦୌଡୁଛନ୍ତି। କିଛି ରୋଗୀ ‘ଗୋପବନ୍ଧୁ’ ଓ ‘ଆୟୁଷ୍ମାନ’ ଯୋଜନାରେ ସହାୟତା ପାଉଥିବାବେଳେ ଆଉ କିଛି ରୋଗୀ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏମିତିକି ‘ଆୟୁଷ୍ମାନ’ କାର୍ଡରେ ମାତ୍ରାଧିକ ସମସ୍ୟା ହେତୁ ଲୋକମାନେ ନିଜର ଜମିବାଡ଼ି ବିକ୍ରି କରି ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି।
ଗତ ମାର୍ଚ୍ଚ ମାସରେ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ, ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୫,୭୭୪ ଥିବାବେଳେ ସେଥିମଧ୍ୟରୁ ୫୮୩୪ ଡାକ୍ତର ପଦବୀ ଖାଲିପଡ଼ିଛି। ଅର୍ଥାତ୍‌ ପାଖାପାଖି ୩୭ ପ୍ରତିଶତ ଡାକ୍ତର ପଦବୀ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ୨୮୨୩ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ସେଥିମଧ୍ୟରୁ ୧୫୪୦ ପଦବୀରେ ଡାକ୍ତର ନାହାନ୍ତି। ଅର୍ଥାତ୍‌ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୫୫ ପ୍ରତିଶତ ବିଶେଷଜ୍ଞ ଡାକ୍ତର ନାହାନ୍ତିି। ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗିର, ବରଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ରାଜ୍ୟରେ ୩୨୦ଟି ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାବେଳେ ୨୩୫ଟି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପଦବୀରେ ଡାକ୍ତର ନାହାନ୍ତି। ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସରକାର ଚିନ୍ତିତ ଥିବାବେଳେ ଗତ ମାର୍ଚ୍ଚ ପହିଲା ସୁଦ୍ଧା ଓଡ଼ିଶାରେ ୫୯୧ଟି ମଞ୍ଜୁରୀପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୬୯ଟି ଖାଲି ପଡ଼ିଥିଲା। ବିଭିନ୍ନ କାରଣରୁ ଅସ୍ତ୍ରୋପଚାର ଚିକିତ୍ସା ଉପରେ ଚାପ ବଢ଼ୁଥିବାବେଳେ ରାଜ୍ୟରେ ୫୦୦ ମଞ୍ଜୁରୀପ୍ରାପ୍ତ ଶଲ୍ୟ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୪୨ଟି ଖାଲି ପଡିଥିଲା। ଅଧାରୁ ଅଧିକ ନିଶ୍ଚେତକ ବିଶେଷଜ୍ଞ ପଦବୀ ଆମ ରାଜ୍ୟରେ ଖାଲି ପଡ଼ିଥିବାବେଳେ ନିଦାନ, ହୃଦରୋଗ, ଟିବି ଆଦି ବିଶେଷଜ୍ଞ ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି।
ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବି ସ୍ଥିତି ସେତେଟା ଭଲ ନାହିଁ। ୧୫ଟି ସରକାରୀ ମେଡିକାଲ କଲେଜରେ ପ୍ରାୟ ୧୦୦ ପ୍ରଫେସର ପଦବୀ, ପାଖାପାଖି ୨୦୦ ସହଯୋଗୀ ପ୍ରଫେସର ପଦବୀ ଓ ୯୦ରୁ ଅଧିକ ସହକାରୀ ପ୍ରଫେସର ପଦବୀ ମଧ୍ୟ ଖାଲି ଥିବା ଜଣାପଡ଼ିଛି। ମୋଟାମୋଟି ଭାବେ ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବିଭିନ୍ନ ପାହ୍ୟାର ପାଖାପାଖି ୧୦୦୦ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ପରିଲଖିତ ହେଉଥିବାରୁ ବହୁ କ୍ଷେତ୍ରରେ ରୋଗୀମାନଙ୍କୁ ସରକାରୀ ମେଡିକାଲ୍‌ କଲେଜ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ପଠାଇବାକୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ବାଧ୍ୟ ହେଉଛନ୍ତି। ସରକାରୀ ଡାକ୍ତରଖାନା ଓ ସରକାରୀ ମେଡିକାଲ କଲେଜଗୁଡ଼ିକ ଉପରେ ସଂଖ୍ୟାଧିକ ରୋଗୀ ଭରସା କରୁଥିବା ବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ବିଶେଷଜ୍ଞ ଓ ଡାକ୍ତରୀ ଶିକ୍ଷକ ନ ଥିବାରୁ ବାଧ୍ୟ ହୋଇ ଅନେକ କ୍ଷେତ୍ରରେ ରୋଗୀମାନଙ୍କୁ ବ୍ୟୟବହୁଳ କର୍ପୋରେଟ୍‌ ହସ୍ପିଟାଲମାନଙ୍କୁ ଯାଇ ଲୋକେ ତଳିତଳାନ୍ତ ହେଉଛନ୍ତି।
ଭୁଶୁଡ଼ି ପଡ଼ିଲାଣି SCBର ସ୍ୱାସ୍ଥ୍ୟସେବା : ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧ ନାହିଁ, ଡାଏଲିସିସ ହେଉନି, ୧୪ ଭେଣ୍ଟିଲେଟର ଅଚଳ
କଟକ : ଚିକିତ୍ସାଧୀନ କୌଣସି ରୋଗୀଙ୍କ ତଥ୍ୟ ସଂଗ୍ରହ ହେଉନି। ଆଇସିୟୁରୁ କାହାକୁ ଡିସ୍‌ଚାର୍ଜ କରାଯିବ, କେଉଁ ୱାର୍ଡରୁ କିଏ ଆଇସିୟୁକୁ ସ୍ଥାନାନ୍ତରିତ ହେବେ, ସେ କାର୍ଯ୍ୟ ସମ୍ପାଦନ କରିବା ମୁସ୍କିଲ ହେଲାଣି। ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ) ଜରିଆରେ ଆସୁଥିବା ଔଷଧ ୧୧ଦିନ ହେଲାଣି ଆସିନାହିଁ। ଯକ୍ଷ୍ମା ରୋଗୀଙ୍କ ନିମନ୍ତେ ଗଚ୍ଛିତ ଔଷଧ ଶେଷ ହେଲାଣି। ଭେଣ୍ଟିଲେଟର ଅଚଳ ବୋଲି ଡାକ୍ତର କହୁଛନ୍ତି। ହେଲେ ସଜାଡ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ବିପର୍ଯ୍ୟସ୍ତ ହେଲାଣି ପରିମଳ ବ୍ୟବସ୍ଥା। ବିଭିନ୍ନ ୱାର୍ଡ ଏବେ ଗନ୍ଧ‌ରେ ଫାଟି ପଡ଼ୁଛି। ବଡ଼ ମେଡିକାଲରେ ୪ଜଣ ହସ୍ପିଟାଲ ମ୍ୟାନେଜରଙ୍କ ସମେତ ୨୦ରୁ ଅଧିକ ଷ୍ଟାଫ ଠିକା ସଂସ୍ଥା ଦ୍ୱାରା ଡକାଯାଇଥିବା କାର୍ଯ୍ୟବନ୍ଦରେ ସାମିଲ ହେବା ପରେ ରାଜ୍ୟର ସର୍ବବୃହତ୍‌ ସରକାରୀ ହସ୍ପିଟାଲ ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି।
ଗତ ୧୬ ତାରିଖରୁ ୪ଜଣ ଯାକ ହସ୍ପିଟାଲ ମ୍ୟାନେଜର କାର୍ଯ୍ୟରେ ଅସହଯୋଗ କରିଛନ୍ତି। ସେମାନଙ୍କ କାନ୍ଧରେ ହିଁ ମେଡିକାଲର ସମସ୍ତ ବ୍ୟବସ୍ଥା ପରିଚାଳିତ ହେଉଥିଲା। ରେକର୍ଡ ପରିଚାଳନା, ରୋଗୀ ସମନ୍ୱୟ, ବିଭିନ୍ନ ସାମଗ୍ରୀ ୱାର୍ଡକୁ ପ୍ରଦାନ, ଔଷଧ ଯୋଗାଣଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପରିଚାଳନା, ପରିମଳ ବ୍ୟବସ୍ଥାର ଅନୁଧ୍ୟାନ ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ତଦାରଖ କରିବା ହସ୍ପିଟାଲ ମ୍ୟାନେଜରଙ୍କ ଦାୟିତ୍ୱ। ସେମାନଙ୍କ ସମେତ ୮ଜଣ ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ, ୪ଜଣ ଟିବି କୋର୍ଡିନେଟର, ୪ଜଣ ମାଇକ୍ରୋବାୟୋଲୋଜିଷ୍ଟ, ଜଣେ ଆରବିଏସ୍‌କେ ମ୍ୟାନେଜର୍‌, ୬ଜଣ ନର୍ସିଂ ଅଫିସର, ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରେ ଅସହଯୋଗ କରିଛନ୍ତି।
ଫଳସ୍ୱରୂପ, ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ଏବେ କାମଚଳା ଢ଼ଙ୍ଗରେ ଚାଲିଛି। ହସ୍ପିଟାଲ ମ୍ୟାନେଜରମାନଙ୍କ ସହଯୋଗରେ ହେଉଥିବା କାର୍ଯ୍ୟ ବନ୍ଦ ରହିବା ପରେ ଆଇସିୟୁକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ସୁଚାରୁରୂପେ ହୋଇପାରୁନାହିଁ। ଅପରିଷ୍କାର ବେଡସିଟ୍‌ରେ ରୋଗୀ ଶୋଇ ରହୁଛନ୍ତି। ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଜଣେ ଡାକ୍ତର ଅଭିଯୋଗରେ କହିଛନ୍ତି କି, ଆଉଟଡୋରରେ ଏବେ ବହୁତ ସମସ୍ୟା ରହିଛି। ହେଲେ ଏହାର ସମସ୍ୟା ବାବଦରେ କାହାକୁ ଅବଗତ କରି ହେଉନାହିଁ। ଏସି ଅଚଳ ଥିବା ବେଳେ ଗରମ ହେଉଛି। ରୋଗୀ ଦେଖା ଅସହଜ ଲାଗୁଛି। ହେଲେ ହସ୍ପିଟାଲ ମ୍ୟାନେଜର ଏଭଳି ଅଭିଯୋଗ ଏବେ ରଖିବାକୁ ରାଜି ନାହାନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ୨୦ରୁ ଅଧିକ ଏବଂ ଏସ୍‌ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ୧୦ରୁ ଅଧିକ ଷ୍ଟାଫ ମଧ୍ୟ ଏଭଳି ଧାରଣାରେ ସାମିଲ ଅଛନ୍ତି।