women safety - The Sakala

ଡିଆରଡିଏ ମହିଳା ୱାସ ରୁମରେ ଲାଗିଥିଲା ସିକ୍ରେଟ୍ କ୍ୟାମେରା; କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ
ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ଲାଗିଥିଲା ସିକ୍ରେଟ କ୍ୟାମେରା । ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ତେବେ ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ କ୍ୟାମେରାଟିକୁ ଜବତ କରି ଯାଞ୍ଚ କରୁଛି । ଅନ୍ୟପଟେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଭାପତି ।

ସୂଚନା ଅନୁସାରେ, ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଗତ ୨୬ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ ଡିଆରଡିଏ କାର୍ଯ୍ୟାଳୟର ପହଂଚି ତଦନ୍ତ ଚଳାଇଛି।

ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଖୋଦ୍ ଏସ୍‌ପି ନିଜେ ଏହି ଘଟଣାର ତଦାରଖ କରୁଛନ୍ତି। ପୋଲିସ ଏବେ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ଗୁପ୍ତ କ୍ୟାମେରା କିଏ ଲଗାଇଥିଲା, କୌଣସି ପୁରୁଷ କିମ୍ବା ମହିଳା କର୍ମଚାରୀ ନା ବାହାରର କେହି ବ୍ୟକ୍ତି ଏହା ପଛରେ ଅଛନ୍ତି ଏନେଇ ତଦନ୍ତ କରୁଛି । କ୍ୟାମେରା ଲଗାଇବାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ଅଶ୍ଳୀଳ ଫଟୋ ବା ଭିଡିଓ କରି ବ୍ଲାକମେଲିଂ କରିବା ନା ବ୍ୟକ୍ତିଗତ ଶତ୍ରୁତା, ତାହାର ଖୋଳତାଡ଼ କରାଯାଉଛି। କ୍ୟାମେରାଟି କେତେ ଦିନ ଧରି ଲଗାଯାଇଥିଲା ଏବଂ କିଏ ଏହାକୁ ଆଣିଥିଲା, ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ମହିଳା ଶୌଚାଳୟ ଆଡ଼କୁ କେହି ପୁରୁଷ ବ୍ୟକ୍ତି ଯାଇଥିଲେ କି ନାହିଁ, ତାହା ଜାଣିବା ପାଇଁ ଅଫିସର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି। ସରକାରୀ କାର୍ଯ୍ୟାଳୟ ଭିତରେ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ମହିଳା କର୍ମଚାରୀ ଓ ଅନ୍ୟ ଷ୍ଟାଫ୍‌ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୁଣି ଦିଲ୍ଲୀରେ ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ; ବସ୍ ଜବତ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ
ଦିଲ୍ଲୀରେ ପୁଣି ଏକ ଲଜ୍ଜାଜନକ ତଥା ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ଏକ ଘରୋଇ ସ୍ଲିପର ବସରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବସର ଉଭୟ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରିଛି।

ରାନୀ ବାଗରୁ ନାଙ୍ଗଲୋଇ ଯାତ୍ରା

ସୂଚନା ଅନୁଯାୟୀ, ଗତ ୧୨ ମେ ତାରିଖ ରାତିରେ ଏହି ନିନ୍ଦନୀୟ ଘଟଣା ଘଟିଥିଲା। ପୀଡ଼ିତା ଜଣକ ତିନି ସନ୍ତାନର ଜନନୀ ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କୁ ଦିଲ୍ଲୀର ରାନୀ ବାଗ ଅଞ୍ଚଳରୁ ବସରେ ବସାଯାଇଥିଲା ଏବଂ ପରେ ନାଙ୍ଗଲୋଇ ଅଞ୍ଚଳକୁ ନେଇଯାଇ ବସ୍ ଭିତରେ ଏହି ଅମାନୁଷିକ କାଣ୍ଡ ଭିଆଯାଇଥିଲା। ବସ୍‌ଟି ଖାଲି ଥିବାର ସୁଯୋଗ ନେଇ ଡ୍ରାଇଭର ଓ କଣ୍ଡକ୍ଟର ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।

ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ

ଘଟଣା ସମ୍ପର୍କରେ ପୀଡ଼ିତା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ ତୁରନ୍ତ ଏକ ମାମଲା (FIR) ରୁଜୁ କରିଥିଲା। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି ଏବଂ ଅପରାଧରେ ବ୍ୟବହୃତ ହୋଇଥିବା ଘରୋଇ ବସ୍ କୁ ଜବତ କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ଟିକିନିଖି ତଦନ୍ତ ଜାରି ରହିଛି ଏବଂ ସବୁ ଦିଗରୁ ଯାଞ୍ଚ କରାଯାଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହି ଘଟଣା ପୁଣି ଥରେ ନିର୍ଭୟା କାଣ୍ଡର ସ୍ମୃତିକୁ ତାଜା କରିଦେଇଛି। ପ୍ରଶାସନ ତରଫରୁ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି ଜୋର ଧରିଛି।

କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନା ପକ୍ଷରୁ କିଶୋରୀ ବାଳିକା ଏବଂ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଚାପମୁକ୍ତ ଜୀବନଯାପନ ଏବଂ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଛି।

ଥାନା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ କିଶୋରୀ ବାଳିକା, ମହିଳା ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ମହିଳା ଓ କିଶୋରୀମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି କୌଣସି ଅପରାଧିକ କାର୍ଯ୍ୟକଳାପ ବା ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ନିର୍ଭୟରେ ପୋଲିସକୁ ସୂଚନା ଦେବାକୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ବିକଶିତ ସମାଜ ଗଠନରେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ସଚେତନତା ବୈଠକରେ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଏସଆଇ ନାରାୟଣ ରେଡି, ପ୍ରଫୁଲ୍ଲ କୁମାର ନାୟକ ଏବଂ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ବ୍ରଜମୋହନ ଜେନା ପ୍ରମୁଖ ଯୋଗ ଦେଇ ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥା, ଦଫା, ଦଣ୍ଡବିଧାନ ଏବଂ ସୁରକ୍ଷା ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା
ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ମାନବିକତାକୁ ଶର୍ମସାର କଲା ଭଳି ଏକ ଅତି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ବୃଦ୍ଧା ଜଣକ ନିଜ କ୍ଷେତରେ ଥିବା ଏକ କୁଡିଆରେ ଏକାକୀ ରହୁଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଘୃଣା ସୃଷ୍ଟି କରିଛି। ପୋଲିସ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛି।

କଣ ଥିଲା ପୂରା ଘଟଣା?

ସୂଚନା ଅନୁଯାୟୀ, ଘଟଣାଟି ପୁନାସା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିଲା। ବୃଦ୍ଧା ଜଣକ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ତାଙ୍କ ଘରେ ପଶିଥିଲେ। ସେମାନେ ବୃଦ୍ଧାଙ୍କ ପାଟିରେ କପଡା ଦେଇ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ବୃଦ୍ଧାଙ୍କୁ ଖଟ ସହ ଟେକି ନେଇ ପାଖରେ ଥିବା ଏକ କୂଅରେ ଫିଙ୍ଗିଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ଗାଡ଼ି କିମ୍ବା ଲୋକଙ୍କ ଶବ୍ଦ ଶୁଣି ସେମାନେ ଭୟରେ ସେଠାରୁ ଫେରାର ହୋଇଯାଇଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ

ଶୁକ୍ରବାର ସକାଳେ ଗ୍ରାମବାସୀମାନେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କ ଝିଅଙ୍କୁ ଖବର ଦେଇଥିଲେ। ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖଣ୍ଡୱା ଏସପି ମନୋଜ ରାୟ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ SIT ଗଠନ କରିଛନ୍ତି। ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ବର୍ତ୍ତମାନ ପୋଲିସର ବିଭିନ୍ନ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛନ୍ତି।

ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା
ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ସମ୍ପର୍କୀୟ ବୃଦ୍ଧା ଜେଜେମା’ଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବା ଏବଂ ପୀଡ଼ିତାଙ୍କୁ ଚୁପ୍ କରାଇବା ପାଇଁ ଧାରୁଆ ଅସ୍ତ୍ରରେ ତାଙ୍କ ନାକ ଓ ଜିଭ କାଟି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ମଦ ଓ ମାଂସ ପାର୍ଟିର ଷଡ଼ଯନ୍ତ୍ର

ପୋଲିସ ସୂଚନା ଅନୁଯାୟୀ, ଘଟଣାଟି ଭୋଜପୁର ଥାନା ଅନ୍ତର୍ଗତ ଘାଟାଖେଡ଼ି ଗ୍ରାମରେ ଘଟିଛି। ଅଭିଯୁକ୍ତ ରାମନିବାସ ଭିଲ୍ (୨୬ ବର୍ଷ) ପୀଡ଼ିତାଙ୍କ ସମ୍ପର୍କୀୟ ନାତି ବୋଲି ଜଣାପଡ଼ିଛି। ଘଟଣା ଦିନ ଅଭିଯୁକ୍ତ ଏକ ଯୋଜନାବଦ୍ଧ ଭାବେ ନିଜ ସାଙ୍ଗମାନଙ୍କ ସହ ମିଶି ମଦ ଓ ମାଂସ ପାର୍ଟି କରିଥିଲା। ପାର୍ଟି ଚାଲିଥିବା ସମୟରେ ସେ ସେଠାରୁ ଖସି ପଳାଇ ବୃଦ୍ଧାଙ୍କ ନିକଟରେ ପହଞ୍ଚିଥିଲା। ସେହି ସମୟରେ ୬୦ ବର୍ଷୀୟା ବୃଦ୍ଧା ଜଣକ ବିଲରେ ଥିବା ଏକ କୁଡ଼ିଆରେ ଏକାକୀ ରହୁଥିଲେ।

ଦୁଷ୍କର୍ମ ପରେ ବର୍ବର ହତ୍ୟା

ଅଭିଯୁକ୍ତ ରାମନିବାସ କୁଡ଼ିଆରେ ପହଞ୍ଚି ବୃଦ୍ଧାଙ୍କ ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ବୃଦ୍ଧା ଜଣକ ବିରୋଧ କରିବାରୁ ଏବଂ ଚିତ୍କାର କରିବାରୁ ଅଭିଯୁକ୍ତ କ୍ରୋଧିତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲା। ସେ ନିର୍ମମ ଭାବେ ବୃଦ୍ଧାଙ୍କ ନାକ, ଜିଭ ଏବଂ ମୁହଁର କିଛି ଅଂଶ କାଟି ପକାଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ରାଜଗଡ଼ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ତଦନ୍ତ ଆରମ୍ଭ କରି ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରାମନିବାସକୁ ଗିରଫ କରିଛି। ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା
ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଯୌତୁକ ଲୋଭରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଛି। ବିବାହର ମାତ୍ର ଚାରି ମାସ ପରେ ଶ୍ୱଶୁର ଘର ଲୋକେ ୫୦ ଲକ୍ଷ ଟଙ୍କା ଦାବି ପୂରଣ ନ ହେବାରୁ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

୫୦ ଲକ୍ଷ ଟଙ୍କା ପାଇଁ ଚାଲିଗଲା ଜୀବନ

ମୃତ ମହିଳାଙ୍କ ନାମ କହକଶା ଆଲମ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୯ ତାରିଖରେ ଡେରାଡୁନ୍‌ର ରିସ୍ପନା ନଗର ନିବାସୀ ଶହବାଜ ଆଲମଙ୍କ ସହ କହକଶାଙ୍କ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟା ଘର ପକ୍ଷରୁ ଯଥାସାଧ୍ୟ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ଶ୍ୱଶୁର ଘର ଲୋକେ ଏକ ପ୍ଲଟ୍ କିଣିବା ପାଇଁ ବାପଘରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଆଣିବାକୁ କହକଶାଙ୍କୁ ଚାପ ପକାଉଥିଲେ। ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

କମ୍ବଳରେ ମୁହଁ ଚାପି ହତ୍ୟା କଲେ ସ୍ୱାମୀ

ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ଘଟଣା ଦିନ ରାତିରେ କହକଶା ଶୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଶହବାଜ ଏକ କମ୍ବଳ ଦ୍ୱାରା ତାଙ୍କ ମୁହଁ ଚାପି ହତ୍ୟା କରିଥିଲେ। ହତ୍ୟାକୁ ଆତ୍ମହତ୍ୟା କିମ୍ବା ସ୍ୱାଭାବିକ ମୃତ୍ୟୁର ରୂପ ଦେବା ପାଇଁ ଅଭିଯୁକ୍ତମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସ୍ୱାମୀ ଓ ଅନ୍ୟ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ।

ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ

ମୃତକଙ୍କ ଭାଇ ସଲମାନ ଆସିଫଙ୍କ ଅଭିଯୋଗ କ୍ରମେ ନେହେରୁ କଲୋନୀ ଥାନା ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏସ୍‌ଏସ୍‌ପି ପ୍ରମେନ୍ଦ୍ର ଡୋବାଲଙ୍କ ନିର୍ଦ୍ଦେଶରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀ ଶହବାଜକୁ ଗିରଫ କରିଛି। ଏହି ମାମଲାରେ ସ୍ୱାମୀ, ଶାଶୁ, ଶ୍ୱଶୁର ଏବଂ ଦିଅରଙ୍କ ସମେତ ମୋଟ ୫ ଜଣଙ୍କ ନାମରେ ଯୌତୁକ ହତ୍ୟା ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।

୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି, ଯେଉଁଠାରେ ମାତ୍ର ୨୦ ଲକ୍ଷ ଟଙ୍କାର ଯୌତୁକ ଦାବି ପୂରଣ ନହେବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଏବଂ ଶାଶୁଘରର ଅନ୍ୟ ଚାରିଜଣ ସଦସ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

୨୦ ଲକ୍ଷ ଟଙ୍କା ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ପୋଲିସ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ନାମ ସୋନମ ସିଂ (୩୨) ବୋଲି ଜଣାପଡିଛି। ସୋନମଙ୍କ ମା’ ମଞ୍ଜୁ ଦେବୀଙ୍କ ଅଭିଯୋଗ କ୍ରମେ ବୈରିୟା ଥାନାରେ ଏହି ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ, ୨୦୨୩ ମସିହା ଡିସେମ୍ବର ୧୧ ତାରିଖରେ ସୋନମଙ୍କ ବିବାହ ସୋନବରସା ଗ୍ରାମର ମାର୍କଣ୍ଡେୟ ସିଂଙ୍କ ସହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହର କିଛି ଦିନ ପରେ ଶାଶୁଘର ଲୋକେ ଅତିରିକ୍ତ ୨୦ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦାବି କରି ସୋନମଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ

ମାର୍ଚ୍ଚ ୪ ତାରିଖରେ ସୋନମଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ମୃତଦେହକୁ ଫାଶୀରେ ଝୁଲାଇ ଦେଇଥିଲେ ବୋଲି ଏଫଆଇଆରରେ ଦର୍ଶାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଫାଶୀ ବୋଲି ସ୍ପଷ୍ଟ ହୋଇଛି।

୫ ଜଣଙ୍କ ନାମରେ ମାମଲା, ପୋଲିସର ତଦନ୍ତ ଜାରି

ଏହି ଘଟଣାରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଏବଂ ଯୌତୁକ ନିଷେଧ ଆଇନ ବଳରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ସ୍ୱାମୀ ମାର୍କଣ୍ଡେୟ ସିଂ, ଶ୍ୱଶୁର ଅନିଲ ସିଂ, ଶାଶୁ ଦେବନ୍ତୀ ସିଂ, ଦିଅର ପୀୟୁଷ ସିଂ ଏବଂ ନଣନ୍ଦ ମଣି ସିଂ ସାମିଲ ଅଛନ୍ତି। ବୈରିୟା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସିଂ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମଦ କାରବାରକୁ ବିରୋଧ କରି ସାନଅଁଳ ଗ୍ରାମର ମହିଳା ସଂଘ ପକ୍ଷରୁ ତହସିଲଦାରଙ୍କୁ ଘେରାଉ କରାଯାଇଛି। ଗାଁ ପାଖରେ ମଦ ଦୋକାନ ଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଫାଇଲିନ ଘରେ ମଦ ଦୋକାନ

ମିଳିଥିବା ସୂଚନା ମୁତାବକ, କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ମଦ ଦୋକାନ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ବାତ୍ୟା ଫାଇଲିନ ସମୟରେ କ୍ଷତିଗ୍ରସ୍ତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ଘରେ ଏହି ମଦ ଦୋକାନ ଚାଲୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନାର ଘର କିଭଳି ମଦ ଦୋକାନ ପାଇଁ ବ୍ୟବହାର ହେଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା

ମଦ ଦୋକାନ ଯୋଗୁଁ ସାନଅଁଳ ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ମଦୁଆ ଯୁବକମାନେ ମଦ ପିଇ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାରୁ ମା’ ଭଉଣୀମାନେ ରାସ୍ତାରେ ଯିବାଆସିବା କରିବାକୁ ଭୟ କରୁଛନ୍ତି। ଏହା ସହିତ ଛୋଟ ପିଲାମାନଙ୍କ ଉପରେ ଏହାର ଖୁବ୍ ଖରାପ ପ୍ରଭାବ ପଡୁଛି। ପୂର୍ବରୁ ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟ ହୋଇ ମହିଳା ସଂଘ ଆଜି ତହସିଲ ଅଫିସ୍ ଆଗରେ ଧାରଣା ଦେବା ସହ ତହସିଲଦାରଙ୍କୁ ଘେରାଉ କରିଥିଲେ।

ବେଙ୍ଗାଲୁରୁରେ ଲଜ୍ଜା: ଇନଷ୍ଟାଗ୍ରାମ ବନ୍ଧୁ ଡାକିଲେ ପାର୍ଟିକୁ, ନିଶା ବଟିକା ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ବେଙ୍ଗାଲୁରୁରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟା କଲେଜ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ତାମିଲନାଡୁର ତିରୁପୁର ଅଞ୍ଚଳର ଏବଂ ସେ ୫ ମାସ ତଳେ ପାଠ ପଢ଼ିବା ପାଇଁ ବେଙ୍ଗାଲୁରୁ ଆସିଥିଲେ।

ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା

ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ମାସରେ ଇନଷ୍ଟାଗ୍ରାମ (Instagram) ମାଧ୍ୟମରେ ଛାତ୍ରୀଙ୍କର ଡିକ୍ସନ୍ ସାଣ୍ଡୋ (୨୧) ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ ସେମାନେ କିଛି ଥର ପରସ୍ପରକୁ ଭେଟି ମଧ୍ୟ ଥିଲେ।

ପାର୍ଟି ବାହାନାରେ ଡାକି ନିଶା ଦେଲେ

ଘଟଣାଟି ଫେବୃଆରୀ ୧୪ ତାରିଖ ରାତିରେ ଘଟିଥିଲା। ଛାତ୍ରୀ ଜଣକ ନିଜର ଜଣେ ବାନ୍ଧବୀଙ୍କ ସହ ଡିନର ପାଇଁ ବନଶଙ୍କରୀ ଯାଇଥିବା ବେଳେ ଡିକ୍ସନ୍ ତାଙ୍କୁ ଫୋନ୍ କରି ଉତ୍ତର ବେଙ୍ଗାଲୁରୁ ସ୍ଥିତ ରେକ୍ସ ଭିଲ୍ଲା (Rex Villa) କୁ ଏକ ପାର୍ଟି ପାଇଁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ଡିକ୍ସନ୍ ତାଙ୍କୁ ନିଖିଲ (୩୫) ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ। ଅଭିଯୋଗ ମୁତାବକ, ଉଭୟ ଅଭିଯୁକ୍ତ ଛାତ୍ରୀଙ୍କୁ ବାଧ୍ୟ କରି ଏକ ‘ଗୋଲାପୀ ରଙ୍ଗର ବଟିକା’ ଖୁଆଇ ଦେଇଥିଲେ, ଯାହା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ହତ୍ୟା ଧମକ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ

ଚେତାଶୂନ୍ୟ ଅବସ୍ଥାରେ ଉଭୟ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ହୋସ୍ ଆସିବା ପରେ ସେ ନିଜକୁ ଏକ ବନ୍ଦ କୋଠରୀରେ ପାଇଥିଲେ। ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ଛାତ୍ରୀ ଜଣକ ପ୍ରଥମେ ଚୁପ୍ ରହିଥିଲେ ମଧ୍ୟ ପରେ ନିଜ ଭାଇଙ୍କୁ ସମସ୍ତ କଥା ଜଣାଇ ହସ୍ପିଟାଲ ଯାଇଥିଲେ। ବର୍ତ୍ତମାନ ଅମୃତହଲ୍ଲୀ ପୋଲିସ (Amruthahalli Police) ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଲକ୍ଷ୍ନୌରେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଦୁର୍ବ୍ୟବହାର; ଛୁଟିରେ ଆସି ଦଲାଲକୁ ନିର୍ଧୁମ ଛେଚିଲେ ସ୍ୱାମୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଆଇଆଇଏମ ରୋଡ ନିକଟ ଏଲଡିକୋ ସିଟି ଅଞ୍ଚଳରେ ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରପର୍ଟି ବ୍ରୋକର ବୋଲି ଜଣାପଡିଛି। ତେବେ ଘଟଣା ପରେ ସେନା ଅଧିକାରୀ ଜଣକ ନିଜ ପତ୍ନୀଙ୍କ ସହ ହୋଇଥିବା ଦୁର୍ବ୍ୟବହାରର କଡ଼ା ଜବାବ ଦେଇଛନ୍ତି।

इस मोलेस्टर का नाम राज शुक्ला हैं और ये प्रॉपर्टी ब्रोकर का काम करता हैं ।

लखनऊ में एक आर्मी ऑफिसर की पत्नी को फ्लैट दिखाने ले गया फिर फ्लैट में महिला को अकेला पा कर इसने महिला के साथ छेड़खानी की और जब महिला ने इसकी वीडियो बनाई और छेड़खानी का विरोध किया तो ये हाथ जोड़ कर माफी… pic.twitter.com/Ven5DSmPuC

— Abhishek Rao (@love_donor_abhi) February 8, 2026

ଘର ଦେଖାଇବା ବାହାନାରେ ଅସଦାଚରଣ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ରାଜ ଶୁକ୍ଲା ଏବଂ ସେ ଜଣେ ଜମି ଦଲାଲ ବା ବ୍ରୋକର ଭାବରେ କାମ କରନ୍ତି। ପୀଡ଼ିତା ମହିଳା ଜଣକ ଘର ଭଡ଼ା ନେବା ପାଇଁ ଉକ୍ତ ବ୍ରୋକରଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଇଣ୍ଡିଗୋ ସିଟି ଅଞ୍ଚଳରେ ଏକ ଫ୍ଲାଟ ଦେଖାଇବା ବାହାନାରେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଫ୍ଲାଟ ଦେଖିବା ସମୟରେ ଅଭିଯୁକ୍ତ ଜଣକ ସୀମା ପାର କରି ମହିଳାଙ୍କ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ।

ଛୁଟିରେ ଆସି ଦଲାଲକୁ ପିଟିଲେ ସ୍ୱାମୀ

ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ଭାରତୀୟ ସେନାରେ ଡ୍ୟୁଟିରେ ଥିଲେ। ପତ୍ନୀଙ୍କ ସହ ଘଟିଥିବା ଏହି ଘୃଣ୍ୟ ଘଟଣା ବିଷୟରେ ଜାଣିବା ପରେ ସେ ଅତ୍ୟନ୍ତ ବିଚଳିତ ହୋଇପଡିଥିଲେ। ନିଜର ବୃତ୍ତିଗତ ଦାୟିତ୍ୱ ସାରି ସେ ପ୍ରାୟ ସାତ ଦିନ ପରେ ଲକ୍ଷ୍ନୌ ଫେରିଥିଲେ। ଘରକୁ ଫେରିବା ପରେ ସେନା ଅଧିକାରୀ ଜଣକ ଅଭିଯୁକ୍ତ ବ୍ରୋକରକୁ ଧରି ନିସ୍ତୁକ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି।

ଭାଇରାଲ ହେଉଛି ଭିଡିଓ

ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣକ ଅଭିଯୁକ୍ତ ଉପରେ ଚିତ୍କାର କରୁଥିବା ଏବଂ ତାଙ୍କୁ ଛୁଇଁବାକୁ କିପରି ସାହସ କଲ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଭିଯୁକ୍ତ ଜଣକ ବାରମ୍ବାର କ୍ଷମା ମାଗୁଥିବା ମଧ୍ୟ ଦେଖାଯାଉଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନେ ବ୍ରୋକରମାନଙ୍କର ବ୍ୟାକଗ୍ରାଉଣ୍ଡ ଯାଞ୍ଚ ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଠୋର ନିୟମ ଦାବି କରିଛନ୍ତି।

ଧଉଳିରେ ଲଜ୍ଜାଜନକ ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, 'ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ'
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀରେ ବର୍ବରତା ଓ ଅରାଜକତା ସୀମା ଟପୁଥିବା ବେଳେ ଏଠାରେ ମହିଳା ଓ ନାବାଳିକାମାନେ କେତେ ସୁରକ୍ଷିତ, ତାହା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ନବୀନ କହିଛନ୍ତି।

https://twitter.com/Naveen_Odisha/status/2000842825441681868

ଏହି ଜଘନ୍ୟ କାଣ୍ଡ ପରେ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସେ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧୀମାନେ ଭୟଶୂନ୍ୟ ହୋଇପଡ଼ିଛନ୍ତି ଏବଂ ସରକାର ନିଜର ବିଶ୍ୱସନୀୟତା ହରାଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସରକାର କେବେ ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ରାଜ୍ୟ ସରକାରଙ୍କ ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। କେବଳ ଘଟଣା ଘଟିବା ପରେ ନୁହେଁ, ବରଂ ପୂର୍ବରୁ ଅପରାଧକୁ ରୋକିବା ଦିଗରେ ସରକାର ତତ୍ପର ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।

ଖବର ଅନୁଯାୟୀ,  ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ  ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣା‌ରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ  କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।

ବ୍ରହ୍ମପୁରରେ କାଷ୍ଟିଂ କାଉଚ୍‌ : ହିରୋଇନ୍‌ କରାଇଦେବାକୁ କହି ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ!
ବ୍ରହ୍ମପୁର : ଚଳଚ୍ଚିତ୍ରରେ ହିରୋଇନ୍‌ କରାଇଦେବାକୁ କହି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ। କାଷ୍ଟିଂକାଉଚ୍‌ର ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନାରେ। ବ୍ରହ୍ମପୁର ଉପକଣ୍ଠର ଯୁବକ ତଥା ନିର୍ଦ୍ଦେଶକ ଶିବ ନାହାକ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ନେତ୍ରୀଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନାନୁଯାୟୀ, ଶିବ ନିଜକୁ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପରିଚୟ ଦେବା ସହ ତାଙ୍କର ଏକ ଚ୍ୟାନେଲ ଥିବା ମଧ୍ୟ କହିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ କହିଥିଲେ। ଏଥିରେ ଅଭିନୟ କରିବା ପାଇଁ ଯୁବତୀଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଏହି ଚଚ୍ଚଚ୍ଚିତ୍ର କରିବା ଉଦ୍ଦେଶ୍ୟରେ ଶିବ ଫୋନ କରି ଯୁବତୀଙ୍କୁ ଡାକି ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଦୀର୍ଘ ଦିନର ବନ୍ଧୁତା ପରେ ନିର୍ଦ୍ଦେଶକ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ଏହା ପରେ ଚଳଚ୍ଚିତ୍ର ଲାଗି ଏନ୍‌ଓସି ମିଳିଥିବା ଓ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସେ ଯୁବତୀଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଉଭୟଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା।

୨୦୨୪ ଜୁନ୍‌ ୧୦ ତାରିଖରେ ଶିବ ବାଲିଗୁଡ଼ାରୁ ଯୁବତୀଙ୍କୁ ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଏକ ଘରଭଡ଼ା ନେଇ ରହିଥିଲେ। ଏଠାରେ ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ରହିଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମ ଯୋଗୁଁ ଯୁବତୀଜଣଙ୍କ ଅସୁସ୍ଥ ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସା କରାଇଥିଲେ। ତେବେ, ପରେ ଯୁବତୀଜଣଙ୍କ ଶିବଙ୍କୁ ବିବାହ କରିବାକୁ କହିବାରୁ ସେ ଆଉ ଶୁଣିନଥିଲେ। ଏପରିକି, ଯୁବତୀଜଣଙ୍କ ଶିବଙ୍କ ପରିବାରଲୋକଙ୍କୁ ଏ ସଂପର୍କ‌ରେ ଜଣାଇଥିଲେ ମଧ୍ୟ ତାଙ୍କ ପରିବାରଲୋକ ରାଜି ହୋଇନଥିଲେ। ତେଣୁ, ଅନ୍ୟ ଉପାୟ ନ ପାଇ ଶେଷରେ ଯୁବତୀଜଣଙ୍କ ଆଇନର ଆଶ୍ରୟ ନେଇଛନ୍ତି।