political unrest - The Sakala
ବାଂଲାଦେଶରେ ପୁଣି ବଢୁଛି ରାଜନୈତିକ ଅସ୍ଥିରତା, ସେନା ହାତକୁ ଚାଲିଯିବ କି କ୍ଷମତା !
ଢାକା : ୨୦୨୪ରେ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଅନ୍ତରୀଣ ସରକାର ମୁଖ୍ୟ ଭାବେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଦାୟିତ୍ବ ନେଇଥିଲେ। ହସିନା ପଦ ଛାଡିବା ପୂର୍ବରୁ ପ୍ରାୟ ୪ ମାସ ଧରି ବାଂଲାଦେଶରେ ଲାଗି ରହିଥିବା ହିଂସା ଏବଂ ଅସ୍ଥିରତା ବନ୍ଦ ହେବା ସହିତ ସାନି ନିର୍ବାଚନ କରାଯାଇ ରାଜନୈତିକ ସ୍ଥିରତା ଅଣାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଇତିମଧ୍ୟରେ ୮ ମାସ ବିତିଥିଲେ ମଧ୍ୟ ବାଂଲାଦେଶ ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ। ବରଂ ବେଳକୁ ବେଳ ସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, କୌଣସି ମୁହୂର୍ତ୍ତରେ ସେନା ହାତକୁ କ୍ଷମତା ଚାଲିଯିବାର ଆଶଙ୍କାକୁ ବି ଏଡାଇ ଦିଆଯାଇ ପାରୁନାହିଁ।
ବର୍ତ୍ତମାନ ଢାକାରେ ବିଭିନ୍ନ କଠୋରବାଦୀ ଇସ୍‌ଲାମିକ ସଙ୍ଗଠନ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ଓ ଶୋଭାଯାତ୍ରାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଗୋଟିଏ ପକ୍ଷରେ ସେନା ବିରୋଧରେ ଛାତ୍ର ନେତା ନାହିଦ ଇସଲାମଙ୍କ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ଗମ୍ଭୀର ଅଭିଯୋଗ ଆଣିଛି। ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ନୂଆ ନାମକରଣ କରାଯାଇ ଏହି ଦଳକୁ ପୁଣି ବାଂଲାଦେଶ ରାଜନୀତିରେ ସକ୍ରିୟ କରିବାକୁ ସେନା ପ୍ରସ୍ତାବ ଦେଇଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି। ଆୱାମୀ ଲିଗ୍‌କୁ ପୁଣି କ୍ଷମତାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି ବୋଲି ନାହିଦ କହିଛନ୍ତି।
କେବଳ ସେତିକି ନୁହେଁ , ଭାରତ ସହାୟତାରେ ସେନା ବାଂଲାଦେଶରେ ଭିନ୍ନ କାର୍ଯ୍ୟକ୍ରମ ଚଳାଇଛି ବୋଲି ଦଳ କହିଛି। ଏହା ବ୍ୟତୀତ ପାଲେଷ୍ଟାଇନରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଭାରତରେ ମୁସଲମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କେତେକ ଗୋଷ୍ଠୀ ହିଂସା ଭିଆଇବା ପାଇଁ ମସୁଧା କରୁଥିବା ଜଣାପଡ଼ିବା ପରେ ଢାକା ସମେତ ଅନ୍ୟ କେତେକ ପ୍ରମୁଖ ସହରରେ ସେନା ହାଇଆଲର୍ଟରେ ରହିଛି। କେବଳ ସେତିକି ନୁହେଁ, ସେନା ବିରୋଧରେ ମଧ୍ୟ ଖୋଲାଖୋଲି ଭାବେ ଆନ୍ଦୋଳନ କରିବାକୁ କିଛି ଗୋଷ୍ଠୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ସଭର ସ୍ଥିତ ବାଂଲାଦେଶ ସେନାର ସବୁଠୁ ଶକ୍ତିଶାଳୀ ଡିଭିଜନକୁ ଢାକାରେ ମୁତୟନ କରାଯାଇଛି। ସେନା ପକ୍ଷରୁ ଢାକାର ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ପାଟ୍ରୋଲିଂ ବୃଦ୍ଧି କରାଯାଇଥିଲା ବେଳେ ବିଭିନ୍ନ ସଂଗଠନର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ମେଡିକାଲ ସେବା ଏବଂ ବିଦ୍ୟୁତ୍‌ ଶକ୍ତି ପାଇଁ ବାଂଲାଦେଶ ସର୍ବାଧିକ ଭାବେ ଭାରତ ଉପରେ ନିର୍ଭର କରୁଥିବାରୁ ବାଂଲାଦେଶ ସେନା ମୁଖ୍ୟ ମାପିଚୁପି ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ପଦକ୍ଷେପ ଗ୍ରହଣ କରୁଥÒବା କୁହାଯାଉଛି। ଏଭଳି ସ୍ଥିତିରେ ବାଂଲାଦେଶ ପୁଣି ରାଜନୈତିକ ଅସ୍ଥିରତା ଭିତରକୁ ଟାଣି ହୋଇଯିବାର ଆଶଙ୍କା ବଢାଇଛି।
ଭୁବନେଶ୍ବର : ସବକା ସାଥ ସବକା ବିକାଶ ନାରା ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ସବକା ବିକାଶ କଥା ଭୁଲି ଏବେ ଅପନା ବିକାଶରେ ମାତିଛି। ଯାହାର ଏକ ଜ୍ବଳନ୍ତ ଉଦାହରଣ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଆଜି ବିଜେଡି ଶାସକ ଦଳ ବିଜେପି ଉପରେ ବର୍ଷିଛି।
ରାୟଗଡା ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତିଙ୍କ ଗୁଣ୍ଡାରାଜ ବିରୋଧରେ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସବକା ସାଥ ସବକା ବିକାଶ ନାରା ଦେଇ ସରକାରକୁ ଆସିଥିଲା ବିଜେପି। ଓଡ଼ିଶାରେ ସରକାରକୁ ଆସିବା ପରେ କିଭଳି ଭାବେ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ଓ ଶୋଷଣ ଚାଲିଛି।
ବିଭିନ୍ନ ସ୍ଥାନରେ ଅଫିସରଙ୍କ ଉପରେ ଚାପ ପ୍ରୟୋଗ କରି ଭୟ ସୃଷ୍ଟି କରାଯାଉଛି। ପ୍ରଶାସନକୁ କବଜାକୁ ନେଵାକୁ ବିଜେପି ଆତଙ୍କରାଜ ଚଳାଇଛି। ମାସକ ତଳେ ବିଜେପି ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଗଲା। ବିଜେପି ଜିଲ୍ଲା ସଭାପତି ରାୟଗଡାର ଗୋପୀ ଆନନ୍ଦ ଯେ କି ଜଣେ ଓକିଲ । ସେ ସାଧାରଣ ଲୋକ, ବ୍ୟବସାୟୀକୁ ଧମକାଇ ଟଙ୍କା କଲେକ୍ସନ କରୁଛନ୍ତି। ପାର୍ଟି ଓ୍ବିଥ୍ ଡିଫରେନ୍ସ କହୁଥିବା ବିଜେପିର ପଦାଧିକାରୀ କଲେକ୍ସନରେ ମାତିଛନ୍ତି। ପ୍ରତ୍ୟେକ ଗହଣା ଦୋକାନରୁ ଏକ ଲକ୍ଷ ଟଙ୍କା । ମିଲରସ ମାନଙ୍କ ଠାରୁ ୨ ଲକ୍ଷ, ଶିଳ୍ପସଂସ୍ଥାଠାରୁ ୫ ଲକ୍ଷ ଧମକାଇ ଆଦାୟ କରୁଛନ୍ତି ଜିଲ୍ଲା ସଭାପତି ।
ବ୍ୟବସାୟୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଲେଖି ସୁରକ୍ଷା ମାଗିଛନ୍ତି। ଏହା ବିଜେପିର ଚିତ୍ର ଓ ଚରିତ୍ର। କିଛି ଦିନ ତଳେ ଏଡିଏମଙ୍କୁ ଜିଲ୍ଲା ସଭାପତି ଓ ସମ୍ପୂର୍ଣ୍ଣ ବିଜେପି ୟୁନିଟ ଧମକ ଚମକ ଦେଇ ଅଶାଳୀନ ବ୍ୟବହାର କରି ଡକ୍ୟୁମେଣ୍ଟ ମଗାଯାଇଥିଲା। ଯାହା କହୁଛୁ କର ବୋଲି ଧମକ ଦିଆଯାଉଛି। ଯାହାକୁ ବିଜେଡି ଦୃଢ ନିନ୍ଦା କରିିଛି। ବିଜେଡି ବ୍ୟବସାୟୀମାନଙ୍କୁ ସୁରକ୍ଷା ଦେବ। ଯେଉଁ ପତ୍ର ବ୍ୟବସାୟୀ ସଙ୍ଘ ଲେଖିକି ଦେଇଛି ତା ଉପରେ କାର୍ଯାନୁଷ୍ଠାନ ନିଆଯାଉ ଓ ଜିଲ୍ଲା ସଭାପତିଙ୍କୁ ପଦରୁ ବହିଷ୍କାର କରି ଜେଲରେ ଭର୍ତ୍ତି କରାଯାଉ ବୋଲି ଦାବି ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ।