Pakistan MP Marries - The Sakala

ପାକିସ୍ତାନୀ ସାଂସଦଙ୍କ କଳାକାରନାମା, ୬୨ ବର୍ଷରେ ୧୪ ବର୍ଷୀୟ କନ୍ୟାଙ୍କୁ କଲେ ବିବାହ
ବଲୋଚିସ୍ତାନ: ଜଣେ ପାକିସ୍ତାନ ସାଂସଦଙ୍କ ଅଜବ କାରନାମା ସାମ୍ନାକୁ ଆସିଛି। ଏହାକୁ ନେଇ ପାକିସ୍ତାନ ସମେତ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ବିରୋଧୀ ଚରମପନ୍ଥୀ ପାର୍ଟି ଜମିୟତ ଉଲେମା-ଇ-ଇସଲାମର ୬୨ ବର୍ଷୀୟ ସାଂସଦ ମୌଲାନା ସଲ୍ହାଉଦିନ ଆୟୁବି ଜଣେ ୧୪ ବର୍ଷୀୟ ବାଳିକାଙ୍କୁ ବିବାହ କରିଛନ୍ତି। ଏହି ଘଟଣାକୁ ନେଇ ନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠି ଉତ୍ତେଜନା ଜାରି ରହିଛି। ଇମ୍ରାନ ଖାନଙ୍କ ପାର୍ଟି ତେହରିକ ଇ ଇନସାଫ ଏହି ବିବାହକୁ ନେଇ ପ୍ରଶ୍ନ ଉଠାଇଛି। ତେବେ ଏହି ବିବାହକୁ ନେଇ ବିରୋଧୀ ଦଳଗୁଡିକ ବ୍ୟାକଫୁଟରେ ଅଛନ୍ତି। କାରଣ ବିରୋଧୀ ଦଳଙ୍କ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ(ପିଡିଏମ)ର ନେତୃତ୍ବ ଉଲେମା-ଇ-ଇସଲାମର ମୁଖ୍ୟ ମୌଲାନା ଫଜଲୁର ରେହମାନ ନେଉଛନ୍ତି।

ରିପୋର୍ଟ ଅନୁଯାୟୀ ବଲୁଚିସ୍ତାନ ଚିତ୍ରାଲର ସଂସଦ ସଲ୍ହାଉଦିନ ଏହି ବିବାହ ମାମଲା କିଛି ଦିନ ତଳର। ମହିଳାଙ୍କ ଉନ୍ନତି ଲାଗି କାମ କରୁଥିବା ଏକ ଏନଜିଓର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀ ପଢୁଥିବା ସ୍କୁଲ ପକ୍ଷରୁ ତାଙ୍କ ଜନ୍ମ ପ୍ରମାଣପତ୍ର ସାର୍ବଜନୀନ କରାଯାଇଛି। ଏଥିରେ ତାଙ୍କ ଜନ୍ମ ୨୦୦୬ ଅକ୍ଟୋବର ୨୮ରେ ହୋଇଥିବା ଉଲ୍ଲେଖ ରହିଛି। ଏହା ପରେ ସ୍ଥାନୀୟ ଏନଜିଓ ମାମଲା ରୁଜୁ କରିଥିଲା। ତେବେ ଯୁବତୀଙ୍କ ପିତାଙ୍କ ଉପରେ ସାଂସଦ ଚାପ ପକାଇଛନ୍ତି। ଏଥିଯୋଗୁଁ ଝିଅର ବିବାହ ହୋଇନଥିବା ସେ କହିଛନ୍ତି। ଏହା ସହିତ ସାଂସଦଙ୍କ ଘରକୁ ସେ ଝିଅକୁ ପଠାଇନଥିବା ସ୍ପଷ୍ଟ କରିଛନ୍ତି। ଚିତ୍ରାଲ ଥାନାର ଏସଏଚଓ ଇନ୍ସପେକ୍ଟର ସଜ୍ଜାଦ ଅହମ୍ମଦ ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ନିୟମ ଅନୁଯାୟୀ ୧୬ ବର୍ଷରୁ କମ ବୟସର ଯୁବତୀଙ୍କୁ ବିବାହ କରାଯାଇପାରିବ ନାହିଁ । ଏପରି କଲେ ଯୁବତୀଙ୍କ ପରିବାର ସଦସ୍ୟଙ୍କ ସମେତ ବିବାହ କରୁଥିବା ଲୋକ ବିରୋଧରେ ମାମଲା ରୁଜୁ କରାଯିବ।

ପାକିସ୍ତାନୀ ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ ସାଂସଦ ଯୁବତୀଙ୍କୁ କେବଳ ବିବାହ କରିଛନ୍ତି। ପରେ ଭଲ ଭାବେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଅପରପକ୍ଷେ ପୁଲିସ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିଛି ନା ନାହିଁ ତାହା ଜଣାପଡିନାହିଁ। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସାଂସଦଙ୍କୁ ପଚରାଉଚୁରା କରାଯାଇ ନାହିଁ।