city expansion - The Sakala

ରାଜ୍ୟର ଆଉ ୮ ନୂଆ ସହରରେ ଗଡ଼ିବ ‘ଆମ ବସ୍‌’
ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ୪୯ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ୍‌ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଯାତ୍ରୀମାନଙ୍କ ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା କରାଯାଇଛି। ସେହିପରି ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ଭଳି ୮ଟି ସହରରେ ଆମ ବସ୍‌ ଚଳାଚଳ କରିବାକୁ ବୈଠକରେ ଯୋଜନା କରାଯାଇଛି।

ଏହାସହ ଦୁର୍ଘଟଣା ନିବାରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅତ୍ୟଧିକ ଗତି ଜନିତ ବିପଦକୁ ହ୍ରାସ କରିବା ପାଇଁ ବସ୍‌ଗୁଡ଼ିକର ଗତି ସୀମା ପ୍ରଚଳନ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ରାଜ୍ୟ ପରିବହନ କତ୍ତୃପକ୍ଷ ପ୍ରତି ମାସରେ ଦୁର୍ଘଟଣାର ତଦନ୍ତ ଏବଂ ଏହି ସମୀକ୍ଷା ବୈଠକ ସହିତ ବିଶ୍ଳେଷଣ କରିବେ। ଯାତ୍ରୀଙ୍କ ସହାୟତାକୁ ଆହୁରି ବୃଦ୍ଧି କରିବା ପାଇଁ, ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ସହାୟତା ପାଇଁ ଏକ ଟୋଲ୍‌-ଫ୍ରି ନମ୍ୱର (୧୮୦୦୫୭୦୦୨୧୮) ଜାରି କରାଯାଇଛି।