micro contentment zone - The Sakala

ରାଉରକେଲାର ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଉ ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନି, ଛେଣ୍ଡ୍ ଏଲସିଆର କ୍ୱାର୍ଟର ଅଞ୍ଚଳ ଏବଂ ସିଭିଲ ଟାଉନସିପର ଏନ୍-୪ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କଟକଣା ଜାରି ରହିବ ।

ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେଠାରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟ ଥିଲେ ତାହା ବନ୍ଦ ରହିବ । ସମ୍ପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧପତ୍ର ପହଞ୍ଚାଇବ ମହାନଗର ନିଗମ । ଏଥିପାଇଁ ମହାନଗର ନିଗମର ଅଧିକାରୀମାନଙ୍କ ନମ୍ବର ଜାରି କରାଯାଇଛି । ମହାନଗରରେ କରୋନା ଚେନ୍ ଭାଙ୍ଗିବାକୁ ଆରଏମସି ପଦକ୍ଷେପ ନେଇଛି । ତେଣୁ ଏହି ସମୟରେ କେହି ଘରୁ ବାହାରନ୍ତୁ ନାହିଁ ।

ଯଦି କାହା ଘରେ କାହାର କୋଭିଡ୍ ଲକ୍ଷଣ ରହିଛି ସେମାନେ ଟେଷ୍ଟିଂ କରିବାକୁ ଆଗେଇ ଆସନ୍ତୁ । ବ୍ୟାପକ ଟେଷ୍ଟିଂ କରି ଆମେ କରୋନା ଭାଇରସକୁ ଚିହ୍ନଟ କରିପାରିବା । ଲୋକଙ୍କର କାହାର କିଛି ସହାୟତା ଆବଶ୍ୟକ ଥିଲେ ମାଗଣାରେ ରାଉରକେଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧ ୮୨୧ ୩୮କୁ କଲ୍ କରିପାରିବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।