internet safety - The Sakala

Pinay Gold Medalist Viral Video: ସାବଧାନ! ଏହି ଭାଇରାଲ ଭିଡିଓ ଲିଙ୍କ୍ ଖୋଲିଲେ ହୋଇପାରେ ମହାବିପଦ, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଟରନେଟରେ ‘ପିନୟ ଗୋଲ୍ଡ ମେଡାଲିଷ୍ଟ’ (Pinay Gold Medalist) ନାମରେ ଏକ ଲିଙ୍କ୍ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଲିଙ୍କରେ ଦାବି କରାଯାଉଛି ଯେ, ଜଣେ ଫିଲିପାଇନ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ ହୋଇଛି। କିନ୍ତୁ ପ୍ରକୃତ ସତ୍ୟ ହେଉଛି, ଏହା କୌଣସି ଅଲିମ୍ପିକ କେଳେଙ୍କାରୀ ନୁହେଁ, ବରଂ ଏକ ବଡ଼ ଅନଲାଇନ୍ ଠକେଇ। ଲୋକଙ୍କ ଉତ୍ସୁକତାର ଫାଇଦା ଉଠାଇ ସେମାନଙ୍କ ଡାଟା ଚୋରି କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି। ଏହି ମାମଲାରେ ଜିୟାନ୍ କାବ୍ରେରା ନାମକ ଜଣେ ବ୍ୟକ୍ତିଙ୍କ ନାମ ଯୋଡା ଯାଇଛି, ଯିଏକି ପ୍ରକୃତରେ କୌଣସି ଆନ୍ତର୍ଜାତୀୟ ଖେଳାଳି ନୁହନ୍ତି।

କାହିଁକି ଭାଇରାଲ ହେଉଛି ଏହି ଲିଙ୍କ୍?

ରିପୋର୍ଟ ଅନୁଯାୟୀ, ଏହି ପୂରା ଘଟଣାକୁ ଏକ ସୁଚିନ୍ତିତ ଯୋଜନା ମୁତାବକ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଲିମ୍ପିକ ରିଙ୍ଗ୍ ଏବଂ ରୋଚକ କ୍ୟାପସନ୍ ବ୍ୟବହାର କରାଯାଇଛି। ୨୦୨୬ ଶୀତକାଳୀନ ଅଲିମ୍ପିକ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ସମୟରେ ଏହି ଲିଙ୍କଗୁଡିକ ପ୍ରଚାର କରାଯାଉଛି। ସର୍ଚ୍ଚ ଇଞ୍ଜିନକୁ ବିଭ୍ରାନ୍ତ କରିବା ଏବଂ ଅଧିକ ଟ୍ରାଫିକ୍ ଆଣିବା ପାଇଁ ଏକ କାଳ୍ପନିକ ଅଲିମ୍ପିକ କାହାଣୀ ସୃଷ୍ଟି କରାଯାଇଛି।

ଲିଙ୍କ୍ ଖୋଲିଲେ କ’ଣ ହେବ ବିପଦ?

ଯଦି କୌଣସି ବ୍ୟକ୍ତି ଏହି ଭାଇରାଲ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ କୌଣସି ଭିଡିଓ ପ୍ଲେ ହୁଏ ନାହିଁ। ଏହା ବଦଳରେ ୟୁଜରଙ୍କୁ ଏକ ନକଲି ପେଜକୁ ନିଆଯାଏ, ଯେଉଁଠାରେ ଲଗ୍-ଇନ୍ କରିବା, ବୟସ ଯାଞ୍ଚ କରିବା କିମ୍ବା କୌଣସି ଆପ୍ ଡାଉନଲୋଡ୍ କରିବାକୁ କୁହାଯାଏ। ଏହି ୱେବସାଇଟଗୁଡିକ ଅବିକଳ ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ଦେଖାଯାଏ। ଏହା ମାଧ୍ୟମରେ ହ୍ୟାକରମାନେ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ମାଲୱେର୍ ଇନଷ୍ଟଲ୍ କରି ବ୍ୟକ୍ତିଗତ ତଥ୍ୟ ଚୋରି କରିଥାନ୍ତି।

ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ

କେବଳ ଏହି ଲିଙ୍କ୍ ଖୋଲିବା ବିପଜ୍ଜନକ ନୁହେଁ, ବରଂ ଅଶ୍ଳୀଳ କିମ୍ବା ବ୍ୟକ୍ତିଗତ ଭିଡିଓ ସେୟାର କରିବା ମଧ୍ୟ ଆଇନଗତ ଅପରାଧ। ପୂର୍ବରୁ '୧୯ ମିନିଟ୍ ଭିଡିଓ' ଭଳି ଘଟଣାରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା। ଭାରତୀୟ ଦଣ୍ଡବିଧି ଆଇନ (IPC)ର ଧାରା ୨୯୨, ୨୯୩ ଏବଂ ୩୫୪(ସି) ଅନୁଯାୟୀ ଏଭଳି ବିଷୟବସ୍ତୁ ପ୍ରସାର କଲେ ଜେଲ୍ ଦଣ୍ଡ ମିଳିପାରେ। ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଏଭଳି ସନ୍ଦିଗ୍ଧ ଲିଙ୍କରୁ ଦୂରେଇ ରୁହନ୍ତୁ ଏବଂ କୌଣସି ଅଜ୍ଞାତ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ।

ପିଲାମାନଙ୍କୁ ‘ଡିଜିଟାଲ୍ ଆଡିକ୍ଟ’ ନୁହେଁ, ‘ଡିଜିଟାଲ୍ ସଚେତନ’ କରାନ୍ତୁ: ଶିଳ୍ପା ସେଟ୍ଟୀଙ୍କ ପରାମର୍ଶ
ବର୍ତ୍ତମାନର ଡିଜିଟାଲ ଯୁଗରେ ପିଲାମାନଙ୍କୁ ଇଣ୍ଟରନେଟର କୁପ୍ରଭାବରୁ ରକ୍ଷା କରିବା ପିତାମାତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ‘ସେଫର୍ ଇଣ୍ଟରନେଟ୍ ଡେ’ (Safer Internet Day) ଅବସରରେ ପିତାମାତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନଙ୍କୁ ଇଣ୍ଟରନେଟ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ବାରଣ କରିବା ବଦଳରେ ସେମାନଙ୍କୁ ‘ଡିଜିଟାଲ୍ ସଚେତନ’ କରାଇବା ଅଧିକ ଜରୁରୀ।

୧୬ ବର୍ଷ ଯାଏଁ ନଜର ରଖିବା ‘ଯତ୍ନ’, ‘ନିୟନ୍ତ୍ରଣ’ ନୁହେଁ

ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ଇଣ୍ଟରନେଟ୍ ଗତିବିଧି ଉପରେ ନଜର ରଖିବା ପିତାମାତାଙ୍କ ଦାୟିତ୍ୱ। ଏହାକୁ ସେ ‘ନିୟନ୍ତ୍ରଣ’ (Control) ନୁହେଁ, ବରଂ ‘ଯତ୍ନ’ (Care) ବୋଲି ଅଭିହିତ କରିଛନ୍ତି। ପିଲାମାନେ କ’ଣ ଦେଖୁଛନ୍ତି ଏବଂ କେଉଁ ଧରଣର ବିଷୟବସ୍ତୁ ସହ ଜଡିତ ଅଛନ୍ତି, ତାହା ଜାଣିବା ନିହାତି ଆବଶ୍ୟକ।

ଖୋଲାଖୋଲି କଥା ହେବା ଜରୁରୀ

ଶିଳ୍ପାଙ୍କ ମତରେ, କେବଳ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଲଗାଇବା ଯଥେଷ୍ଟ ନୁହେଁ। ପିଲାମାନଙ୍କ ସହ ଖୋଲାଖୋଲି କଥା ହେବା ଦ୍ୱାରା ବିଶ୍ୱାସ ବଢିଥାଏ। ସେ କହିଛନ୍ତି, "ନୀରବତାରେ କୌତୁହଳ ବଢେ, କିନ୍ତୁ କଥାବାର୍ତ୍ତା ଦ୍ୱାରା ସମାଧାନ ମିଳେ।" ତେଣୁ ପିଲାମାନଙ୍କୁ ଇଣ୍ଟରନେଟର ଭଲ ଓ ଖରାପ ଦିଗ ବିଷୟରେ ବୁଝାଇବା ଉଚିତ୍।

ଇଣ୍ଟରନେଟ୍ ସବୁବେଳେ ସତ ନୁହେଁ

ପିଲାମାନଙ୍କୁ ଏହା ଶିଖାଇବା ଆବଶ୍ୟକ ଯେ ଅନ୍‌ଲାଇନ୍‌ରେ ଦେଖାଯାଉଥିବା ସବୁକିଛି ସତ କିମ୍ବା ନିରାପଦ ନୁହେଁ। ଶିଳ୍ପା ପିତାମାତାଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ପିଲାଙ୍କୁ ‘ଡିଜିଟାଲ୍ ଆଡିକ୍ଟ’ (ନିଶାଗ୍ରସ୍ତ) ନ କରାଇ, ସଚେତନ ନାଗରିକ ଭାବେ ଗଢି ତୋଳନ୍ତୁ। ଏହି ବାର୍ତ୍ତା ମାଧ୍ୟମରେ ସେ ସମସ୍ତ ଅଭିଭାବକଙ୍କୁ ଏକାଠି ହୋଇ ପିଲାଙ୍କ ଡିଜିଟାଲ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଆହ୍ୱାନ ଦେଇଛନ୍ତି।

‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଉଠାଇ ଆଣିଲା କମିଶନରେଟ୍‌ ପୁଲିସ
କଟକ: ମହଙ୍ଗା ପଡିଲା ମହିଳା ଡାକ୍ତରଙ୍କୁ ବ୍ଲାକମେଲ୍ । ନାଇଜେରିଆ ଯୁବକଙ୍କୁ ବାନ୍ଧିଲା ପୁଲିସ । ଦିଲ୍ଲୀରୁ ଉଠାଇ ଆଣିଲା କମିଶନରେଟ ପୁଲିସ । ଗିରଫ ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ପୁଲିସ । ନ୍ୟୁଡ୍ ସିନ୍ ଭାଇରାଲ ଧମକ ଦେଇଥିଲା ନାଇଜେରିଆନ୍ । ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ପରେ ପରିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତ ନିକଟରୁ ୮ଟି ସିମ୍ କାର୍ଡ ଓ ୫ଟି ମୋବାଇଲ ଜବତ । ଜବତ ସିମ୍ କାର୍ଡ ଓ ମୋବାଇଲରୁ ମିଳିବ ଗୁମର । ୩ ହଜାର ଯୁବତୀଙ୍କ ସ୍କ୍ରିନ୍ ସଟ୍ ରଖିଥିଲା ଅଭିଯୁକ୍ତ ।

ମିଳିଥିବା ସୂଚନା ମୁତାବକ କଟକ ଦରଘାବଜ଼ାର ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ଅଶ୍ଲିଳ ଫଟୋ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ବ୍ଲାକମେଲ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆଉ ଟଙ୍କା ମାଗିଲା। ହେଲେ ପଡିତ ମହିଳା ଡାକ୍ତର ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲା। ଏହାପରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ। ପରିବାର ଲୋକ ଏ ନେଇ ଦରଘା ବଜ଼ାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଟିମ ଗଠନ କରି ଦିଲ୍ଲୀରୁ ଜଣେ ନାଇଜେରିଆନକୁ ଗିରଫ କରିଛି।