Arun Sahoo - The Sakala
ମହାନଦୀ ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ । ଲୋକେ ଧୀରେ ଧୀରେ ତାତିଲେଣି । ବର୍ତମାନ ଟ୍ରିପଲ ଇଂଜିନ ସରକାର ଚାଲିଛି l ସବୁଠି ବିଜେପି ସରକାର । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ । ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ । ବିଜେପି ସରକାର ଆସିବା ପରେ ଛତିଶଗଡ ଓଡିଶାକୁ ବାଲିବନ୍ଧ କରି ପାଣି ଅଟକାଇଛି । ଆଗକୁ ଲୋକେ ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ପ୍ରସ୍ତୁତ ହେଲେଣି । କାଲି ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅରୁଣ ।
ଗୋଦାମରେ ନଷ୍ଟ ହେଉଛି ଚାଉଳ, ହେଲେ ଲୋକଙ୍କୁ ଅଧିକ ୫କେଜି ଦେଉନାହାନ୍ତି ସରକାର: ଅରୁଣ ସାହୁ
ଭୁବନେଶ୍ୱର: ରାସନ କାର୍ଡରେ ଏବେ ୫କେଜି ଚାଉଳ ଦେଉଛନ୍ତି l ସରକାର ଆଉ ୫କେଜି ଚାଉଳ ଦେବାକୁ ନିଷ୍ପତ୍ତି ନେଇଥିଲେ l ଗୋଦାମରେ ଏବେ ଚାଉଳ ନଷ୍ଟ ହେଉଛି l ହେଲେ ସରକାର କିନ୍ତୁ ଅଧିକ ୫କେଜି ଚାଉଳ ଦେଉନାହାନ୍ତି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ନଷ୍ଟ ହେବା ପୂର୍ବରୁ ସରକାର ଲୋକଙ୍କୁ ଚାଉଳ ଦେଇ ଦିଅନ୍ତୁ ବୋଲି ଅରୁଣ କହିଛନ୍ତି । ନିଜର ଅପାରଗତା ଲୁଚାଇବା ପାଇଁ ସରକାର ରାସନ ଭେଳିକି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡିଶା ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି l ଦରଦାମ ବଢୁଛି, ତେଣୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି l
ଓଡ଼ିଶାରେ ବର୍ତ୍ତମାନ ଚାଉଳ ପର୍ଯ୍ୟାପ୍ତ ମାତ୍ରାରେ ରହିଥିବା ବେଳେ ଗୋଦାମ ଖାଲି ହେଉନାହିଁ । ଅନ୍ୟପକ୍ଷରେ ଗୋଦାମରେ ଚାଉଳ ନଷ୍ଟ ହେଉଥିବା ବେଳେ ତାହାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଅରୁଣ କହିଛନ୍ତି ।
ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ, ଯେଉଁଥିପାଇଁ ସେ ଜୀବନ ହାରିଲା: ଅରୁଣ ସାହୁ
ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ  ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ ମଧ୍ୟ ଗତକାଲି ଲୋକସେବା ଭବନ ଘେରାଉ କରିଥିଲୁ। ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ। ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟିର ଜୀବନ ଚାଲିଗଲା ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାଉଣ୍ଟର କରି ଅରୁଣ କହିଛନ୍ତି ଯେ, ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ। ବର୍ଷକ ଭିତରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ବର୍ଷେ ଭିତରେ ଯେତିକି ରେକର୍ଡ଼ କରିଛନ୍ତି ଘୋଷି ମନେରଖିଲେ ଏମଏ ପାସ ହେଇଯିବେ। ରାଜ୍ୟପାଳ ପୁଅ ସରକାରୀ ଅଧିକାରୀ ମାଡ ମାରିବା, ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଜୀବନ ଯିବା ଯିବା, ଗୋପାଳପୁର ମହିଳା ପର୍ଯ୍ୟଟନକୁ ଧର୍ଷଣ କରିବା, ଧରାକୋଟ ଦଳିତ ଆତ୍ୟଚର ଠାରୁ ଆରମ୍ଭ କରି ବାଲେଶ୍ଵର ଘଟଣା ଯାଏ। ବିଜେପି ରେକର୍ଡ଼ କରିଛି। ଓଡ଼ିଶାରବାସୀ ମୁଁହ ବୁଲାଇଲେଣୀ। ସତ ସ୍ୱୀକାର କରନ୍ତୁ, ଇସ୍ତଫା ଦିଅନ୍ତୁ। କ୍ଷମା ମାଗନ୍ତୁ ବୋଲି ଅରୁଣ କହିଛନ୍ତି।
ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡ଼ଭାଇଜରୀ, ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଥିବାରୁ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିଛି।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହିବା ସହିତ ବିଜୁ ମହିଳା ଜନତା ଦଳ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ।
ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଚରମ ଅବହେଳା କରୁଥିବାରୁ, ଓଡିଶା ଆଜି ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ନିକଟରେ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜରୀରେ ଓଡିଶା ସମେତ ଭାରତର ୬ଟି ରାଜ୍ୟକୁ ଯିବାକୁ ସେମାନଙ୍କ ନାଗରିକ ମାନଙ୍କୁ ବାରଣ କରାଯାଇଛି। ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟାରେ ମହିଳା ମାନେ ଦୁଷ୍କର୍ମର ଶିକାର ହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବାରୁ, ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଅପବାଦ ଆଣିଛି। ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଓ ଏକ ବର୍ଷ ପୂର୍ତ୍ତିରେ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାରଙ୍କ ମୁହଁରେ ଏହା କାଳି ବୋଳି ଦେଇଛି ଓ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ ହୋଇଛି। ରାଜ୍ୟର ମନ୍ତ୍ରୀ ମାନେ ଟ୍ରମ୍ପଙ୍କ କଥାକୁ ପ୍ରତିବାଦ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀ ଏହାର ସଫେଇ ଦେବାର ଆବଶ୍ୟକତା ରହିଛି। ଟ୍ରମ୍ପଙ୍କ କଥାକୁ ବିଜେପି ସର୍ବଦା ଗୁରୁତ୍ୱ ଦେଇଆସୁଥିବା ବେଳେ ଏବେ ଏହି ଆଡ଼ଭାଇଜରୀକୁ ନେଇ କେନ୍ଦ୍ର ସରକାର ଚୁପ୍‌ କାହିଁକି? ରାଜ୍ୟରେ ଏକ ଦୁର୍ବଳ ସରକାର ଥିବାରୁ, ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଉଛନ୍ତି। ଏହାକୁ ନେଇ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଆସୁଛି। କିନ୍ତୁ, ସରକାର କେବଳ ଉତ୍ସବରେ ମାତିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ, ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଓ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ସ୍ଥାନ ପାଇବା ଓଡିଶା ପାଇଁ ଲଜ୍ଜାର ବିଷୟ।
ସଞ୍ଜୟ କୁମାର ଦାସବର୍ମା କହିଥିଲେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସା ସାଉଁଟି ଥିବାବେଳେ, ଏବେ ବିଜେପି ସରକାର ରାଜ୍ୟ ପାଇଁ ନିନ୍ଦା ଓ ଅପବାଦ ଆଣୁଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲା। ସେହିପରି ଦୁଇ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ଓ ଥରେ ଏସିଆନ ଆଥଲେଟିକ ଚାମ୍ପିୟାନସିପ ଆୟୋଜନ କରି ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶ୍ୱେତପତ୍ର ଅନୁଯାୟୀ, ୨୦୨୪ରେ ୩୦୫୪ ଦୁଷ୍କର୍ମ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୮% ଅଧିକ। ଆଜି ଏକ ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା ବାବଦରେ ସରକାରୀ କର୍ମଚାରୀ ମାନେ ମଧ୍ୟ ଅବଗତ ନାହାନ୍ତି। ରାଜ୍ୟର ୯୫% ଲୋକ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି ବୋଲି ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପରାଗପଣିଆକୁ ପଦାରେ ପକାଇଛି।
ଟୁକୁନି ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କ ସମ୍ମାନ ବୃଦ୍ଧି ପାଇଁ ସେମାନଙ୍କୁ ସ୍ୱାବଲମ୍ୱୀ କରିବା ସହିତ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ ବିଦେଶ ଭ୍ରମଣ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ବିଜେପି ସରକାର ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜୁ ମହିଳା ଜନତା ଦଳ ତରଫରୁ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ।
ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ। ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ । ମହାନଦୀରେ ଆଜି ଟୋପେ ପାଣି ନାହିଁ। ମରୁଭୂମିରେ ପରିଣତ ହୋଇଛି ମହାନଦୀ । କଲମାର ସବୁ ଗେଟ ବନ୍ଦ କରିଦେଲେ। ଏଯାଏ କୌଣସି ବିଧିବଦ୍ଧ ଆଲୋଚନା କଲେ ନାହିଁ । ଆଉ କେବେ କଥା ହେବେ ସରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।
କେବଳ କେନ୍ଦ୍ରମନ୍ତ୍ରୀଙ୍କ ଗୋଟେ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିଲେ ଓଡ଼ିଶା ଆସିଥିଲେ ଛତିଶଗଡ ସରକା । ସେଠି ଟିକେ ଦେଖାରେ କଣ ଆଲୋଚନା କରିଥିବେ ? ଏମାନେ ମୌକାକୁ ଅପେକ୍ଷା କରିଥାନ୍ତି । ବିଜେପି ସରକାର ହେଉଛି ଭାଣ୍ଡାମୀ, ଭୂଆଁ ବୁଲେଇବା ସରକାର। ରାଜ୍ୟ ସରକାର ବାସ୍ତବତାକୁ ଆସନ୍ତୁ ବୋଲି କହିଛନ୍ତି ଅରୁଣ ।
ସେହିପରି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରି କହିଛନ୍ତି, ମହାନଦୀ ପ୍ରସଂଗରେ ରାଜ୍ୟ ସରକାର ଆଉ ବାହାନା ନ ଦେଖାନ୍ତୁ । ଜଳ ସଂରକ୍ଷଣ କାହିଁକି ଓଡିଶା ସରକାର କରୁନାହାନ୍ତି ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସି ଆଲୋଚନା କରନ୍ତୁ । ଟ୍ରିପଲ ଇଞ୍ଜିନ ସରକାରବେଳେ ଯଦି ସମସ୍ୟାର ସମାଧାନ ନହେବ, ତ କେବେ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ଟ୍ରିପଲ୍ ଇଞ୍ଜିନ ସରକାର ସମାଧାନ ନ କରିବ ତେବେ କେବେ ହେବନି । ଏହା କେନ୍ଦ୍ରପ୍ରତି ଓଡିଶାର ପ୍ରତାରଣା ହେବ ବୋଲି ଭକ୍ତ କହିଛନ୍ତି। ଆଜି ମହାନଦୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ କି ବିଭିନ୍ନ ରାଜ୍ୟରେ ଥିବା ଜଳ ବିବାଦର ଆପୋଷ ସମାଧାନ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଛତିଶଗଡ଼ ସହ ଜଳ ବିବାଦ ନେଇ ଏତେ ବଡ ସମସ୍ୟା ନାହିଁ ।
ପ୍ରତିହିଂସା ପରାୟଣ ହେଉଛନ୍ତି ବିଜେପି ସରକାର, ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି: ଅରୁଣ ସାହୁ
ଭୁବନେଶ୍ବର: ବିଜେପି ସରକାର ଠିକ ଭାବେ ଶାସନ ଚଳାଇବା ଜାଣି ନାହାନ୍ତି । ସରକାର ପ୍ରତିହିଂସା ପରାୟଣ ହେଉଛନ୍ତି । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଆଉ କଂଗ୍ରେସ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ସେ କହିଛନ୍ତି, ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ । ତାହା କିନ୍ତୁ ସମ୍ଭବ ନୁହେଁ । ଏବେ ଯେମିତି ପୋଲିସ ଛାଉଣୀ ହୋଇଛି, ଲାଗୁଛି ରୁଷ- ଯୁକ୍ରେନ ଲଢେଇ ଚାଲିଛି । ଶାନ୍ତିପ୍ରିୟ ରାଜ୍ୟକୁ ଅଶାନ୍ତ କରିବାରେ ବିଜେପିର ହାତ ରହିଛି ।