Weathr Update - The Sakala

ଆଗାମୀ ୪ରୁ ୫ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ବର: ଏଥର ଆଗୁଆ ପହଞ୍ଚିବ ମୌସୁମୀ । ଆଗାମୀ ୪ରୁ ୫ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଉପକୂଳ ଛୁଇଁବା ପାଇଁ ପାଣିପାଗ ଅନୁକୂଳ ରହିଛି । ମୌସୁମୀ କେରଳ ଛୁଇଁବାର ୨-୩ ଦିନରେ ଅଧିକ ଅଞ୍ଚଳକୁ ଅଗ୍ରସର ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି ।

ସେପଟେ ଏକା ସାଙ୍ଗରେ ଆସୁଛି ୨ଟି ଲଘୁଚାପ । ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ମେ’ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ମେ’ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ ।

ପାଗରେ ପରିବର୍ତ୍ତନ: କୋହଲା ପାଗ ସାଙ୍ଗକୁ ଟ୍ବିନ୍‌ ସିଟିରେ ଝିପଝିପ ବର୍ଷା
ଭୁବନେଶ୍ବର: ଆଜି ସକାଳୁ କଟକ ଓ ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ବର୍ଷା । ଗତକାଲି ଦିନ ତମାମ ଶୁଖିଲା ପାଗ ଥିବା ବେଳେ ଆଜି ସକାଳୁ ହଠାତ ପାଗରେ ପରିବର୍ତ୍ତନ ଘଟିଛି। ତେବେ ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଝିପଝିପ ବର୍ଷା ଲାଗିରହିଛି। ଏଥିପାଇଁ ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ଲାଗି ରହିଛି ବର୍ଷା: ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ବର: ସକ୍ରିୟ ରହିଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେତେବେଳେ ମୁଷଳ ଧାରାରେ ବର୍ଷୁଛି ତ ଆଉ କେତେବେଳେ ତୁହାକୁ ତୁହା ବର୍ଷୁଛି। ପ୍ରବଳ ବର୍ଷାରେ ବେହାଲ ହେଲାଣି ଟୁଇନ ସିଟି। ଲଘୁଚାପ ପ୍ରଭାବରେ ରାତିସାରା ବର୍ଷା ହେଉଥିବାବେଳେ ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଅନବରତ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜନଜୀବନ । ଲୋକମାନେ ଘରୁ ବାହାରିପାରୁନଥିବାବେଳେ ଅନେକ ଦୋକାନବଜାର ଖୋଲୁନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ଟି ଜିଲ୍ଲାକୁ ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଭୁବନେଶ୍ୱର, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେ଼ଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ ଏବଂ ପୁରୀ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜିଠୁ କାଳବୈଶାଖୀ, ୪୦ ଡିଗ୍ରୀ ତଳକୁ ଖସିବନି ତାତି
ଭୁବନେଶ୍ୱର: ଆଜି ଠାରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅଧିକାଂଶ ସ୍ଥାନରେ ଉପରଓଳି କାଳବୈଶାଖୀ ଆଶଙ୍କା ରହୁଥିବାରୁ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ତାତି କମିଲେ ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଏମିତି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ମଧ୍ୟ ୨-୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସ୍ଥିତି ଜାରି ରହିବାର ଆଶଙ୍କା ଥିବାରୁ ପରବର୍ତ୍ତୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ବର୍ତ୍ତମାନ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଏହା ଦ୍ୱାରା କିଛି ସ୍ଥାନରେ ପାଗ ମେଘୁଆ ରହିବା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। କିନ୍ତୁ ଏହି ବାୟୁ ପ୍ରବାହ ଦ୍ୱାରା ରାଜ୍ୟରେ ଆର୍ଦ୍ରତା ପରିମାଣ ଅଧିକ ରହୁଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ସହାୟକ ହେଉଛି। ରବିବାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦-୯୦ ପ୍ରତିଶତ ମଧ୍ୟରେ ରହିଥିଲା। ଉପକୂଳ ଓଡ଼ିଶା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ଅଧିକ ପ୍ରଭାବ ରହିଥିବା ବେଳେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ନେଇ ଆଶଙ୍କା କରାଯାଇଛି।

ଆର୍ଦ୍ରତା ବଢ଼ିବା କାରଣରୁ ଦିନ ସହିତ ରାତିରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଉଛି। ରବିବାର ରାଜ୍ୟର ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଉପରେ ରହିଥିଲା। ୪ ସହରରେ ତାତି ୪୨ ଡିଗ୍ରୀ ଉପରେ ରହିଥିଲା। ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଶନିବାର ମୟୂରଭଞ୍ଜ ଓ କେନ୍ଦୁଝର ଆଦିରେ କିଛ ସ୍ଥାନରେ ହାଲୁକା କାଳବୈଶାଖୀ ବର୍ଷା ଯୋଗୁଁ ସେଠାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ହୋଇଛି।.

ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ
ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି। ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଶୀତର ପ୍ରକୋପ ମଧ୍ଯ ସମାନ୍ୟ ବଢିଛି। ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି । ସେହପରି ପୁରୀରେ ମଧ୍ୟ ଘନ କୁହୁଡି ଦେଖାଦେଇଛି। ଫଳରେ କୁହୁଡିରେ ଶ୍ରୀମନ୍ଦିର ଲୁଚିଯାଇଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ସେହିପରି ଆଜି ଓ ଆସନ୍ତାକାଲି ପାଇଁ କୁହୁଡି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୧୬ ତାରିଖ ପାଇଁ ସତର୍କ ସୂଚନା କରାଯାଇଛି।  ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ବୃଦ୍ଧି ପାଉଛି ତାପମାତ୍ରା: ୪୦ ଡ଼ିଗ୍ରି ଉପରେ ୫ ସହର
ଭୁବନେଶ୍ବର: ବୃଦ୍ଧି ପାଉଛି ତାପମାତ୍ରା ।  ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଜାଜି ରାଜ୍ୟର ୫ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା ସହର ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରହିିଛି।

ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି।

ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ରହିଛି। ଏଥିପାଇଁ ଉକ୍ତ ୯ ଜିଲ୍ଲାର ବାସିନ୍ଦାଙ୍କୁ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା କାଲି ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ଥିବା ବେଳେ ୨୧ରୁ ୨୪ ତାରିଖ ଯାଏଁ ଅନେକ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ଆଶଙ୍କା ରହିଛି। ଏଥିପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା
ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ସମୟରେ ଲୋକେ ସତର୍କ ରହିବା ଜରୁରୀ ରହିଛି, ଏହି ସମୟରେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର ।

ବର୍ଷା ସହ ପବନ ଏବଂ ବଜ୍ରପାତ ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ସତର୍କତା ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ଆଶଙ୍କା କରାଯାଇଛି ।