cmrf - The Sakala

ଛାତ୍ରଛାତ୍ରୀଙ୍କୁ ମିଳୁନି ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିିପ୍‌; ଅଭିଯୋଗ ପରେ ମଧ୍ୟ ବୃତ୍ତିରାଶି ପ୍ରଦାନରେ ବିଳମ୍ବ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ସଠିକ୍‌ ସମୟରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ (ଏମ୍‌ଆର୍‌ଏଫ୍‌) ମିଳୁନାହିଁ। ଛାତ୍ରବୃତ୍ତି ପାଇଁ ଉଚ୍ଚଶିକ୍ଷା ପରିଷଦ ନିକଟରେ ବାରମ୍ବାର ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାକୁ ନେଇ ପିଏଚ୍‌ଡି କରୁଥିବା ଛାତ୍ରଛତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅଭିଯୋଗ ଅନୁଯାୟୀ, ୨୦୨୫ ମସିହାରେ ବୃତ୍ତିରାଶି ପାଇବାକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ଅର୍ଥ ପ୍ରଦାନ କରିବାରେ ଏହି ସମସ୍ୟା ରହିଛି। ଗତ ଫେବୃଆରୀ ମାସରେ ପ୍ରାୟ ୨୭୩ ଜଣ ବୃତ୍ତିରାଶି ପାଇଥିଲେ ମଧ୍ୟ ଅବଶିଷ୍ଟ ପିଲା ସହାୟତା ପାଇନାହାନ୍ତି। ଏହାପରେ ମାର୍ଚ୍ଚ ମାସର ବୃତ୍ତିରାଶି କେହି ପାଇ ନ ଥିବାବେଳେ ଏପ୍ରିଲ୍‌ ମାସର କେବେ ମିଳିବ, ସେନେଇ ମଧ୍ୟ ଛାତ୍ରଛାତ୍ରୀମାନେ ସନ୍ଦିହାନ ହୋଇପଡ଼ିଛନ୍ତି। ପ୍ରତି ମାସର ବୃତ୍ତିରାଶି ପାଇଁ ପରବର୍ତ୍ତୀ ମାସ ୭ ତାରିଖରେ ଆବେଦନ କରନ୍ତି। ଏହାର ପ୍ରାୟ ୭ ଦିନ ପରେ ଅର୍ଥାତ୍‌ ୧୫ ତାରିଖ ପରେ ସହାୟତା ପ୍ରଦାନ କରିବାର ନିୟମ ରହିଛି। ହେଲେ ସଠିକ୍‌ ସମୟରେ ସହାୟତା ମିଳୁ ନ ଥିବାରୁ ଗବେଷଣା କାର୍ଯ୍ୟରେ ବ୍ୟାପକ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ଛାତ୍ରଛାତ୍ରୀମାନେ ପରିଷଦ କାର୍ଯ୍ୟାଳୟକୁ ଯାଇ ସଠିକ୍‌ ସମୟରେ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ଆସନ୍ତାକାଲି ପରିଷଦ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିବେ ଏବଂ ଏହାର ସ୍ଥାୟୀ ସମାଧାନ କରା ନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

କରୋନା ମୁକାବିଲା ପାଇଁ OSIC ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର: ସମଗ୍ର ବିଶ୍ୱ କରୋନାର ଦ୍ୱିତୀୟ ଲହରୀ ବିରୁଦ୍ଧରେ ଯୁଦ୍ଧ କରୁଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମୟୋଚିତ ଦୃଢ଼ ପଦକ୍ଷପ ଓ ଓଡିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁଁ କରୋନା ଜନିତ ସଂକ୍ରମଣକୁ ଓଡିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ( OSIC) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି “କୋଭିଡ୍–୧୯” କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରି ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି ।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଏହି ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ କରୋନାରୁ ସୁରକ୍ଷିତ ରଖିବାକୁ ଚିନ୍ମୟ ସାହୁ ବିନମ୍ର ଅନୁରୋଧ କରିଛନ୍ତି ।