dead-woman - The Sakala

ମୃତ୍ୟୁ ପରେ ମହିଳାଙ୍କ ଶବକୁ ଦିଆଗଲା ଫାଶୀ
ତେହେରାନ: ଇରାନରେ ସରିଆ ଆଇନର ଥିବା ନିଷ୍ଠୁରତା ସାମ୍ନାକୁ ଆସିଛି। ଏଠାରେ ଫାଶୀଦଣ୍ଡାଦେଶ ପାଇଥିବା ଜଣେ ମହିଳା ଜହରା ଇସ୍ମାଇଲ ହୃଦଘାତରେ ପ୍ରାଣ ହରାଇବା ପରେ ତାଙ୍କ ଶବକୁ ଫାଶୀ ଦିଆଯାଇଛି। ଓକିଲଙ୍କ ଦାବି ଅନୁଯାୟୀ ପୀଡିତାଙ୍କ ଶାଶୂ’ଙ୍କୁ ଜହରାଙ୍କ ମୃତ୍ୟୁର ଚୌକିକୁ ହଟାଇବା ଅଧିକାର ଦେବା ପାଇଁ ଶବକୁ ଫାଶୀ ଦିଆଯାଇଛି। ନିଜ ପତିଙ୍କୁ ହତ୍ୟା କରିବା ଦୋଷରେ ଜହରାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ତାଙ୍କ ପତି ଇରାନ ସେନାର ଗୁଇନ୍ଦା ଅଧିକାରୀ ଥିଲେ। ଏହି ଅଧିକାରୀ ଜହରା ଏବଂ ଝିଅକୁ ଉତ୍ପୀଡନ ଦେଉଥିଲେ। ଓକିଲଙ୍କ ଅନୁଯାୟୀ ଅନ୍ୟ ୧୬ ଜଣଙ୍କ ସହିତ ଜହରାଙ୍କୁ ଫାଶୀ ଦିଆଯାଇଥାନ୍ତା।

ସୂଚନା ଅନୁଯାୟୀ ଜହରାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ରଜାଇ ସହର ସ୍ଥିତ ଜେଲରେ ଗତ ବୁଧବାର ଫାଶୀ ଦିଆଯାଇଥିଲା। କାରଣ ତାଙ୍କୁ ଶାଶୂଙ୍କୁ ପାଦ ତଳୁ ମୃତ୍ୟୁର ଚୌକିକୁ ହଟାଇବାର ଥିଲା। ସରିଆ ଆଇନ ଅନୁଯାୟୀ ଶାଶୂଙ୍କୁ ଏହି ଅଧିକାରୀ ମିଳିଛି। ଏହି ଆଇନରେ ଆଖି ବଦଳରେ ଆଖିର ନିୟମ ରହିଛି। ସୂଚନାଯୋଗ୍ୟ ଯେ ବିଶ୍ବରେ ଫାଶୀ ଦେବା ମାମଲାରେ ଇରାନ ଚୀନ ପରେ ଦ୍ବିତୀୟ ସ୍ଥାନରେ ରହିଛି।