Malakanagiri - The Sakala
ମାଲକାନଗିରି: ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨। ଏ ନେଇ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଛନ୍ତି ପ୍ରଯୋଜକ। ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେ ନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ। ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା -୧ ଅପୂର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା -୨ ଚଳଚ୍ଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରିଥିବା ବେଳେ ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଂ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।
ମାଲକାନଗିରି ଭଳି ଜିଲ୍ଲାରେ ଏପରି ସୁପର ହିଟ ଚଳଚ୍ଚିତ୍ରର ଦ୍ଵିତୀୟ ଭାଗ ସୁଟିଂ ହେବା ଜିଲ୍ଲାପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ଆଜି ଏହି ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଅନୁମତି ପାଇଁ ଆବେଦନ କରିଛନ୍ତିା ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତିା ଏଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ତେବେ ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ଏହି ସୁଟିଂ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛିା ଚଳଚ୍ଚିତ୍ର ସୁଟିଂ ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ବେସ ଖୁସିବ୍ୟକ୍ତ କରିବା ସହ ଉତ୍ସାହର ସହ ଏହାକୁ ଅପେକ୍ଷା କରି ରହିଛନ୍ତି ।
ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିସାଇଲେ ଦୁର୍ବୃତ୍ତ, ୩ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୪୯ ଗ୍ରାମରେ ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିସାଇଲେ ଦୁର୍ବୃତ୍ତ। ବିଷ ଯୁକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଥିଲା । ଏହି ଜଳ ଛତ୍ରରେ କେହି ଦୁର୍ବୃତ୍ତ ଜାଣି ଶୁଣି ବିଷ ମିଶାଇ ଦେଇଥିବା ବେଳେ ରାସ୍ତାରେ ଯାଉଥିବା ୩ଜଣ ପଥିକ ଏହି ଜଳ ଛତ୍ରରୁ ପାଣି ପିଇ ଥିଲେ। ତେବେ ଏହି ବିଷାକ୍ତ ପାଣି ଯୋଗୁଁ ଉକ୍ତ ୩ଜଣ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ। ତେବ ସେମାନଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓ
ମାଲକାନଗିରି: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ବାବୁ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ . ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ମାଲକାନଗିରି, ନବରଙ୍ଗପୁର, ବିଶାଖାପାଟଣାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗର ୯ ଜଣିଆ ଟିମ ଚଢ଼ାଉରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।
ସ୍ୱତନ୍ତ୍ର ଜଜ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍ ପରେ ଏହି ଚଢଉ କରାଯାଉଛି ବୋଲି ଜଣାପଡିଛି । ବର୍ତ୍ତମାନ ବି ଚଢ଼ାଉ ଜାରି ରହିଥିବା ବେଳେ ଚଢ଼ାଉ ଶେଷ ପରେ ପ୍ରକୃତ ସମ୍ପତ୍ତି ର ପରିମାଣ କେତେ ତାହା ସ୍ପଷ୍ଟ ହେବ । ଏହି ଚଢ଼ାଉ ରେ ମାଲକାନଗିରି ଓ ଜୟପୁର ଦୁଇଟି ଭିଜିଲାନ୍ସ ଟିମ ମିଳିତ ଭାବେ ସାମିଲ ଅଛନ୍ତି ।
ଦିବ୍ୟାଙ୍ଗ ମୀନକେତନଙ୍କ ଗୁହାରି ଶୁଣିଲେ ପ୍ରଶାସନ, ଚିକିତ୍ସା ପାଇଁ ମିଳିଲା ସରକାରୀ ସହାୟତା
ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ବିଶ୍ବଜିତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନାନାସମସ୍ୟାର ସହ କାଳତିପାତ କରୁଥିବା ବେଳେ ତାଙ୍କର ତଥା ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ତେବେ ଏନେଇ ସେ ପ୍ରଶାସନ ନିକଟରେ ନିଜର ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିବା ବେଳେ ଆଜି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗି ଓ ଅନ୍ୟ କର୍ମଚାରୀ ମାନେ ବିଶ୍ୱଜିତଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଉପରୋକ୍ତ ବିଷୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶ୍ରୀ ଷଢଙ୍ଗି ଅବଗତ କରାଇବା ସହ ଗାଡି ମାଧ୍ୟମରେ ବିଶ୍ଵଜିତଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ । ପୁଅର ଭଲ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିଥିବାରୁ ନୂତନ ଆଶା ବାନ୍ଧିବା ସହ ପିତା ମୀନକେତନ ଖୁସି ଜାହିର କରିଛନ୍ତି । ଉତ୍ତମ ଚିକିତ୍ସା କରାଗଲେ ଦିବ୍ୟାଙ୍ଗ ବିଶ୍ବଜିତ ଅନ୍ୟ ମାନଙ୍କ ଭଳି ସାଧାରଣ ଜୀବନଯାପନ କରିପାରିବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି ।
ଗୁଣି ଗାରେଡ଼ି ସନ୍ଦେହରେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣି ଗାରେଡି ସନ୍ଦେହ ରେ ବିଭତ୍ସ ଭାବରେ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସୁଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖୁଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ ଆଲୋଚନା କରୁଥିଲେ । ଏହାପରେ ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦୁରାର ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ଫଳରେ ସେ ଘଟଣାସୁଳରେ ପ୍ରାଣ ହରାଇଥିଲା । ବୁଦୁରାର ସ୍ତ୍ରୀ ଘର ବାହରକୁ ଆସି ଦେଖିଲା ବେଳେକୁ ବୁଦୁରା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲା । ଏହାପରେ ବୁଦୁରାର ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ଗ୍ରାମରେ ଗୁଣି ଗାରେଡ଼ି କରୁଥିବାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏଭଳି ଗୁଣି ଗାରେଡି କୁ ନେଇ ବହୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଜିଲ୍ଲାରେ ଲୋକଙ୍କୁ ସଚେତନତା ର ଅବଶ୍ୟକତା ରହିଛି ।