consumer protection - The Sakala

ଅନଲାଇନ୍ ଗ୍ରାହକଙ୍କୁ ଠକୁଥିଲେ ୯ଟି ଡିଜିଟାଲ୍ ପ୍ଲାଟଫର୍ମ: ଡାର୍କ ପ୍ୟାଟର୍ଣ୍ଣ ବ୍ୟବହାର ପାଇଁ ଜେପ୍ଟୋ, ବୁକ୍ ମାଇଁ ସୋ ଓ ଇଣ୍ଡିଗୋକୁ ସିସିପିଏ (CCPA)ର ଜୋରିମାନା
କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA) ଅନଲାଇନ୍ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା ୯ଟି ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ଡାର୍କ ପ୍ୟାଟର୍ଣ୍ଣ’ (Dark Patterns) ବା ବିଭ୍ରାନ୍ତିକର ୟୁଜର୍ ଇଣ୍ଟରଫେସ୍ ବ୍ୟବହାର କରି ଗ୍ରାହକଙ୍କୁ ଠକୁଥିବା ଅଭିଯୋଗରେ ଏହି କମ୍ପାନୀଗୁଡ଼ିକ ଉପରେ ସମୁଦାୟ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।

ରାଜ୍ୟସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ଦଣ୍ଡିତ ହୋଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଜେପ୍ଟୋ (Zepto), ବୁକ୍ ମାଇଁ ସୋ (BookMyShow), ଇଣ୍ଡିଗୋ (IndiGo), ଫିଜିକ୍ସ ୱାଲା (Physics Wallah), ଏବଂ ସ୍ପାଇସ୍ ଜେଟ୍ (SpiceJet) ଆଦି ବଡ଼ ବ୍ରାଣ୍ଡ୍ ସାମିଲ ଅଛନ୍ତି। ଗ୍ରାହକଙ୍କ ଅଜାଣତରେ ସେମାନଙ୍କଠାରୁ ଅତିରିକ୍ତ ଅର୍ଥ ଆଦାୟ କରିବା ଏବଂ ସେମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବା ଭଳି ଅଭିଯୋଗରେ ଏହି ଜୋରିମାନା ଲାଗୁ କରାଯାଇଛି।

ଜେପ୍ଟୋ ଏବଂ ବୁକ୍ ମାଇଁ ସୋ କାହିଁକି ଦଣ୍ଡିତ ହେଲେ?

ଅନଲାଇନ୍ ଗ୍ରୋସରୀ ଆପ୍ ଜେପ୍ଟୋ (Zepto) କୁ ସର୍ବାଧିକ ୭ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ସିସିପିଏ (CCPA)ର ତଦନ୍ତରୁ ଜଣାପଡ଼ିଛି ଯେ, ଏହି ପ୍ଲାଟଫର୍ମ ପ୍ରଥମେ ସାମଗ୍ରୀର ଦାମ୍ କମ୍ ଦେଖାଉଥିଲା, କିନ୍ତୁ ବିଲ୍ ପେମେଣ୍ଟ୍ ବେଳେ ଗ୍ରାହକଙ୍କ ଅଜାଣତରେ ହ୍ୟାଣ୍ଡଲିଂ ଚାର୍ଜ ଏବଂ ମେମ୍ବରସିପ୍ ଫି’ ଯୋଡ଼ି ଦେଉଥିଲା। ନିୟମ ଅନୁଯାୟୀ ଏହାକୁ 'ଡ୍ରିପ୍ ପ୍ରାଇସିଂ' (Drip pricing) ଏବଂ 'ବାସ୍କେଟ୍ ସ୍ନିକିଙ୍ଗ୍' (Basket sneaking) ଭାବେ ଦର୍ଶାଯାଇଛି।

ସେହିପରି ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ବୁକ୍ ମାଇଁ ସୋ (BookMyShow) ମଧ୍ୟ ନିଜର ଆପ୍‌ରେ 'ବାସ୍କେଟ୍ ସ୍ନିକିଙ୍ଗ୍' କରୁଥିବାର ପ୍ରମାଣ ମିଳିଛି। ପ୍ରତି ଟିକେଟ୍ ବୁକିଂରେ କମ୍ପାନୀ ନିଜର ଏକ ସମାଜସେବା ପାଣ୍ଠି BookASmile ପାଇଁ ଆପେ ଆପେ ୧ ଟଙ୍କା ସିଲେକ୍ଟ କରି ରଖୁଥିଲା। ଖାଉଟି ସୁରକ୍ଷା ବିଭାଗର ନିର୍ଦ୍ଦେଶ ପରେ ତୁରନ୍ତ ଏହି ଡିଫଲ୍ଟ ଅପ୍ସନ୍‌କୁ ହଟାଇ ଦିଆଯାଇଛି।

ଇଣ୍ଡିଗୋ ଏବଂ ଫିଜିକ୍ସ ୱାଲା ଉପରେ କାର୍ଯ୍ୟାନୁଷ୍ଠାନ

ଦେଶର ପ୍ରମୁଖ ଏୟାରଲାଇନ୍ସ ଇଣ୍ଡିଗୋ (IndiGo) ଟିକେଟ୍ ବୁକିଂ ସମୟରେ 'କନଫର୍ମ ସେମିଂ' (Confirm shaming) ନୀତି ଅବଲମ୍ବନ କରୁଥିବାରୁ ତାଗିଦ୍‌ର ସମ୍ମୁଖୀନ ହୋଇଛି। ଯେଉଁ ଗ୍ରାହକମାନେ ଟ୍ରାଭେଲ୍ ଇନ୍ସୁରାନ୍ସ ନେବାକୁ ମନା କରୁଥିଲେ, ସେମାନଙ୍କୁ ଆପ୍‌ରେ "No I will take risk" (ନାଁ ମୁଁ ବିପଦ ନେବି) ଭଳି ଧମକପୂର୍ଣ୍ଣ ବିକଳ୍ପ ବାଛିବାକୁ ପଡ଼ୁଥିଲା। ଏହା ଦ୍ୱାରା ଲୋକେ ଭୟଭୀତ ହୋଇ ଇନ୍ସୁରାନ୍ସ କିଣିବେ ବୋଲି କମ୍ପାନୀ ଆଶା ରଖିଥିଲା। ନିର୍ଦ୍ଦେଶ ପରେ ଇଣ୍ଡିଗୋ ଏହି ଲେଖାକୁ ବଦଳାଇ ଦେଇଛି।

ଅନ୍ୟପକ୍ଷରେ, ଜଣାଶୁଣା ଡିଜିଟାଲ୍ ଶିକ୍ଷା ପ୍ଲାଟଫର୍ମ ଫିଜିକ୍ସ ୱାଲା (Physics Wallah) ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ମାଗଣା ପାଠ୍ୟକ୍ରମ ଆଳରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ବାଧ୍ୟତାମୂଳକ ଭାବେ ସଂଗ୍ରହ କରିବା ଏବଂ "PW Foundation" ପାଇଁ ଆପେ ଆପେ ୧୦ ଟଙ୍କା ଡୋନେସନ୍ ସିଲେକ୍ଟ କରି ରଖିବା ନେଇ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କ’ଣ ଏହି ‘ଡାର୍କ ପ୍ୟାଟର୍ଣ୍ଣ’?

‘ଡାର୍କ ପ୍ୟାଟର୍ଣ୍ଣ’ (Dark Patterns) ହେଉଛି ୱେବସାଇଟ୍ କିମ୍ବା ଆପ୍‌ଗୁଡ଼ିକରେ ବ୍ୟବହୃତ ଏକ ଠକେଇପୂର୍ଣ୍ଣ ଡିଜାଇନ୍, ଯାହା ଗ୍ରାହକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅର୍ଥ ଖର୍ଚ୍ଚ କରିବାକୁ ବା କୌଣସି ଅନାବଶ୍ୟକ ବିକଳ୍ପ ବାଛିବାକୁ ବାଧ୍ୟ କରିଥାଏ। ୨୦୨୩ ମସିହାରେ ସରକାର ୧୩ ପ୍ରକାରର ଡାର୍କ ପ୍ୟାଟର୍ଣ୍ଣ ଯଥା- ମିଥ୍ୟା ଜରୁରୀକାଳୀନ ପରିସ୍ଥିତି, ସବସ୍କ୍ରିପସନ୍ ଟ୍ରାପ୍, ବାସ୍କେଟ୍ ସ୍ନିକିଙ୍ଗ୍ ଏବଂ ଡ୍ରିପ୍ ପ୍ରାଇସିଂ ଆଦିକୁ ବେଆଇନ ଘୋଷଣା କରି ଗାଇଡଲାଇନ୍ ଜାରି କରିଥିଲେ।

ଅନ୍ୟାନ୍ୟ ଦଣ୍ଡିତ କମ୍ପାନୀଗୁଡ଼ିକ ମଧ୍ୟରେ ଫାର୍ମାଇଜି (PharmEasy), ମ୍ୟାକାଫି (McAfee), ଫାଷ୍ଟକ୍ରାଏ (FirstCry) ଏବଂ ଅନୁଜ ଜିନ୍ଦଲ (Anuj Jindal) ମଧ୍ୟ ସାମିଲ ଅଛନ୍ତି। ସରକାର ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ଦଣ୍ଡିତ ହୋଇଥିବା ଅଧିକାଂଶ କମ୍ପାନୀ ନିଜର ଜୋରିମାନା ପୈଠ କରିବା ସହ ସେମାନଙ୍କ ପ୍ଲାଟଫର୍ମରୁ ଏହି ଅନ୍ୟାୟ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତିା

ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା
ନୂଆଦିଲ୍ଲୀ: ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଥିବା 'ଡାର୍କ ପ୍ୟାଟର୍ଣ୍ଣ' (Dark Patterns) ବିରୋଧରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA) କଡ଼ା ପଦକ୍ଷେପ ନେଇଛି। ଏହି କ୍ରମରେ ପ୍ରସିଦ୍ଧ ଏଡଟେକ୍ କମ୍ପାନୀ ଫିଜିକ୍ସୱାଲା (PhysicsWallah) ଉପରେ ୫ ଲକ୍ଷ ଟଙ୍କା ଏବଂ ସାଇବର ସୁରକ୍ଷା କମ୍ପାନୀ ମ୍ୟାକାଫି (McAfee) ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ଗ୍ରାହକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସିସିପିଏର ମୁଖ୍ୟ କମିଶନର ନିଧି ଖରେ ଏବଂ କମିଶନର ଅନୁପମ ମିଶ୍ରଙ୍କ ନେତୃତ୍ୱରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଉଭୟ କମ୍ପାନୀଙ୍କୁ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି ବିଭ୍ରାନ୍ତିକର ଅଭ୍ୟାସ ହଟାଇବାକୁ ଏବଂ ଗ୍ରାହକମାନେ କୌଣସି ଚାପ କିମ୍ବା ପ୍ରଭାବ ବିନା ସଠିକ୍ ନିଷ୍ପତ୍ତି ନେଇପାରିବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫିଜିକ୍ସୱାଲା ଉପରେ କାହିଁକି ଲାଗିଲା ଜୋରିମାନା?

ସିସିପିଏର ତଦନ୍ତରୁ ଜଣାପଡ଼ିଛି ଯେ ଫିଜିକ୍ସୱାଲା ନିଜ ପ୍ଲାଟଫର୍ମରେ ଗ୍ରାହକମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଡାର୍କ ପ୍ୟାଟର୍ଣ୍ଣର ବ୍ୟବହାର କରୁଥିଲା। ଏଥିରେ ମୁଖ୍ୟତଃ ତିନୋଟି ବିଭ୍ରାନ୍ତିକର ଅଭ୍ୟାସ ଦେଖିବାକୁ ମିଳିଥିଲା:

* ବାସ୍କେଟ୍ ସ୍ନିକିଙ୍ଗ୍ (Basket Sneaking): କୋର୍ସ କିଣିବା ସମୟରେ ବିଲ୍ ପେମେଣ୍ଟ ବା ଚେକ୍ଆଉଟ୍ ବେଳେ ପିଡବ୍ଲୁ ଫାଉଣ୍ଡେସନ୍ (PW Foundation) ପାଇଁ ୧୦ ଟଙ୍କାର ଦାନ ଆପେ ଆପେ ଯୋଡ଼ି ହୋଇଯାଉଥିଲା। ଏଥିପାଇଁ ଗ୍ରାହକଙ୍କଠାରୁ କୌଣସି ସ୍ପଷ୍ଟ ସମ୍ମତି ନିଆଯାଉନଥିଲା।

* କନଫର୍ମ ସେମିଙ୍ଗ୍ (Confirm Shaming): ଯଦି କୌଣସି ଛାତ୍ର ଏହି ଦାନ ଅର୍ଥକୁ ହଟାଇବାକୁ ଚାହୁଁଥିଲେ, ତେବେ ସେମାନଙ୍କୁ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିବାହ ସମ୍ବନ୍ଧୀୟ ଭାବପ୍ରବଣ ମେସେଜ୍ ଦେଖାଯାଉଥିଲା। ଯାହାଦ୍ୱାରା ଛାତ୍ରମାନେ ବାଧ୍ୟ ହୋଇ ଦାନ ଅର୍ଥକୁ ରଖିବାକୁ ବାଧ୍ୟ ହେଉଥିଲେ।

* ଫୋର୍ସଡ୍ ଆକ୍ସନ୍ (Forced Action): ଯେଉଁ କୋର୍ସଗୁଡ଼ିକୁ ସମ୍ପୂର୍ଣ୍ଣ 'ମାଗଣା' ବୋଲି ପ୍ରଚାର କରାଯାଉଥିଲା, ସେଗୁଡ଼ିକୁ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ପରି ବ୍ୟକ୍ତିଗତ ତଥ୍ୟ ଦେବାକୁ ବାଧ୍ୟ କରାଯାଉଥିଲା।

ମ୍ୟାକାଫି ଉପରେ କାର୍ଯ୍ୟାନୁଷ୍ଠାନ

ସେହିପରି ସାଇବର ସୁରକ୍ଷା କମ୍ପାନୀ ମ୍ୟାକାଫି (McAfee) ମଧ୍ୟ ନିଜ ଡିଜିଟାଲ୍ ପ୍ଲାଟଫର୍ମରେ ବିଭ୍ରାନ୍ତିକର ସବସ୍କ୍ରିପସନ୍ ରିନ୍ୟୁଆଲ୍ ପ୍ରଣାଳୀ ଆପଣାଉଥିବା ଜଣାପଡ଼ିଛି। ଗ୍ରାହକମାନଙ୍କୁ ନିଜ ସେବା ସହିତ ଯୋଡ଼ି ରଖିବାକୁ କମ୍ପାନୀ ଅନୁଚିତ୍ ମାର୍ଗର ସାହାରା ନେଉଥିବାରୁ ଏହା ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଛି।

ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ ଖାଉଟି ସୁରକ୍ଷା ଅଧିନିୟମ, ୨୦୧୯, ଖାଉଟି ସୁରକ୍ଷା (ଇ-କମର୍ସ) ନିୟମ, ୨୦୨୦ ଏବଂ ଡାର୍କ ପ୍ୟାଟର୍ଣ୍ଣ ପ୍ରତିରୋଧ ଓ ନିୟନ୍ତ୍ରଣ ମାର୍ଗଦର୍ଶିକା, ୨୦୨୩ ଅଧୀନରେ ଗ୍ରହଣ କରାଯାଇଛି।

ଡିଜିଟାଲ ଠକେଇ ହେଲେ ମିଳିବ ୨୫,୦୦୦ ଟଙ୍କାର କ୍ଷତିପୂରଣ: ନୂଆ ନିୟମ ଆଣୁଛି RBI
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗ୍ରାହକ ସୁରକ୍ଷା ନିୟମରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଡିଜିଟାଲ ଠକେଇ, ମିସ୍-ସେଲିଂ ଏବଂ ଋଣ ଆଦାୟକାରୀଙ୍କ ଜୁଲମରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛି। ଏହି ପ୍ରସ୍ତାବ ଅନୁଯାୟୀ, ଛୋଟ ଧରଣର ଡିଜିଟାଲ ଠକେଇର ଶିକାର ହୋଇଥିବା ଗ୍ରାହକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ।

କ୍ଷତିପୂରଣ ପାଇଁ ନୂଆ ବ୍ୟବସ୍ଥା

ପ୍ରସ୍ତାବିତ ନିୟମ ଅନୁସାରେ, ଠକେଇ ହୋଇଥିବା ଅର୍ଥରାଶିର ୮୫% କିମ୍ବା ୨୫,୦୦୦ ଟଙ୍କା (ଯେଉଁଟି କମ୍ ଥିବ) କ୍ଷତିପୂରଣ ଆକାରରେ ମିଳିବ। ଏହି ସୁବିଧା ଜଣେ ଗ୍ରାହକଙ୍କୁ ଜୀବନରେ କେବଳ ଥରେ ମିଳିବ। ଏପରିକି ଯେଉଁ ଗ୍ରାହକମାନେ ନିଜର OTP ସେୟାର କରି ଠକେଇର ଶିକାର ହୋଇଛନ୍ତି, ସେମାନେ ମଧ୍ୟ ଏହାର ଲାଭ ପାଇପାରିବେ। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ପ୍ରଥମ ଥର ପାଇଁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ RBI ୭୦% ଅର୍ଥ ଭରଣା କରିବ ଏବଂ ବାକି ୩୦% ବ୍ୟାଙ୍କ ଓ ଗ୍ରାହକ ସମାନ ଭାବେ ବହନ କରିବେ।

ଆର୍ଥିକ ଦ୍ରବ୍ୟ ବିକ୍ରି ଏବଂ ଋଣ ଆଦାୟ

ଡିଜିଟାଲ ଠକେଇ ବ୍ୟତୀତ, ବ୍ୟାଙ୍କଗୁଡ଼ିକ ଦ୍ୱାରା ଆର୍ଥିକ ଦ୍ରବ୍ୟର ଭୁଲ ବିକ୍ରି ବା 'ମିସ୍-ସେଲିଂ' (Mis-selling) ରୋକିବାକୁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଉଛି। ବ୍ୟାଙ୍କ କାଉଣ୍ଟରରେ ବିକ୍ରି ହେଉଥିବା ଥାର୍ଡ-ପାର୍ଟି ପ୍ରଡକ୍ଟ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ହେବା ଜରୁରୀ। ଏହା ସହିତ ଋଣ ଆଦାୟ ପାଇଁ ନିୟୋଜିତ ଏଜେଣ୍ଟମାନଙ୍କ ପାଇଁ ଏକକ ନିୟମାବଳୀ ପ୍ରଣୟନ କରାଯିବ, ଯାହା ଦ୍ୱାରା ଗ୍ରାହକଙ୍କୁ ଅଯଥା ହয়রାଣ ହେବାକୁ ପଡ଼ିବ ନାହିଁ। ଏହି ସମସ୍ତ ବିଷୟରେ ଖୁବଶୀଘ୍ର ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରାଯିବ।

ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ନିୟମ : ୫୦ ହଜାର ଯାଏ ଛୋଟ ଋଣରେ ଲାଗିପାରିବନି ଅତ୍ୟଧିକ ଚାର୍ଜ
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି ଯେ, ଦେଶର ବ୍ୟାଙ୍କଗୁଡ଼ିକ ଏଣିକି ଅଗ୍ରାଧିକାର କ୍ଷେତ୍ର ଋଣ (ପିଏସଏଲ) ବର୍ଗ ଅଧୀନରେ ବିଶେଷକରି କ୍ଷୁଦ୍ର ଋଣ ଉପରେ ଅତ୍ୟଧିକ ଶୁଳ୍କ ଆଦାୟ କରିପାରିବେନାହିଁ। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଅଗ୍ରାଧିକାର କ୍ଷେତ୍ରର କ୍ଷୁଦ୍ର ଋଣ ଉପରେ ବ୍ୟାଙ୍କ କୌଣସି ପ୍ରବେଶ ଶୁଳ୍କ ଆଦାୟ କରିପାରିବେନାହିଁ। ଆରବିଆଇ ଅନୁଯାୟୀ, ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାଥମିକତା କ୍ଷେତ୍ର ଋଣ ଉପରେ କୌଣସି ଋଣ ସମ୍ବନ୍ଧୀୟ ଅତିରିକ୍ତ ସେବା ଚାର୍ଜ କିମ୍ବା ଯାଞ୍ଚ ଚାର୍ଜ ନିଆଯିବନାହିଁ। ଏହି ପଦକ୍ଷେପ କ୍ଷୁଦ୍ର ଋଣଗ୍ରହୀତାଙ୍କ ପାଇଁ ଅନାବଶ୍ୟକ ଆର୍ଥିକ ବୋଝରୁ ସୁରକ୍ଷା ଏବଂ ନ୍ୟାୟପୂର୍ଣ୍ଣ ଋଣ ପ୍ରଦାନ ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରାଥମିକତା କ୍ଷେତ୍ର ଋଣ (ପିଏସଏଲ) ଉପରେ ନୂଆ ମାଷ୍ଟର ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏହା ୨୦୨୦ ମସିହାରୁ ପ୍ରଚଳିତ ଆର୍‌ବିଆଇର ନିର୍ଦ୍ଦେଶାବଳୀକୁ ବଦଳାଇବ। ଏହି ନିର୍ଦ୍ଦେଶାବଳୀରେ, କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ଠାରୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅଧିଗ୍ରହଣିତ ସୁନା ଅଳଙ୍କାର ଉପରେ ନିଆଯାଇଥିବା ଋଣକୁ ପ୍ରାଥମିକତା କ୍ଷେତ୍ର ଋଣ ବର୍ଗରେ ବିବେଚନା କରାଯିବ ନାହିଁ।

ଅଗ୍ରାଧିକାର କ୍ଷେତ୍ର ଋଣ ହେଉଛି ଭାରତରେ ରିଜର୍ଭ ବ୍ୟାଙ୍କଦ୍ୱାରା ସ୍ଥିର କରାଯାଇଥିବା ଏକ ନିୟାମକ ଆବଶ୍ୟକତା। ଏହା ଅଧୀନରେ, ବ୍ୟାଙ୍କଗୁଡ଼ିକୁ ଅର୍ଥନୀତିର କିଛି ବିଶେଷ କ୍ଷେତ୍ରକୁ ସେମାନଙ୍କର ଋଣର ଏକ ଅଂଶ ଦେବାକୁ ପଡିବ। ଏହି କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତୀମୂଳକ ଅଭିବୃଦ୍ଧି, ଦାରିଦ୍ର୍ୟ ହ୍ରାସ ଏବଂ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କିନ୍ତୁ ବିପଦ କିମ୍ବା କମ୍‌ ଲାଭ ହେତୁ ବ୍ୟାଙ୍କଗୁଡ଼ିକ ଏଥିରେ ନିବେଶ କରନ୍ତିନାହିଁ। ଏହି ନୀତି ସମାଜର ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଯେପରିକି ଚାଷୀ, କ୍ଷୁଦ୍ର ବ୍ୟବସାୟ ଏବଂ ନିମ୍ନ ଆୟ ପରିବାରକୁ ସୁଲଭ ଋଣ ପ୍ରଦାନ କରିବାକୁ ସକ୍ଷମ କରିଥାଏ।