political criticism - The Sakala

ବିପୁଳ କ୍ଷତିରେ ସହାୟତା ନଗଣ୍ୟ,ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ : ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବା ଏନଡିଆରଏଫର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି। ମୂଳ ଆଇନରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ପଦାଧିକାରୀମାନଙ୍କ ଦାୟିତ୍ବକୁ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ବିଲରେ ଏସବୁର ବିପରୀତ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ଏଣୁ ଏହି ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।

ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ ସମ୍ପର୍କରେ ଆଲୋଚନା ବେଳେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି -ଗତ ୨୫ ବର୍ଷରେ ଓଡିଶା ୧୭ଟି ବଡ ବନ୍ୟା, ୧୧ଟି ମରୁଡି, ୧୨ରୁ ଅଧିକ ସାଇକ୍ଲୋନର ସମ୍ମୁଖୀନ ହୋଇଛି। ଏହି ସବୁ କାରଣରୁ ୨୦୦୦ରୁ ୨୦୨୦ ମଧ୍ୟରେ ଓଡ଼ିଶା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିର ଏକ ଦଶମାଂଶ ଅର୍ଥାତ ମାତ୍ର ୭ ହଜାର ୫୦୦ କୋଟିରୁ କମ୍ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନଗଣ୍ୟ ଅନୁଦାନ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତଙ୍କ ଲାଗି ଏକ ଉପହାସ। ତେଣୁ ବିପର୍ଯ୍ୟୟ ପରିଚାଳନ କ୍ଷେତ୍ରରେ କେନ୍ଦ୍ର ସରକାର ନିଜର ମାନସିକତାରେ ପରିବର୍ତ୍ତନ କରନ୍ତୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ସାଂସଦ ମାନସ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି ଯେ  ୨୯ ଅକ୍ଟୋବର ୧୯୯୯ ମହାବାତ୍ୟାରେ ଓଡ଼ିଶା ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିଲା। ୧୦ ହଜାର ଲୋକ ପ୍ରାଣ ହରାଇଥିବା ନେଇ ସରକାରୀ ରିପୋର୍ଟ ଥିଲେ ବି ଏହି ସଂଖ୍ୟା ବହୁତ ଅଧିକ ଥିଲା। ଏଥିରେ ୧୩ ଲକ୍ଷ ହେକ୍ଟର ଧାନଚାଷ, ୧ ଲକ୍ଷ ୭୬ ହଜାର ହେକ୍ଟର ଉଦ୍ୟାନ ଚାଷ, ୨ ଲକ୍ଷ ୫୭ ହଜାର ହେକ୍ଟର ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଦହୁଦ, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ଆସିଥିଲା ସାଇକ୍ଲୋନ ୟାସ। ନବୀନଙ୍କ ଦୃଢ ନେତୃତ୍ବ ବଳରେ ଏହି ସମସ୍ତ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଥିଲା। କ୍ଷୟକ୍ଷତି ପରିମାଣ ବି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଏହି ସଫଳତା କାରଣରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଭ କରିଥିଲା। ପ୍ରତି ଜୀବନ ମୂଲ୍ୟବାନ ସଂକ୍ରାନ୍ତ ନବୀନଙ୍କ ବାର୍ତ୍ତାକୁ ବି ଜାତିସଂଘ ପ୍ରଶଂସା କରିଥିଲା।

ଓଡିଶାକୁ ଏକ ବିପର୍ଯ୍ୟୟ ପ୍ରତିରୋଧୀ ରାଜ୍ୟରେ ପରିଣତ କରିବାରେ ନବୀନଙ୍କ ଭୂମିକା ଅଗ୍ରଗଣ୍ୟ। ଏହି ସଫଳତା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଓଡିଶାକୁ ପର୍ଯ୍ୟାପ୍ତ ସହାୟତା ଯୋଗାଯାଇନାହିଁ। ପ୍ରସ୍ତାବିତ ସଂଶୋଧନ ବିଲ୍ ଏହି ପାଣ୍ଠିର ବ୍ୟବସ୍ଥା ନେଇ ଅଧିକ ଆଶଙ୍କା ସୃଷ୍ଟି କରୁଛି। ୨୦୦୫ର ମୂଳ ଆଇନରେ ବିପର୍ଯ୍ୟୟ ମୁକାବିଲାକୁ ଏକ ବିପଜ୍ଜନକ ବିପର୍ଯ୍ୟୟ ସ୍ଥିତି ବା ବିପର୍ଯ୍ୟୟ ବୋଲି ଦର୍ଶାଯାଇଛି। ମାତ୍ର ନୂଆ ବିଲରେ ବିପର୍ଯ୍ୟୟ ପରିଚାଳନାରର ବିଭିନ୍ନ ଦିଗକୁ ବିଚାର କରାଯିବ ବୋଲି ରହିଛି। ଏହି ପରିବର୍ତ୍ତନ ଅତ୍ୟନ୍ତ ଚିନ୍ତାଦାୟକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଏହି ପାଣ୍ଠିର ବ୍ୟବହାରକୁ ବିକେନ୍ଦ୍ରୀକରଣ କରିବା ବଦଳରେ କେନ୍ଦ୍ର ସରକାର ଏହା ଉପରେ ଅଧିକ ନିୟନ୍ତ୍ରଣ ଜାହିର କରିଛନ୍ତି ସରକାର।

ଯାହା ବିପର୍ଯ୍ୟୟ ସମୟରେ ରିଲିଫ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଏହା ବାଧା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି- ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ଜିଡିପିକୁ ସହରାଞ୍ଚଳ ୬୦ ପ୍ରତିଶତ ଅବଦାନ ଦେଇଥାନ୍ତି। ମାତ୍ର ସଂଶୋଧନ ବିଲରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏସଡିଏମଏ ଜରିଆରେ ବିପର୍ଯ୍ୟୟ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇଛି। ଆର୍ଥିକ ସଶକ୍ତିକରଣ ବଦଳରେ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ଅଧିକ ସମସ୍ୟା ସୃଷ୍ଟି କରିବ। ତତକାଳୀନ ବିଜୁ ଜନତା ଦଳ ନେତୃତ୍ବାଧୀନ ସରକାରଙ୍କ ଆଖିଦୃଶିଆ ଉଦାହରଣ ସତ୍ତ୍ବେ ପାଣ୍ଠି କ୍ଷେତ୍ରରେ ରାଜ୍ୟକୁ ବାରମ୍ବାର ଅବହେଳିତ କରାଯାଇଛି। ତେଣୁ ରାଜ୍ୟକୁ ଉପକୃତ କରିପାରିବା ପରି ଏକ ବିପର୍ଯ୍ୟୟ ପରିଚାଳନା ନୀତି ସରକାର ଆଣନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଓଡ଼ିଶାର କ୍ଷତି ହେବାକୁ ଯାଉଛି, ବିଜେପି ସରକାର ଚୁପ୍‌ ବସି ରାଜନୀତି କରୁଛି : ବିଜେଡି
ଭୁବନେଶ୍ବର : ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି। ହେଲେ ଓଡ଼ିଶାର କ୍ଷତି ହେବାକୁ ଯାଉଛି। ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି। ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରୁ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି। ପାର୍ଟିଠୁ ବଡ଼ ମାଟି କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି। ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ। ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ ରହିବା ଓ ଉପରୁ ନିର୍ଦେଶ ଆସୁ ନାହିଁ ବୋଲି ମୁହଁ ବନ୍ଦ ଅଛି। କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର। ବିଜେପିର ଓଡିଶା ନେତା ତ କିଛି କହିବାର ଥିଲା। ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କଲେ ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି। କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ। ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମପି ଓ ଏମଏଲଏ ସିଟ କମିବାର ଆଶଙ୍କା ରହିଛି। ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି। ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ।ଆନୁପାତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ। ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ଅନେକ କ୍ଷତି ହେବ।

ଲୋକସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କଣ ଏଥିପାଇଁ ପେନାଲଟି ଦେବାକୁ ପଡିବ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେହି ବିଷୟକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି। ଏଥିଲାଗି ବରଂ ଓଡିଶା ପୁରସ୍କୃତ ହେବା କଥା।ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ନିୟମାବଳୀ କଣ ରହିବ ସବୁ ଦଳ ଓ ଅଂଶୀଦାରଙ୍କ ସହ ଆଲୋଚନା କରି ସ୍ଥିର ହେବା କଥା ବୋଲି କହିଛନ୍ତି। ସ୍ଵଚ୍ଛ ଡିଲିମିଟେସନ ପାଇଁ ବୈଠକ ଥିଲା। ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦେଶ୍ୟ। ଓଡ଼ିଶାର ଗ୍ରୋଥ ପପୁଲେସନ କମି କମି ଚାଲିଛି।ଟୋଟାଲ ଫଟିଲିଟି ରେଟ ମଧ୍ୟ କମିଛି। ଜନସଂଖ୍ୟା କମି କମି ଚାଲିଛି। ତେଣୁ ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ। ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା।