policy resolution - The Sakala

ମହାନଦୀ ଜଳ ବିବାଦ : ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ
ଭୁବନେଶ୍ବର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । କିନ୍ତୁ କେବଳ ଚା କପ ଉପରେ ଆଲୋଚନା ନ କରି ତୁରନ୍ତ ସମାଧାନ କରାଯାଉ। ଛତିଶଗଡ଼ ପ୍ରଥମେ କାମ ବନ୍ଦ କରୁ, ତା ପରେ ଆଲୋଚନା କରୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ। ପୂର୍ବରୁ ଅନେକ ଥର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲା ବେଳେ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି। ଏକାଧିକ ଥର ତ୍ରିପାଖିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନ ଭାବ ପାଇଁ ସମାଧାନ ହୋଇ ପାରିନି। ତେଣୁ ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ହେଲେ କେବଳ ଚା କପ ଉପରେ ଆଲୋଚନା ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ବାକି ବନ୍ଦ କରନ୍ତୁ। ଅନେକ ବ୍ୟାରେଜ କାମ ସାରି ସାରିଲାଣି। ଅନେକ କାମ ବହୁତ ଆଗକୁ ଗଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ। କେବଳ ଟେବୁଲରେ ଆଲୋଚନା କରି, କାମ ଚାଲୁ ରହିଲେ ଏହାର କୌଣସି ଲାଭ ନାହିଁ।

ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ଚାହୁଁଛନ୍ତି, ଘଟଣାର ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ। ଏମିତି କି ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ ପାରିବ କି ନାହିଁ ସେକଥା ଦେଖନ୍ତୁ। ନୂଆ ସରକାର ସବୁବେଳେ ପୂର୍ବ ସରକାର ପୂର୍ବ ସରକାର କହି ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେପି ସରକାରଙ୍କୁ ଆହ୍ବନ ଦେଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।