Chhendipada - The Sakala

ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ନୃଶଂସ ବାପା
ଅନୁଗୁଳ: ବାପା ଦେଲା ପୁଅକୁ ଚେଙ୍କ । ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ ୧୨ ବର୍ଷର ନାବାଳକକୁ ସାବତ ମା ସ୍କୁଲ ଯିବାକୁ ମନା କରିଥିଲା । ସେଥିପାଇଁ ନାବାଳକ ଜଣଙ୍କ ସ୍କୁଲ ଯାଇ ନଥିଲା । ସ୍କୁଲ ନଯିବା ରାଗରେ ବାପା ସୁବାସ ପ୍ରଧାନ ପୁଅକୁ ମାଡ ମାରିବା ସହ ଗୋଡ଼ହାତରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମା ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏହି ଘଟଣା ଘଟି ଥିବା ବେଳେ ନାବାଳକ ଜଣଙ୍କ ଏହି ଚେଙ୍କ ପାଇଁ ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲଡ଼ ଲାଇନକୁ ଯୋଗାଯୋଗ କରିଥିଲେ । ପୁଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମାକୁ ଅଟକ ରଖି ପଚରାଉଚରା କରାଯାଉଛି ।

କରୋନା ଭୟରେ ମୃତକଙ୍କୁ ଛୁଇଁଲେନି ଘରଲୋକ, ଶବ ବୋହିଲେ ଛେଣ୍ଡିପଦା ବିଡିଓ
ଛେଣ୍ଡିପଦା : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ପ୍ରତି ଆତଙ୍କ ଖେଳାଇ ଦେଇଛି। ପ୍ରତ୍ୟେକ ଗାଁ ଗଣ୍ଡା ଓ ପୁରପଲ୍ଲୀରେ ଏହି ରୋଗର ଭୟାବହତା ବଢ଼ି ଚାଲିଛି। ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି। କରୋନା ମହାମାରୀ ଯୋଗୁଁ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ଗୋହିରାପଶି ଗ୍ରାମରେ ଏକ ଅଭାବନୀୟ ତଥା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସନ୍ଦେହ କରି ମୃତକଙ୍କ ଶବକୁ ନିଜ ରକ୍ତ ସମ୍ପର୍କୀୟ ପରିବାର ଲୋକେ ଓ ପାଖ ପଡ଼ୋଶୀ କେହି ଶବ ପାଖକୁ ଯାଇ ନ ଥିଲେ। ଏପରିକି ଛୁଇଁ ନ ଥିଲେ। ଫଳରେ ଦୀର୍ଘ ୧୬ ଘଣ୍ଟା ଧରି ମୃତକଙ୍କ ଶବ ଘର ଅଗଣାରେ ପଡ଼ି ରହିଥିଲା। ମୃତକ ଜଣକ ହେଲେ ଗୋହିରାପଶି ଗ୍ରାମର ଗୋବିନ୍ଦ ମାଝୀ (୬୫ ବର୍ଷ)। ଶେଷରେ ବିଡିଓ ଶବକୁ କାନ୍ଧ ଦେଇଥିଲେ ଓ ଶେଷକୃତ୍ୟ ସଂପନ୍ନ କରିଥିଲେ।

ସୂଚନା ମୁତାବକ, ଆଜକୁ ପ୍ରାୟ ୩/୪ ଦିନ ଧରି ଗୋବିନ୍ଦ ମାଝୀ ଥଣ୍ଡା, କାଶ, ଜ୍ବର ସାଙ୍ଗକୁ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେ ଡାକ୍ତରୀ ଚିକିତ୍ସା କରିବା ସହ ନିଜ ଘରେ ଚିକିତ୍ସା ହେବା ସହ ଔଷଧ ସେବନ କରୁଥିଲେ। ମାତ୍ର ଶୁକ୍ରବାର ରାତି ପ୍ରାୟ ଆଠଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏପରିକି ତାଙ୍କର କରୋନା ସଂକ୍ରମିତ ଭାବେ ସ୍ୱାବ ନମୁନା ପରୀକ୍ଷା କରାଯାଇ ନ ଥିଲା। ତେଣୁ ତାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା, ତା’ର ସଠିକ ତଥ୍ୟ ମିଳିନାହିଁ। ଅପରପକ୍ଷରେ ତାଙ୍କର କରୋନା ପଜିଟିଭ ସଂକ୍ରମିତ ହୋଇ ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକେ, ପଡ଼ୋଶୀ ଓ ଗାଁ ଲୋକେ ସନ୍ଦେହ କରିଥିଲେ। ତେଣୁ କରୋନା ମହାମାରୀ ଭୟରେ ନିଜର ରକ୍ତ ସମ୍ପର୍କୀୟ ଅର୍ଥାତ୍ ପୁଅ ମଧ୍ୟ ବାପାଙ୍କ ମୃତଦେହକୁ ଛୁଇଁଲେ ନାହିଁ କିମ୍ବା ପାଖକୁ ଯାଇ ନ ଥିଲେ। ଏପରିକି ଗାଁ ଲୋକ ଶବ ସତ୍କାର କରିବା ତ ଦୂରର କଥା ପାଖକୁ ମଧ୍ୟ ଯାଇ ନ ଥିଲେ।

ଏଭଳି ସ୍ଥିତିରେ ଦୀର୍ଘ ୧୬ ଘଣ୍ଟା ଧରି ଶବ ପଡ଼ିରହିଥିଲା। ସ୍ଥାନୀୟ ପରିବାର ଲୋକେ ଓ ଗ୍ରାମବାସୀ ନିଜର ମାନବିକତା ହରାଇ ବସିଥିଲେ। ଶେଷରେ ଆଜି ଶନିବାର ଦିନ ପ୍ରାୟ ୧୨ଟା ସମୟରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୂଚନା ପାଇ ଛେଣ୍ଡିପଦା ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାଥୀରେ ଥିଲେ ବିଡିଓ। ପିପିଇ କିଟ୍ ପରିଧାନ କରିବା ସହିତ ମୁହଁରେ ମାସ୍କ ପରିଧାନ କରି ନିଜ ଜୀବନକୁ ବାଜି ଲଗାଇ ଜଣେ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ସରପଞ୍ଚ ନାରାୟଣ ସାହୁ, ମୃତକଙ୍କ ପୁଅ ମୁନା ମାଝୀ ୪ ଜଣ ଯାକ ୪ କାନ୍ଧ ଦେଇଥିଲେ। ଗାଁ ମୁଣ୍ଡରେ ଥିବା ଏକ ଖୋଲା ପଡ଼ିଆରେ ମୃତକଙ୍କ ଶବକୁ ଯଥାରୀତି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା। ସର୍ବୋପରି ଛେଣ୍ଡିପଦା ବିଡିଓ ନିଜ ଜୀବନକୁ ବିପନ୍ନ କରି ଯେଉଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର ମାନବିକତା ମୂଲ୍ୟବୋଧ ପ୍ରଦର୍ଶନ କରିଛନ୍ତି, ତାହାକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି। ଏ ନେଇ ମଧ୍ୟ ଛେଣ୍ଡିପଦା ବ୍ଲକ ସମେତ ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।