Indian Parliament - The Sakala

ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତ: ବୋଇଙ୍ଗ ଡ୍ରିମଲାଇନରର ଫୁଏଲ୍ ସୁଇଚରେ କୌଣସି ତ୍ରୁଟି ନାହିଁ, ସଂସଦରେ କହିଲେ ସରକାର
ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର (Boeing 787-8 Dreamliner) ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ (ଫୁଏଲ୍ କଣ୍ଟ୍ରୋଲ୍ ସୁଇଚ୍) ଲକିଂ ମେକାନିଜିମରେ କୌଣସି ତ୍ରୁଟି ମିଳିନାହିଁ ବୋଲି ସରକାର ସଂସଦକୁ ସୂଚନା ଦେଇଛନ୍ତି। ଗତ ବର୍ଷ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏହି ଫୁଏଲ୍ ସୁଇଚ୍, ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା।

ଫେବୃଆରୀରେ ଗ୍ରାଉଣ୍ଡେଡ୍ ହୋଇଥିଲା ବିମାନ

ଗତ ଫେବୃଆରୀ ୨୦୨୬ରେ ଲଣ୍ଡନ-ବେଙ୍ଗାଲୁରୁ ଉଡ଼ାଣ (AI 132) କରୁଥିବା ଏକ ବିମାନର ପାଇଲଟ୍ ଇନ୍ଧନ ସୁଇଚରେ ସମ୍ଭାବ୍ୟ ତ୍ରୁଟି ନେଇ ରିପୋର୍ଟ କରିବା ପରେ ଉକ୍ତ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଦୁଇ ଥର ଚେଷ୍ଟା ସତ୍ତ୍ୱେ ଫୁଏଲ୍ ସୁଇଚ୍ ନିଜର 'ରନ୍ (run)' ପୋଜିସନରେ ଲକ୍ ହୋଇପାରିନଥିଲା ଏବଂ ସାମାନ୍ୟ ଚାପ ପଡ଼ିବା କ୍ଷଣି 'କଟ୍-ଅଫ୍ (cutoff)' ଅବସ୍ଥାକୁ ଖସି ଆସୁଥିଲା। ଏହି ଘଟଣା ପରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଏହାକୁ ବିବେଚନା କରି ଡିଜିସିଏ (DGCA) ଅଧିକାରୀଙ୍କ ଉପସ୍ଥିତିରେ ଆମେରିକାର ସିଆଟେଲ ସ୍ଥିତ ବୋଇଙ୍ଗ କେନ୍ଦ୍ରରେ ବିମାନର 'ଥ୍ରଷ୍ଟ କଣ୍ଟ୍ରୋଲ୍ ମଡ୍ୟୁଲ'ର ବିସ୍ତୃତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ଅସ୍ୱାଭାବିକତା ଦେଖାଯାଇ ନାହିଁ।

୨୦୨୫ ଅହମ୍ମଦାବାଦ ଦୁର୍ଘଟଣା ସହ ଲିଙ୍କ୍

ଜୁନ୍ ୧୨, ୨୦୨୫ରେ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନ (AI-171) ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିଥିଲା। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ବିମାନରେ ଥିବା ଏବଂ ତଳେ ଥିବା ଲୋକଙ୍କୁ ମିଶାଇ ସମୁଦାୟ ୨୬୦ ଜଣଙ୍କର ପ୍ରାଣହାନି ଘଟିଥିଲା। ଗତ ବର୍ଷ ଜୁଲାଇରେ ପ୍ରକାଶ ପାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ଫୁଏଲ୍ ସୁଇଚର ତ୍ରୁଟି ଉପରେ ସନ୍ଦେହ କରାଯାଉଥିଲା।

ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା

ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଗୋଟିଏ ପଟେ ବୋଇଙ୍ଗର ଫୁଏଲ୍ ସୁଇଚରେ ତ୍ରୁଟି ନମିଳିବା ଏବଂ ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ବିମାନର ଇନ୍ଧନ ସପ୍ଲାଏ ବନ୍ଦ ହୋଇଯିବା ଘଟଣା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। ସରକାରୀ ସୂତ୍ର ଅନୁଯାୟୀ, ଖୁବଶୀଘ୍ର AAIB ଏହାର ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ କରିବ, ଯାହା ଭାରତର ସବୁଠାରୁ ବଡ଼ ବିମାନ ଦୁର୍ଘଟଣାର ଅସଲ କାରଣ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି।

ବିପୁଳ କ୍ଷତିରେ ସହାୟତା ନଗଣ୍ୟ,ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ : ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନଡିଆରଏଫର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି। ମୂଳ ଆଇନରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ପଦାଧିକାରୀମାନଙ୍କ ଦାୟିତ୍ବକୁ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ବିଲରେ ଏସବୁର ବିପରୀତ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ଏଣୁ ଏହି ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।

ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପର୍କରେ ଆଲୋଚନା ବେଳେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି -ଗତ ୨୫ ବର୍ଷରେ ଓଡିଶା ୧୭ଟି ବଡ ବନ୍ୟା, ୧୧ଟି ମରୁଡି, ୧୨ରୁ ଅଧିକ ସାଇକ୍ଲୋନର ସମ୍ମୁଖୀନ ହୋଇଛି। ଏହି ସବୁ କାରଣରୁ ୨୦୦୦ରୁ ୨୦୨୦ ମଧ୍ୟରେ ଓଡ଼ିଶା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିର ଏକ ଦଶମାଂଶ ଅର୍ଥାତ ମାତ୍ର ୭ ହଜାର ୫୦୦ କୋଟିରୁ କମ୍ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନଗଣ୍ୟ ଅନୁଦାନ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କ ଲାଗି ଏକ ଉପହାସ। ତେଣୁ ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ କେନ୍ଦ୍ର ସରକାର ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ସାଂସଦ ମାନସ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି ଯେ  ୨୯ ଅକ୍ଟୋବର ୧୯୯୯ ମହାବାତ୍ୟାରେ ଓଡ଼ିଶା ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ସରକାରୀ ରିପୋର୍ଟ ଥିଲେ ବି ଏହି ସଂଖ୍ୟା ବହୁତ ଅଧିକ ଥିଲା। ଏଥିରେ ୧୩ ଲକ୍ଷ ହେକ୍ଟର ଧାନଚାଷ, ୧ ଲକ୍ଷ ୭୬ ହଜାର ହେକ୍ଟର ଉଦ୍ୟାନ ଚାଷ, ୨ ଲକ୍ଷ ୫୭ ହଜାର ହେକ୍ଟର ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଦହୁଦ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ଆସିଥିଲା ସାଇକ୍ଲୋନ ୟାସ। ନବୀନଙ୍କ ଦୃଢ ନେତୃତ୍ବ ବଳରେ ଏହି ସମସ୍ତ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିଲା। କ୍ଷୟକ୍ଷତି ପରିମାଣ ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଏହି ସଫଳତା କାରଣରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଭ କରିଥିଲା। ପ୍ରତି ଜୀବନ ମୂଲ୍ୟବାନ ସଂକ୍ରାନ୍ତ ନବୀନଙ୍କ ବାର୍ତ୍ତାକୁ ବି ଜାତିସଂଘ ପ୍ରଶଂସା କରିଥିଲା।

ଓଡିଶାକୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ରାଜ୍ୟରେ ପରିଣତ କରିବାରେ ନବୀନଙ୍କ ଭୂମିକା ଅଗ୍ରଗଣ୍ୟ। ଏହି ସଫଳତା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଯାଇନାହିଁ। ପ୍ରସ୍ତାବିତ ସଂଶୋଧନ ବିଲ୍ ଏହି ପାଣ୍ଠିର ବ୍ୟବସ୍ଥା ନେଇ ଅଧିକ ଆଶଙ୍କା ସୃଷ୍ଟି କରୁଛି। ୨୦୦୫ର ମୂଳ ଆଇନରେ ବିପର୍ଯ୍ୟୟ ମୁକାବିଲାକୁ ଏକ ବିପଜ୍ଜନକ ବିପର୍ଯ୍ୟୟ ସ୍ଥିତି ବା ବିପର୍ଯ୍ୟୟ ବୋଲି ଦର୍ଶାଯାଇଛି। ମାତ୍ର ନୂଆ ବିଲରେ ବିପର୍ଯ୍ୟୟ ପରିଚାଳନାରର ବିଭିନ୍ନ ଦିଗକୁ ବିଚାର କରାଯିବ ବୋଲି ରହିଛି। ଏହି ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଦାୟକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଏହି ପାଣ୍ଠିର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି ସରକାର।

ଯାହା ବିପର୍ଯ୍ୟୟ ସମୟରେ ରିଲିଫ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଏହା ବାଧା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି- ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ଜିଡିପିକୁ ସହରାଞ୍ଚଳ ୬୦ ପ୍ରତିଶତ ଅବଦାନ ଦେଇଥାନ୍ତି। ମାତ୍ର ସଂଶୋଧନ ବିଲରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏସଡିଏମଏ ଜରିଆରେ ବିପର୍ଯ୍ୟୟ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇଛି। ଆର୍ଥିକ ସଶକ୍ତିକରଣ ବଦଳରେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ଅଧିକ ସମସ୍ୟା ସୃଷ୍ଟି କରିବ। ତତକାଳୀନ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାରଙ୍କ ଆଖିଦୃଶିଆ ଉଦାହରଣ ସତ୍ତ୍ବେ ପାଣ୍ଠି କ୍ଷେତ୍ରରେ ରାଜ୍ୟକୁ ବାରମ୍ବାର ଅବହେଳିତ କରାଯାଇଛି। ତେଣୁ ରାଜ୍ୟକୁ ଉପକୃତ କରିପାରିବା ପରି ଏକ ବିପର୍ଯ୍ୟୟ ପରିଚାଳନା ନୀତି ସରକାର ଆଣନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ।