Painter - The Sakala

ଚିତ୍ର କରିବାର ନିଶା ଆଗରେ ହାର୍‌ ମାନିଛି ଗରିବୀ
ଉଦଳା : ବଣ ମଲ୍ଲୀ ବଣରେ ଫୁଟି ମଉଳିଯିବା ଭଳି ବହୁ ଚିତ୍ରକର ଠାରୁ ଆରମ୍ଭ କରି କଳାକାର ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ଲୋକଲୋଚନକୁ ଆସିପାରୁନାହାଁନ୍ତି। କେଉଁଠି ଗରିବି ବାଧକ ତ କେଉଁଠି ମିଳୁନି ସଠିକ ପ୍ରୋତ୍ସାହନ। ପ୍ରତିଭା ଭରପୂର ରହିଛି କିନ୍ତୁ ପାଉ ନାହାଁନ୍ତି ସଠିକ୍‍ ପ୍ଲାଟଫର୍ମ। ଫଳରେ କଳାକୁ ଆଦରି ସାରାଜୀବନ ଦାରିଦ୍ର୍ୟ ମଧ୍ୟରେ କଟୁଛି ଜୀବନ। ଏମିତି ଏକ ଯୁବ ଚିତ୍ରକର ଓ କଳାକାର ଏବେ ଚର୍ଚ୍ଚାରେ। କଳା ଓ ସଂସ୍କୃତିର ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲାର ଉଦଳା ସହରର ନୁଆସାହିର ଯୁବ କଳାକାର ତଥା ଚିତ୍ରକର ସଞ୍ଜୀବ ବେହେରା।

ବୟସ ମାତ୍ର ୪୦ ବର୍ଷ। ସ୍ଥାନୀୟ ଅଞ୍ଚଳରେ ଫଟୁ ନାମରେ ବେଶ ପରିଚିତ। ରାଜେନ୍ଦ୍ର ବେହେରା ଓ ସାବିତ୍ରୀ ବେହେରାଙ୍କ ସାନପୁଅ ସଞ୍ଜୀବ। ପିଲାଟି ବେଳୁ ଚିତ୍ରକଳା ପ୍ରତି ଋଚି ରଖିଥିବା ସଞ୍ଜୀବ ପେନସିଲ୍‍ ଆର୍ଟ କରି ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ରଙ୍ଗ ଓ ଅଭିନୟ ଯେମିତି ହାତ ଠାରି ଡାକୁଥିବା ସେ ଅନୁଭବ କରନ୍ତି। ତେବେ ଗରିବି ମଧ୍ୟରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ପରିବାର ବା କେମିତି ଏହି ପିଲାର ସ୍ୱତନ୍ତ୍ର ପ୍ରତିଭା ପ୍ରତି ଦୃଷ୍ଟି ଦେବ। ତେଣୁ କଷ୍ଟେମଷ୍ଟେ ମ୍ୟାଟ୍ରିକ୍‍ ପାସ କରିବା ସହ ଯୁକ୍ତଦୁଇ ପରେ ପାଠରେ ଡୋରି ବନ୍ଧା ପଡ଼ିଲା। ରୋଜଗାର ପାଇଁ ନିଜ ପ୍ରତିଭାକୁ ଉପଯୋଗ କରିବା ପାଇଁ ଏକ ଛୋଟ ଯାତ୍ରା ପାର୍ଟିରେ ଅଭିନୟ ଆରମ୍ଭ ହେଲା। ହେଲେ ଯେଉଁ ଅର୍ଥ ପାଇଁ ଅଭିନୟକୁ ବାଛିଥିଲେ, ସେଠାରେ ସଠିକ ପ୍ରାପ୍ୟ ନମିଳିବାରୁ ପୁଣି ଘରମୁହାଁ ହୋଇ ରୋଜଗାରର ସନ୍ଧାନ ଚଳାଇଥିଲେ।

ପାରିବାରିକ ଅବସ୍ଥା କିନ୍ତୁ କଳାରୁ ନିବୃତ କରି ଫୁଲ ଦୋକାନ କରିବାକୁ ବାଧ୍ୟ କରିଥିଲା। କିଛି ଦିନ ଫୁଲ ବ୍ୟବସାୟ କରିବା ପରେ ରାତି ସମୟରେ ନିଜର ଚିତ୍ରକଳାର ନିଶାକୁ କରି ଆତ୍ମସନ୍ତୋଷ ପାଉଥିଲେ। ଏମିତି ସମୟରେ ଓଡ଼ିଶାର କଳା ନିର୍ଦ୍ଦେଶକ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ରଞ୍ଜନ ପରିଡ଼ାଙ୍କ ସହ ଦିଲ୍ଲୀ ପଳାଇଥିଲେ।

୨୦୦୮ ମସିହାରୁ ୨୦୧୨ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ଷ୍ଟେଜ୍‍ କ୍ରାଫ୍ଟ କାମ କରିଥିଲେ। ଆହୁରି ଶାଣିତ ହୋଇଥିଲା କଳାପ୍ରତି ଥିବା ଇଛା। ତେବେ ପାରିବାରିକ କାରଣରୁ ଫୁଣି ଫେରିବାକୁ ପଡ଼ିଥିଲା ନିଜ ଅଞ୍ଚଳକୁ। ଶେଷରେ ବିବାହ କରିବା ସହ ପରିବାର ବୋଝରେ ବାନ୍ଧି ହୋଇ ଶେଷରେ ଅଣ୍ଡା ଦୋକାନ କରି ପରିବାର ପ୍ରତିପୋଷଣ କରିବାକୁ ପଡ଼ିଥିଲା। ତେବେ ନିଜ ନିଶା କିନ୍ତୁ ଗୁମୁରି ହେଉଥିଲା ମନ ଭିତରେ। ପେନସିଲ ଚିତ୍ର କିନ୍ତୁ ଆଙ୍କି ଚାଲିଥିଲେ। ଅଭିନୟର ପାଗଳାମି ମଧ୍ୟ ମଞ୍ଚକୁ ଅପେକ୍ଷା କରିଥିଲା। ତେବେ ୨୦୧୮ ମସିହାରେ ଭୁବନେଶ୍ୱରରେ ଥିବା କିସ୍‍ ଅନୁଷ୍ଠାନର ରଗବୀ ଦଳ ଉପରେ ଫିଲ୍ମ ଜଙ୍ଗଲ କ୍ରାଏରେ ଅଭିନୟ କରିଥିଲେ। ଉଦଳା ଫେରି ପୁଣି ଏକ ବେକେରୀ ଦୋକାନ କରିବା ସହ ବେକେରୀ ଫାର୍ମ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ତେବେ ଉକ୍ତ ଚଳଚିତ୍ର ଜଙ୍ଗଲ କ୍ରାଏ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ପୁରଷ୍କାର ପାଇବା କ୍ଷଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସଞୀବ।

ଏହି ଚଳଚିତ୍ରର ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଆତ୍ମହରା ହୋଇ କହିଛନ୍ତି। ଅପରପକ୍ଷରେ ଚିତ୍ରକଳା ଓ କାର୍ଟୁନ କରିବା ରୁଚି ସ୍ୱଭାବିକ ଭାବେ ଚଳାଇ ଆସୁଛନ୍ତି। ଦୈନିକ ଜାତୀୟ ହେଉ କି ରାଜ୍ୟର ଚର୍ଚ୍ଚିତ ବ୍ୟକ୍ତି ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଅରବିନ୍ଦ କେଜ୍ରିଓାଲ, ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକ, ମମତା ଦିଦି, ଲତା ମଙ୍ଗେଷ୍କର, ବିଜୟ ମହାନ୍ତି ଓ ଅଜିତ ଦାସ ଆଦି ବ୍ୟକ୍ତି ବିଶେଷମାନଙ୍କର ଏବଂ ବିଭିନ୍ନ ଚର୍ଚ୍ଚିତ ଘଟଣା ବଳି ପେନସିଲ ମୁନରେ କାର୍ଟୁନ କରି ଚର୍ଚ୍ଚାରେ ଥିବା ସହ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚିତ ବ୍ୟକ୍ତିମାନଙ୍କର ଅତ୍ୟନ୍ତ ସକାରାତ୍ମକ ବ୍ୟଙ୍ଗ କରି କାର୍ଟୁନ ଚିତ୍ର ଆଙ୍କି ସାମାଜିକ ଗଣମାଧ୍ୟମରେ ଛାଡି ବେଶ ପ୍ରଶଂସା ସାଉଁଟୁଛନ୍ତି। ଏପରିକି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପେନସିଲ ଚିତ୍ର ତାଙ୍କ ସମ୍ମୁଖରେ କରି ତାଙ୍କୁ ପ୍ରଦାନ କରି ବେଶ ପ୍ରଶଂସା ସାଉଁଟିଥିଲେ ୨୦୧୯ ମସିହାରେ। ତେବେ ଏହି ନିଶାକୁ ଆଗକୁ ନେବାକୁ ପଣ କରିଥିବା କହିଛନ୍ତି ସଞ୍ଜୀବ।