political controversy - The Sakala

ନ୍ୟାସନାଲ ହେରାଲ୍ଡ ମାମଲାର ଚାର୍ଜସିଟ୍‌ ପରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାବ୍ୟତୀତ କଂଗ୍ରେସର ଦରିଆପାରି ସାଂଗଠନିକ ମୁଖ୍ୟ ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛି। ଗତ ୯ ତାରିଖରେ ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଳ ଗୋଗନେ ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଗତ ୧୧ ତାରିଖରେ ଇଡିନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲା ସହ ଜଡ଼ିତ ଏବଂ ପୂର୍ବରୁ ଜବତ କରାଯାଇଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ)ର ସମ୍ପତ୍ତିଗୁଡିକୁ ଇଡି ନିଜ ଦଖଲକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହିକ୍ରମରେ ସୋନିଆ ଏବଂ ରାହୁଲଙ୍କ ଅଧୀନରେ ରହିଥିବା ସମ୍ପତ୍ତି ବ୍ୟତୀତ ଏଜେଏଲ୍‌ର ଯେଉଁସବୁ ସମ୍ପତ୍ତି ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ରହିଛି ତାହାକୁ ନିଜ ଦଖଲକୁ ନେବା ଲାଗି ଇଡି ପକ୍ଷରୁ ଏହିସବୁ ସହରର ପ୍ରପର୍ଟି ରେଜିଷ୍ଟ୍ରାରଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପୂର୍ବରୁ ୯ ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଏଜେଏଲ କମ୍ପାନୀ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶନ କରାଯାଉଥିଲା ବେଳେ ସୋନିଆ ଏବଂ ରାହୁଲଙ୍କ ଅଂଶୀଦାରରେ ରହିଥିବା ୟଙ୍ଗ ଇଣ୍ଡିଆ ଲିଃ( ୱାଇଆଇଏଲ) ଏହି କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। ଏଜେଏଲର ୨୦୦୦ କୋଟିର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ ଲି. ମାତ୍ର ୫୦ ଲକ୍ଷ ଟଙ୍କାରେ କିଣାଯାଇଥିବାରୁ ଏଥିରେ ପ୍ରବଳ ଘୋଟାଲା କରାଯାଇଛି ବୋଲି ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଥମେ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ସୋନିଆ , ରାହୁଲ ଗାନ୍ଧୀ ଏବଂ ସେମାନଙ୍କ ସହଯୋଗୀମାନେ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଏଜେଏଲର ୨ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହଡପ କରିନେଇଥିବା ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲାକୁ ନେଇ ଇଡି ଯାଞ୍ଚ କରିବା ପରେ ଏଜେଏଲ ସମ୍ପତ୍ତିକୁ ଉପଯୋଗ କରାଯାଇ ୯୮୮ କୋଟି ଟଙ୍କାର କଳା କାରବାର କରାଯାଇଥିବା ଜଣାପଡ଼ିଥିଲା। ପରେ ପରେ ଇଡି ୨୦ ନଭେମ୍ବର ୨୦୨୩ରେ ଏଜେଏଲର ସମ୍ପତ୍ତି ଆଟାଚ୍ କରିଥିଲା। ଜବତ ସମ୍ପତ୍ତିର ପରିମାଣ ପ୍ରାୟ ୭୫୧ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା। ତେବେ ଏଥିମଧ୍ୟରୁ ୬୬୧ କୋଟି ଟଙ୍କାର ସମ୍ପତ୍ତି ନିଜ ଆୟତ୍ତକୁ ନେବା ପାଇଁ ଇଡି ଗତ ୧୧ ତାରିଖରେ ପ୍ରକ୍ରିୟା ଆରମ୍ଭ କରିଥିଲା।

ବ୍ରହ୍ମପୁରରେ କାଷ୍ଟିଂ କାଉଚ୍‌ : ହିରୋଇନ୍‌ କରାଇଦେବାକୁ କହି ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ!
ବ୍ରହ୍ମପୁର : ଚଳଚ୍ଚିତ୍ରରେ ହିରୋଇନ୍‌ କରାଇଦେବାକୁ କହି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ। କାଷ୍ଟିଂକାଉଚ୍‌ର ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନାରେ। ବ୍ରହ୍ମପୁର ଉପକଣ୍ଠର ଯୁବକ ତଥା ନିର୍ଦ୍ଦେଶକ ଶିବ ନାହାକ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ନେତ୍ରୀଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନାନୁଯାୟୀ, ଶିବ ନିଜକୁ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପରିଚୟ ଦେବା ସହ ତାଙ୍କର ଏକ ଚ୍ୟାନେଲ ଥିବା ମଧ୍ୟ କହିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ କହିଥିଲେ। ଏଥିରେ ଅଭିନୟ କରିବା ପାଇଁ ଯୁବତୀଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଏହି ଚଚ୍ଚଚ୍ଚିତ୍ର କରିବା ଉଦ୍ଦେଶ୍ୟରେ ଶିବ ଫୋନ କରି ଯୁବତୀଙ୍କୁ ଡାକି ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଦୀର୍ଘ ଦିନର ବନ୍ଧୁତା ପରେ ନିର୍ଦ୍ଦେଶକ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ଏହା ପରେ ଚଳଚ୍ଚିତ୍ର ଲାଗି ଏନ୍‌ଓସି ମିଳିଥିବା ଓ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସେ ଯୁବତୀଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଉଭୟଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା।

୨୦୨୪ ଜୁନ୍‌ ୧୦ ତାରିଖରେ ଶିବ ବାଲିଗୁଡ଼ାରୁ ଯୁବତୀଙ୍କୁ ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଏକ ଘରଭଡ଼ା ନେଇ ରହିଥିଲେ। ଏଠାରେ ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ରହିଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମ ଯୋଗୁଁ ଯୁବତୀଜଣଙ୍କ ଅସୁସ୍ଥ ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସା କରାଇଥିଲେ। ତେବେ, ପରେ ଯୁବତୀଜଣଙ୍କ ଶିବଙ୍କୁ ବିବାହ କରିବାକୁ କହିବାରୁ ସେ ଆଉ ଶୁଣିନଥିଲେ। ଏପରିକି, ଯୁବତୀଜଣଙ୍କ ଶିବଙ୍କ ପରିବାରଲୋକଙ୍କୁ ଏ ସଂପର୍କ‌ରେ ଜଣାଇଥିଲେ ମଧ୍ୟ ତାଙ୍କ ପରିବାରଲୋକ ରାଜି ହୋଇନଥିଲେ। ତେଣୁ, ଅନ୍ୟ ଉପାୟ ନ ପାଇ ଶେଷରେ ଯୁବତୀଜଣଙ୍କ ଆଇନର ଆଶ୍ରୟ ନେଇଛନ୍ତି।

କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ, ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି
ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗ ପରେ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରାଯାଇଛି।

କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି କଂଗ୍ରେସର ବାକି ସମସ୍ତ ବିଧାୟକ ନିଲମ୍ବିତ ହୋଇଛନ୍ତି।

ବିଧାନସଭାରୁ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ,ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି।